Advertisement
Posted inଖେଳ

ରାଜ୍ୟସ୍ତରକୁ ୧୦ ଖେଳାଳିଙ୍କୁ ଯୋଗ୍ୟତା

ଭୁବନେଶ୍ୱର, ୪।୧(କ୍ରୀଡ଼ା ପ୍ରତିନିଧି): ଭୁବନେଶ୍ୱର ସ୍କୁଲ୍ସ ସ୍ପୋଟର୍‌ସ ଆସୋସିଏଶନ ଆନୁକୂଲ୍ୟରେ ଆନ୍ତଃସ୍କୁଲ ଚେସ୍‌ ଚାମ୍ପିୟନଶିପ୍‌ ୟୁନିଟ-୮ ସରକାରୀ ବାଳକ ହାଇସ୍କୁଲ ପରିସରରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ବାଳିକା ବିଭାଗରେ ୪ ଓ ବାଳକରେ ୫ ରାଉଣ୍ଡ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ପ୍ରଦର୍ଶନ ଭିତ୍ତିରେ ବାଳିକା ବର୍ଗରୁ ୟଶିତା ରାଉତ (୪ ପଏଣ୍ଟ), ଅଞ୍ଜଳି ମିଶ୍ର, ନମସ୍ୟ ନଳିନୀ (ଉଭୟେ ୩ ପଏଣ୍ଟ), ଚନ୍ଦ୍ରକା ନାଏକ ଓ ପ୍ରତୀକ୍ଷା ଦାସ (ଉଭୟେ ୨) ଏବଂ ବାଳକ ବର୍ଗରେ ଓମ୍‌ ଆଦିତ୍ୟ ଖାଡ଼ଙ୍ଗା (୫), ଆରିନ ଅନ୍ବେଷ ସ୍ବାଇଁ, ଦେବେନ୍ଦ୍ର ସବର, ଦୀପେଶ ଦତ୍ତ (ସମସ୍ତେ ୪ ପଏଣ୍ଟ) ଓ ଅର୍ନବ ମହାନ୍ତି (୩) ଭୁବନେଶ୍ୱର କ୍ରୀଡ଼ା ଜିଲାରୁ ଭଦ୍ରକରେ ଚଳିତ ମାସରେ ହେବାକୁଥିବା ରାଜ୍ୟ ମିଟ୍‌ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପ୍ରତିଯୋଗିତାର ଉଦ୍‌ଘାଟନ ଅବସରରେ ବିଧାୟକ ଅନନ୍ତ ନାରାୟଣ ଜେନା, କର୍ପୋରେଟର ସୁଚିତ୍ରା ପାତ୍ର, ସିଭି ରମଣ ଇଞ୍ଜିନିୟରିଂ କଲେଜର ନିର୍ଦ୍ଦେଶକ ସଞ୍ଜୀବ ରାଉତ, ଅନ୍ତର୍ଜାତୀୟ ମାଷ୍ଟର ସ୍ବୟଂଶୁ ସତ୍ୟପ୍ରଜ୍ଞ, ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀ, କ୍ୟାପିଟାଲ ହାଇସ୍କୁଲ ପ୍ରଧାନ ଶିକ୍ଷକ ଜୀତେନ୍ଦ୍ର ନାୟକ, ୟୁନିଟ-୮ ବାଳକ ହାଇସ୍କୁଲ ପ୍ରଧାନ ଶିକ୍ଷକ ଅଭିରାମ ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଛୁରି ଦେଖାଇ ପ୍ରିମିୟର ଲିଗ୍‌ ଖେଳାଳିଙ୍କ ଘର ଲୁଟିଲେ ଦୁର୍ବୃତ୍ତ

ଲାହୋର,୧୬।୩- ଟୋଟେନହାମ ହଟସ୍‌ପର ଡିଫେଣ୍ଡର ଜାନ ଭର୍ଟଘେନଙ୍କ ପରିବାରକୁ କିଛି ଦୁର୍ବୃତ୍ତ ଛୁରି ଦେଖାଇ ଲୁଟିଛନ୍ତି। ୪ ଜଣ ଦୁର୍ବୃତ୍ତ ମାସ୍କ ପିନ୍ଧି ଭର୍ଟଘେନଙ୍କ ଘରେ...

ମନଦୀପ ସିଂଙ୍କ ୧୫୦ତମ ମ୍ୟାଚ

ଆଣ୍ଟ୍ବେର୍ପ(ବେଲଜିୟମ), ୨।୧୦-ମଙ୍ଗଳବାର ବେଲଜିୟମ ବିପକ୍ଷରେ କ୍ୟାରିୟରର ୧୫୦ତମ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିଲେ ମନଦୀପ ସିଂ। ମ୍ୟାଚ ପୂର୍ବରୁ କୋଚ୍‌ ଗ୍ରାହାମ ରିଡ୍‌ ତାଙ୍କୁ ୧୫୦ ନମ୍ବର...

ଓଡ଼ିଆ ଝିଅ ଚେଲ୍‌ସିଙ୍କୁ ପ୍ରଶଂସା କଲେ ସଚିନ ତେନ୍ଦୁଲକର, ସୋନା ମହାପାତ୍ର କହିଲେ ଏମିତି କଥା

ସୋନି ଟିଭି ପକ୍ଷରୁ ପ୍ରସାରିତ ଇଣ୍ଡିଆନ ଆଇଡଲ-୧୧ରେ ନଜର ଆସିଛନ୍ତି ପୁଣି ଜଣେ ଓଡିଆ ଝିଅ। ସେ ହେଉଛନ୍ତି ଚେଲ୍‌ସି ବେଉରା। ଇଶକ୍‌ଜାଦେ ଫିଲ୍ମର ‘ମେଁ...

କୋହଲିଙ୍କ ‘ବିରାଟ’ ବିଶ୍ୱରେକର୍ଡ

ଆଡିଲେଡ,୧୦।୧୧: ଆଡିଲେଡରେ ଇଂଲଣ୍ଡ ଏବଂ ଭାରତ ମଧ୍ୟରେ ଟି-୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ଖେଳାଯାଉଛି। ଏଥି ସହ ଭାରତର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏହି...

ଆଉ ୯ ଦିନ ବାରବାଟୀ ମ୍ୟାଚ: ପିଚ୍‌ ପ୍ରସ୍ତୁତ, ଆଉଟ୍‌ଫିଲ୍ଡ କାମ ଆରମ୍ଭ

କଟକ ଅଫିସ,୧୩ା୧୨-ଭାରତ-ୱେଷ୍ଟଇଣ୍ଡିଜ ଏକଦିବସୀୟ ଅନ୍ତର୍ଜାତୀୟ କ୍ରିକେଟ ମ୍ୟାଚ୍‌ ନିମନ୍ତେ ବାରବାଟୀ ଷ୍ଟାଡିୟମରେ ପ୍ରସ୍ତୁତି ଜୋରଦାର ଚାଲିଛି। ଷ୍ଟାଡିୟମକୁ ରଙ୍ଗୀନ କରାଯିବା ସହ ଗ୍ୟାଲେରିର ସିଟ୍‌ ନମ୍ବର...

ପ୍ରଥମ ଦିନିକିଆରେ କିଏ କରିବ ଓପନିଂ? ଅଧିନାୟକ କେ.ଏଲ୍‌. ରାହୁଲ କହିଲେ…

ପାର୍ଲ,୧୮।୧: ଦକ୍ଷିଣ ଆଫ୍ରିକା ବିପକ୍ଷରେ ବୁଧବାର ଖେଳାଯିବାକୁ ଥିବା ପ୍ରଥମ ଦିନିକିଆରେ ଶିଖର ଧାଓ୍ବନଙ୍କ ସହ ଓପନିଂ କରିବେ ଭାରତୀୟ ଅଧିନାୟକ କେ.ଏଲ୍‌. ରାହୁଲ। ଏହାଛଡ଼ା...

ନ୍ମଦିନ ପାର୍ଟିରେ ପଡ଼ି ମ୍ୟାକ୍ସଓ୍ବେଲ ଆହତ

ମେଲ୍‌ବୋର୍ନ,୧୩ା୧୧: ଅଲ୍‌ରାଉଣ୍ଡର ଗ୍ଲେନ୍‌ ମ୍ୟାକ୍ସଓ୍ବେଲଙ୍କ ଗୋଡ଼ରେ ଗଭୀର ଆଘାତ ଲାଗିଛି। ଏକ ଜନ୍ମଦିନ ପାର୍ଟିରେ ପଡ଼ିଯିବାରୁ ଗୋଡ଼ରେ ଆଘାତ ଲାଗିଥିବା ଜଣାପଡ଼ିଛି। ଏଥିରେ ଗୋଡ଼ ଫ୍ରାକ୍‌ଚର...

ପ୍ରସ୍ତୁତ ଟୋକିଓ ଅଲିମ୍ପିକ୍‌ ମୁଖ୍ୟ ଷ୍ଟାଡିୟମ

ଟୋକିଓ,୦୧।୧୧(ଏଏଫ୍‌ପି)- ୨୦୨୦ ଅଲିମ୍ପିକ୍‌ର ମୁଖ୍ୟ ଷ୍ଟାଡିୟମ ଶନିବାର ଅଫିସିଆଲ ଭାବେ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯାଇଛି। ୧.୪ ବିଲିଅନ ଡଲାରର ଖର୍ଚ୍ଚରେ ତିଆରି ଏହି ଷ୍ଟାଡିୟମ ଗ୍ରୀଷ୍ଣ...

Advertisement
Archives

Model This Week