Posted inଖେଳ

ଏମିରେଟ୍ସ ଆମେଚର ଗଲ୍ଫ ଲିଗ୍‌: ଶିବ କପୁର ବ୍ରାଣ୍ଡ ଆମ୍ବାସାଡର

ଦୁବାଇ, ୨ା୩ (ପି.ଟି.)- ଭାରତର ଅନ୍ୟତମ ପ୍ରଫେଶନାଲ ଗଲ୍ଫ ଖେଳାଳି ଶିବ କପୁର ନବଗଠିତ ଏମିରେଟ୍ସ ଆମେଚର ଗଲ୍ଫ ଲିଗ୍‌ (ଇଗଲ) ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତି ପାଇଛନ୍ତି। ୩୯ ବର୍ଷୀୟ ଶିବ କପୁର ୩ଥର ଏସିଆନ ଟୁର୍‌ ଚାମ୍ପିୟନ ହୋଇଛନ୍ତି। ୨୦୦୫ରେ ସେ ଶ୍ରେଷ୍ଠ ଉଦୀୟମାନ ଖେଳାଳି ବିବେଚିତ ହୋଇଥିଲେ। ଦୁବାଇ ବାସିନ୍ଦା ଦୁଇଥର ୟୁରୋପିଆନ ଚ୍ୟାଲେଞ୍ଜ ଜିତିଛନ୍ତି। ତନ୍ମଧ୍ୟରେ ଏହି ସହରରେ ୨୦୧୩ରେ ଖେଳାଯାଇଥିବା ଚ୍ୟାଲେଞ୍ଜ ଟୁର୍‌ ଗ୍ରାଣ୍ଡ୍‌ ଫାଇନାଲ ଅନ୍ୟତମ। କପୁର ବୁସାନରେ ୨୦୦୨ ଏସିଆନ ଗେମ୍ସରେ ଇତିହାସ ସୃଷ୍ଟି କରିଥିବା ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିଲେ। ସେ ବ୍ୟକ୍ତିଗତ ସ୍ବର୍ଣ୍ଣ ଜିତିବାରେ ସଫଳ ହୋଇଥିଲେ। ୨୦୧୩ ପ୍ରିମିୟର ଗଲ୍ଫ ଲିଗ୍‌ ଆୟୋଜନ ପଛରେ କପୁରଙ୍କ ବିଶେଷ ଭୂମିକା ରହିଥିଲା। ଏହା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଢାଞ୍ଚାରେ ହୋଇଥିଲା। ଏହି ଲିଗ୍‌ରେ ଡାରେନ କ୍ଲାର୍କ, ଆଞ୍ଜେଲ କାବ୍ରେରା, ମାଇକେଲ କ୍ୟାମ୍ପବେଲ୍‌ ଓ ଶନ୍‌ ମିଚେଲଙ୍କ ଭଳି ନାମୀ ଖେଳାଳି ଅଂଶଗ୍ରହଣ କରିଥିଲେ। ‘ଇଗଲ’ ହେଉଛି ବିଶ୍ୱର ଫ୍ରାଞ୍ଚାଇଜ୍‌ଭିତ୍ତିକ ଆମେଚର ଲିଗ୍‌ ଟୁର୍ନାମେଣ୍ଟ। ଗତ ଜାନୁୟାରୀ ୨୦ରେ ୟୁଏଇରେ ଏହାର ଉନ୍ମୋଚନ ହୋଇଛି। ଏମିରେଟ୍ସ ଗଲ୍ଫ ଫେଡେରେଶନ ଏବଂ ଏସିଆନ ପାସିଫିକ୍‌ ଗଲ୍ଫ କନ୍‌ଫେଡେରେଶନ (ଏପିଜିସି)ଠାରୁ ଏହା ସ୍ବୀକୃତି ଲାଭ କରିଛି। ବୁବାଇର ଜଣେ ବିଜ୍‌ନେସମ୍ୟାନ ତଥା ଗଲ୍ଫପ୍ରେମୀ ସୁଦେଶ ଅଗ୍ରଓ୍ବାଲ ଏହି ଲିଗ୍‌ର ପୃଷ୍ଠପୋଷକ ହୋଇଛନ୍ତି। ଚଳିତବର୍ଷ ନଭେମ୍ବରରେ ହେବାକୁଥିବା ଏହି ଟୁର୍ନାମେଣ୍ଟରେ ୮ଟି ଦଳ ଭାଗ ନେବେ। ରାଉଣ୍ଡ ରବିନ ଫର୍ମାଟ୍‌ ସରିବା ପରେ ସେମିଫାଇନାଲ ଓ ଫାଇନାଲ ହେବ। ୟୁଏଇର ୪ଟି ବିଶ୍ୱ ଶ୍ରେଣୀର ଗଲ୍ଫ କୋର୍ସରେ ଏହା ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଇଟ୍‌ ଡର୍ବିଶାୟାର କ୍ରିକେଟ କ୍ଲବ ଅଧ୍ୟକ୍ଷ ନିଯୁକ୍ତ

ଲଣ୍ଡନ,୧୦।୪(ପି.ଟି.)- ପୂର୍ବତନ ଭାରତୀୟ କୋଚ୍‌ ଜନ୍‌ ରାଇଟ୍‌ଙ୍କୁ ଆଉ ଏକ ଗୁରୁଦାୟିତ୍ୱ ମିଳିଛି। ଇଂଲିଶ କାଉଣ୍ଟି କ୍ଲବ ଡର୍ବିଶାୟାର କ୍ରିକେଟ କ୍ଲବର ନୂଆ ଅଧ୍ୟକ୍ଷ ଭାବେ...

ଧୋନୀଙ୍କୁ କୋହଲିଙ୍କ ଭୂୟସୀ ପ୍ରଶଂସା

ମାଞ୍ଚେଷ୍ଟର,୨୮।୬ (ପି.ଟି.)- ବିଶ୍ୱକପ୍‌ରେ ଗତ କେତୋଟି ମ୍ୟାଚ୍‌ରେ ମନ୍ଥର ବ୍ୟାଟିଂ କରି ବେଶ୍‌ ସମାଲୋଚିତ ହୋଇଥିବା ଅଭିଜ୍ଞ ମହେନ୍ଦ୍ର ସିଂ ଧୋନୀଙ୍କୁ କିନ୍ତୁ ଅଧିନାୟକ ବିରାଟ...

ପୂଜାରା-ଆୟାରଙ୍କ ଅର୍ଦ୍ଧଶତକ: ଭାରତର ସ୍କୋର ୨୦୦ ଟପିଲା

ଚଟ୍ଟୋଗ୍ରାମ,୧୪।୧୨: ଚଟ୍ଟୋଗ୍ରାମରେ ବାଂଲାଦେଶ ବିପକ୍ଷରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଚେତେଶ୍ୱର ପୂଜାରା ଏବଂ ଶେୟାୟାଶ ଆୟାର ବାଂଲାଦେଶ ବୋଲରଙ୍କୁ କଡ଼ା ଜବାବ ଦେଇଛନ୍ତି। ତିନି ନମ୍ବରରେ...

ଫ୍ଲେମିଂଙ୍କ ରେକର୍ଡ ଭାଙ୍ଗିଲେ ଟେଲର

ସିଡ୍‌ନୀ, ୬।୧- ନ୍ୟୁଜିଲାଣ୍ଡ ଦଳର ଭେଟେରାନ ବ୍ୟାଟ୍ସମ୍ୟାନ ରସ୍‌ ଟେଲର ସୋମବାର ଟେଷ୍ଟ କ୍ରିକେଟରେ ଦେଶର ସର୍ବାଧିକ ରନ୍‌ ସ୍କୋରର ହେବାର ସଫଳତା ପାଇଛନ୍ତି। ଏଥିସହ...

ପାକିସ୍ତାନ ଟାଇରୁ ଓହରିଲେ ଶଶି ମୁକୁନ୍ଦ

ନୂଆଦିଲ୍ଲୀ, ୨୪।୧୧ (ପି.ଟି.)- ଆଘାତଜନିତ ସମସ୍ୟା ଲାଗି ପାକିସ୍ତାନ ବିପକ୍ଷ ଆଗାମୀ ଡେଭିସ କପ୍‌ ଟାଇରୁ ଭାରତୀୟ ଟେନିସ ଖେଳାଳି ଶଶି ମୁକୁନ୍ଦ ଓହରି ଯାଇଛନ୍ତି।...

ଦୁର୍ନୀତି ଅଭିଯୋଗ: ଆଇଡବ୍ଲ୍ୟୁଏଫ୍‌ ଅଧ୍ୟକ୍ଷଙ୍କ ଇସ୍ତଫା

ବୁଡାପେଷ୍ଟ,୧୬।୫(ଏଏଫ୍‌ପି): ଅନ୍ତର୍ଜାତୀୟ ଓ୍ବେଟ୍‌ ଲିଫ୍ଟିଙ୍ଗ୍‌ (ଆଇଡବ୍ଲ୍ୟୁଏଫ୍‌) ଅଧ୍ୟକ୍ଷ ଟାମାସ ଆଜାନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଓ ଡୋପିଂ ନିୟମ...

ବାଂଲାଦେଶ ପ୍ରସ୍ତାବକୁ ପିସିବି ପ୍ରତ୍ୟାଖ୍ୟାନ

କରାଚୀ,୫।୧(ପି.ଟି.)- ଟେଷ୍ଟ ମ୍ୟାଚ୍‌ ଭେନ୍ୟୁ ପରିବର୍ତ୍ତନ ନେଇ ବାଂଲାଦେଶ ଦେଇଥିବା ସର୍ତ୍ତମୂଳକ ପ୍ରସ୍ତାବକୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପ୍ରତ୍ୟାଖ୍ୟାନ କରିଛି। ପାକସ୍ତାନରେ ବାଂଲାଦେଶ ଗୋଟିଏ...

ଧୋନୀଙ୍କ ବିନା ସିଏସ୍‌କେର ଅସ୍ତିତ୍ୱ ନାହିଁ

ଆବୁଧାବି,୧୮।୧୦: ମହେନ୍ଦ୍ର ସିଂ ଧୋନୀଙ୍କ ବିନା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ର ଅସ୍ତିତ୍ୱ ନାହିଁ। ଠିକ୍‌ ସେହିଭଳି ସିଏସ୍‌କେ ବିନା ଧୋନୀ ମଧ୍ୟ କିଛି ନୁହେଁ।...

Advertisement
Archives

Model This Week