ପୁଣି ହେବାକୁ ଚାହୁଁଛି ଫାଷ୍ଟ ଲେଡି: ମେଲାନିଆ

ଓ୍ବାଶିଂଟନ,୧୧।୫: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ବ୍ୟକ୍ତିଗତ ଭାବେ ଏବେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତାଙ୍କ ବିରୋଧରେ ପ୍ରାୟ ୩୪ଟି ମାମଲା ଚାଲିଛି। ଏହାରି ଭିତରେ ଡୋନାଲ୍ଡ ଟ୍ରମ୍ଫଙ୍କୁ ନେଇ ଏକ ଭଲ ଖବର ଆସିଛି। ଏକ ରିପୋର୍ଟ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ଫଙ୍କ ତୃତୀୟ ପତ୍ନୀ ମେଲାନିଆ ଟ୍ରମ୍ଫ ପୂର୍ବାପେକ୍ଷା ଟ୍ରମ୍ଫଙ୍କର ଆହୁରି ନିକଟତର ହୋଇଛନ୍ତି। ଏକ ରିପୋର୍ଟରେ ଦାବି କରାଯାଇଛି କି ଆମେରିକାର ପୂର୍ବତନ ରାଷ୍ଟ୍ରପତି ଏବେ କେତେ ଗୁଡିଏ ଆଇନଗତ ସମସ୍ୟା ମଧ୍ୟରେ ତାଙ୍କ ରାଷ୍ଟ୍ରପତି ଅଭିଯାନର ଆରମ୍ଭ କରିବାକୁ ଯାଉଛନ୍ତି, ଆଉ ଏହାପରେ ମେଲାନିଆ ଏବେ ଏହି ଅଭିଯାନ ସହ ସମ୍ପୂର୍ଣ୍ଣ ଭାବେ ଯୋଡି ହୋଇ ଯାଇଛନ୍ତି।

ରିପୋର୍ଟ ଅନୁଯାୟୀ, ଝିଅ ଇଭାଙ୍କା ଟ୍ରମ୍ଫ ଚର୍ଚ୍ଚାକୁ ଆସିବା ପରେ ମେଲାନିଆ ଟ୍ରମ୍ଫ ପୁଣିଥରେ ଫାଷ୍ଟ ଲେଡି ଭାବେ କାମ କରିବାକୁ ଚାହୁଁଛନ୍ତି। ଏକ ସୂଚନା ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ଫ ବି ମେଲାନିଆଙ୍କ ସହ ଖୁବ ଖୁସିଥିବା ନଜର ଆସିଛନ୍ତି। ଏମିତି ଲାଗୁଛି ଯେମିତି ପୂର୍ବାପେକ୍ଷା ଟ୍ରମ୍ପ ମେଲାନିଆଙ୍କ ସହ ଅଧିକ ଭଲ ଅନୁଭବ କରୁଛନ୍ତି।
ପେଜ ସିକ୍ସର ରିପୋର୍ଟ ଅନୁଯାୟୀ, ଅନୁମାନ କରାଯାଉଛି କି ପୂର୍ବଥର ପରି ଏଥର ବି ମେଲାନିଆ ଟ୍ରମ୍ଫ ରାଷ୍ଟ୍ରପତି ନିର୍ବାଚନ ଅଭିଯାନରେ ଡୋନାଲ୍ଡ ଟ୍ରମ୍ଫଙ୍କ ସହ ନଜର ଆସିପାରନ୍ତି। ଚଳିତ ସପ୍ତାହ ଆରମ୍ଭରେ ମେଲାନିଆ ଟ୍ରମ୍ଫ ଫକ୍ସ ନ୍ୟୁଜକୁ କହିଥିଲେ କି ଯଦି ସେ ଦ୍ୱିତୀୟଥର ଲାଗି ଫେରିବେ ତେବେ ପିଲାଙ୍କ ଶିଖିବା, ବଢିବା ଓ ଖେଳିବା ପାଇଁ ଏକ ସୁରକ୍ଷିତ ସ୍ଥାନ ନିର୍ମାଣ କରିବା ଉପରେ ଧ୍ୟାନ ଦେବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?