ବିନା ସୂଚନା ଫଳକରେ ଉନ୍ନୟନ କାର୍ଯ୍ୟ

ନବରଙ୍ଗପୁର,୨୧।୪(ସଦାଶିବ ପ୍ରହରାଜ): ନବରଙ୍ଗପୁର ବ୍ଲକ୍‌ର ବିଭିନ୍ନ ସ୍ଥାନରେ ବିନା ସୂଚନା ଫଳକରେ ବହୁ ଉନ୍ନୟନ କାର୍ଯ୍ୟ ଚାଲିଥିବା ଦେଖିବାକୁ ମିଳିଛି । କିଏ ଓ କେଉଁ ବିଭାଗ ଏହି ଉନ୍ନୟନ କାମ କରୁଛି ସେ ନେଇ ଜନସାଧାରଣ, ସ୍ଥାନୀୟ ଜନପ୍ରତିନିଧି କାହାକୁ ଜଣାନାହିଁ। ଫଲ୍ସ ବିଲ୍‌ କରି ଯନ୍ତ୍ରୀ ଓ ଠିକାଦାର ମାଲାମାଲ ହେବାର ମସୁଧା ହେଉଥିବା ଅଭିଯୋଗ ହେଉଛି।
ନବରଙ୍ଗପୁର ବ୍ଲକ ଭତରା ସିୟୁନି ପଞ୍ଚାୟତ ସଦର ମହକୁମାରେ ଏକ କଲଭର୍ଟ, ଖଳା ପିଣ୍ଡି ଓ ଏକ ଛାତ ଘର ନିର୍ମାଣ ଚାଲିଛି । ଶିରିଶି ଗାଁରେ ମଧ୍ୟ ସେହିଭଳି ଏକ କଲଭର୍ଟ ନିର୍ମାଣ ହୋଇଛି ଓ ପିଣ୍ଡି କାର୍ଯ୍ୟ ଭଳି ରାସ୍ତା କଡରେ ମୂଳଦୁଆ ଖୋଳି ମେଟାଲ ଓ ବାଲି ପକାଯାଇଛି । ତେବେ କେଉଁ ବିଭାଗ ଓ କିଏ ଏହି କାମ କରୁଛନ୍ତି, ସେ ନେଇ ସ୍ଥାନୀୟ ଲୋକେ ଜାଣି ନ ଥିବା କହିଛନ୍ତି । ଉକ୍ତ ପ୍ରକଳ୍ପ ନିକଟରେ ସୂଚନା ଫଳକ ନ ଥିବାରୁ ଏ ସମସ୍ତ ଉନ୍ନୟନ କାର୍ଯ୍ୟ ବିଷୟରେ ଜାଣିବା କଷ୍ଟକର ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଶିରିଶି ଗାଁର ମୁନି ସାହିରେ ଏକ କଲଭର୍ଟ ନିର୍ମାଣ କାର୍ଯ୍ୟ ସରିଛି। ତେବେ ୩ଟି ରାସ୍ତାର ସଂଯୋଗୀକରଣ ସ୍ଥାନରେ କମ୍‌ ଚଉଡା ଓ ବିନା ମୂଳଦୁଆରେ କଲଭର୍ଟ ନିର୍ମାଣ କରାଯାଇଛି। ତେବେ ଉକ୍ତ ରାସ୍ତାର ପାର୍ଶ୍ୱ ନଦୀକୂଳିଆ ଅଞ୍ଚଳ ହୋଇଥିବାରୁ ବନ୍ୟାଜଳରେ ନିମ୍ନମାନର କାମ ହୋଇଥିବା କଲଭର୍ଟ ଭାଙ୍ଗିଯିବ ନଚେତ ଭୁଶୁଡି ପଡିବ ବୋଲି ଗ୍ରାମବାସୀ କରିଛନ୍ତି। ସେହିଭଳି ଉକ୍ତ ଗାଁର ମୁଖ୍ୟ ରାସ୍ତା କଡରେ ୫ ଫୁଟ ନିମ୍ନ ଭାଗରେ ବାଲି, ମେଟାଲ ପକାଇବା ସହିତ ମେଶିନ ମାଧ୍ୟମରେ ମୂଳଦୁଆ ଖୋଳା ଯାଇଛି । ଲକ୍ଷାଧିକ ଟଙ୍କାର କାମ ହେଉଥିଲେ ହେଁ ଏହି ଉନ୍ନୟନ କାର୍ଯ୍ୟ ନିକଟରେ କୌଣସି ସୂଚନା ଫଳକ ନାହିଁ। ସେହିଭଳି ଭତରା ସିୟୁନି ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ କଲଭର୍ଟ କାର୍ଯ୍ୟ ଚାଲିଛି । ଗାଁ ମୁଣ୍ଡରେ ଏକ ଛାତ ଘର ସେଣ୍ଟରିଂ ହୋଇ ଛାତ ସ୍ତର ପର୍ଯ୍ୟନ୍ତ କାମ ସରିଲାଣି । ସେମିତି ଏସ୍‌ଏସ୍‌ଡି ହାଇସ୍କୁଲ ରାସ୍ତା କଡରେ ଖଳା ପାଇଁ ପିଣ୍ଡି ନିର୍ମାଣ କାର୍ଯ୍ୟ ଚାଲିଛି । ତେବେ ଉକ୍ତ ସମସ୍ତ ଉନ୍ନୟନମୂଳକ କାର୍ଯ୍ୟ ନିକଟରେ ଗୋଟିଏ ବି ସୂଚନା ଫଳକ ଏଯାଏ ଲଗା ଯାଇନାହିଁ। କୌଣସି କାର୍ଯ୍ୟରେ ସ୍ଥାନୀୟ ଶ୍ରମିକଙ୍କୁ କାମରେ ଡକା ଯାଉନାହିଁ ଓ କାମରେ ଲଗାଉନାହାନ୍ତି ବୋଲି ୱାର୍ଡମେମ୍ବର ଲିଙ୍ଗରାଜ ରନ୍ଧାରି ଓ ପୂର୍ବତନ ସରପଞ୍ଚ ଧନୁର୍ଜୟ ନାୟକ କହିଛନ୍ତି । ଅନ୍ୟପକ୍ଷରେ ସୂଚନା ଫଳକ ଲଗାଇ କାର୍ଯ୍ୟ ହେଉ ନ ଥିବାରୁ ଏ ସମସ୍ତ ଉନ୍ନୟନ କାର୍ଯ୍ୟରେ ଦୁର୍ନୀତିର ବାସ୍ନା ବାହାରୁଛି । ଅନ୍ୟପକ୍ଷରେ ୧୦ ଲକ୍ଷ ଟଙ୍କାରୁ କମ୍‌ ଉନ୍ନୟନ କାର୍ଯ୍ୟ ବିନା ଟେଣ୍ଡରରେ ବିଭାଗଗୁଡିକ ଯନ୍ତ୍ରୀମାନଙ୍କ ନାଁରେ କାର୍ଯ୍ୟାଦେଶ ରଖି କାମ ହେଉଥିବା ଅଭିଯୋଗ ହେଉଛି। ଏଭଳି ବିନା ସୂଚନା ଫଳକରେ କାର୍ଯ୍ୟ ଚାଲିଥିବାରୁ ଏ ସମସ୍ତ କାର୍ଯ୍ୟର ଭିଜିଲାନ୍ସ ତଦନ୍ତ କରାଯିବାକୁ ଗ୍ରାମବାସୀ ଦାବି କରିଛନ୍ତି । ପ୍ରଥମେ ସୂଚନା ଫଳକ ଲଗାଯାଇ ଉନ୍ନୟନ କାର୍ଯ୍ୟ କରାଯିବାକୁ ଦାବି ହେଉଛି । ଏ ନେଇ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିରଞ୍ଚତ୍ ନାରାୟଣ ଦରୱାନଙ୍କ ମୋବାଇଲ ନମ୍ବର ୯୪୩୭୦୯୪୭୨୫କୁ ଯୋଗାଯୋଗ କରାଯିବାରୁ ସୁଇଚ ଅଫ ରହିଥିଲା। ସମନ୍ବିତ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ପ୍ରକଳ୍ପ ପ୍ରଶାସକ ରାଜୀବ କୁମାର ସାହୁଙ୍କୁ ତାଙ୍କ ମୋବାଇଲ ନମ୍ବର ୯୪୩୭୧୪୫୪୦୨କୁ ଯୋଗାଯୋଗ କରିବା ପରେ ମଧ୍ୟ କୌଣସି ଉତ୍ତର ମିଳିପାରି ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?