Posted inଫୁରସତ

ଓଲଟା ଗଛ

ସବୁ ଗଛ ଆକାଶ ଆଡ଼କୁ ବଢ଼ିଥାଏ। ଅର୍ଥାତ୍‌ ଚେର ଭୂମିକୁ ଜାବୁଡି ଧରିଥାଏ ଓ ତାହା ଉପର ଆଡ଼କୁ ବଢେ। କିନ୍ତୁ ରୋମରେ ଅଛି ଏଭଳି ଏକ ଅଜବ ଗଛ, ଯାହା ଉପରରୁ ତଳ ଆଡକୁ ବଢିଛି। ଭାବୁଥିବେ ଏହା କେମିତି ସମ୍ଭବ ବୋଲି। ଆଉ ଏହି ଅଜବ ଓଲଟା ଗଛକୁ ଦେଖିବା ପାଇଁ ଆସୁଛନ୍ତି ଅନେକ ପର୍ଯ୍ୟଟକ। ଇଟାଲୀ, ବକୋଲୀ ସହର ନିକଟରେ ଅଛି ପ୍ରାଚୀନ ସହର ବାଇଏ। ଏଠାରେ ଅଛି ଏକ ପୁରାତନ ରୋମନ ଆର୍କଓ୍ବେ ବା ଗୁମ୍ଫା ରାସ୍ତା, ଯେଉଁଠି ଏହି ଓଲଟା ଗଛ ଦେଖିବାକୁ ମିଳେ। ଉକ୍ତ ଗଛଟି ଏକ ଡିମିରି ବା ଫିଗ୍‌ ଗଛ ଅଟେ। ଏହି ଗଛଟି ଆର୍କଓ୍ବେର ଛାତରେ ହୋଇଛି। ଆଉ ତାହା ତଳ ଆଡକୁ ଝୁଲି ରହିଛି। ତେବେ ଏହି ଗଛଟି କିଭଳି ଛାତ ଉପରେ ହେଲା ଓ ତାହା କେବେଠୁ ଉଠିଛି ତାହା କେହି ଜାଣି ନାହାନ୍ତି। ସମୟକ୍ରମେ ଏହା ଅଧିକ ମଜଭୁତ ହୋଇଗଲାଣି ଓ ସେଥିରେ ଫଳ ବି ଧରିଲାଣି। ତେବେ ଏହି ଗଛ କିଭଳି ମାଧ୍ୟାକର୍ଷଣ ଶକ୍ତି ବିପରୀତ ବଢିଛି ତାହା ବୈଜ୍ଞାନିକମାନଙ୍କ ପାଇଁ ବି ଆଶ୍ଚର୍ଯ୍ୟ ହୋଇ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତର ଏମିତି ଏକ ଗାଁ: ୫ ଦିନ ବିନା ପୋଷାକରେ ରୁହନ୍ତି ମହିଳା, ରହସ୍ୟ ଜାଣି ହେବେ ତାଜୁବ

ପୃଥିବୀ ବହୁତ ବିଶାଳ ଏବଂ ଏହାର ପ୍ରତ୍ୟେକ କୋଣରେ ଲୋକମାନଙ୍କର ନିଜସ୍ବ ପରମ୍ପରା ଓ ରୀତିନୀତି ରହିଛି। କେତେକ ପରମ୍ପରା ଆମ ପାଖପାଖି ସାଧାରଣ ଲାଗେ, ଆଉ…

୧୮ ବର୍ଷର ଛାତ୍ର ହେଲେ କଲେଜ ପ୍ରଫେସର: ଭାଙ୍ଗିଗଲା ୩୦୬ ବର୍ଷର ପୁରୁଣା ରେକର୍ଡ

ଯେଉଁ ବୟସରେ ଅଧିକାଂଶ ଛାତ୍ର ସେମାନଙ୍କର କଲେଜ ଶିକ୍ଷା ଆରମ୍ଭ କରୁଛନ୍ତି, ସେହି ବୟସରେ ଆମେରିକାର ଜଣେ ଯୁବକ କଲେଜ ପ୍ରଫେସର ଭାବରେ ଛାତ୍ରମାନଙ୍କୁ ପାଠ ପଢ଼ାଉଛନ୍ତି।…

ପୃଥିବୀରେ ମାଡ଼ ହେବ ଭୟଙ୍କର ଆଷ୍ଟ୍ରୋଏଡ, ବୈଜ୍ଞାନିକ କହିଦେଲେ ତାରିଖ; ୨୨ଟି ପରମାଣୁ ବୋମା ଭଳି ଘଟିବ ପ୍ରଳୟ !

ନୂଆଦିଲ୍ଲୀ,୪।୮: ପୃଥିବୀରେ ମାଡ଼ ହେବ ବିରାଟ ଆଷ୍ଟ୍ରୋଏଡ୍ । ଧ୍ୱଂସ ହୋଇଯିବ ସବୁ କିଛି । ଛାରଖାର ହୋଇଯିବ ପୃଥିବୀ। ଯାହାକୁ ନେଇ ବୈଜ୍ଞାନିକମାନେ ଛାନିଆ ହେଲେଣି…

ବୁଧବାର ଚନ୍ଦ୍ରରେ ହେବ ଭୟଙ୍କର ବିସ୍ଫୋରଣ, ପ୍ରଚଣ୍ଡ ଶବ୍ଦରେ ହୋଇଯିବ ଛାରଖାର!

ନୂଆଦିଲ୍ଲୀ,୪।୮: ଆସନ୍ତା ୫ ତାରିଖ ବୁଧବାରରେ ସ୍ପେସ୍ ଏକ୍ସ ରକେଟର ୩,୯୦୦ କି.ଗ୍ରା ଓଜନର ଏକ ଟୁକୁଡା ଚନ୍ଦ୍ରପୃଷ୍ଠରେ ବିସ୍ଫୋରଣ ହେବ। ୨୦୨୫ ଜାନୁଆରୀ ୧୫ରେ ସ୍ପେସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri