ଆମେରିକା-ଇରାନ ସଂଘର୍ଷ: ବଢ଼ିଲା ତେଲ ଦର

ବ୍ୟାଙ୍କକ୍‌,୧୩ା୭: ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍‌ ଏବଂ ଏହାର ଜବାବରେ ତେହରାନ ଉପସାଗରୀୟ ରାଷ୍ଟ୍ରଗୁଡ଼ିକ ଉପରେ ଆକ୍ରମଣ ଚଳାଇଥିବାରୁ ଏହାର ପ୍ରଭାବରେ ଅନ୍ତର୍ଜାତୀୟ ବଜାରରେ ପୁଣିଥରେ ତୈଳ ଦର ବୃଦ୍ଧି ପାଇଛି। ଏଥିସହିତ ବିଶ୍ୱ ଶେୟାର ବଜାରରେ ମଧ୍ୟ ମିଶ୍ର ପ୍ରତିକ୍ରିୟା ଦେଖାଯାଇଛି। ବ୍ରେଣ୍ଟ କ୍ରୁଡ୍‌ ମୂଲ୍ୟ ସୋମବାର ପ୍ରଥମ ଭାଗରେ ପାଖାପାଖି ୫ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପ୍ରତି ଦର ୭୯.୪୦ ଡଲାର ହୋଇଛି। ସୋମବାର ସକାଳେ ୟୁରୋପରେ ଅଶୋଧିତ ତୈଳ ଦର ୨.୩ ପ୍ରତିଶତ ବୃଦ୍ଧି ପାଇ ବ୍ୟାରେଲ ପ୍ରତି ଦର ୭୭.୭୨ ଡଲାର ରହିଥିଲା। ଆମେରିକାର ଅଶୋଧିତ ତୈଳ ମୂଲ୍ୟ ୨.୧ ପ୍ରତିଶତ ବଢ଼ି ବ୍ୟାରେଲ୍‌ ପ୍ରତି ୭୨.୯୨ ଡଲାରରେ ପହଞ୍ଚତ୍ଛି। ଯୁଦ୍ଧ ବନ୍ଦ କରିବା ଏବଂ ହର୍ମୁଜ ଜଳପଥ ଦେଇ ଜାହାଜ ଚଳାଚଳ ପୁନର୍ବାର ଆରମ୍ଭ କରିବା ପାଇଁ କିଛିଦିନ ପୂର୍ବରୁ ଆମେରିକା ଓ ଇରାନ ମଧ୍ୟରେ ଅନ୍ତରୀଣ ବୁଝାମଣାପତ୍ର ସ୍ବାକ୍ଷର ହେବା ପରେ ଅନ୍ତର୍ଜାତୀୟ ବଜାରରେ ଉଭୟ କ୍ରୁଡ୍‌ ଅଏଲ୍‌ ମୂଲ୍ୟ ଯୁଦ୍ଧ ପୂର୍ବ ସ୍ଥିତିକୁ ହ୍ରାସ ପାଇଥିଲା। ତେବେ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ରେ ଏକ କଣ୍ଟେନର ଜାହାଜ ଉପରେ ଇରାନର ଆକ୍ରମଣ ଜବାବରେ ଆମେରିକା ତେହରାନ୍‌ ଉପରେ ଜୋର୍‌ଦାର ଆକ୍ରମଣ କରିଥିଲା। ଏହାର ଜବାବରେ ତେହରାନ୍‌ ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକକୁ ଟାର୍ଗେଟ କରିଥିଲା।
ସୋମବାର କାରବାର ଆରମ୍ଭରେ ଜର୍ମାନୀର ଡିଏକ୍ସ ୦.୨ ପ୍ରତିଶତ ବଢ଼ି ୨୫,୧୦୫.୫୫ ଏବଂ ପ୍ୟାରିସ୍‌ରେ ସିଏସି୪୦ ସାମାନ୍ୟ ବୃଦ୍ଧି ପାଇ ୮,୮୪୭.୨୬ ପଏଣ୍ଟ ରହିଥିବାବେଳେ ବ୍ରିଟେନ୍‌ର ଏଫ୍‌ଟିଏସ୍‌ଇ୧୦୦ ମଧ୍ୟ ୦.୧ ପ୍ରତିଶତ ବଢ଼ି ୧୦,୫୦୬.୮୬ ରହିଥିଲା। ଅନ୍ୟପକ୍ଷରେ ଆମେରିକାର ଏସ୍‌ ଆଣ୍ଡ୍‌ ପି ୫୦୦ ପ୍ରାୟ ୦.୩ ପ୍ରତିଶତ ହ୍ରାସ ପାଇଥିବାବେଳେ ଡୋ ଅପରିବର୍ତ୍ତିତ ରହିଛି। ନାସଡାକ୍‌ କମ୍ପୋଜିଟ୍‌ ଫିଉଚର ୦.୯ ପ୍ରତିଶତ କ୍ଷତିଗ୍ରସ୍ତ ହୋଇଛି। ସେହିପରି ଏସୀୟ ଶେୟାର କାରବାର ମଧ୍ୟ ହ୍ରାସ ପାଇଛି। ଟୋକିଓର ନିକ୍କେଇ ୨୨୫ ଇଣ୍ଡେକ୍ସ ୧.୯ ପ୍ରତିଶତ ହ୍ରାସ ପାଇ ୬୭,୨୪୨.୭୩ରେ ପହଞ୍ଚତ୍ଥିବାବେଳେ ସିଓଲରେ କୋସ୍ପି ୯ ପ୍ରତିଶତ ହ୍ରାସ ପାଇ ୬,୮୦୬.୯୩ ରହିଛି। ହଂକଂର ହାଙ୍ଗ୍‌ସେଙ୍ଗ ୦.୨ ପ୍ରତିଶତ ବଢ଼ି ୨୪,୨୧୨.୩୬ ରହିଥିବାବେଳେ ସାଂଘାଇ କମ୍ପୋଜିଟ୍‌ ଇଣ୍ଡେକ୍ସ ୨.୧ ପ୍ରତିଶତ ହ୍ରାସ ପାଇ ୩,୯୧୩.୭୯ ରହିଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?