Posted inଜାତୀୟ

ପ୍ରତ୍ୟେକ ଶନିବାର ଯୁବକଙ୍କୁ ୭ ଥର କାମୁଡ଼ିଲା ସାପ, ତଦନ୍ତ ନିର୍ଦ୍ଦେଶ ଦେଲେ ଜିଲାପାଳ

ଫତେହପୁର, ୧୩।୭: ଉତ୍ତର ପ୍ରଦେଶର ଫତେହପୁରରେ ବିକାଶ ଦୁବେ(୨୪) ନାମକ ଜଣେ ଯୁବକଙ୍କୁ ୪୦ ଦିନ ମଧ୍ୟରେ ୭ ଥର ସାପ କାମୁଡ଼ିଛି। ପ୍ରତ୍ୟେକଥର ସାପ କାମୁଡ଼ିବା ପରେ ସେ ଜିଲାର ଏକ ପ୍ରାଇଭେଟ ହସ୍ପିଟାଲରେ ଭର୍ତ୍ତି ହେବା ସହ ମାତ୍ର ଦିନକ ମଧ୍ୟରେ ଆରୋଗ୍ୟ ଲାଭ କରନ୍ତି। ତେବେ ବାରମ୍ବାର ସାପ କାମୁଡ଼ୁଥିବାରୁ ଏହାର ଚିକିତ୍ସାରେ ସେ ଅତ୍ୟଧିକ ଅର୍ଥ ହରାଇ ସାରିଥିବା ବିକାଶ କହିଛନ୍ତି। ତେଣୁ ସେ ଶୁକ୍ରବାର ଜିଲା ପ୍ରଶାସନଠାରୁ ଆର୍ଥିକ ସହାୟତା ଲାଗି ଗୁହାରି କରିଛନ୍ତି।

ଏହାସହ ନବମ ଥର ସର୍ପ ଦଂଶନର ଶିକାର ହେଲେ ତାଙ୍କର ମୃତ୍ୟୁ ଘଟିବ ବୋଲି ସେ ସ୍ବପ୍ନ ଦେଖିଥିବା ବିକାଶ ଭୟବୀତ ହୋଇ କହିଛନ୍ତି। ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଫତେହପୁର ଜିଲା ପ୍ରଶାସନ ଆଲର୍ଟ ମୋଡ୍‌କୁ ଆସିଛି। ଘଟଣାକୁ ନେଇ ଫତେହପୁର ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ରାଜୀବ ନୟନ ଗିରି କହିଛନ୍ତି, ବିକାଶଙ୍କୁ ପ୍ରତ୍ୟକ ଶନିବାର ସାପ କାମୁଡ଼ୁଥିବାର ରିପୋର୍ଟ ମିଳିଛି। ସାପ କାମୁଡ଼ିବା ପରେ ସମସ୍ତ ଥର ସେ ସମାନ ପ୍ରାଇଭେଟ୍‌ ହସ୍ପିଟାଲରେ ଭର୍ତ୍ତି ହେବା ସହ ମାତ୍ର ଗୋଟିଏ ଦିନ ମଧ୍ୟରେ ଆରୋଗ୍ୟ ଲାଭ କରୁଛନ୍ତି, ଯାହା ଏକ ଆଶ୍ଚର୍ଯ୍ୟକର ଘଟଣା।

ଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଏହି ଘଟଣାର ତଦନ୍ତ ପାଇଁ ଶନିବାର ୩ ଜଣିଆ ବରିଷ୍ଠ ଡାକ୍ତରଙ୍କ ଏକ ଟିମ୍‌ ଗଠନ କରାଯାଇଛି। ମାମଲାର ତଦନ୍ତ କରି ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ଏହି ତଦନ୍ତ ଟିମ୍‌କୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ପରେ ହିଁ ଘଟଣାର ସତ୍ୟତା ସାମ୍‌ନାକୁ ଆସିବ। ପ୍ରତି ଶନିବାର ସାପ କାମୁଡ଼ୁଥିବା ଘଟଣାକୁ ନେଇ ଗିରି କହିଛନ୍ତି, ପ୍ରକୃତରେ ବିକାଶଙ୍କୁ ସାପ କାମୁଡ଼ୁଛି ନା ତାଙ୍କ ସହ ଆଉ କ’ଣ ଘଟୁଛି ତାହା ତଦନ୍ତ ପରେ ଜଣାପଡ଼ିବ। ତଦନ୍ତରେ ବିକାଶଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ଦକ୍ଷତା ମଧ୍ୟ ପରଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?