Posted inଫୁରସତ

ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର

ଉପରେ ଯେଉଁ ଶୀର୍ଷକ ବ୍ୟବହାର କରିଛୁ, ତାହା ଫର୍ଗୁସନ୍‌ଙ୍କ ମତ। ସେ ମଧ୍ୟ ଶ୍ରୀପଦ୍ମକେଶର ମନ୍ଦିର ଶବ୍ଦ ବ୍ୟବହାର କରିନାହାନ୍ତି। ଜଣେ ଭାରତୀୟ ମନମୋହନ ଗାଙ୍ଗୁଲି ମଧ୍ୟ ସ୍ବୀକାର କରିଛନ୍ତି- ପୃଥିବୀର ଅଦ୍ୱିତୀୟ ମନ୍ଦିର। କିନ୍ତୁ କେତେକ ଓଡ଼ିଶା ବାହାରର ଲେଖକ ନିଜ ଐତିହ୍ୟ ବିଷୟରେ ପୁସ୍ତକ ନ ଲେଖି ଏହି ଅଦ୍ୱିତୀୟ ମନ୍ଦିରକୁ ଦେଖିବା ପରେ କୁତୁକୁତୁ ହୋଇ ନକାରାତ୍ମକ ଦୃଷ୍ଟିଭଙ୍ଗୀ ପ୍ରକାଶ କଲେ ଓଡ଼ିଆଙ୍କ ପ୍ରତି।
ଯିଏ ଯେତେ ପାରିଲା ଚେଷ୍ଟାରତ ହୋଇ ଲେଖିଚାଲିଲେ- ଓଡ଼ିଆମାନେ ସୂର୍ଯ୍ୟ ଉପାସନା ଓ ସୂର୍ଯ୍ୟମନ୍ଦିର ନିର୍ମାଣ ପର୍ଯ୍ୟନ୍ତ ସବୁଥିରେ ଅଜ୍ଞାନ, ହେଲେ ଲେଖିଥାନ୍ତେ- ବୁଦ୍ଧଙ୍କର ଅନ୍ୟ ନାମ ଅର୍କବନ୍ଧୁ! ତେଣୁ ବୁଦ୍ଧଦେବଙ୍କ ନାମ ଅନୁସାରେ ଅର୍କକ୍ଷେତ୍ର? ଏପରିକି ନରସିଂହ ଦେବଙ୍କ ତାମ୍ର ଶାସନର ‘କୋଣାକୋଣ’ ଶବ୍ଦକୁ ମଧ୍ୟ କଦର୍ଥ କରି ଲେଖିବାକୁ ପଛାଇଲେ ନାହିଁ। ତେଣୁ ଆମେ ଶ୍ରୀପଦ୍ମକେଶର ମନ୍ଦିରର ଉପାସନା ଧାରାର ପର୍ବ/ପର୍ବାଣି, ଯାନି/ଯାତ୍ରା, ବିଧି/ବିଧାନ ଯେତିକି ଅନୁସନ୍ଧାନ କରି ପାଉଛୁ, ତାହାକୁ ଆଲୋଚନା ସ୍ତରକୁ ଆଣିବାକୁ ଚେଷ୍ଟା କରୁଛୁ। ଜଣେ ନିରପେକ୍ଷ ଲେଖକ ଆଗକୁ ଯେଚ୍ଛାତା ଲେଖିବା ପୂର୍ବରୁ ଅନେକଥର ଭାବିବ। ପଣ୍ଡିତ କୃପାସିନ୍ଧୁ ଯେତେବେଳେ ‘କୋଣାର୍କ’ର ଇତିହାସ ଲେଖିଥିବେ ଅନେକ କଥା, ଅନେକ ବ୍ୟଥା ତାଙ୍କୁ ବ୍ୟଥିତ କରିଥିବ। ବିଷନ ସ୍ବରୂପ ଯେତେବେଳେ ଲେଖିଦେଲେ କୋଣାର୍କ ମନ୍ଦିର (ବୋଧହୁଏ ମନ୍ଦିରର ବାସ୍ତବ ନାମ ଜାଣି ନ ଥିଲେ)ର ସମସ୍ତ ସୂକ୍ଷ୍ମକାର୍ଯ୍ୟ ବୌଦ୍ଧ ଶିଳ୍ପର ପ୍ରମାଣ। ପଣ୍ଡିତ ମହାଶୟ ବିସ୍ମୟ ହୋଇଛନ୍ତି, ବିବ୍ରତ ହୋଇ ନାହାନ୍ତି। ତାଙ୍କ ଉତ୍ତର ପଢ଼ିଲେ ଆମେ ଜାଣିପାରିବା।
ପଣ୍ଡିତଙ୍କ ଭାଷାରେ ବୁଝିବାକୁ ହେବ- ବୌଦ୍ଧଧର୍ମ ଅନ୍ୟ କୌଣସିଠାରୁ ଆସି ହଠାତ୍‌ ଭାରତରେ ପ୍ରବେଶ କରି ନ ଥିଲା। ଭାରତରୁ ବାସ୍ତବରେ ତାହା ଉତ୍ପତ୍ତି ହୋଇଥିଲା। ଯାହା କିଛି ବୌଦ୍ଧପ୍ରଥା ରୀତିନୀତି ବୋଲି ଲେଖକମାନଙ୍କୁ ପ୍ରତୀତ ହୁଏ, ତାହା ମଧ୍ୟରୁ ଅଧିକାଂଶ ପୂର୍ବବର୍ତ୍ତୀ ବୈଦିକ ଓ ପୌରାଣିକ ଯୁଗରୁ ବୌଦ୍ଧଧର୍ମରେ ଗ୍ରହଣ କରାଯାଇଥିଲା। ବାସ୍ତବରେ ବିଷନସ୍ବରୂପ ମହାଶୟ ମନମୋହନ ଗାଙ୍ଗୁଲିଙ୍କ ମତ ହେଜି ପାରିନାହାନ୍ତି। ସେ ଲେଖିଥିଲେ- କୋଣାର୍କ ସମସ୍ତ ପୃଥିବୀର ଅଦ୍ୱିତୀୟ ମନ୍ଦିର। କେବଳ ସେତିକି ନୁହେଁ, ଫର୍ଗୁସନଙ୍କ ମତକୁ ଅଣଦେଖା କରିଛନ୍ତି। ଫର୍ଗୁସନ ଲେଖିଲେ- ସମଗ୍ର ପୃଥିବୀରେ କୋଣାର୍କ ସର୍ବାପେକ୍ଷା ଅଧିକ ଅଳଂକୃତ ମନ୍ଦିର।
ବିଷନ୍‌ସ୍ବରୂପ ମୈତ୍ରେୟ ବନ କୋଣାର୍କ ଅଞ୍ଚଳରେ ରହିଥିବା ଅସମ୍ଭବ ବୋଲି ମତ ଦେଇ କହିଛନ୍ତି ସମୁଦ୍ରକୂଳ ବାଲୁକାମୟ। ଏଠି ଜଙ୍ଗଲ ହେବା ଅସମ୍ଭବ। ଆମେ ନିଜେ ଗୋଲରାଗଡ଼ ଅନୁସନ୍ଧାନରେ ଯାଇ ଗଡ଼ ସାଆନ୍ତଙ୍କ ସଭାପତିତ୍ୱରେ ଆଲୋଚନା କରିଥିଲୁ। ଗୋଲରା ଜଙ୍ଗଲ ଦେଖି ଭାବିଲୁ ଏହା ପୂର୍ବେ କେତେ ଘଞ୍ଚ ନ ଥିବ। ଏବେ ତ ତଳେ ସୂର୍ଯ୍ୟକିରଣ ସ୍ପଷ୍ଟ ପଡ଼ୁନି। ତା’ ପରେ ଆମେ କୁଶଭଦ୍ରା ନଦୀର କୋଣାର୍କ ପଟକୁ ଥିବା ଜଙ୍ଗଲ ଭିତରେ ଶ୍ରୀନାରାୟଣୀ ବଜ୍ରର ଭେଣ୍ଡିଆଙ୍କୁ ନେଇ ପଶିଥିଲୁ। ଏହା ବାଙ୍ଗୁରୀଲଟା ଜଙ୍ଗଲ। ଅନୁସନ୍ଧାନରୁ ଜାଣିଲୁ ବାଘ ଭାଲୁ ଭୟରେ ପାଖାପାଖି ପୁରୁଣା ଜନବସତି ଭିଟାମାଟି ଛାଡ଼ି ଜଙ୍ଗଲରୁ ପଳାଇ ଯାଇଥିଲେ। କିଛି ସ୍ମୃତି ଚିହ୍ନ ଏବେ ବି ଅଛି। ଦୁଇଟିଯାକ ଜଙ୍ଗଲ ବିଷୟ ଏହି ସ୍ତମ୍ଭରେ ପୂର୍ବରୁ ସବିଶେଷ ଉପସ୍ଥାପନ କରିସାରିଛୁ।
ଅନେକ ଆଲୋଚକ ସୂର୍ଯ୍ୟଙ୍କ ଉପାସକ ତଥା ସେବକ ବାହାରୁ ଆସିଥିଲେ ବୋଲି ମତ ଦେଇଛନ୍ତି। ସେଥିପାଇଁ ଆମେ ଉପାସକ ଓ ଉପାସନା ଧାରାର ରହସ୍ୟ ଆଲୋଚନା ବିଶେଷ ଭାବରେ କରୁଅଛୁ। ଆଗକୁ ସେବକଙ୍କର ଐତିହ୍ୟ ପ୍ରସଙ୍ଗ ଆଲୋଚନା କରିବୁ। ହଇଓ! ଓଡ଼ିଶାରେ ପ୍ରଥମେ ସୂର୍ଯ୍ୟଙ୍କ ଉପାସନା ନ ହେଲେ, ମନ୍ଦିରରେ ପୂଜାନୀତି ଆରମ୍ଭ ହୁଏ ନାହିଁ। ଏହି ବୈଦିକ ପରମ୍ପରା ପ୍ରାଚୀନ କାଳରୁ ଅନୁସରଣ ହେଉଅଛି! ସଂସ୍କୃତ ମହାଭାରତରେ ‘କଳିଙ୍ଗ ବ୍ରାହ୍ମଣ’ ପ୍ରସଙ୍ଗ ଅଛି। ପିତାମହ କହୁଛନ୍ତି- ମୁଁ ‘ସମର୍ପିତ ଯୋଗ’ ଶିକ୍ଷା କରିଛି -କଳିଙ୍ଗର ବ୍ରାହ୍ମଣ ମହାତ୍ମାଙ୍କଠାରୁ। ସେ ମୋର ଘନିଷ୍ଠ ବନ୍ଧୁ ଥିଲେ। ତେବେ ଓଡ଼ିଶାରେ ବ୍ରାହ୍ମଣ ନ ଥିଲେ କେମିତି?

ଡ. ସୁରେନ୍ଦ୍ର କୁମାର ମିଶ୍ର

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

ବିହାରରେ ଅସଦାଚରଣ! ବାଇକରେ ଯାଉଥିବା ନାବାଳିକା ଛାତ୍ରୀଙ୍କୁ ବ୍ୟାଡ ଟଚ୍‌; ଭିଡିଓ ଭାଇରାଲ

ପାଟନା,୨୧।୯: ବିହାରର ଜାମୁଇ ଜିଲାରେ ଏକ ରାସ୍ତା ଉପରେ ଜଣେ ନାବାଳିକା ଛାତ୍ରୀଙ୍କୁ ହଇରାଣ-ହରକତ ଓ ଅଶାଳୀନ ବ୍ୟବହାର କରାଯିବା ଏବଂ ତାଙ୍କ ସହ ଜଣେ ନାବାଳକ…

ବସ୍ତା ରେଳ ଷ୍ଟେଶନ୍‌ରେ ଅଘଟଣ; ୨ ମହିଳାଙ୍କୁ ଧକ୍କା ଦେଲା ଟ୍ରେନ, ତାପରେ…

ବାଲେଶ୍ୱର,୨୧।୯( ବାଞ୍ଛାନିଧି ଦେ): ଦକ୍ଷିଣପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବସ୍ତା ରେଳ ଷ୍ଟେଶନ ନିକଟରେ ବଡ଼ ଦୁର୍ଘଟଣା ଘଟିଯାଇଛି । ସୋମବାର ଟ୍ରେନ ଧକ୍କାରେ ଦୁଇ…

ନିଜ ନାଗରିକଙ୍କ ପାଇଁ ଆଡଭାଇଜରୀ ଜାରି କଲା ଆମେରିକା; ମଧ୍ୟ-ପୂର୍ବରେ ପରିସ୍ଥିତି ଜଟିଳ ହେବାର ଆଶଙ୍କା

ଓ୍ବାଶିଂଟନ,୨୧।୯: ଆମେରିକା ନିଜ ନାଗରିକମାନଙ୍କ ପାଇଁ ଏକ ନୂତନ ଆଡଭାଇଜରୀ ଜାରି କରି ଇରାନ ଗସ୍ତ ନ କରିବାକୁ ଅନୁରୋଧ କରିଛି। ଏଥିରେ ଆମେରିକୀୟ ନାଗରିକମାନଙ୍କୁ ଯେକୌଣସି…

ଗଞ୍ଜାମରେ ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା, ବାଦ୍ ପଡ଼ିଲା ୧.୮୮ ଲକ୍ଷ…

ଛତ୍ରପୁର,୨୧।୯(ଦିଲ୍ଲୀପ ସାମଲ/ଦ୍ଵାରକା ପଟ୍ଟନାୟକ) : ଗଞ୍ଜାମ ଜିଲାରେ ଦୀର୍ଘ ସାଢ଼େ ତିନି ମାସ ଧରି ଚାଲିଥିବା ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା ଶେଷ ହେବା…

ବଡ଼ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୨୧।୯: କାନାଡାରେ ଫ୍ଲାଇଟ୍ ଟ୍ରେନିଂ ସମୟରେ ବିମାନ ଦୁର୍ଘଟଣା ହୋଇଛି । ଏଥିରେ ୨ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ତାମିଲନାଡୁର ମନୋଜ…

୭୮ ଘରୋଇ ହସ୍ପିଟାଲରୁ କଟିଯିବ ଆୟୁଷ୍ମାନ, ନାମ ଗୋପନ ରଖି କର୍ତ୍ତୃପକ୍ଷ କହିଲେ ସରକାର ଯେତେବେଳେ…

ଭୁବନେଶ୍ୱର,୨୧।୯(ରବିନାରାୟଣ ଜେନା): ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଓଡ଼ିଶା ଡେଭଲପ୍‌ମେଣ୍ଟ ଅଥରିଟି(ଓଡିଏ)ଆକ୍ଟକୁ ନେଇ ଜୋରଦାର ଖୋଳତାଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବିଏମ୍‌ସି ପକ୍ଷରୁ ୭,୩୦୦ ବେଆଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?