ଚାଇନାର ୨୫ ଶତ୍ରୁଙ୍କ ସହିତ ସର୍ବବୃହତ୍‌ ଯୁଦ୍ଧାଭ୍ୟାସ କରିବେ ଆମେରିକା-ଭାରତ…

ନୂଆଦିଲ୍ଲୀ/ଓ୍ବାଶିଂଟନ/ବେଜିଂ/ଟୋକିଓ, ୨।୬ : ତାଇୱାନରୁ ଲଦାଖ ପର୍ଯ୍ୟନ୍ତ ବିସ୍ତାରବାଦୀ ନୀତି ଆପେଣଉଥିବା ଚାଇନାକୁ ଘେରିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। କ୍ୱାଡ୍‌ ସଦସ୍ୟ ଦେଶମାନଙ୍କ ସହିତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଦକ୍ଷିଣ ଚାଇନା ସାଗର ନିକଟରେ ଆମେରିକା ବିଶ୍ୱର ସର୍ବ ବୃହତ ନୌସେନା ଅଭ୍ୟାସ କରିବାକୁ ଯାଉଛି।

ରିମପ୍ୟାକ୍‌ ନାମକ ଏହି ନୌଭାସରେ ବିଶ୍ୱର ୨୬ ଟି ଦେଶ ଅଂଶଗ୍ରହଣ କରିବେ। ଏସବୁ ଦେଶ ମଧ୍ୟରେ ୨୫ ଦେଶ ଚାଇନାର ଶତ୍ରୁ ରହିଛନ୍ତି। ଏହି ନୌଭ୍ୟାସ ଚଳିତ ମାସ ଶେଷରେ ଅନୁଷ୍ଠିତ ହେବ ଏବଂ ଭାରତୀୟ ନୌସେନା ମଧ୍ୟ ଏଥିରେ ନିଜର ଶକ୍ତିଶାଳୀ ଶକ୍ତି ପ୍ରଦର୍ଶନ କରିବ। ନୌଭ୍ୟାସ ୩୮ ଟି ଯୁଦ୍ଧ ଜାହାଜ, ୪ ଟି ବୁଡ଼ାଜାହାଜ ଏବଂ୧୭୦ ରୁ ଅଧିକ ବିମାନ ଅଂଶ ଗ୍ରହଣ କରିବେ।

ଆମେରିକାର ନୌସେନା ଏକ ବିବୃତ୍ତି ଜାରି କରି କହିଛି ଯେ ରିମ ଅଫ ପାସିଫିକ ଅର୍ଥାତ୍‌ ରିମପ୍ୟାକ ନୌଭ୍ୟାସ ଜୁନ ୨୯ ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏହି ଅଭ୍ୟାସରେ ୯ ଟି ଦେଶର ଗ୍ରାଉଣ୍ଡ ଫୋର୍ସ ସମେତ ମୋଟ ୨୫ ହଜାର ସୈନିକ ଅଂଶଗ୍ରହଣ କରିବେ। ଏହି ନୌଭ୍ୟାସ ପ୍ରଥମେ ୧୯୭୧ ମସିହାରେ କରାଯାଇଥିଲା। ସାଉଥ କାଲିଫର୍ନିଆ ଏବଂ ହାୱାଇ ଦ୍ୱୀପପୁଞ୍ଜର ସମୁଦ୍ରରେ ଏହା କରାଯିବ। ଆମେରିକାର ନୌସେନାର ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର କମାଣ୍ଡରଙ୍କ ଦ୍ୱାରା ଏହି ନୌଭ୍ୟାସ ଆୟୋଜିତ ହେଉଛି।

ଏହି ନୌଭ୍ୟାସରେ ଭାରତ, ଜାପାନ ଏବଂ ଅଷ୍ଟ୍ରେଲିଆ ମଧ୍ୟ ଅଂଶଗ୍ରହଣ କରିବେ। ଏସବୁ ଦେଶ କ୍ୱାଡର ସଦସ୍ୟ ଏବଂ ଚାଇନା କ୍ୱାଡ୍‌କୁ ଏସୀୟ ନାଟୋ ବୋଲି କହିଛି।

ଦକ୍ଷିଣ ଚାଇନା ସାଗର ନିକଟରେଥିବା ୫ଟି ଦେଶ ସିଙ୍ଗାପୁର, ଥାଇଲାଣ୍ଡ, ବ୍ରୁନେଇ ଏବଂ ଫିଲିପାଇନ୍ସ ମଧ୍ୟ ଏହି ନୌଭ୍ୟାସରେ ଅଂଶଗ୍ରହଣ କରିବେ। ଏଥିରେ ପ୍ରଶାନ୍ତ ଦ୍ୱୀପ ଦେଶ ଟୋଙ୍ଗା ମଧ୍ୟ ଅଂଶଗ୍ରହଣ କରିବ।

ଏହି ନୌଭ୍ୟାସରେ ବିପର୍ଯ୍ୟୟ ପ୍ରଶମନ ଏବଂ ସାମୁଦ୍ରିକ ସୁରକ୍ଷା କାର୍ଯ୍ୟ ଠାରୁ ଆରମ୍ଭ କରି ଜଟିଳ ଯୁଦ୍ଧ କୌଶଳ ଆଦି ସମ୍ପନ୍ନ ହେବ।

ଏହା ସହିତ ସମୁଦ୍ରରୁ ସ୍ଥଳଭାଗ ଉପରେ ଆକ୍ରମଣ, ଆର୍ଟିଲିରି ପ୍ରୟୋଗ, କ୍ଷେପଣାସ୍ତ୍ର ପରିଚାଳନା, ଆଣ୍ଟି-ସବମେରାଇନ୍‌ ଅପରେଶନ ଏବଂ ବାୟୁ ପ୍ରତିରକ୍ଷା ପ୍ରଣାଳୀର ମଧ୍ୟ ଅଭ୍ୟାସ କରାଯିବ। ଇଣ୍ଡୋ-ପାସିଫିକ ଅଞ୍ଚଳକୁ ମୁକ୍ତ ଏବଂ ଖୋଲା କରିବା ଏହି ନୌଭ୍ୟାସର ଉଦ୍ଦେଶ୍ୟ ବୋଲି ଆମେରିକା ନୌସେନା କହିଛି।
୨୦୧୪ରେ ଏହି ନୌଭ୍ୟାସରେ ଚାଇନାର ନୌସେନା ପ୍ରଥମ ଥର ପାଇଁ ଅଂଶଗ୍ରହଣ କରିଥିଲା। କିନ୍ତୁ ୨୦୧୮ରେ, ଆମେରିକା ଚାଇନାର ନୌସେନାକୁ ଆମନ୍ତ୍ରଣ କରି ନ ଥିଲା। ଆମେରିକା କହିଛି ଯେ ଦକ୍ଷିଣ ଚାଇନା ସାଗରରେ ବିବାଦୀୟ ଦ୍ୱୀପପୁଞ୍ଜରେ ଚାଇନା ସାମରିକ ପ୍ରସ୍ତୁତି କରୁଛି। ଏହାର ମୁକାବିଲା ଲାଗି ଏହି ନୌଭ୍ୟାସ ଅପରିହାର୍ଯ୍ୟ।

ବିଶେଷଜ୍ଞଙ୍କ ମତରେ, ଏହି ନୌଭ୍ୟାସ ଏପରି ଏକ ସମୟରେ ଘଟିବାକୁ ଯାଉଛି ଯେତେବେଳେ ଆମେରିକା ଚାଇନା ବିରୋଧରେ ନିଜର ସହଯୋଗୀଙ୍କୁ ମଜବୁତ କରିବାରେ ବ୍ୟସ୍ତ ରହିଛି। ଆମେରିକା, ବ୍ରିଟେନ ଏବଂ ଅଷ୍ଟ୍ରେଲିଆ ଏକ ନୂତନ ସାମରିକ ଚୁକ୍ତି ଉପରେ ଧ୍ୟାନ ଦେଇଛନ୍ତି ଯାହାଦ୍ୱାରା ଚାଇନାର ପ୍ରଭାବ ହ୍ରାସ ପାଇବ। ଅପରପକ୍ଷରେ, ଉପଗ୍ରହ ସହିତ ଚାଇନାର ଜାହାଜ ଉପରେ ନଜର ରଖିବ ବୋଲି କ୍ୱାଡ ମଧ୍ୟ ଘୋଷଣା କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

‘ମୁଁ ଏଠାକାର ଖେଳାଳି’, ନଦୀରେ ଡେଇଁ ଭିଡିଓ ପୋଷ୍ଟ କଲେ କିରେନ ରିଜିଜୁ, ରାହୁଲ ଗାନ୍ଧୀଙ୍କ ସହ ତୁଳନାରେ ଦେଲେ ଏମିତି ଜବାବ

ନୂଆଦିଲ୍ଲୀ,୨୩।୮: ଅରୁଣାଚଳ ପ୍ରଦେଶର ଏମପି ତଥା କେନ୍ଦ୍ରମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ଏକ ଭିଡିଓକୁ ନେଇ ଚର୍ଚ୍ଚାରେ ଅଛନ୍ତି । ନଦୀରେ ଡେଇଁ ତୀବ୍ର…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri