Posted inଜାତୀୟ

ବଢ଼ୁଛି ସହରୀକରଣ: ୨୧୦୦ ସୁଦ୍ଧା ୩୮% ଲୋକ ବଡ଼ ସହରରେ କରିବେ ବାସ

ନୂଆଦିଲ୍ଲୀ,୧।୭ (ପିଟି):ସମୟର ତାଳେ ତାଳେ ସାରା ବିଶ୍ୱରେ ସହରୀକରଣ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି ଧାରା ଜାରି ରହିଲେ ୨୧୦୦ ମସିହା ସୁଦ୍ଧା ୩୮% ଲୋକ ବଡ଼ ବଡ଼ ସହରଗୁଡ଼ିକରେ ବାସ କରିବେ ବୋଲି ଜଣାପଡ଼ିଛି। ୧୯୭୫ରେ ବିଶ୍ୱର ପ୍ରାୟ ୧୧ ପ୍ରତିଶତ ଜନସଂଖ୍ୟା ୧୦ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକରେ ବାସ କରୁଥିଲେ। ଏବେ ତାହା ୨୪%ରେ ପହଞ୍ଚତ୍ଲାଣି ବୋଲି ସର୍ଭେରୁ ଜଣାପଡ଼ିଥିବା ଅଷ୍ଟ୍ରିଆର କମ୍ପ୍ଲେକ୍ସିଟି ସାଇନ୍ସ ହବ୍‌ର ଜୁନିୟର ଫେଲୋ ତଥା ସୁଇଜରଲ୍ୟାଣ୍ଡର ଇଟିଏଚ୍‌ ଜୁରିକ୍‌ର ପି.ଏଚ୍‌.ଡି ଛାତ୍ର ଆନ୍ଦ୍ରେଆ ମୁସୋ କହିଛନ୍ତି।
‘ପ୍ରୋସିଡିଂସ ଅଫ୍‌ ଦି ନ୍ୟାଶନାଲ ଏକାଡେମୀ ଅଫ୍‌ ସାଇନ୍ସେସ’ ପତ୍ରିକାରେ ପ୍ରକାଶିତ ତଥ୍ୟ ଅନୁସାରେ , ଆସନ୍ତା ୨୫ବର୍ଷ ମଧ୍ୟରେ ୧୦୦କୋଟି (୧ ବିଲିୟନ) ଲୋକ ସହରକୁ ସ୍ଥାନାନ୍ତରିତ ହେବେ, ଯାହାକି ପ୍ରତି ୨ ମାସରେ ପ୍ରାୟ ଗୋଟିଏ ନୂଆ ନ୍ୟୁୟର୍କ ସହର ଯୋଡ଼ିବା ସହିତ ସମାନ। ଉତ୍ତମ ଭିତ୍ତିଭୂମି, ଗୃହ ନିର୍ମାଣ, ପରିବହନ, ଶକ୍ତି ଏବଂ ଜଳବାୟୁ ଅନୁକୂଳନ ସମ୍ବନ୍ଧୀୟ ସମସ୍ତ ବିଷୟକୁ ଦେଖି ଲୋକମାନେ କେଉଁଠାରେ ରହିବେ ତାହା ନିଷ୍ପତ୍ତି କରିବେ। ଗବେଷକଙ୍କ ମତରେ ୨୧୦୦ ସୁଦ୍ଧା ବିଶ୍ୱ ଜନସଂଖ୍ୟାର ୩୮ ପ୍ରତିଶତ ଲୋକ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକରେ ବାସ କରିବେ, ଅର୍ଥାତ୍‌ ସାମ୍ପ୍ରତିକ ଧାରା ଜାରି ରହିଲେ, ୨୧୦୦ ସୁଦ୍ଧା ବଡ଼ ସହରଗୁଡ଼ିକରେ ପ୍ରାୟ ୪୫ କୋଟି ଲୋକ ରହିବେ ବୋଲି ପୂର୍ବାନୁମାନ କରାଯାଇଛି।
ଯେଉଁ ଦେଶଗୁଡ଼ିକରେ ସହରୀକରଣ କେବଳ ଆରମ୍ଭ ହେଉଛି, ସେଠାରେ ବଡ଼ ସହରଗୁଡ଼ିକ ଛୋଟ ସହର ଅପେକ୍ଷା ଦ୍ରୁତଗତିରେ ବୃଦ୍ଧି ପାଉଛି। କାରଣ ଲୋକମାନେ ସେହି ସହରୀକେନ୍ଦ୍ରଗୁଡ଼ିକୁ ସ୍ଥାନାନ୍ତରିତ ହୁଅନ୍ତି, ଯେଉଁଠାରେ ସାଧାରଣତଃ ଚାକିରି, ଡାକ୍ତରଖାନା, ବିଶ୍ୱବିଦ୍ୟାଳୟ ଏବଂ ଅନ୍ୟାନ୍ୟ ସୁଯୋଗ ତଥା ସୁବିଧାସୁଯୋଗ କେନ୍ଦ୍ରୀଭୂତ ହୋଇଥାଏ। ମୁସୋ କହିଛନ୍ତି, ୧୯୭୫ରୁ ୨୦୨୫ ମଧ୍ୟରେ ଏସିଆ ଏବଂ ଆଫ୍ରିକା ସମେତ କମ୍‌ ସହରୀକରଣ ହୋଇଥିବା ଦେଶଗୁଡ଼ିକରେ ୧୦ଲକ୍ଷରୁ ଅଧିକ ବାସିନ୍ଦା ଥିବା ସହରଗୁଡ଼ିକ ସମ୍ପୃକ୍ତ ଦେଶର ହାରାହାରି ସହର ତୁଳନାରେ ପ୍ରାୟ ୭.୩ ପ୍ରତିଶତ ଦ୍ରୁତଗତିରେ ବୃଦ୍ଧି ପାଇଛି। ୟୁରୋପ ଏବଂ ଆମେରିକାର ଅଧିକାଂଶ ଅଞ୍ଚଳ ସମେତ ଅତ୍ୟଧିକ ସହରୀକରଣ ହୋଇଥିବା ଦେଶଗୁଡ଼ିକରେ, ଗତ ୫୦ ବର୍ଷ ମଧ୍ୟରେ ୧୦ ଲକ୍ଷରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହରଗୁଡ଼ିକ ଜାତୀୟ ହାରାହାରି ସହିତ ପ୍ରାୟ ସମାନ ଗତିରେ ବୃଦ୍ଧି ପାଇଛି। ବିଭିନ୍ନ ଦେଶରେ ଏବଂ ସମୟ ସହିତ ସହରୀ ଅଭିବୃଦ୍ଧିକୁ ସୁସଙ୍ଗତ ଭାବରେ ଅଧ୍ୟୟନ କରିବା ପାଇଁ ଗବେଷକମାନେ ସାଟେଲାଇଟ ଏବଂ ମାଇକ୍ରୋ-ଲେଭଲ ଜନଗଣନା ତଥ୍ୟ ବ୍ୟବହାର କରିଥିଲେ। ଏଥିରେ ୯୯ଟି ଦେଶ ସାମିଲ ଥିଲା, ଯାହା ୨୦୨୫ରେ ବିଶ୍ୱ ଜନସଂଖ୍ୟାର ପ୍ରାୟ ୯୪ ପ୍ରତିଶତକୁ ପ୍ରତିନିଧିତ୍ୱ କରନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

‘ଏହା କ୍ରିକେଟ୍‌ ନୁହେଁ, କେବଳ ବ୍ୟାଟିଂ’: ୪୦୬ ରନ୍‌ ଚେଜ୍‌ କରିବା ପରେ ବି ରାଗିଗଲେ ହେଡ୍‌ କୋଚ୍‌ ଗମ୍ଭୀର…ଜାଣନ୍ତୁ କାରଣ

ଗୁଆହାଟି,୧।୧୦: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଏକଦିବସୀୟ (ODI) ମ୍ୟାଚ୍‌ରେ ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ହାସଲ କରି ସିରିଜ କବ୍ଜା କରିବା ସତ୍ତ୍ୱେ ଗୁଆହାଟି ପିଚ୍‌କୁ ନେଇ…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧ା୯(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ସଲାମ କଲା ସାରା ବିଶ୍ୱ: ମୋଦି କହିଲେ, ହିରୋ…

ନୂଆଦିଲ୍ଲୀ,୧।୧୦: ଦୁବାଇରୁ ଇସ୍ରାଏଲ ଯାଉଥିବା ଫ୍ଲାଇଦୁବାଇ ବିମାନରେ କଥିତ ଅପହରଣ ଉଦ୍ୟମକୁ ପ୍ରତିହତ କରିବାରେ ଭୂମିକା ନେଇଥିବା ଭାରତୀୟ କ୍ୟାପ୍ଟେନ ସ୍ମିତ ମଚ୍ଛରଙ୍କ ସାହସକୁ ପ୍ରଶଂସା କରିଛନ୍ତି…

ଭୁଶୁଡ଼ିଲା ବାଘୁଆମେଦୀ ମୁଖ୍ୟ ରାସ୍ତା: ଗାଁକୁ ଯାଇପାରୁନି ଆମ୍ବୁଲାନ୍ସ

ମହାକାଳପଡ଼ା,୧ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣୀ ପଞ୍ଚାୟତ ଆଦିବାସୀ ଅଧ୍ୟୁଷିତ ବାଘୁଆ ମେଦୀ ମୁଖ୍ୟ ରାସ୍ତା ଲଘୁଚାପ ଜନିତ ବର୍ଷାରେ ଭୁଶୁଡି ପଡିଛି।…

ଅଙ୍ଗନୱାଡ଼ି କେନ୍ଦ୍ରରେ ୪ ଶିଶୁଙ୍କୁ ତାଲା ପକାଇ ରାଶନ ପାଇଁ ଗଲେ କର୍ମଚାରୀ

ଜି.ଉଦୟଗିରି,୧ା୧୦(ଚିନ୍ମୟ କୁମାର ସେଠୀ):କୁପୋଷଣ ଦୂର ପାଇଁ ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକରେ ଆଙ୍ଗନ କା ଉତ୍ସବ ପାଳନ କରାଯାଇଥିବା ବେଳେ ମଙ୍ଗଳବାର ୪ ଶିଶୁଙ୍କୁ କେନ୍ଦ୍ରରେ ତାଲା ପକାଇ ରଖାଯାଇଥିବା…

ଅକ୍ଟୋବର ପହିଲାରୁ ମହଙ୍ଗା ମାଡ଼: ପୁଣି ବଢ଼ିଲା କମର୍ସିଆଲ LPG ସିଲିଣ୍ଡର ଦାମ୍‌, ୬୨ଟଙ୍କାରୁ ଅଧିକ …

ନୂଆଦିଲ୍ଲୀ,୧।୧୦: ପାର୍ବଣ ଋତୁ ଆରମ୍ଭ ହେଉଥିବା ବେଳେ ସାଧାରଣ ଲୋକ ଓ ବ୍ୟବସାୟୀଙ୍କୁ ବଡ଼ ଝଟକା ଲାଗିଛି। ଅକ୍ଟୋବର ୧ ତାରିଖରୁ ସରକାରୀ ତୈଳ କମ୍ପାନୀଗୁଡ଼ିକ ୧୯…

ବିଶ୍ୱର ପ୍ରଥମ ବ୍ୟାଟର୍‌ ଭାବେ ବଡ଼ କାରନାମା କଲେ ରୋହିତ ଶର୍ମା

ଗୁଆହାଟୀ,୧।୧୦: ‘ହିଟ୍‌ମ୍ୟାନ’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ପୁଣିଥରେ ଛକାର ବର୍ଷା ଦେଖିବାକୁ ମିଳିଛି। ଗୁଆହାଟୀରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ରୋହିତ ଏକ ବିଶେଷ ରେକର୍ଡ ନିଜ…

ଆଜିଠୁ ବଦଳିଲା ଏହିସବୁ ନିୟମ: ବ୍ୟାଙ୍କ, LPG, UPI, ଟ୍ରେନ ଯାତ୍ରାରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧।୧୦:ଅକ୍ଟୋବର ମାସ ଆରମ୍ଭ ସହ ଦେଶରେ ବ୍ୟାଙ୍କିଂ, LPG, UPI, NPS, ଇନକମ ଟ୍ୟାକ୍ସ ଏବଂ ରେଳଯାତ୍ରା ସହ ଜଡ଼ିତ କିଛି ନିୟମରେ ପରିବର୍ତ୍ତନ ହୋଇଛି। ଏଥିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?