Posted inଜାତୀୟ

କ୍ୟାପଟେନଙ୍କୁ ଟାର୍ଗେଟ୍‌ କଲେ ପ୍ରିୟଙ୍କା

ଜଳନ୍ଧର,୧୩।୨: କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ରବିବାର ନିର୍ବାଚନ ପ୍ରଚାର ପାଇଁ ପଞ୍ଜାବରେ ପହଞ୍ଚିଛନ୍ତି। ସର୍ବପ୍ରଥମେ, ସେ ନାଭି ସୋଚ ନଭା ପଞ୍ଜାବ ସମାବେଶକୁ ସମ୍ବୋଧିତ କରିବା ପାଇଁ କୋଟକାପୁରାରେ ପହଞ୍ଚିଥିଲେ। ଲୋକମାନଙ୍କୁ ସମ୍ବୋଧିତ କରିବାବେଳେ ପ୍ରିୟଙ୍କା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂଙ୍କୁ ଟାର୍ଗେଟ କରିଥିଲେ। ପ୍ରିୟଙ୍କା କହିଛନ୍ତି ଯେ ପଞ୍ଜାବରେ ଆମର ସରକାର ଥିଲା, କିନ୍ତୁ ଏହା ଦିଲ୍ଲୀରୁ ପରିଚାଳିତ ହେଉଥିଲା। କଂଗ୍ରେସ ଦ୍ୱାରା ନୁହେଁ ବରଂ ଭାଜପା ଦ୍ୱାରା। ଏହି ଲୁକ୍କାୟିତ ସହଯୋଗୀ ଦଳ ବର୍ତ୍ତମାନ ସାମ୍ନାକୁ ଆସିଛି। ଚାନ୍ନିଙ୍କୁ ମୁଖ୍ୟମନ୍ତ୍ରୀ କରିବା ପଛରେ ଏହା ହେଉଛି କାରଣ। ମଞ୍ଚରୁ ପ୍ରିୟଙ୍କା ଗାନ୍ଧୀ ମୁଖ୍ୟମନ୍ତ୍ରୀ ଚାନ୍ନିଙ୍କୁ ପ୍ରଶଂସା କରି ସେ ୧୦୦ ଦିନରେ ଭଲ କାମ କରଥିବା କହିଥିଲେ। ଯଦି ତାଙ୍କ ସରକାର ଗଠନ ହୁଏ ତେବେ ମହିଳାମାନଙ୍କୁ ମାସକୁ ୧୧୦୦ ଟଙ୍କା ଦିଆଯିବ ବୋଲି ପ୍ରିୟଙ୍କା ମଞ୍ଚରୁ ଘୋଷଣା କରିଛନ୍ତି।
ମୁଁ ଏକ ପଞ୍ଜାବୀ ପରିବାରରେ ବିବାହିତ। ମୋ ପିଲାମାନଙ୍କଠାରେ ପଞ୍ଜାବୀ ରକ୍ତ ଅଛି। ଏହା ପରେ, ଏକ ପ୍ରଶ୍ନର ଉତ୍ତରରେ ପ୍ରିୟଙ୍କା କହିଛନ୍ତି ଯେ ମୁଁ ମୋ ଭାଇ ରାହୁଲ ଗାନ୍ଧୀଙ୍କ ପାଇଁ ମୋ ଜୀବନ ଦେଇପାରେ ଏବଂ ସେ ମଧ୍ୟ ମୋ ପାଇଁ ଏହା କରିପାରିବେ। ଗୋଷ୍ଠୀକନ୍ଦଳ କଂଗ୍ରେସରେ ନୁହେଁ, ଭାଜପାରେ ଅଛି। ଯୋଗୀ ଜୀ, ମୋଦୀ ଜୀ ଏବଂ ଅମିତ ଶାହା ଜୀଙ୍କ ମଧ୍ୟରେ ଦ୍ୱନ୍ଦ ଥାଇପାରେ ବୋଲି ପ୍ରିୟଙ୍କା କହିଛନ୍ତି। ଏହି ସମୟ ମଧ୍ୟରେ ସେ ଆମ୍‌ ଆଦ୍‌ମୀ ପାର୍ଟିର ଦିଲ୍ଲୀ ମଡେଲ ଉପରେ ପ୍ରଶ୍ନ ଉଠାଇ ଏହାକୁ ଭାଜପାର ଗୁଜରାଟ ମଡେଲ ସହିତ ତୁଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୧୦୦% ଭିଭିପିଏଟି ଯାଞ୍ଚ ହେବନାହିଁ

ନୂଆଦିଲ୍ଲୀ,୨୭ା୪: ମତଦାନ ବେଳେ ଇଲେକ୍ଟ୍ରୋନିକ୍‌ ଭୋଟିଂ ମେଶିନ (ଇଭିଏମ୍‌) ସହ ଭୋଟର ଭେଭିଫିଏବଲ୍‌ ପେପର ଅଡିଟ୍‌ ଟ୍ରାଏଲ (ଭିଭିପିଏଟି) ମେଶିନରୁ ବାହାରୁଥିବା ପେପର ସ୍ଲିପ୍‌ର ୧୦୦% ଯାଞ୍ଚ...

୮୮ ଆସନରେ ୬୧% ମତଦାନ

ନୂଆଦିଲ୍ଲୀ,୨୭ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟରେ ଶୁକ୍ରବାର ୧୩ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୮୮ଟି ଆସନରେ ମତଦାନ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ନ ୫ଟା...

ସାରା ଦେଶରେ ୟୁସିସି ଲାଗୁହେବ: ଶାହା

ଗୁନା,୨୭ା୪: କଂଗ୍ରେସ ନିର୍ବାଚନ ଇସ୍ତାହାରରେ ଧର୍ମୀୟ ପର୍ସନାଲ ଲ’କୁ କାଏମ ରଖିବା ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ସାରା ଦେଶରେ ସମାନ ନାଗରିକ ସଂହିତା (ୟୁସିସି) ଲାଗୁ...

ଭାରତ ଛାଡ଼ିବାକୁ ହ୍ବାଟ୍ସଆପ୍‌ର ଚେତାବନୀ

ନୂଆଦିଲ୍ଲୀ,୨୭ା୪: ଭାରତ ସରକାର ଓ ମେଟା ମାଲିକାନାରେ ଥିବା ମେସେଜିଂ ପ୍ଲାଟ୍‌ଫର୍ମ ହ୍ବାଟ୍ସଆପ୍‌ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମଗୁଡ଼ିକ ସୂଚନାର ପ୍ରଥମ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଧର୍ମ ନାମରେ ଭୋଟ ମାଗିବାରୁ ଅଯୋଗ୍ୟ ଘୋଷଣା ହେବେ ମୋଦି! କୋର୍ଟରେ ପହଞ୍ଚିଲା ମାମଲା

ନୂଆଦିଲ୍ଲୀ,୨୬।୪: ହିନ୍ଦୁ, ଶିଖ ଓ ଧର୍ମପୀଠ ନାଁରେ ଭାଜପା ପାଇଁ ଭୋଟ ମାଗୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାମରେ କୋର୍ଟରେ ମାମଲା ଦାୟର ହୋଇଛି। ଆସନ୍ତା...

ଭାଜପା ପ୍ରାର୍ଥୀଙ୍କ ନାଁରେ ଏଫଆଇଆର, ଧର୍ମ ନାମରେ ଭୋଟ ମାଗୁଥିବା ଅଭିଯୋଗ

ବେଙ୍ଗାଲୁରୁ,୨୬।୪: ଦ୍ୱିତୀୟ ପର୍ଯ୍ୟାୟରେ କର୍ନାଟକର ୨୮ ଟି ଲୋକ ସଭା ଆସନ ମଧ୍ୟରୁ ୧୪ ଟି ପାଇଁ ମତଦାନ ଚାଲିଛି। ଏହି ସମୟରେ ବେଙ୍ଗାଲୁରୁ ଦକ୍ଷିଣ...

ରାଜନୈତିକ ଦଳଙ୍କ ମନର କଥା କହିଲେ ନିର୍ବାଚନ କମିଶନ

ନୂଆଦିଲ୍ଲୀ,୨୬।୪: ଭୋଟ ଦେବା ପରେ ପ୍ରତ୍ୟେକ VVPAT ସ୍ଲିପ ସହିତ ଇଭିଏମ ମେଳାଇବାକୁ ଦାବି କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri