Posted inଜାତୀୟ

ଦେଶର ପ୍ରଥମ ମୁସଲମାନ ମହିଳା ଭାବେ ଯୁଦ୍ଧ ବିମାନ ପାଇଲଟ ହେବେ ସାନିଆ ମିର୍ଜା

ଲକ୍ଷ୍ନୌ,୨୩।୧୨: ଯଦି କିଛି କରିବାକୁ ମନରେ ଆଗ୍ରହ ଅଛି, ତେବେ ଦୁନିଆରେ କିଛି ଅସମ୍ଭବ ନୁହେଁ। ଉତ୍ତରପ୍ରଦେଶର ମିର୍ଜାପୁର ଜିଲାର ଏକ ଛୋଟ ଗାଁର ବାସିନ୍ଦା ସାନିଆ ମିର୍ଜା ମଧ୍ୟ ଏଭଳି କାର୍ଯ୍ୟ କରିଛନ୍ତି। ସାନିଆ ଏନଡିଏ ପରୀକ୍ଷାରେ ୧୪୯ତମ ର଼୍ୟାଙ୍କ୍‌ ପାଇ ଫ୍ଲାଇଙ୍ଗ ୱିଙ୍ଗରେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ଫ୍ଲାଇଙ୍ଗ ୱିଙ୍ଗରେ କେବଳ ଦୁଇଟି ସିଟ ଅଛି। ଏନଡିଏରେ ମହିଳାମାନଙ୍କ ପାଇଁ କେବଳ ୧୯ଟି ପୋଷ୍ଟ ସଂରକ୍ଷିତ। ଏନଡିଏରୁ ପାସ କରିବା ପରେ ସାନିଆ ଦେଶର ପ୍ରଥମ ମୁସଲମାନ ମହିଳା ଭାବେ ଯୁଦ୍ଧ ବିମାନ ପାଇଲଟ ହେବେ ସାନିଆ।
ସାନିଆଙ୍କ ପିତା ଶହିଦ ଅଲି ମିର୍ଜାପୁରରେ ଜଣେ ଟିଭି ମେକାନିକ ଭାବେ କାର୍ଯ୍ୟ କରନ୍ତି। ସାନିଆ ପିଲାଦିନରୁ ଜଣେ ଇଞ୍ଜିନିୟର ହେବାକୁ ଚାହୁଁଥିଲେ। ମିର୍ଜାପୁର ଦେହାଟ କୋଟୱାଲି ପୋଲିସ ଷ୍ଟେଶନ ଅଧୀନରେ ଥିବା ଏକ ଛୋଟ ଗାଁ ଜାସୋଭାରର ବାସିନ୍ଦା ସାନିଆ ଗାଁର ପଣ୍ଡିତ ଚିନ୍ତାମଣି ଦୁବେ ଇଣ୍ଟର କଲେଜରୁ ପ୍ରାଥମିକରୁ ଦଶମ ପର୍ଯ୍ୟନ୍ତ ଶିକ୍ଷା ସମାପ୍ତ କରିଥିଲେ। ସେ ୟୁପି ବୋର୍ଡ ପରୀକ୍ଷାରେ ଜିଲା ଟପ୍ପର୍‌ ମଧ୍ୟ ରହିଥିଲେ। ଏହା ପରେ ସାନିଆ ସହରର ଗୁରୁ ନାନକ ବାଳିକା ଇଣ୍ଟର କଲେଜରୁ ଦ୍ୱାଦଶ ପାସ୍‌ କରିଥିଲେ।
ଗତ ୧୦ ଏପ୍ରିଲରେ ସାନିଆ ଏନଡିଏ ପରୀକ୍ଷା ଦେଇଥିଲେ। ନଭେମ୍ବରରେ ପ୍ରକାଶିତ ତାଲିକାରେ ତାଙ୍କୁ ଚୟନ କରାଯାଇଛି। ଫ୍ଲାଇଙ୍ଗ୍‌ରେ ମନୋନୀତ ହୋଇଥିବା ଦୁଇଜଣ ମହିଳାଙ୍କ ମଧ୍ୟରୁ ସେ ଜଣେ। ଡିସେମ୍ବର ୨୭ରେ ସାନିଆ ପୁଣେରେ ଏନଡିଏ ତାଲିମରେ ଯୋଗଦେବେ।
ସାନିଆ ମିର୍ଜା କହିଛନ୍ତି, ମୁଁ ଜଣେ ଇଞ୍ଜିନିୟର ହେବାକୁ ଚାହୁଁଛି। ଏକାଦଶ ଶ୍ରେଣୀରେ ଦେଶର ପ୍ରଥମ ମହିଳା ଯୁଦ୍ଧ ବିମାନ ପାଇଲଟ ଅବନୀ ଚତୁର୍ବେଦୀ ବିଷୟରେ ଜାଣିଥିଲି। ସେ ମୋର ପ୍ରେରଣା ଉତ୍ସ ହୋଇଗଲେ ଏବଂ ମୁଁ ଏନଡିଏରେ ଯୋଗଦେବାକୁ ସ୍ଥିର କଲି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ପ୍ରାର୍ଥୀ ଦେବାଶିଷଙ୍କ ନାମାଙ୍କନ ରଦ୍ଦ, ଯିବେ ହାଇକୋର୍ଟ

କୋଲକାତା,୨୬।୪: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ବୀରଭୂମ ଲୋକ ସଭା ଆସନରୁ ଭାଜପା ପ୍ରାର୍ଥୀ ଦେବାଶିଷ ଧରଙ୍କ ନାମାଙ୍କନକୁ ବାତିଲ କରିଛନ୍ତି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଭାଜପା...

ବାଇକ୍‌ ରାଇଡ୍‌ରେ ବାହାରିଲେ ’ସ୍ପାଇଡର୍‌ମ୍ୟାନ, ସ୍ପାଇଡର୍‌ ଓମେନ୍‌’, ଗିରଫ କଲା ପୋଲିସ

ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍‌ ପୋଷାକ ପିନ୍ଧି ବାଇକ୍‌ ରାଇଡ୍‌ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ...

ଆଜି ଗଣତନ୍ତ୍ର ପାଇଁ ବିଜୟର ଦିନ:ମୋଦି

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ପ୍ରଚାର ଚାଲିଛି। ତୃତୀୟ ପର୍ଯ୍ୟାୟରେ ବିହାରର ଅରାରିଆରେ ଏକ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ବୋଧିତ କରିଛନ୍ତି।...

ସନ୍ଦେଶଖାଲି ମାମଲାରେ ସିବିଆଇ ଚଢ଼ାଉ

କୋଲକାତା,୨୬ା୪: କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି (ସିବିଆଇ) ପଶ୍ଚିମବଙ୍ଗର ସନ୍ଦେଶଖାଲି ମାମଲାରେ ଶୁକ୍ରବାର ଅନେକ ସ୍ଥାନରେ ଚଢ଼ାଉ କରିଛି। ଅନୁସନ୍ଧାନକାରୀ ସଂସ୍ଥା ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ...

ନୋଟାକୁ ସର୍ବାଧିକ ଭୋଟ ମିଳିବାରୁ ପୁନର୍ବାର ନିର୍ବାଚନ କରିବାକୁ ଦାବି, ନିର୍ବାଚନ କମିଶନଙ୍କୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୬।୪: ଭୋଟ ସମ୍ବନ୍ଧୀୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଶୁକ୍ରବାର ଲୋକ ସଭା ନିର୍ବାଚନ ୨୦୨୪ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ସମୟରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା।...

ସିସୋଡିଆଙ୍କୁ ଝଟ୍‌କା, ମେ’ ୮ ପର୍ଯ୍ୟନ୍ତ ରହିବେ ଜେଲରେ

ନୂଆଦିଲ୍ଲୀ,୨୬।୪: ଦିଲ୍ଲୀ ଏକ୍ସାଇଜ ମାମଲାରେ ହୋଇଥିବା ଦୁର୍ନୀତି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ମନୀଷ ସିସୋଡିଆଙ୍କ ନ୍ୟାୟିକ ହେପାଜତକୁ ଆସନ୍ତା ମେ ୮ ପର୍ଯ୍ୟନ୍ତ...

ରାହୁଲଙ୍କୁ ଶାହାଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୨୬।୪: ଲୋକ ସଭା ନିର୍ବାଚନ ପାଇଁ ଚାଲିଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ସେ ଦାବି କରିଛନ୍ତି...

ପୂର୍ବାହ୍ନ ୧୧ଟା ସୁଦ୍ଧା ଏହି ରାଜ୍ୟରେ ହୋଇଛି ସବୁଠୁ ଅଧିକ ମତଦାନ

ନୂଆଦିଲ୍ଲୀ,୨୬ା୪: ଆଜି ଅର୍ଥାତ୍‌ ଏପ୍ରିଲ ୨୬ରେ ଲୋକ ସଭାର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ମତଦାନ ଚାଲିଛି। ଏହି ପର୍ଯ୍ୟାୟରେ ୧୨୦୦ରୁ ଅଧିକ ପ୍ରାର୍ଥୀ ୧୩ଟି ରାଜ୍ୟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri