UPSC ଫଳାଫଳ ପ୍ରକାଶିତ: ଜାଣନ୍ତୁ କେମିତି କରିବେ ଚେକ୍‌

ନୂଆଦିଲ୍ଲୀ,୨୨।୪:ଲୋକସେବା ଆୟୋଗ ଦ୍ୱାରା UPSC ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଇଛି। ପ୍ରୟାଗରାଜର ଶକ୍ତି ଦୁବେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସମସ୍ତ ପ୍ରାର୍ଥୀ upsc.gov.in କୁ ଯାଇ ଗୋଟିଏ କ୍ଲିକ୍‌ରେ ସେମାନଙ୍କର ଫଳାଫଳ ଦେଖିପାରିବେ।

ଏଥର, ଭାରତୀୟ ପ୍ରଶାସନିକ ସେବା (IAS)ରେ ମୋଟ ୧୮୦ଟି ପଦବୀ ପୂରଣ କରାଯିବ। ଏଥିମଧ୍ୟରୁ ୭୩ଟି ପଦବୀ ଅଣସଂରକ୍ଷିତ, ୨୪ଟି ଏସ୍‌ସି ପାଇଁ, ୧୩ଟି ଏସ୍‌ଟି ପାଇଁ, ୫୨ଟି ଓବିସି ପାଇଁ ଏବଂ ୧୮ଟି ଇଡବ୍ଲୁଏସ ବର୍ଗ ପାଇଁ ସଂରକ୍ଷିତ।

ଚଳିତ ବର୍ଷ IPS ଅର୍ଥାତ୍‌ ଭାରତୀୟ ପୋଲିସ ସେବା ପାଇଁ ୧୫୦ଟି ପଦବୀ ଘୋଷଣା କରାଯାଇଛି। ଏଥିରେ, ୬୦ଟି ପଦବୀ ଅଣସଂରକ୍ଷିତ, ୨୩ଟି ଏସ୍‌ସି, ୧୦ଟି ଏସ୍‌ଟି, ୪୨ଟି ଓବିସି ଏବଂ ୧୫ଟି ଇଡବ୍ଲୁଏସ ପାଇଁ ସଂରକ୍ଷିତ।

ଏଥର, ଭାରତୀୟ ବୈଦେଶିକ ସେବା (IFS) ଅଧୀନରେ ଭାରତର ବୈଦେଶିକ ନୀତି ଏବଂ କୂଟନୀତି ସହ ଜଡିତ ମୋଟ ୫୫ଟି ପଦବୀ ପୂରଣ କରାଯିବ, ଯେଉଁଥିରେ ୨୩ଟି ଅଣସଂରକ୍ଷିତ, ୯ଟି ଏସ୍‌ସି, ୫ଟି ଏସ୍‌ଟି, ୧୩ଟି ଓବିସି ଏବଂ ୫ଟି ଇଡବ୍ଲୁଏସ ବର୍ଗର ପଦବୀ ଅନ୍ତର୍ଭୁକ୍ତ।

UPSC CSE 2024 ପରୀକ୍ଷାର ଶ୍ରେଷ୍ଠ ୧୦ ଜଣ

୧. ଶକ୍ତି ଦୁବେ

୨. ହର୍ଷିତା ଗୋୟଲ

୩. ଡୋଙ୍ଗରେ ଅର୍ଚ୍ଚିତ ପରାଗ

୪. ଶାହ ମାର୍ଗୀ ଚିରାଗ

୫. ଆକାଶ ଗର୍ଗ

୬. କୋମଲ ପୁନିଆ

୭. ଆୟୁଷୀ ବଂଶଲ

୮. ରାଜ କୃଷ୍ଣ ଝା

୯. ଆଦିତ୍ୟ ବିକ୍ରମ ଅଗ୍ରୱାଲ

୧୦. ମୟଙ୍କ ତ୍ରିପାଠୀ

ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସେବାରେ ମଧ୍ୟ ନିଯୁକ୍ତି

ଭାରତୀୟ ଅଡିଟ ଏବଂ ଆକାଉଣ୍ଟସ ସେବା, ଗ୍ରୁପ ଏ 20 ପଦବୀ
ଭାରତୀୟ ସିଭିଲ ଆକାଉଣ୍ଟସ ସେବା, ଗ୍ରୁପ ଏ ୨୫ ପଦବୀ
ଭାରତୀୟ ପ୍ରତିରକ୍ଷା ଆକାଉଣ୍ଟସ ସେବା, ଗ୍ରୁପ ଏ ୨୪ ପଦବୀ
ଭାରତୀୟ ସୂଚନା ସେବା, ଗ୍ରୁପ ଏ ୩୭ ପଦବୀ
ଭାରତୀୟ ରାଜସ୍ବ ସେବା (ଆୟକର), ଗ୍ରୁପ ଏ ୧୮୦ ପଦବୀ
ଭାରତୀୟ ରେଳ ପରିଚାଳନା ସେବା (IRMS), ଗ୍ରୁପ ଏ ୧୫୦ ପଦବୀ
ଦିଲ୍ଲୀ, ଆଣ୍ଡାମାନ ନିକୋବର ପୋଲିସ ସେବା (DANIPS), ଗ୍ରୁପ ବି ୭୯ ପଦବୀ

ଏହିପରି ଆପଣଙ୍କର ଫଳାଫଳ ଯାଞ୍ଚ କରନ୍ତୁ

ସର୍ବପ୍ରଥମେ UPSCର ଅଫିସିଆଲ ୱେବସାଇଟ upsc.gov.in କୁ ଯାଆନ୍ତୁ।
ହୋମପେଜରେ ଦିଆଯାଇଥିବା UPSC ସିଭିଲ ସର୍ଭିସେସ ଫାଇନାଲ ରେଜଲ୍ଟ ୨୦୨୪ ଲିଙ୍କ ଉପରେ କ୍ଲିକ କରନ୍ତୁ।
ଏବେ ଏକ ନୂତନ PDF ଫାଇଲ ଖୋଲିବ, ଯେଉଁଥିରେ ରୋଲ ନମ୍ବରର ତାଲିକା ଦିଆଯିବ।
ଏଥିରେ ଆପଣଙ୍କର ରୋଲ ନମ୍ବର ଭଲଭାବରେ ଯାଞ୍ଚ କରନ୍ତୁ।
ଏହି ଫାଇଲଟି ଡାଉନଲୋଡ କରନ୍ତୁ ଏବଂ ଏକ ପ୍ରିଣ୍ଟଆଉଟ ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?