
ନୂଆଦିଲ୍ଲୀ,୨୨।୪:ଲୋକସେବା ଆୟୋଗ ଦ୍ୱାରା UPSC ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଇଛି। ପ୍ରୟାଗରାଜର ଶକ୍ତି ଦୁବେ ପ୍ରଥମ ସ୍ଥାନ ହାସଲ କରିଛନ୍ତି। ସମସ୍ତ ପ୍ରାର୍ଥୀ upsc.gov.in କୁ ଯାଇ ଗୋଟିଏ କ୍ଲିକ୍ରେ ସେମାନଙ୍କର ଫଳାଫଳ ଦେଖିପାରିବେ।
ଏଥର, ଭାରତୀୟ ପ୍ରଶାସନିକ ସେବା (IAS)ରେ ମୋଟ ୧୮୦ଟି ପଦବୀ ପୂରଣ କରାଯିବ। ଏଥିମଧ୍ୟରୁ ୭୩ଟି ପଦବୀ ଅଣସଂରକ୍ଷିତ, ୨୪ଟି ଏସ୍ସି ପାଇଁ, ୧୩ଟି ଏସ୍ଟି ପାଇଁ, ୫୨ଟି ଓବିସି ପାଇଁ ଏବଂ ୧୮ଟି ଇଡବ୍ଲୁଏସ ବର୍ଗ ପାଇଁ ସଂରକ୍ଷିତ।
ଚଳିତ ବର୍ଷ IPS ଅର୍ଥାତ୍ ଭାରତୀୟ ପୋଲିସ ସେବା ପାଇଁ ୧୫୦ଟି ପଦବୀ ଘୋଷଣା କରାଯାଇଛି। ଏଥିରେ, ୬୦ଟି ପଦବୀ ଅଣସଂରକ୍ଷିତ, ୨୩ଟି ଏସ୍ସି, ୧୦ଟି ଏସ୍ଟି, ୪୨ଟି ଓବିସି ଏବଂ ୧୫ଟି ଇଡବ୍ଲୁଏସ ପାଇଁ ସଂରକ୍ଷିତ।
ଏଥର, ଭାରତୀୟ ବୈଦେଶିକ ସେବା (IFS) ଅଧୀନରେ ଭାରତର ବୈଦେଶିକ ନୀତି ଏବଂ କୂଟନୀତି ସହ ଜଡିତ ମୋଟ ୫୫ଟି ପଦବୀ ପୂରଣ କରାଯିବ, ଯେଉଁଥିରେ ୨୩ଟି ଅଣସଂରକ୍ଷିତ, ୯ଟି ଏସ୍ସି, ୫ଟି ଏସ୍ଟି, ୧୩ଟି ଓବିସି ଏବଂ ୫ଟି ଇଡବ୍ଲୁଏସ ବର୍ଗର ପଦବୀ ଅନ୍ତର୍ଭୁକ୍ତ।
UPSC CSE 2024 ପରୀକ୍ଷାର ଶ୍ରେଷ୍ଠ ୧୦ ଜଣ
୧. ଶକ୍ତି ଦୁବେ
୨. ହର୍ଷିତା ଗୋୟଲ
୩. ଡୋଙ୍ଗରେ ଅର୍ଚ୍ଚିତ ପରାଗ
୪. ଶାହ ମାର୍ଗୀ ଚିରାଗ
୫. ଆକାଶ ଗର୍ଗ
୬. କୋମଲ ପୁନିଆ
୭. ଆୟୁଷୀ ବଂଶଲ
୮. ରାଜ କୃଷ୍ଣ ଝା
୯. ଆଦିତ୍ୟ ବିକ୍ରମ ଅଗ୍ରୱାଲ
୧୦. ମୟଙ୍କ ତ୍ରିପାଠୀ
ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସେବାରେ ମଧ୍ୟ ନିଯୁକ୍ତି
ଭାରତୀୟ ଅଡିଟ ଏବଂ ଆକାଉଣ୍ଟସ ସେବା, ଗ୍ରୁପ ଏ 20 ପଦବୀ
ଭାରତୀୟ ସିଭିଲ ଆକାଉଣ୍ଟସ ସେବା, ଗ୍ରୁପ ଏ ୨୫ ପଦବୀ
ଭାରତୀୟ ପ୍ରତିରକ୍ଷା ଆକାଉଣ୍ଟସ ସେବା, ଗ୍ରୁପ ଏ ୨୪ ପଦବୀ
ଭାରତୀୟ ସୂଚନା ସେବା, ଗ୍ରୁପ ଏ ୩୭ ପଦବୀ
ଭାରତୀୟ ରାଜସ୍ବ ସେବା (ଆୟକର), ଗ୍ରୁପ ଏ ୧୮୦ ପଦବୀ
ଭାରତୀୟ ରେଳ ପରିଚାଳନା ସେବା (IRMS), ଗ୍ରୁପ ଏ ୧୫୦ ପଦବୀ
ଦିଲ୍ଲୀ, ଆଣ୍ଡାମାନ ନିକୋବର ପୋଲିସ ସେବା (DANIPS), ଗ୍ରୁପ ବି ୭୯ ପଦବୀ
ଏହିପରି ଆପଣଙ୍କର ଫଳାଫଳ ଯାଞ୍ଚ କରନ୍ତୁ
ସର୍ବପ୍ରଥମେ UPSCର ଅଫିସିଆଲ ୱେବସାଇଟ upsc.gov.in କୁ ଯାଆନ୍ତୁ।
ହୋମପେଜରେ ଦିଆଯାଇଥିବା UPSC ସିଭିଲ ସର୍ଭିସେସ ଫାଇନାଲ ରେଜଲ୍ଟ ୨୦୨୪ ଲିଙ୍କ ଉପରେ କ୍ଲିକ କରନ୍ତୁ।
ଏବେ ଏକ ନୂତନ PDF ଫାଇଲ ଖୋଲିବ, ଯେଉଁଥିରେ ରୋଲ ନମ୍ବରର ତାଲିକା ଦିଆଯିବ।
ଏଥିରେ ଆପଣଙ୍କର ରୋଲ ନମ୍ବର ଭଲଭାବରେ ଯାଞ୍ଚ କରନ୍ତୁ।
ଏହି ଫାଇଲଟି ଡାଉନଲୋଡ କରନ୍ତୁ ଏବଂ ଏକ ପ୍ରିଣ୍ଟଆଉଟ ରଖନ୍ତୁ।