ପାରାଦୀପରେ ହଇଚଇ: ତୈଳବାହୀ ଜାହାଜରେ ୨୧ ପାକିସ୍ତାନୀ ନାବିକ

ପାରାଦୀପ, ୧୪।୫(ଶରତ ରାଉତ):ପାରାଦୀପ ବନ୍ଦର ଏସ୍‌ପିଏମ୍‌ (ସିଙ୍ଗଲ ପଏଣ୍ଟ ମୋରିଂ ସିଷ୍ଟମ) ବର୍ଥରେ ବୁଧବାର ତୈଳବାହୀ ଜାହାଜ ଏକତଟି ସିରେନ-୨ ଲାଗିବ। ଉକ୍ତ ଜାହାଜରେ ୨୫ ନାବିକଙ୍କ ମଧ୍ୟରୁ ୨୧ଜଣ ପାକିସ୍ତାନୀ ଥିବା ମଙ୍ଗଳବାର ଜଣାପଡ଼ିଛି। ଏ ନେଇ ଇମିଗ୍ରେଶନ ବିଭାଗ ପକ୍ଷରୁ ତତ୍ପରତା ଦେଖା ଦେଇଛି। ଜାହାଜରେ ପାକିସ୍ତାନୀ ନାବିକ ଥିବାରୁ ପଣ୍ୟ ଖଲାସ ସମୟ ପର୍ଯ୍ୟନ୍ତ ସତର୍କତା ଅବଲମ୍ବନ କରିବାକୁ ଇମିଗ୍ରେଶନ ବିଭାଗ ମେରାଇନ ପୋଲିସ, ପାରାଦୀପ ବନ୍ଦର ପ୍ରଶାସନକୁ ଅବଗତ କରାଇଛି। କାରଣ ପାକିସ୍ତାନୀ ନାଗରିକ ଭାରତ ସୀମା ମଧ୍ୟରେ ପ୍ରବେଶ ଉପରେ ବୈଦେଶିକ କଟକଣା ରହିଛି। ଉକ୍ତ ଜାହାଜରେ ହଂକଂ ପତାକା ରହିଛି। ଦକ୍ଷିଣ କୋରିଆ ଦେଶରୁ ୧୩୫ ମେଟ୍ରିକ ଟନ ଅଶୋଧିତ ତୈଳ ବୋଝେଇ ହୋଇ ଆସୁଛି। ଉକ୍ତ ତୈଳ ଏସ୍‌ପିଏମ୍‌ ବର୍ଥରେ ବୁଧବାର ଖଲାସ ହେବ ବୋଲି ବନ୍ଦର ଡିଟିଆର (ଡେଲି ଟ୍ରାଫିକ ରିପୋର୍ଟ)ରୁ ଜଣାପଡିଛି। ନାବିକଙ୍କ ମଧ୍ୟରେ ୨୧ ପାକିସ୍ତାନ, ୨ ଭାରତୀୟ, ଜଣେ ଶ୍ରୀଲଙ୍କା, ଜଣେ ଥାଇଲାଣ୍ଡ ଦେଶର ବୋଲି ଇମିଗ୍ରେଶନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ପାରାଦୀପ ବନ୍ଦର ଏସ୍‌ପିଏମ୍‌ ପୋତାଶ୍ରୟଠାରୁ ୨୦ କି.ମି. ଦୂର ସମୁଦ୍ର ମଧ୍ୟରେ ଜାହାଜ ରହିଛି। ସେଠାରେ ଭାସମାନ ବର୍ଥକୁ ଏସ୍‌ପିଏମ୍‌ ବୋଲି କୁହାଯାଏ। ସେଠାରେ କେବଳ ବୃହତ ତୈଳବାହୀ ଜାହାଜରୁ ଅଶୋଧିତ ତୈଳ ପାଇପ୍‌ଲାଇନ ଯୋଗେ ଖଲାସ କରାଯାଇଥାଏ। ବୁଧବାର ଜାହାଜ ଲାଗିବା ପାଇଁ କ୍ଲିୟରାନ୍ସ ମିଳିଛି। କିନ୍ତୁ ଅପସାରଣ ଶେଷ ପର୍ଯ୍ୟନ୍ତ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏଠାରେ ପ୍ରଶ୍ନ ଉଠେ, ମେରାଇନ ପୋଲିସର ପାଟ୍ରୋଲିଂ ବୋଟ ଏ ପର୍ଯ୍ୟନ୍ତ ମହାନଦୀ ମୁହାଣ ଅତିକ୍ରମ କରିନାହିଁ। ବୁଧବାର କିପରି ଏସ୍‌ପିଏମ୍‌ ପର୍ଯ୍ୟନ୍ତ ପୋଲିସ ଯିବ ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀଙ୍କ ନାଁ ଘୋଷଣା: କାଞ୍ଚନ ବାଗଙ୍କୁ ଗୁରୁଦାୟିତ୍ୱ ଦେଲା ଭାଜପା

ଭବାନୀପାଟଣା,୯।୫(ଉତ୍ତମ କୁମାର ଦାଶ): ଭାଜପା ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡା.ଐଶ୍ବର୍ଯ୍ୟା ବିଶାଳ ଶୁକ୍ରବାର ରାଜ୍ୟର ବିଭିନ୍ନ ଜିଲା ପାଇଁ ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀଙ୍କ ନାମ…

ଗଞ୍ଜାମ ପୋଲିସ ପକ୍ଷରୁ ‘ଜୁଭେଣ୍ଟିକା’ ସଚେତନତା କାର୍ଯ୍ୟକ୍ରମ: ଯୋଗ ଦେଲେ ବହୁ ସଂଖ୍ୟକ ଛାତ୍ରୀ

ଗଞ୍ଜାମ,୯।୫(ଅନାଥ ତରାଇ): ଗଞ୍ଜାମ ଥାନା ପକ୍ଷରୁ ପୋଲିସ ଓ ଜନସାଧାରଣ ବିଶେଷକରି କିଶୋର କିଶୋରୀଙ୍କ ମଧ୍ୟରେ ଥିବା ଦୂରତାକୁ ହ୍ରାସ କରିବା ଲକ୍ଷ୍ୟରେ ‘ଜୁଭେଣ୍ଟିକା’ କାର୍ଯ୍ୟକ୍ରମ ସଫଳତାର…

ପଶ୍ଚିମବଙ୍ଗ ମାଟିରେ ଥାଇ ଏମିତି କଥା କହିଦେଲେ ମୋହନ ମାଝୀ: ଚାରିଆଡ଼େ ଚର୍ଚ୍ଚା

ଭୁବନେଶ୍ୱର,୯ା୫(ସୁନିତ୍‌ ମିଶ୍ର):କୋଲକାତାଠାରେ ଶୁକ୍ରବାର ଭାଜପା ବିଧାୟକ ଦଳ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏହି ବୈଠକରେ ଯୋଗଦେଇଥିଲେ। ବୈଠକରେ ଶୁଭେନ୍ଦୁ ଅଧିକାରୀଙ୍କୁ ଭାଜପା…

ୟୁଏଫ୍‌ଓ ଫାଇଲ ସାର୍ବଜନୀନ କଲା ପେଣ୍ଟାଗନ୍‌

ଓ୍ବାଶିଂଟନ,୯ା୫:ପେଣ୍ଟାଗନ୍‌ ୟୁଏଫ୍‌ଓ (ଅଜ୍ଞାତ ଉଡ଼ନ୍ତା ବସ୍ତୁ) ସହ ଜଡିତ ଫାଇଲଗୁଡ଼ିକୁ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ପ୍ରକାଶ ଆରମ୍ଭ କରିଛି। ୟୁଏଫ୍‌ଓ ଯାହାକୁ ଏବେ ଅଜଣା ଅସାମାନ୍ୟ…

୨୨ବର୍ଷ ପରେ ମିଳିଲା ଜାମିନ: ଓଡ଼ିଶା ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟଙ୍କ ନାପସନ୍ଦ

ଭୁବନେଶ୍ୱର,୯ା୫:ଏକ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ ଅଭିଯୁକ୍ତଙ୍କୁ ୨୨ବର୍ଷ ପରେ ସୁପ୍ରିମ୍‌କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ଏଥିସହିତ ଏହି ମାମଲାରେ ଓଡ଼ିଶା ହାଇକୋର୍ଟ ଅଭିଯୁକ୍ତଙ୍କ…

ରେଲୱେ ଷ୍ଟେଶନର ବିଭିନ୍ନ ସମସ୍ୟାକୁ ଯାତ୍ରୀ ହନ୍ତସନ୍ତ: ଯଥାଶୀଘ୍ର ସମାଧାନ ପାଇଁ ଡିଆରଏମ ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା,୯।୫(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅନ୍ତର୍ଗତ କାଣ୍ଡେଲ ରୋଡ଼ ଷ୍ଟେଶନରେ ବିଭିନ୍ନ ସମସ୍ୟା ରହିଥିବାରୁ ଯାତ୍ରୀମାନେ ନାହିଁ ନ ଥିବାର ସମ୍ମୁଖୀନ ହେଉଛନ୍ତି।ଏହି ଷ୍ଟେଶନର ପ୍ଲାଟ…

ଓଡ଼ିଶା ମେଟାଲିକ୍ସ ବିରୋଧରେ ବଢ଼ୁଛି ଜନ ଅସନ୍ତୋଷ: ଆନ୍ଦୋଳନ ଚେତାବନୀ

ଝାରସୁଗୁଡ଼ା, ୯ା୫(ଆଶିଷ ରଞ୍ଜନ ଦାଶ):ଝାରସୁଗୁଡ଼ା ସଦର ବ୍ଲକ୍‌ ଅନ୍ତର୍ଗତ ମରାକୁଟାଠାରେ ଅବସ୍ଥିତ ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀକୁ ନେଇ ବିବାଦ ଘନେଇବାରେ ଲାଗିଛି। ପୁରୁଣା କର୍ମଚାରୀଙ୍କୁ…

ପୁଷ୍ପା ଷ୍ଟାଇଲରେ ଚାଲାଣ କରୁଥିଲେ ଶାଳକାଠ, ମାଡିବସିଲା ବନ ବିଭାଗ, ତା’ପରେ…

କଲ୍ୟାଣସିଂହପୁର, ୯।୫( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ବନବିଭାଗର ବଡ଼ ଚଢ଼ାଉ। ଶିରିପୁର ନିକଟରେ ଚଢ଼ାଉ କରି ୮୦ ଖଣ୍ଡ ଶାଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri