ଆମେରିକାକୁ ଘାରିଛି ଚାଇନାର ଆମ୍ଫିବିୟସ୍‌ ବିମାନ ଚିନ୍ତା…

ଓ୍ବାଶିଂଟନ, ୧୩।୨ : ଆମ୍ଫିବିଆସ ବିମାନ ନିର୍ମାଣ କରିଛି ଚାଇନା। ଏହାକୁ ନେଇ ଆମେରିକାର ଚିନ୍ତା ବଢ଼ିବାରେ ଲାଗିଛି। ଚାଇନାରୁ ଏକ ଭିଡିଓ ରିଲିଜ ହୋଇଛି ଯେଉଁଥିରେ ବିମାନର ସମସ୍ତ ଚାରୋଟି ଇଞ୍ଜିନ ଏକାସାଙ୍ଗରେ ପରୀକ୍ଷଣ କରାଯାଉଥିବାର ଦେଖାଯାଇଛି। ସମ୍ପ୍ରତି, ଜାପାନର ଶିନାମାଓ୍ବା ୟୁଏସ୍‌-୨ ହେଉଛି ବିଶ୍ୱର ସବୁଠାରୁ ବଡ ଆମ୍ଫିବିୟସ ବିମାନ। ଅତ୍ୟାଧୁନିକ ସେବା ଯୋଗାଇଦେବା କ୍ଷେତ୍ରରେ ଚାଇନାର ନୂତନ ଏଜି-୬୦୦ ଆମ୍ଫିବିୟସ ବିମାନ ଆଗରେ ରହିଛି।

ଚାଇନା ଏଜି-୬୦୦ର ଲ୍ୟାଣ୍ଡିଂକୁ ସଫଳତାର ସହ ପରୀକ୍ଷଣ କରି ବିମାନକୁ ସ୍ଥଳଭାଗରେ ଏବଂ ଜଳଭାଗରେ କିଭଳି କାର୍ଯ୍ୟକ୍ଷମ ହେଉଛି ତାହାର ଟ୍ରେଲର ଚାଇନା ଦେଖାଇଛି। ଏଜି-୬୦୦ ଆମ୍ଫିବିୟସ ବିମାନରେ ଚାରୋଟି ଇଞ୍ଜିନ ଅଛି। ଚାରିଟି ଡବ୍ଲୁୂ୍ୟଜେ-୬ ଟର୍ବୋପ୍ରୋପ ଇଞ୍ଜିନ ଏକାସାଙ୍ଗରେ ଚଲାଇ ଚାଇନା ପାଣି ଲହର ଉପରେ ନିଜର ଶକ୍ତି ପ୍ରଦର୍ଶନ କରିଛି । ଏଜି-୬୦୦ ଆମ୍ଫିବିୟସ ବିମାନର ନାମ କୁନଲୋଙ୍ଗ ରଖାଯାଇଛି। ଏହି ବିମାନର ଆସେମ୍ବିଲିଂ କାର୍ଯ୍ୟ ୨୬ ଡିସେମ୍ବର ୨୦୨୧ ରୁ ଆରମ୍ଭ ହୋଇଥିଲା। ପରୀକ୍ଷଣ ସମୟରେ ଏଜି-୬୦୦ ବିମାନ ୧୦୦ ଘଣ୍ଟା ଉଡ଼ାଣ ସମାପ୍ତ କରିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଏଜି-୬୦୦ ଆମ୍ଫିବିୟସ ବିମାନ ହ୍ରଦର ତଥା ସମୁଦ୍ରରେ ମଧ୍ୟ କାର୍ଯ୍ୟ କରିପାରିବ। ଏହାର ୫୩.୫ ଟନ ଓଜନ ବୋହି ନେବାକୁ ସକ୍ଷମ। ଏହା ଥରକରେ ସର୍ବାଧିକ ୪୫୦୦ କିଲୋମିଟର ଦୂରତା ଉଡିପାରିବ ।

ଆମ୍ଫିବିୟସ ବିମାନ ସାହାଯ୍ୟରେ ଚାଇନା ନିଜର ଯୁଦ୍ଧ ଜାହାଜ, ବେସାମରିକ ଜାହାଜ ଏବଂ ସମୁଦ୍ରରେ ଥିବା ତୈଳ ଟ୍ୟାଙ୍କରରେ ସାମଗ୍ରୀ ପହଞ୍ଚାଇବାକୁ ସକ୍ଷମ ହେବ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଏହାର ସାହାଯ୍ୟରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ମଧ୍ୟ କରାଯାଇପାରିବ। ବିମାନଟି ଏକାଦିକ୍ରମେ ୧୨ ଘଣ୍ଟା ନିରନ୍ତର ଉଡିପାରିବ। ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୫୦୦ କିଲୋମିଟର ରହିଛି। ଏହାକୁ ନେଇ ଆମେରିକାର ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଠି ଡାକ୍ତରଙ୍କ ଅବସାଦ ଦୂର କରୁଛି କୁକୁର

ଓ୍ବାଶିଂଟନ,୩୧।୩: କରୋନା ଭାଇରସ ଏବେ ଇଟାଲୀ ଓ ଆମେରିକାରେ ତା’ର କାୟା ବିସ୍ତାର କରିବାରେ ଲାଗିିଛି। ଦିନକୁ ଏଠାରେ ଶହ ଶହ ଲୋକ କରୋନାରେ ସଂକ୍ରମିତ...

ଜାତୀୟ ପରିଚୟ ସଙ୍କଟରେ ପଡ଼ିଛି ଆମେରିକା, ଶିକ୍ଷା ବିଭାଗ ହେଉ ରଦ୍ଦ: ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ରାମସ୍ବାମୀ…

ଓ୍ବାଶିଂଟନ,୫।୩ : ଆମେରିକାର ରିପବ୍ଲିକାନ ପାର୍ଟିରୁ ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ଉଦ୍ୟମ କରୁଥିବା ମୂଳ ଭାରତୀୟ ବିବେକ ରାମସ୍ବାମୀ କହିଛନ୍ତି ଯେ ଆମେରିକା ଜାତୀୟ...

କରୋନା ସଂକ୍ରମଣ ରୋକିପାରେ ନିକୋଟିନ

ପ୍ୟାରିସ,୨୫ା୪: ଫ୍ରାନ୍ସରେ ହୋଇଥିବା ଏକ ସଦତ୍ୟମ ଅନୁସନ୍ଧାନ ଅନୁଯାୟୀ, ନିକୋଟିନ ଲୋକଙ୍କୁ କରୋନା ଭାଇରସ୍‌ରୁ ରକ୍ଷା କରିପାରିବ। ହେଲେ ମହାମାରୀ କରୋନାକୁ ରୋକିବା କିମ୍ବା ଚିକିତ୍ସା...

୧୦ ମିନିଟ୍‌ରେ ସରିଲା ଡାକ୍ତରଙ୍କ ବିବାହ, କାରଣ ଜାଣିଲେ କରିବେ ପ୍ରଶଂସା

ବେଜିଂ,୬।୧: ଚାଇନାରେ ସୃଷ୍ଟି ହୋଇଥିବା ପ୍ରାଣଘାତୀ କରୋନା ଭାଇରସ ବିଶ୍ୱର ୩୦ରୁ ଅଧିକ ରାଷ୍ଟ୍ରକୁ ବ୍ୟାପିଗଲାଣି। ଏହି ଭାଇରସ ଯୋଗୁ ଚାଇନାରେ ମୃତ୍ୟୁସଂଖ୍ୟା ୫୫୦ ଟପି...

ଟୁଇଟର୍‌ରେ ଏଭଳି ପ୍ରଶ୍ନ ପଚାରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କଲେ ବିଶ୍ୱର ସର୍ବଶ୍ରେଷ୍ଠ ଧନୀ

ଓ୍ବାଶିଂଟନ,୭।୧୧: ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଆମେରିକୀୟ ଇଲେକ୍ଟ୍ରିକ କାର୍‌ କମ୍ପାନୀ ଟେସ୍‌ଲାର ସିଇଓ ଏଲନ ମସ୍କ ଟୁଇଟର୍‌ରେ ଏକ ପ୍ରଶ୍ନ ପଚାରି ସମସ୍ତଙ୍କୁ...

୮୦୦କି.ମି. ପଛେଇ ଚାଲିଲେ ଇଣ୍ଡୋନେସୀୟ ବ୍ୟକ୍ତି

ଜାକର୍ତ୍ତା: ପୂର୍ବ ଜାଭାର ଜଣେ ବ୍ୟକ୍ତି ଅବିଚାରିତ ଗଛକଟା ବିରୋଧରେ ସଚେତନତା ସୃଷ୍ଟିଲାଗି ପଛେଇ ପଛେଇ ଚାଲି ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି। ସେ...

କ୍ରିସ୍‌ମାସ ଦ୍ୱୀପରେ ୫ କୋଟିରୁ ଅଧିକ ନରଭକ୍ଷୀ କଙ୍କଡ଼ା…

ମେଲବୋର୍ନ,୧୭।୧୧: ଅଷ୍ଟ୍ରେଲିଆର କ୍ରିସ୍‌ମାସ ଦ୍ୱୀପରେ ୫ କୋଟିରୁ ଅଧିକ ଲାଲ୍‌ ରଙ୍ଗର ନରଭକ୍ଷୀ କଙ୍କଡ଼ା ଜମା ହୋଇଛନ୍ତି। କଙ୍କଡ଼ା ବ୍ରିଜ ପାର୍‌ ହୋଇ ରାସ୍ତାକ ପଳାଇ...

୩୯ଟି ଦେଶରେ ୧୬୦୦ମଙ୍କିପକ୍ସ ମାମଲା: ଘୋଷଣା କରାଯାଇପାରେ ସ୍ବାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି, ଜରୁରୀ ବୈଠକ ଡକାଇଲା ‘ହୁ’

ଜେନେଭା,୧୫।୬: କରୋନା ପରେ ଏବେ ସାରା ବିଶ୍ୱରେ ଚିନ୍ତା ବଢ଼ାଉଛି ମଙ୍କିପକ୍ସ। ସାରା ବିଶ୍ୱରେ ମଙ୍କିପକ୍ସର ବୃଦ୍ଧି ଓ ବିସ୍ତାରକୁ ନେଇ ବିଶ୍ୱ ସୱାସ୍ଥ୍ୟ ସଂଗଠନ(ଡବ୍ଲୁଏଚ୍‌ଓ)...

Advertisement
Archives

Model This Week