ଭାରତରେ ପ୍ରଥମ: ନିଜକୁ ବିବାହ କରିବାକୁ ଯାଉଛନ୍ତି ଏହି ଯୁବତୀ

ବରୋଦା,୨।୬: ଆଜିକାଲି ବିବାହ ଋତୁ ଚାଲିଛି। ଅନେକ ଯୋଡିଙ୍କୁ ବିବାହ ବନ୍ଧନରେ ଆବଦ୍ଧ ହେଉଥିବା ଦେଖାଯାଇଛି। କିନ୍ତୁ ଆସନ୍ତା ଜୁନ ୧୧ରେ ଗୁଜରାଟରେ ଏକ ନିଆରା ବିବାହ ଅନୁଷ୍ଠିତ ହେବାକୁ ଯାଉଛି। ଏପରି ବିବାହ ହୁଏତ ପୂର୍ବରୁ କେହି ଦେଖି ନ ଥିବେ। ଗୁଜରାଟର ବରୋଦାରେ ୨୪ ବର୍ଷୀୟା କ୍ଷମା ବିନ୍ଦୁ ନିଜେ ନିଜକୁ ବିବାହ କରିବାକୁ ଯାଉଛନ୍ତି। ଏହି ବିବାହରେ ହସ୍ତଗଣ୍ଠି ପଡିବ, ସାତ ଫେରା ହେବ ଏବଂ ପରେ ଗୋଆରେ ହନିମୁନ ମଧ୍ୟ ହେବ। ଏହି ବିବାହରେ କନ୍ୟା ଥିବେ କିନ୍ତୁ ବର ନ ଥିବେ। ଏହା ଭାରତର ପ୍ରଥମ ସୋଲୋଗାମୀ ଅର୍ଥାତ୍‌ ଏକକ ବିବାହ ହେବ ବୋଲି ଚର୍ଚ୍ଚା ହେଉଛି।
ଏକ ଘରୋଇ ସଂସ୍ଥାରେ କାମ କରୁଥିବା କ୍ଷମା କହିଛନ୍ତି, ମୁଁ ଭାରତରେ ଏପରି ବିବାହ ହୋଇଛି କି ନାହିଁ ସନ୍ଧାନ କରିବାକୁ ବହୁତ ଚେଷ୍ଟା କଲି, କିନ୍ତୁ କୌଣସି ସୂଚନା ପାଇଲି ନାହିଁ। ବୋଧହୁଏ ମୁଁ ପ୍ରଥମ । ମୁଁ କେବେ ବିବାହ କରିବାକୁ ଚାହୁଁ ନ ଥିଲି। କିନ୍ତୁ ମୁଁ ବର ହେବାକୁ ଚାହୁଁଥିଲି। ତେଣୁ ମୁଁ ନିଜକୁ ନିଜେ ବିବାହ କରିବାକୁ ସ୍ଥିର କଲି।
ଆତ୍ମ-ବିବାହ ହେଉଛି ବିନା ସର୍ତ୍ତରେ ନିଜ ପାଇଁ ପ୍ରେମ ସୃଷ୍ଟି କରିବାର ଏକ ପ୍ରତିବଦ୍ଧତା। ଲୋକମାନେ ଭଲ ପାଉଥିବା ବ୍ୟକ୍ତିଙ୍କୁ ବିବାହ କରନ୍ତି। ମୁଁ ନିଜକୁ ଭଲ ପାଏ। ତେଣୁ ମୁଁ ନିଜକୁ ବିବାହ କରିବାକୁ ନିଷ୍ପତ୍ତି ନେଇଛି। କେହି କେହି ଆତ୍ମ-ବିବାହକୁ ଅପ୍ରାସଙ୍ଗିକ ବୋଲି ଭାବି ପାରନ୍ତି। କିନ୍ତୁ ମୁଁ ଯାହା କରୁଛି ଏହା ମହିଳାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ।
ଏହି ନିଷ୍ପତ୍ତି ଉପରେ ତାଙ୍କ ପରିବାରର ପ୍ରତିକ୍ରିୟା ବିଷୟରେ କ୍ଷମା କହିଛନ୍ତି, ବିବାହ ପରେ ଆଗକୁ ବଢିବା ପାଇଁ ତାଙ୍କ ମାତାପିତା ତାଙ୍କୁ ଆଶୀର୍ବାଦ ଦେଇଛନ୍ତି। ଗୋତ୍ରିର ଏକ ମନ୍ଦିରରେ ଆୟୋଜିତ ହେବାକୁ ଥିବା ବିବାହ ପାଇଁ କ୍ଷମା ପାଞ୍ଚଟି ଶପଥ ପ୍ରସ୍ତୁତ କରିଛନ୍ତି। କେବଳ ଏତିକି ନୁହେଁ, ବିବାହ ପରେ ସେ ଗୋଆକୁ ଦୁଇ ସପ୍ତାହ ପାଇଁ ହନିମୁନ୍‌ରେ ଯିବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା କଂଗ୍ରେସ

ଚଣ୍ଡିଗଡ଼,୨୫।୪: ହରିୟାଣାର ୮ଟି ଲୋକ ସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଘୋଷଣା କରିଛି। କୁମାରୀ ଶୈଳଜାଙ୍କୁ ସିରସା, ରୋହତକରୁ ଦିପେନ୍ଦ୍ର ସିଂ ହୁଡା, ଅମ୍ବାଲାରୁ...

କେଜରିଓ୍ବାଲ ଜେଲରୁ ନ ଆସିବା ପର୍ଯ୍ୟନ୍ତ ହେବ ନାହିଁ ମେୟର ନିର୍ବାଚନ? ଏଲଜି ଦେଲେ ଏହି ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୫।୪: ଅନୁମାନ କରାଯାଉଛି ଯେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଜେଲରୁ ବାହାରିବା ପର୍ଯ୍ୟନ୍ତ ଏମସିଡି ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ହୋଇ...

ସ୍ଥଗିତ ରହିଲା ଏମସିଡି ମେୟର, ଡେପୁଟି ମେୟର ନିର୍ବାଚନ

ନୂଆଦିଲ୍ଲୀ,୨୫।୪: ଏପ୍ରିଲ ୨୬ରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ମ୍ୟୁନିସିପାଲିଟି କର୍ପୋରେସନ ମେୟର ଏବଂ ଡେପୁଟି ମେୟରଙ୍କ ପାଇଁ ନିର୍ବାଚନ ସ୍ଥଗିତ ରଖାଯାଇଛି। ଏହାର କାରଣ...

ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପ୍ରସ୍ତୁତି ଶେଷ: ରାହୁଲ, ଓମ୍‌ ବିର୍ଲା, ହେମା ମାଳିନୀଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୨୫ା୪: ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ଲୋକ ସଭା ନିର୍ବାଚନ। ୧୩ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୮୮ ଆସନରେ ମତଦାନ ହେବ। ଏହି ପର୍ଯ୍ୟାୟରେ କଂଗ୍ରେସ...

ଅଣ୍ଡା, ଚିକେନ ଖାଉଥିବା ଲୋକେ ହୁଅନ୍ତୁ ସାବଧାନ

ନୂଆଦିଲ୍ଲୀ,୨୫।୪: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରେ ବାର୍ଡଫ୍ଲୁ ରୋଗ ସଂକ୍ରମଣ ହୋଇଥିବା ଜଣାପଡିଛି। ସେଠାରେ ଅନେକ ନମୁନା ପରୀକ୍ଷା କରାଯାଇଥିଲା ଯେଉଁଥିରେ ଏଭିୟନ ଇନଫ୍ଲୁଏନଞ୍ଜା H5N1 ଚିହ୍ନଟ...

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ସ୍ତ୍ରୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri