Posted inଜାତୀୟ

ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା କଲେ ସ୍ତ୍ରୀ, ଶବକୁ ବାଇକ୍‌ରେ ନେଇ ଫିଙ୍ଗିଲେ, ସବୁ ଦେଖିଲା ପୁଅ

ନୂଆଦିଲ୍ଲୀ,୧୪ା୯: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲାରେ ଜଣେ ମହିଳା ନେହା ଓ ତାଙ୍କ ପ୍ରେମିକ ଜିତେନ୍ଦ୍ର ମିଶି ନେହାଙ୍କ ସ୍ୱାମୀ ନାଗେଶ୍ୱର ରାଉନିୟାରଙ୍କୁ ହତ୍ୟା କରିଛନ୍ତି। ଏହାପରେ ଶବକୁ ବାଇକ୍‌ରେ ୨୫ କିଲୋମିଟର ଦୂର ନେଇ ରାସ୍ତା କଡ଼ରେ ଫିଙ୍ଗି ଦୁର୍ଘଟଣାର ରୂପ ଦେଇଛନ୍ତି। ପୋଲିସ କହିଛି, ଅଭିଯୁକ୍ତ ନେହା ଓ ଜିତେନ୍ଦ୍ର ହତ୍ୟାର ଅପରାଧ ସ୍ୱୀକାର କରିଛନ୍ତି ଏବଂ ବର୍ତ୍ତମାନ ସେମାନେ ପୋଲିସ ହେପାଜତରେ ଅଛନ୍ତି।

ନେହା ନାଗେଶ୍ୱରଙ୍କୁ ଏକ ଗୁପ୍ତ ସ୍ଥାନକୁ ଡାକି ସେ ଚେତା ହରାଇବା ପର୍ଯ୍ୟନ୍ତ ମଦ ପିଆଇଥିଲେ। ଏହାପରେ ଜିତେନ୍ଦ୍ରଙ୍କ ସହାୟତାରେ ତାଙ୍କୁ ଗଳା ଚିପି ଓ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲେ। ଅଭିଯୁକ୍ତ ଦୁହେଁ ଶବକୁ ବାଇକ୍‌ରେ ୨୫ କିଲୋମିଟର ନେଇ ଫିଙ୍ଗିଥିଲେ। ଜିତେନ୍ଦ୍ର ବାଇକ୍‌ ଚଲାଉଥିବା ବେଳେ ନେହାଙ୍କ ସାନ ପୁଅ ଆଗରେ ବସିଥିଲା ଓ ନେହା ପଛରେ ଶବକୁ ଧରି ବସିଥିଲେ। ଶବର ପାଦ ରାସ୍ତାରେ ଘଷି ହେବାରୁ ଆଘାତ ଲାଗିଥିଲା।

ଶନିବାର ସକାଳେ ନାଗେଶ୍ୱରଙ୍କ ଶବ ମିଳିବା ପରେ ଅଞ୍ଚଳରେ ଆତଙ୍କ ଖେଳିଯାଇଥିଲା। ନାଗେଶ୍ୱରଙ୍କ ପିତା କେଶବ ରାଜ ଅଭିଯୋଗ କରିଥିଲେ ଯେ ତାଙ୍କ ପୁଅ ଶୁକ୍ରବାର ଅପରାହ୍ନରେ ବାଇକ୍‌ରେ ଘରୁ ବାହାରିଥିଲେ, କିନ୍ତୁ ଫେରିନଥିଲେ। ନେହା ଓ ଜିତେନ୍ଦ୍ରଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ଓ ସେମାନେ ମିଶି ହତ୍ୟା କରି ଶବକୁ ଦୁର୍ଘଟଣା ପରି ଦେଖାଇବାକୁ ଫିଙ୍ଗିଥିବା ସେ ଅଭିଯୋଗ କରିଥିଲେ। ପୋଲିସ ମୋବାଇଲ୍‌ ଲୋକେସନ୍‌ ଓ ପିତାଙ୍କ ସୂଚନା ଆଧାରରେ ପର୍ତ୍ତାୱାଲ ନିକଟରୁ ଅଭିଯୁକ୍ତଙ୍କୁ ଗିରଫ କରିଥିଲା।

ପୋଲିସ ଜଣାଇଛି, ନାଗେଶ୍ୱର ପୂର୍ବରୁ ମାଦକ ଦ୍ରବ୍ୟ ମାମଲାରେ (ଏନଡିପିଏସ୍‌ ଆକ୍ଟ) ଜେଲ୍‌ରେ ଥିଲେ। ଏହି ସମୟରେ ଜିତେନ୍ଦ୍ର ନେହାଙ୍କ ସହ ସମ୍ପର୍କ ଗଢ଼ିଥିଲେ। ଜେଲ୍‌ରୁ ଫେରିବା ପରେ ନାଗେଶ୍ୱର ଏହାର ବିରୋଧ କରିଥିଲେ, କିନ୍ତୁ ନେହା ଓ ଜିତେନ୍ଦ୍ର ତାଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ନେହା ପୋଲିସକୁ କହିଛନ୍ତି, ସ୍ୱାମୀଙ୍କ ସହ ହିଂସା ଓ ବିବାହ ବିଚ୍ଛେଦ ମନା କରିବାରୁ ସେ ଏହି ପଦକ୍ଷେପ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୨୪ ଘଣ୍ଟାରେ ଲଘୁଚାପ: ସପ୍ତାହେ ଯାଏ ପ୍ରବଳ ବର୍ଷା, ଆଜି ୬ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୭ା୮(ବନ୍ଦନା ସେଠୀ) – ରାଜ୍ୟରେ ଲଗାଣ ବର୍ଷା ପାଇଁ ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ଓ ବନ୍ୟା ପରିସ୍ଥିତି ଲାଗି ରହିଥିବାବେଳେ ଆସୁଛି ଆଉ ୨ ଲଘୁଚାପ।…

ବରଗଡ଼ରେ ଶନିବାର ସକାଳ ୮ଟାରୁ ବିଦ୍ୟୁତ୍ କାଟ୍: ଏସବୁ ଅଞ୍ଚଳରେ ୬ ଘଣ୍ଟା ବନ୍ଦ ରହିବ ବିଦ୍ୟୁତ୍ ସେବା

ବରଗଡ଼,୭।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଡିଭିଜନ୍-୨ ଗ୍ରୀଡ୍ ଅନ୍ତର୍ଗତ ୧୧କେଭି ଟେଲିଫୋନ୍ ଏକ୍ସଚେଞ୍ଜ୍ ଫିଡର୍ରେ ଜରୁରୀକାଳୀନ ମରାମତି କାର୍ଯ୍ୟ ଯୋଗୁ ଆସନ୍ତାକାଲି (ଶନିବାର) ସକାଳ ୮ଟାରୁ ଅପରାହ୍ନ ୨ଟା…

ବର୍ଷୀୟାନ ସଂଗଠକଙ୍କୁ ଝୁରୁଛି ଗାଁ ମାଟି ….

ପାଟଣା,୨୮/୭(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୂଷାଖରି ପଂଚାୟତ ମଲ୍ଲି ପୋଷି ଗ୍ରାମର ଅବସର ପ୍ରାପ୍ତ ଶିକ୍ଷକ ଓ ବିଶିଷ୍ଟ ସଂଗଠକ ରବୀନ୍ଦ୍ର ବେଜଙ୍କ…

ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପରିଦର୍ଶନ କଲେ ଜିଲାସ୍ତରୀୟ ଟିମ୍‌

ଛତ୍ରପୁର,୭ା୮(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ଅନ୍ତର୍ଗତ ମୁନିସିପେଣ୍ଠ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ଶ୍ରୀକାନ୍ତ ସାହୁ ନେତୃତ୍ୱରେ ଏକ ଜିଲାସ୍ତରୀୟ…

ଝିଲିମିଣ୍ଡା ପାଇଁ ଗୌରବ ଆଣିଲେ ରାମ ମେହେର

ଅତାବିରା,୭ା୮ (ଯୁଧିଷ୍ଠିର ମହାପାତ୍ର): ଜାତୀୟ ହସ୍ତତନ୍ତ ଦିବସ ଅବସରରେ ବରଗଡ଼ ଜିଲା ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅତାବିରା ବ୍ଲକ ଅନ୍ତର୍ଗତ ଝିଲିମିଣ୍ଡା ଗ୍ରାମର ବିଶିଷ୍ଟ ହସ୍ତତନ୍ତ…

ଭଞ୍ଜନଗରରେ ପ୍ରବଳ ବର୍ଷା: ଜନଜୀବନ ଅସ୍ତବ୍ୟସ୍ତ, କୁଲାଡରେ ଗୁହାଳ ଘର ଭୁଶୁଡ଼ି ୧୫ରୁ ଅଧିକ ଛେଳି ମୃତ

ଭଞ୍ଜନଗର,୭।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ବିଗତ କିଛି ଦିନ ହେବ ଅପରାହ୍ନ ଏବଂ ରାତିରେ ଲାଗିରହିଥିବା ପ୍ରବଳ ବର୍ଷା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି।…

ଜିଆର୍‌ପି କନଷ୍ଟେବଳ ସୌମ୍ୟ ହତ୍ୟା ମାମଲା: ପ୍ରମାଣ ଅଭାବରୁ ୬ ଅଭିଯୁକ୍ତଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର,୭।୮: ଚର୍ଚ୍ଚିତ ଜିଆର୍‌ପି (GRP) କନଷ୍ଟେବଳ ସୌମ୍ୟ ରଞ୍ଜନ ମହାପାତ୍ର ହତ୍ୟା ମାମଲାରେ କୋର୍ଟଙ୍କ ପକ୍ଷରୁ ୬ ଅଭିଯୁକ୍ତଙ୍କୁ ଜାମିନ ପ୍ରଦାନ କରାଯାଇଛି। ଏହି ମାମଲାରେ ପୂର୍ବରୁ…

ଜିଲା ପରିଷଦ ସୋମନାଥଙ୍କ ଉଦ୍ୟମ ସଫଳ ହେଲା, ବଉଳା ନାଳ ଉପରେ ପୋଲ ନିର୍ମାଣ ପାଇଁ ମିଳିଲା ଅନୁମତି

ହାଟଡିହୀ/ଛେନାପଦୀ,୭।୮(ଶୁଭକାନ୍ତ ନାୟକ/ନିରାକାର ପରିଡା):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ କେ. ବାଲିପାଳ ପଞ୍ଚାୟତ ଏବଂ ମୟୂରଭଞ୍ଜ ଜିଲାର କିଛି ଅଞ୍ଚଳକୁ ଯୋଗାଯୋଗ ପାଇଁ ରାସ୍ତା ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri