୨.୫ ଲକ୍ଷ ଟୁଇଟର ଅକାଉଣ୍ଟ ବନ୍ଦ କରିବାକୁ ଆମେରିକା ସରକାରି କହିଥିଲେ: ଏଲନ ମସ୍କ…

ଓ୍ବାଶିଂଟନ,୪।୧ : ଏଲନ ମସ୍କ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ ପ୍ରାୟ ୨.୫ ଲକ୍ଷ ଟୁଇଟର ଆକାଉଣ୍ଟ ବନ୍ଦ କରିବାକୁ ଆମେରିକା ସରକାର ଦାବି କରିଥିଲେ। ଏହି ଆକାଉଣ୍ଟ ଗଣମାଧ୍ୟମ ପ୍ରତିନିଧି ଏବଂ କାନାଡିଆନ ଅଧିକାରୀଙ୍କର ଥିଲା। ଗଣମାଧ୍ୟମ ପ୍ରତିନିଧି ମ୍ୟାଟ ଟାବିଙ୍କ ଦ୍ୱାରା ସାର୍ବଜନୀନ ହୋଇଥିବା ଟୱିଟର ଫାଇଲରେ ମସ୍କ ଏହା ପ୍ରକାଶ କରିଛନ୍ତି।

ରିପୋର୍ଟ ଅନୁଯାୟୀ, ଟୁଇଟରରେ ରୁଷିଆର ହସ୍ତକ୍ଷେପ ହ୍ରାସ କରିବା ଏବଂ ଆମେରିକା କଂଗ୍ରେସ ସହ ଘନିଷ୍ଠ ଭାବରେ କାର୍ଯ୍ୟ କରିବା ପାଇଁ ଟୁଇଟରରେ ଆମେରିକା ସରକାରଙ୍କ ଚାପ ବଢୁଥିବା ମ୍ୟାଟି ପ୍ରକାଶ କରିଛନ୍ତି। କେତେକ ଅକାଉଣ୍ଟ କରୋନା ମହାମାରୀର ଉତ୍ପତ୍ତି ଉପରେ ପ୍ରଶ୍ନ କରିଥିବାବେଳେ ଆକାଉଣ୍ଟଗୁଡ଼ିକ ଦୁଇ କିମ୍ବା ଅଧିକ ଚାଇନାର କୂଟନୀତିଜ୍ଞଙ୍କୁ ଫଲୋ କରୁଥିଲେ।

ଆମେରିକାର ବୈଦେଶିକ ବିଭାଗର ଗୁପ୍ତଚର ସଂସ୍ଥା ଗ୍ଲୋବାଲ ଏଗେଜମେଣ୍ଟ ସେଣ୍ଟର ସନ୍ଦେହଜନକ ଆକାଉଣ୍ଟ ତାଲିକା ଗଣମାଧ୍ୟମକୁ ସୂଚିତ କରିଥିଲା। ସୋସିଆଲ ମିଡିଆ କମ୍ପାନୀର କର୍ମଚାରୀଙ୍କ ଚାପ ପରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଡି-ପ୍ଲାଟଫର୍ମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି କ’ଣ ଘଟିଲା ୮ ମାସରେ ୩୦ ବର୍ଷ ପୁରୁଣା ଗଡ଼ ହରାଇଲା ଭାଜପା: ପିକେ ସାଜିଲେ ଗେମଚେଞ୍ଜର

ପାଟନା,୩।୮: ଶେଷରେ ପିକେ ଓରଫ ପ୍ରଶାନ୍ତ କିଶୋର ସଫଳ ହୋଇଛନ୍ତି। ବିହାରର ବାଙ୍କିପୁର ବିଧାନସଭା ଆସନ ପାଇଁ ଉପନିର୍ବାଚନ ଜିତି ପ୍ରଶାନ୍ତ କିଶୋର ପ୍ରମାଣ କରିଛନ୍ତି ଯେ…

ଭତ୍ତା ପାଇଁ ହଟହଟା: ଜିଲାପାଳଙ୍କୁ ଫେରାଦ ହେଲେ ବୃଦ୍ଧାବୃଦ୍ଧ

ବରଗଡ଼,୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବିଭିନ୍ନ ଅଞ୍ଚଳର ବୃଦ୍ଧାବୃଦ୍ଧ ଦୀର୍ଘ ମାସ ହେଲା ବାର୍ଦ୍ଧକ୍ୟ ଭତ୍ତାରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କକୁ ଗଲେ କେତେବେଳେ…

ନୂଆ ଅବତାରରେ ଧୋନୀ: ଭାଇରାଲ ହେଉଛି VIDEO

ରାଞ୍ଚି,୩।୮: ପୁଣି ଚର୍ଚ୍ଚାରେ ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତାଙ୍କୁ ଏକ ନୂଆ ଅବତାରରେ ଦେଖାଯାଇଛି। ଧୋନୀ ଏକ ରେସଟ୍ରାକରେ ବାଇକ…

୧୦ ଦିନରେ ୩ ସ୍ଥାନରେ ବଡ଼ଧରଣର ଲୁଟ୍‌କୁ ନେଇ ଖେଳିଗଲା ଆତଙ୍କ: ସିସିଟିଭି ଲଗାଇବାକୁ ପରାମର୍ଶ ଦେଲେ ଏସଡିପିଓ

ଦାରିଙ୍ଗବାଡି, ୩ ।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଗତ କିଛି ଦିନ ହେଲା ଲୁଟେରା ମାତିଛନ୍ତି । ୧୦ ଦିନ ମଧ୍ୟରେ ୩ଟି…

ଭାଜପା ହାରିବାର ୫ ବଡ଼ କାରଣ, ଜାଣନ୍ତୁ…

ପାଟନା,୩।୮: ପାଟନାର ବାଙ୍କିପୁର ବିଧାନସଭା ଆସନରେ ଅନୁଷ୍ଠିତ ଉପନିର୍ବାଚନର ଫଳାଫଳ ଆସିସାରିଛି ଏବଂ ଏଠାରେ ୩୦ ବର୍ଷର ରେକର୍ଡ ଭାଙ୍ଗିଯାଇଛି। ଜନ ସୁରାଜ ପାର୍ଟିର ସଂସ୍ଥାପକ ତଥା…

ପିକେଙ୍କ ବିଜୟଠୁ ଭାଜପାର ପରାଜୟ କାହିଁକି ଚର୍ଚ୍ଚାରେ? ବାଙ୍କୀପୁର ଫଳାଫଳର ପ୍ରଭାବ ପଡ଼ିବ ଦିଲ୍ଲୀ ଗାଦି ଉପରେ!

ପାଟନା,୩।୮: ବାଙ୍କୀପୁରରେ ପ୍ରଶାନ୍ତ କିଶୋରଙ୍କ ବିଜୟ ରାଜନୀତିରେ ଏକ ନୂଆ କୌତୂହଳ ସୃଷ୍ଟି କରିଛି। ଆଜି ସକାଳ ପର୍ଯ୍ୟନ୍ତ ଯେଉଁ ବାଙ୍କୀପୁର ବିଧାନସଭା ଆସନକୁ ଭାଜପାର ଦୁର୍ଗ…

ପ୍ରଶାନ୍ତ କିଶୋରଙ୍କୁ ଜିତାଇଦେଲେ Gen-Z? ହେଲା ବଡ଼ ଖୁଲାସା…

ପାଟନା,୩।୮: ପାଟନାର ହାଇ-ପ୍ରୋଫାଇଲ୍ ବାଙ୍କୀପୁର ବିଧାନସଭା ଆସନରେ ଜନ ସୁରାଜ ପାର୍ଟିର ସଂସ୍ଥାପକ ପ୍ରଶାନ୍ତ କିଶୋର ୧୯,୩୨୪ ଭୋଟ୍‌ରେ ବିଜୟ ହାସଲ କରିଛନ୍ତି। ୩୨ ରାଉଣ୍ଡ ଗଣତିରେ…

ରାଗିକି ଇସ୍ତଫା ଦେଲେ ୨ ବିଧାୟକ

ବେଙ୍ଗାଲୁରୁ,୩।୮: କର୍ନାଟକରେ କଂଗ୍ରେସ ସରକାରଙ୍କ କ୍ୟାବିନେଟ ବିସ୍ତାରକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଥିବାବେଳେ ନୂତନ ଭାବରେ ପ୍ରକାଶିତ ମନ୍ତ୍ରୀ ତାଲିକା ସେହି ବିଧାୟକମାନଙ୍କୁ ନିରାଶ କରିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri