ଆମେରିକାକୁ ଘାରିଛି ଚାଇନାର ଆମ୍ଫିବିୟସ୍‌ ବିମାନ ଚିନ୍ତା…

ଓ୍ବାଶିଂଟନ, ୧୩।୨ : ଆମ୍ଫିବିଆସ ବିମାନ ନିର୍ମାଣ କରିଛି ଚାଇନା। ଏହାକୁ ନେଇ ଆମେରିକାର ଚିନ୍ତା ବଢ଼ିବାରେ ଲାଗିଛି। ଚାଇନାରୁ ଏକ ଭିଡିଓ ରିଲିଜ ହୋଇଛି ଯେଉଁଥିରେ ବିମାନର ସମସ୍ତ ଚାରୋଟି ଇଞ୍ଜିନ ଏକାସାଙ୍ଗରେ ପରୀକ୍ଷଣ କରାଯାଉଥିବାର ଦେଖାଯାଇଛି। ସମ୍ପ୍ରତି, ଜାପାନର ଶିନାମାଓ୍ବା ୟୁଏସ୍‌-୨ ହେଉଛି ବିଶ୍ୱର ସବୁଠାରୁ ବଡ ଆମ୍ଫିବିୟସ ବିମାନ। ଅତ୍ୟାଧୁନିକ ସେବା ଯୋଗାଇଦେବା କ୍ଷେତ୍ରରେ ଚାଇନାର ନୂତନ ଏଜି-୬୦୦ ଆମ୍ଫିବିୟସ ବିମାନ ଆଗରେ ରହିଛି।

ଚାଇନା ଏଜି-୬୦୦ର ଲ୍ୟାଣ୍ଡିଂକୁ ସଫଳତାର ସହ ପରୀକ୍ଷଣ କରି ବିମାନକୁ ସ୍ଥଳଭାଗରେ ଏବଂ ଜଳଭାଗରେ କିଭଳି କାର୍ଯ୍ୟକ୍ଷମ ହେଉଛି ତାହାର ଟ୍ରେଲର ଚାଇନା ଦେଖାଇଛି। ଏଜି-୬୦୦ ଆମ୍ଫିବିୟସ ବିମାନରେ ଚାରୋଟି ଇଞ୍ଜିନ ଅଛି। ଚାରିଟି ଡବ୍ଲୁୂ୍ୟଜେ-୬ ଟର୍ବୋପ୍ରୋପ ଇଞ୍ଜିନ ଏକାସାଙ୍ଗରେ ଚଲାଇ ଚାଇନା ପାଣି ଲହର ଉପରେ ନିଜର ଶକ୍ତି ପ୍ରଦର୍ଶନ କରିଛି । ଏଜି-୬୦୦ ଆମ୍ଫିବିୟସ ବିମାନର ନାମ କୁନଲୋଙ୍ଗ ରଖାଯାଇଛି। ଏହି ବିମାନର ଆସେମ୍ବିଲିଂ କାର୍ଯ୍ୟ ୨୬ ଡିସେମ୍ବର ୨୦୨୧ ରୁ ଆରମ୍ଭ ହୋଇଥିଲା। ପରୀକ୍ଷଣ ସମୟରେ ଏଜି-୬୦୦ ବିମାନ ୧୦୦ ଘଣ୍ଟା ଉଡ଼ାଣ ସମାପ୍ତ କରିଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଏଜି-୬୦୦ ଆମ୍ଫିବିୟସ ବିମାନ ହ୍ରଦର ତଥା ସମୁଦ୍ରରେ ମଧ୍ୟ କାର୍ଯ୍ୟ କରିପାରିବ। ଏହାର ୫୩.୫ ଟନ ଓଜନ ବୋହି ନେବାକୁ ସକ୍ଷମ। ଏହା ଥରକରେ ସର୍ବାଧିକ ୪୫୦୦ କିଲୋମିଟର ଦୂରତା ଉଡିପାରିବ ।

ଆମ୍ଫିବିୟସ ବିମାନ ସାହାଯ୍ୟରେ ଚାଇନା ନିଜର ଯୁଦ୍ଧ ଜାହାଜ, ବେସାମରିକ ଜାହାଜ ଏବଂ ସମୁଦ୍ରରେ ଥିବା ତୈଳ ଟ୍ୟାଙ୍କରରେ ସାମଗ୍ରୀ ପହଞ୍ଚାଇବାକୁ ସକ୍ଷମ ହେବ ଏବଂ ଜରୁରୀକାଳୀନ ପରିସ୍ଥିତିରେ ଏହାର ସାହାଯ୍ୟରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ମଧ୍ୟ କରାଯାଇପାରିବ। ବିମାନଟି ଏକାଦିକ୍ରମେ ୧୨ ଘଣ୍ଟା ନିରନ୍ତର ଉଡିପାରିବ। ଏହାର ସର୍ବାଧିକ ବେଗ ଘଣ୍ଟା ପ୍ରତି ୫୦୦ କିଲୋମିଟର ରହିଛି। ଏହାକୁ ନେଇ ଆମେରିକାର ଚିନ୍ତା ବଢ଼ିବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ଆଉ ଏକ ଲଘୁଚାପ: ବୁଧବାରଠାରୁ ସୋମବାର ଯାଏ ରାଜ୍ୟରେ ପ୍ରବଳ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ

ଭୁବନେଶ୍ୱର,୧୧ା୮(ବନ୍ଦନା ସେଠୀ) – ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖପାଖ ଅଞ୍ଚଳରେ ଥିବା ଉପର ବାୟୁମଣ୍ଡଳୀୟ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ପ୍ରାୟ ୭.୬ କି.ମି. ଉଚ୍ଚତା ପର୍ଯ୍ୟନ୍ତ…

ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ କୀଟନାଶକ ପିଇ ବ୍ୟକ୍ତିଙ୍କ ଆତ୍ମହତ୍ୟା ଉଦ୍ୟମ: ଅବସ୍ଥା ଗୁରୁତର

ଛତ୍ରପୁର, ୧୧।୮ (ଦିଲ୍ଲୀପ ସାମଲ / ଦ୍ଵାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମଙ୍ଗଳବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି। ଜମିଜମା ଓ…

୧୦ଜଣ ବାସିନ୍ଦା ଥିବା ଏହି ଗାଁରେ କାଲି ହେବ ସୂର୍ଯ୍ୟପରାଗ, ୨ ଥର ଘୋଟିଯିବ ଅନ୍ଧାର…

ସ୍ପେନର ବୁର୍ଗୋସ୍ ପ୍ରଦେଶରେ ଅବସ୍ଥିତ ‘ଅଭେଲେନୋସା ଡେ ମୁନ୍ୟୋ’ କେବେ ବେଶ୍ ଜନଗହଳିପୂର୍ଣ୍ଣ ଗାଁ ଥିଲା। ଆଜି ଏଠାରେ ମାତ୍ର ୧୦ ଜଣ ଲୋକ ରହୁଛନ୍ତି। ଗାଁରେ…

କୁକୁର ଦାଉରୁ ରକ୍ଷା ପାଇଁ ସିଧାସଳଖ ଜିଲାପାଳଙ୍କୁ ମେସେଜ୍: ନାକେଦମ ହେଲା ପ୍ରଶାସନ, ଶେଷରେ…

ହାଟଡିହୀ,୧୧।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପଢ଼ିଆରିପଲ୍ଲୀ ଗ୍ରାମରେ ଜଣେ ମହିଳାଙ୍କ ଘର ଆଗରେ ଏକ କୁକୁର ଶୋଇ ରହିବା ଏବଂ ତାହାକୁ ନେଇ ସୃଷ୍ଟି…

ଇନ୍ଦ୍ରାବତୀ ଜଳଭଣ୍ଡାରବାସୀଙ୍କ ସ୍ୱପ୍ନ ହେବ ସାକାର: ୧୨୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ସେତୁ, ଡିଜିପିଏସ ସର୍ଭେ ଶେଷ

ଥୁଆମୂଳ ରାମପୁର,୧୧।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ଇନ୍ଦ୍ରାବତୀ ଜଳଭଣ୍ଡାର ଅଞ୍ଚଳବାସୀଙ୍କ ଦୀର୍ଘ ଦିନର ପ୍ରତୀକ୍ଷା ଓ ଦାବି ଅନ୍ତ ହେବାକୁ ଯାଉଛି।…

ଭାରତରେ ଏହିଦିନ ଲଞ୍ଚ୍‌ କରିବ ୧୦ ଆଉ ୨୦ଟଙ୍କିଆ ପ୍ଲାଷ୍ଟିକ୍‌ ନୋଟ୍‌! ମୋଦି ସରକାର ଦେଲେ ମଞ୍ଜୁରୀ…

ନୂଆଦିଲ୍ଲୀ, ୧୧।୮: କାଗଜର ଚିରା-ଫଟା, ପୁରୁଣା ଏବଂ ଓଦା ହୋଇଯାଇଥିବା ନୋଟ୍‌କୁ ନେଇ ଅସୁବିଧାରେ ପଡ଼ୁଥିବା ଲୋକଙ୍କ ପାଇଁ ଏକ ବଡ଼ ଏବଂ ଖୁସି ଖବର ସାମ୍ନାକୁ…

ପରିବାର ଲୋକଙ୍କ ନାଁରେ ଲକ୍ଷ ଲକ୍ଷ ଟଙ୍କା ଋଣ ନେଇଗଲେ ସମ୍ପାଦକ: ଚାଷୀଙ୍କ ଆନ୍ଦୋଳନ ଚେତାବନୀ

ପୁରୁଷୋତ୍ତମପୁର,୧୧।୮(ସବିତା ମିଶ୍ର):ସରକାର କୃଷକଙ୍କୁ ସଶକ୍ତିକରଣ କରି କୃଷି ଓ କୃଷକଙ୍କ ବିକାଶ ଲାଗି ଯୋଜନା ପରେ ଯୋଜନା କରିବା ସହ ବିଭିନ୍ନ ଫସଲ ଚାଷ କରି ଲାଭବାନ…

ପୂର୍ବତନ ରାଷ୍ଟ୍ରପତିଙ୍କୁ ମୃତ୍ୟୁ ଦଣ୍ଡାଦେଶ ଶୁଣାଇଲେ କୋର୍ଟ: ଆସିଥିଲା ସାଂଘାତିକ ଅଭିଯୋଗ

ଡାମସକସ୍‌,୧୧।୮: ସିରିଆର ଏକ କୋର୍ଟ ମଙ୍ଗଳବାର ଦେଶର ପୂର୍ବତନ ରାଷ୍ଟ୍ରପତି ବଶର ଅଲ-ଆସାଦ ଏବଂ ତାଙ୍କ ସାନ ଭାଇ ମାହେର ଅଲ-ଆସାଦଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri