ଭାରତରେ ପ୍ରଥମ: ନିଜକୁ ବିବାହ କରିବାକୁ ଯାଉଛନ୍ତି ଏହି ଯୁବତୀ

ବରୋଦା,୨।୬: ଆଜିକାଲି ବିବାହ ଋତୁ ଚାଲିଛି। ଅନେକ ଯୋଡିଙ୍କୁ ବିବାହ ବନ୍ଧନରେ ଆବଦ୍ଧ ହେଉଥିବା ଦେଖାଯାଇଛି। କିନ୍ତୁ ଆସନ୍ତା ଜୁନ ୧୧ରେ ଗୁଜରାଟରେ ଏକ ନିଆରା ବିବାହ ଅନୁଷ୍ଠିତ ହେବାକୁ ଯାଉଛି। ଏପରି ବିବାହ ହୁଏତ ପୂର୍ବରୁ କେହି ଦେଖି ନ ଥିବେ। ଗୁଜରାଟର ବରୋଦାରେ ୨୪ ବର୍ଷୀୟା କ୍ଷମା ବିନ୍ଦୁ ନିଜେ ନିଜକୁ ବିବାହ କରିବାକୁ ଯାଉଛନ୍ତି। ଏହି ବିବାହରେ ହସ୍ତଗଣ୍ଠି ପଡିବ, ସାତ ଫେରା ହେବ ଏବଂ ପରେ ଗୋଆରେ ହନିମୁନ ମଧ୍ୟ ହେବ। ଏହି ବିବାହରେ କନ୍ୟା ଥିବେ କିନ୍ତୁ ବର ନ ଥିବେ। ଏହା ଭାରତର ପ୍ରଥମ ସୋଲୋଗାମୀ ଅର୍ଥାତ୍‌ ଏକକ ବିବାହ ହେବ ବୋଲି ଚର୍ଚ୍ଚା ହେଉଛି।
ଏକ ଘରୋଇ ସଂସ୍ଥାରେ କାମ କରୁଥିବା କ୍ଷମା କହିଛନ୍ତି, ମୁଁ ଭାରତରେ ଏପରି ବିବାହ ହୋଇଛି କି ନାହିଁ ସନ୍ଧାନ କରିବାକୁ ବହୁତ ଚେଷ୍ଟା କଲି, କିନ୍ତୁ କୌଣସି ସୂଚନା ପାଇଲି ନାହିଁ। ବୋଧହୁଏ ମୁଁ ପ୍ରଥମ । ମୁଁ କେବେ ବିବାହ କରିବାକୁ ଚାହୁଁ ନ ଥିଲି। କିନ୍ତୁ ମୁଁ ବର ହେବାକୁ ଚାହୁଁଥିଲି। ତେଣୁ ମୁଁ ନିଜକୁ ନିଜେ ବିବାହ କରିବାକୁ ସ୍ଥିର କଲି।
ଆତ୍ମ-ବିବାହ ହେଉଛି ବିନା ସର୍ତ୍ତରେ ନିଜ ପାଇଁ ପ୍ରେମ ସୃଷ୍ଟି କରିବାର ଏକ ପ୍ରତିବଦ୍ଧତା। ଲୋକମାନେ ଭଲ ପାଉଥିବା ବ୍ୟକ୍ତିଙ୍କୁ ବିବାହ କରନ୍ତି। ମୁଁ ନିଜକୁ ଭଲ ପାଏ। ତେଣୁ ମୁଁ ନିଜକୁ ବିବାହ କରିବାକୁ ନିଷ୍ପତ୍ତି ନେଇଛି। କେହି କେହି ଆତ୍ମ-ବିବାହକୁ ଅପ୍ରାସଙ୍ଗିକ ବୋଲି ଭାବି ପାରନ୍ତି। କିନ୍ତୁ ମୁଁ ଯାହା କରୁଛି ଏହା ମହିଳାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।
ଏହି ନିଷ୍ପତ୍ତି ଉପରେ ତାଙ୍କ ପରିବାରର ପ୍ରତିକ୍ରିୟା ବିଷୟରେ କ୍ଷମା କହିଛନ୍ତି, ବିବାହ ପରେ ଆଗକୁ ବଢିବା ପାଇଁ ତାଙ୍କ ମାତାପିତା ତାଙ୍କୁ ଆଶୀର୍ବାଦ ଦେଇଛନ୍ତି। ଗୋତ୍ରିର ଏକ ମନ୍ଦିରରେ ଆୟୋଜିତ ହେବାକୁ ଥିବା ବିବାହ ପାଇଁ କ୍ଷମା ପାଞ୍ଚଟି ଶପଥ ପ୍ରସ୍ତୁତ କରିଛନ୍ତି। କେବଳ ଏତିକି ନୁହେଁ, ବିବାହ ପରେ ସେ ଗୋଆକୁ ଦୁଇ ସପ୍ତାହ ପାଇଁ ହନିମୁନ୍‌ରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଝାରପଡ଼ା ଜେଲରେ ନିଶାର ଜାଲ! ଅତ୍ୟଧିକ ଡ୍ରଗ୍ସ ଖାଇ ୫ କଏଦୀ ଗୁରତର, ୩ ଆଇସିୟୁରେ

ଭୁବନେଶ୍ୱର, ୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀର ଝାରପଡ଼ା ସ୍ୱତନ୍ତ୍ର କାରାଗାର ପୁଣିଥରେ ନିଶା କାରବାରକୁ ନେଇ ଚର୍ଚ୍ଚାକୁ ଆସିଛି। ଜେଲ ଭିତରେ ଅତ୍ୟଧିକ ପରିମାଣର ଡ୍ରଗ୍ସ ସେବନ କରିଥିବା…

ରାଜଧାନୀରେ ଲଜ୍ଜା: ଏକ୍ସଟ୍ରା କ୍ଲାସ ବାହାନାରେ ଦଶମଶ୍ରେଣୀ ଛାତ୍ରୀଙ୍କୁ କୋଚିଂ ସେଣ୍ଟରରେ ବଳାତ୍କାର, ଶିକ୍ଷକଙ୍କୁ ବାନ୍ଧିଲା…

ଭୁବନେଶ୍ୱର,୨୩।୬(ତ୍ରିନାଥ ମହାନ୍ତି): ରାଜଧାନୀ ଭୁବନେଶ୍ୱରରେ ଜଣେ ନାବାଳିକା ଛାତ୍ରୀଙ୍କୁ ଟ୍ୟୁସନ୍ କେନ୍ଦ୍ରରେ ବଳାତ୍କାର କରାଯାଇଥିବା ଅଭିଯୋଗ ନେଇ ମହିଳା ଥାନାରେ ମାମଲା ରୁଜୁ ହୋଇଛି। ପୋଲିସ ଏହି…

ଟୋକନ ତାଲିକାରେ ଚଞ୍ଚକତା,ପଛ ଚାଷୀଙ୍କୁ ଆଗକୁ ଆଣି ଧାନ ବିକ୍ରି! ତାତିଲେ ଚାଷୀ, ଉପଜିଲାପାଳଙ୍କ…

ଭବାନୀପାଟଣା, ୨୩।୬(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଚିଚୈଗୁଡା ପ୍ୟାକ୍ସ ଅଧୀନ ନୂଆଗୁଡା ମଣ୍ଡିରେ ଧାନ କ୍ରୟକୁ ନେଇ ସାମ୍ନାକୁ ଆସିଛି ସଙ୍ଗିନ…

ବିଜୟଙ୍କ ସହ ବ୍ରେକଅପ୍ ଗୁଜବ ଉପରେ ତ୍ରିଶାଙ୍କ ବଡ଼ ଧମାକା! ସୋସିଆଲ ମିଡିଆରେ ଫଟୋ ସେୟାର କରି…

ମୁମ୍ୱାଇ: ଅଭିନେତ୍ରୀ ତ୍ରିଶା କୃଷ୍ଣନ, ବିଜୟଙ୍କ ସହ ତାଙ୍କର ବିଚ୍ଛେଦ ହେବା ନେଇ ଚାଲିଥିବା ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି। ତ୍ରିଶା ଏମିତି ଏକ ପୋଷ୍ଟ ସେୟାର…

ଲଡୁଗାଁ କେନାଲ ରାସ୍ତାରେ ଭୟାବହ ଦୁର୍ଘଟଣା: ଦୁଇ ବାଇକ୍‌ ମୁହାଁମୁହିଁ; ଜଣେ ମୃତ, ୩ ଗୁରୁତର

କୋକସରା, ୨୩।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ଲଡୁଗାଁ-ଉଛୁଲା କେନାଲ ରାସ୍ତାରେ ମଙ୍ଗଳବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁଇଟି…

ଇଥାନଲ ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ଘୋଷଣା; E20ରେ ମିଶୁଛି…

ନୂଆଦିଲ୍ଲୀ,୨୩।୬: ସୋସିଆଲ ମିଡିଆରେ ଇଥାନଲ ମିଶ୍ରିତ ପେଟ୍ରୋଲ ଅର୍ଥାତ E20 କୁ ନେଇ ଅନେକ ପ୍ରକାରର ଦାବି ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ବିବାଦକୁ…

ବାହା ହେବାକୁ ମନା କଲେ ଶାଶୁ, ବୋହୂ ଭାଇରାଲ କରିଦେଲେ ଶାଶୁଙ୍କ ଅଶ୍ଲୀଳ ଫଟୋ, ଶ୍ୱଶୁର କହିଲେ…

ମୁମ୍ଵାଇ ୨୩।୦୬: ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇ ପୋଲିସ ଜଣେ ମହିଳାଙ୍କ ବିରୋଧରେ ତାଙ୍କ ପୂର୍ବତନ ପ୍ରେମିକଙ୍କ ମାଆଙ୍କ…

ତାମିଲନାଡୁ ଗ୍ୟାସ୍‌ ଟ୍ରାଜେଡି: ଭୁବନେଶ୍ୱରରେ ପହଞ୍ଚିଲା ୫ ମୃତଦେହ, ପରିବାରକୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୩।୬: ତାମିଲନାଡୁରେ ଘଟିଥିବା ଦୁଃଖଦ ଗ୍ୟାସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ମଧ୍ୟରୁ ୫ ଜଣଙ୍କ ମୃତଦେହ ମଙ୍ଗଳବାର ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରକୁ ଅଣାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri