Posted inଜାତୀୟ

ବଳାତ୍କାର ପରେ ସୋସିଆଲ ମିଡିଆରେ ଶେୟାର କଲେ ଭିଡିଓ

ବାଲିଆ,୧।୩ : ଉତ୍ତର ପ୍ରଦେଶର ବାଲିଆରେ ଜଣେ ବାଳିକାକୁ ବଳାତ୍କାର ଓ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ସୋମବାର ପୋଲିସ ଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତଙ୍କ ନାମ ଚନ୍ଦ୍ରମା ରାଜଭର (୨୪)। ଦୀର୍ଘ ଏକ ବର୍ଷ ହେଲା ୧୭ ବର୍ଷୀୟା ନାବାଳିକାଙ୍କୁ ବଳାତ୍କାର କରୁଥିବା ଅଭିଯୋଗରେ ଗିରଫ ହୋଇଛନ୍ତି ବୋଲି ସୁଖପୁରା ଥାନାର ଏସ୍‌ଏଚ୍‌ଓ ବୀରେନ୍ଦ୍ର ଯାଦବ କହିଛନ୍ତି। ଅଭିଯୁକ୍ତ ବଳାତ୍କାର ପରେ ଘଟଣାର ଭିଡିଓ ଫେସବୁକରେ ଶେୟାର କରିଥିଲେ।

ପୀଡ଼ିତା ଅଭିଯୋଗ କରିବା ପରେ ଭାରତୀୟ ପିଙ୍ଗଳ କୋଡର ପୋକ୍ସୋ ଆଇନ ଓ ଆଇଟି ଆଇନ ଆଧାରରେ ରାଜଭରଙ୍କୁ ଗିରଫ କରାଯାଇଛି। ଅଭିଯୋଗରେ ପୀଡ଼ିତା କହିଛନ୍ତି, ଗତ ଏକ ବର୍ଷ ହେଲା ଅଭିଯୁକ୍ତ ବହୁବାର ବଳାତ୍କାର କରିଥିଲେ। ଆଉ ଧମକ ଦେଇଥିଲେ ଏ ସମ୍ପର୍କରେ କାହାକୁ ନ ଜଣାଇବାକୁ।


Enter your email to get our daily news in your inbox.

All Right Reserved By Dharitri.Com

‘ସିତ୍ରାଙ୍ଗ’ର ତାଣ୍ଡବ ବାଂଲାଦେଶରେ ୭ ମୃତ, ମେଘାଳୟରେ ହାଇ ଆଲର୍ଟ

ନୂଆଦିଲ୍ଲୀ,୨୫ ।୧୦: ବଙ୍ଗୋପସାଗରେ ସୃଷ୍ଟ ଘୁର୍ଣ୍ଣିବଳୟ ‘ସିତ୍ରାଙ୍ଗ’ର ପ୍ରଭାବ ପଶ୍ଚିମବଙ୍ଗରେ ଧୀରେ ଧୀରେ ଦେଖିବାକୁ ମିଳିଛି । କୋଲକାତା ସମେତ କିଛି ଜିଲାରେ ମେଘୁଆ ପାଗ...

ହ୍ୟାଲୋ ମୁଁ ମୋ ଘରର ସମସ୍ତଙ୍କୁ ହତ୍ୟା କରି ଦେଇଛି… ଫୋନ କରି ନିଜେ କଲେ ଆତ୍ମହତ୍ୟା…

ନୂଆଦିଲ୍ଲୀ,୧୬।୫ : ଦିଲ୍ଲୀର ଶାହଦରା ଅଞ୍ଚଳରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଜଣେ ୪୫ ବର୍ଷ ବୟସ୍କ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ୬...

ହେମନ୍ତ ସୋରେନ ଜଣେ ‘ମିଥ୍ୟା ମକଦମା ମନ୍ତ୍ରୀ’: ବାବୁଲାଲ ମରାଣ୍ଡି…

ରାଞ୍ଚି,୨୪।୬ : ବିରୋଧୀ ଦଳର ବୈଠକରେ ଯୋଗ ଦେଇଥିବାରୁ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ବାବୁଲାଲ ମାରାଣ୍ଡି ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ...

କାମ କର ନଚେତ୍‌ ଅନ୍ୟକୁ ବାଟ ଛାଡ଼

ନୂଆଦିଲ୍ଲୀ,୫।୧୨(ପି.ଟି.): କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେଙ୍କ ଅଧ୍ୟକ୍ଷତାରେ ରବିବାର ଦଳ ଷ୍ଟିୟରିଂ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି। ନେତାମାନେ ଦଳ ପାଇଁ କାମ କରନ୍ତୁ,...

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଲୋକଙ୍କ ଉପରେ ମୋର୍ଟାର ଶେଲିଂ ମାଡ଼

ଶ୍ରୀନଗର,୩।୧୦: ଜମ୍ମୁ-କଶ୍ମୀର ନିୟନ୍ତ୍ରଣ ରେଖାଠାରେ ପାକିସ୍ତାନ ପୁଣି ଅସ୍ତ୍ର ବିରତି ଉଲ୍ଲଂଘନ କରିଛି। ହୀରାନଗର ସେକ୍ଟରରେ ଥିବା ଭାରତୀୟ ଫରଓ୍ବାର୍ଡ ପୋଷ୍ଟ ଗୁଡ଼ିକୁ ଲକ୍ଷ୍ୟ କରି...

ଦିଲ୍ଲୀ ମେଟ୍ରୋର ୨୦ କର୍ମଚାରୀ କରୋନା ପଜିଟିଭ

ନୂଆଦିଲ୍ଲୀ,୫।୬: ଦିଲ୍ଲୀ ମେଟ୍ରୋ ରେଲ କର୍ପୋରେଶନ(ଡିଏମ୍‌ଆର୍‌ସି)ର ପାଖାପାଖି ୨୦ ଜଣ କର୍ମଚାରୀ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିଛି। ଏମାନଙ୍କ ପାଖରେ ସେମିତି କିଛି ଲକ୍ଷଣ ନ...

କ୍ୟାନସର ହସ୍ପିଟାଲର ୧୮ ସ୍ବାସ୍ଥ୍ୟକର୍ମୀ କରୋନା ପଜିଟିଭ

ନୂଆଦିଲ୍ଲୀ,୭।୪: ରାଜଧାନୀ ଦିଲ୍ଲୀରେ ଥିବା ଦିଲ୍ଲୀ ଷ୍ଟେଟ କ୍ୟାନସର ଇନଷ୍ଟିଚ୍ୟୁଟ(ଡିଏସ୍‌ସିଆଇ)କୁ ସୋମବାର ସିଲ୍‌ କରି ଦିଆଯାଇଛି। ସେଠାରେ ୧୮ ସ୍ବାସ୍ଥ୍ୟକର୍ମୀ କରୋନାରେ ପୀଡ଼ିତ ହୋଇଥିବା ଜଣାପଡିବା...

ବିକଶିତ ଅର୍ଥବ୍ୟବସ୍ଥା ପାଇଁ ସୁରକ୍ଷିତ-ଦ୍ରୁତ ଲଜିଷ୍ଟିକ ଯୋଗାଣ ବ୍ୟବସ୍ଥା ଗୁରୁତ୍ୱପୂର୍ଣ୍ଣ…

ନୂଆଦିଲ୍ଲୀ, ୧୨।୯ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ ଗତ କିଛି ଦଶନ୍ଧି ମଧ୍ୟରେ ବିଶ୍ୱରେ ଯୋଗାଯୋଗ ବ୍ୟବସ୍ଥା ବୃଦ୍ଧି ପାଇଛି। ଲଜିଷ୍ଟିକ୍ସ...

Advertisement
Archives

Model This Week