Posted inଖେଳ

ଏମିରେଟ୍ସ ଆମେଚର ଗଲ୍ଫ ଲିଗ୍‌: ଶିବ କପୁର ବ୍ରାଣ୍ଡ ଆମ୍ବାସାଡର

ଦୁବାଇ, ୨ା୩ (ପି.ଟି.)- ଭାରତର ଅନ୍ୟତମ ପ୍ରଫେଶନାଲ ଗଲ୍ଫ ଖେଳାଳି ଶିବ କପୁର ନବଗଠିତ ଏମିରେଟ୍ସ ଆମେଚର ଗଲ୍ଫ ଲିଗ୍‌ (ଇଗଲ) ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତି ପାଇଛନ୍ତି। ୩୯ ବର୍ଷୀୟ ଶିବ କପୁର ୩ଥର ଏସିଆନ ଟୁର୍‌ ଚାମ୍ପିୟନ ହୋଇଛନ୍ତି। ୨୦୦୫ରେ ସେ ଶ୍ରେଷ୍ଠ ଉଦୀୟମାନ ଖେଳାଳି ବିବେଚିତ ହୋଇଥିଲେ। ଦୁବାଇ ବାସିନ୍ଦା ଦୁଇଥର ୟୁରୋପିଆନ ଚ୍ୟାଲେଞ୍ଜ ଜିତିଛନ୍ତି। ତନ୍ମଧ୍ୟରେ ଏହି ସହରରେ ୨୦୧୩ରେ ଖେଳାଯାଇଥିବା ଚ୍ୟାଲେଞ୍ଜ ଟୁର୍‌ ଗ୍ରାଣ୍ଡ୍‌ ଫାଇନାଲ ଅନ୍ୟତମ। କପୁର ବୁସାନରେ ୨୦୦୨ ଏସିଆନ ଗେମ୍ସରେ ଇତିହାସ ସୃଷ୍ଟି କରିଥିବା ଭାରତୀୟ ଦଳର ଅନ୍ୟତମ ସଦସ୍ୟ ଥିଲେ। ସେ ବ୍ୟକ୍ତିଗତ ସ୍ବର୍ଣ୍ଣ ଜିତିବାରେ ସଫଳ ହୋଇଥିଲେ। ୨୦୧୩ ପ୍ରିମିୟର ଗଲ୍ଫ ଲିଗ୍‌ ଆୟୋଜନ ପଛରେ କପୁରଙ୍କ ବିଶେଷ ଭୂମିକା ରହିଥିଲା। ଏହା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଢାଞ୍ଚାରେ ହୋଇଥିଲା। ଏହି ଲିଗ୍‌ରେ ଡାରେନ କ୍ଲାର୍କ, ଆଞ୍ଜେଲ କାବ୍ରେରା, ମାଇକେଲ କ୍ୟାମ୍ପବେଲ୍‌ ଓ ଶନ୍‌ ମିଚେଲଙ୍କ ଭଳି ନାମୀ ଖେଳାଳି ଅଂଶଗ୍ରହଣ କରିଥିଲେ। ‘ଇଗଲ’ ହେଉଛି ବିଶ୍ୱର ଫ୍ରାଞ୍ଚାଇଜ୍‌ଭିତ୍ତିକ ଆମେଚର ଲିଗ୍‌ ଟୁର୍ନାମେଣ୍ଟ। ଗତ ଜାନୁୟାରୀ ୨୦ରେ ୟୁଏଇରେ ଏହାର ଉନ୍ମୋଚନ ହୋଇଛି। ଏମିରେଟ୍ସ ଗଲ୍ଫ ଫେଡେରେଶନ ଏବଂ ଏସିଆନ ପାସିଫିକ୍‌ ଗଲ୍ଫ କନ୍‌ଫେଡେରେଶନ (ଏପିଜିସି)ଠାରୁ ଏହା ସ୍ବୀକୃତି ଲାଭ କରିଛି। ବୁବାଇର ଜଣେ ବିଜ୍‌ନେସମ୍ୟାନ ତଥା ଗଲ୍ଫପ୍ରେମୀ ସୁଦେଶ ଅଗ୍ରଓ୍ବାଲ ଏହି ଲିଗ୍‌ର ପୃଷ୍ଠପୋଷକ ହୋଇଛନ୍ତି। ଚଳିତବର୍ଷ ନଭେମ୍ବରରେ ହେବାକୁଥିବା ଏହି ଟୁର୍ନାମେଣ୍ଟରେ ୮ଟି ଦଳ ଭାଗ ନେବେ। ରାଉଣ୍ଡ ରବିନ ଫର୍ମାଟ୍‌ ସରିବା ପରେ ସେମିଫାଇନାଲ ଓ ଫାଇନାଲ ହେବ। ୟୁଏଇର ୪ଟି ବିଶ୍ୱ ଶ୍ରେଣୀର ଗଲ୍ଫ କୋର୍ସରେ ଏହା ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ଅଷ୍ଟ୍ରେଲିଆକୁ ICC ଦେଲା ବଡ଼ ଦଣ୍ଡ: ବାଂଲାଦେଶଠାରୁ ଶୋଚନୀୟ ପରାଜୟ ପରେ କଙ୍ଗାରୁ ଟିମ୍‌କୁ…

ଆଡ଼ିଲେଡ,୧୭।୮: ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଅଷ୍ଟ୍ରେଲିଆକୁ ୯ ଉଇକେଟେରେ ପରାସ୍ତ କରି ବାଂଲାଦେଶ ଇତିହାସ ରଚିଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଏହା ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆ…

ଗିଲଙ୍କ ଧମାକା, ଗୋଟିଏ ହାତରେ ଏମତି କ୍ୟାଚ୍‌ ଧରିଲେ ସବୁ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୧୭।୮: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟରେ ଭାରତୀୟ ଅଧିନାୟକ ଶୁଭମନ ଗିଲ୍ ଏକ ଚମତ୍କାର କ୍ୟାଚ୍ ଧରି ସମସ୍ତଙ୍କୁ ଚକିତ କରିଛନ୍ତି। କୁଲଦୀପ ଯାଦବଙ୍କ ବଲ୍‌ରେ ଶ୍ରୀଲଙ୍କା ବ୍ୟାଟର…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

Men’s Hockey World Cup: ବିଜୟରୁ ଭାରତର ଅଭିଯାନ ଆରମ୍ଭ

ଆମଷ୍ଟେଲଭିନ, ୧୫।୮: ଆରମ୍ଭ ହୋଇଯାଇଛି ପୁରୁଷ ହକି ବିଶ୍ୱକପ। ଶନିବାର ଅନୁଷ୍ଠିତ ପୁଲ ଡି’ର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ୱେଲ୍ସକୁ ୩-୧ ଗୋଲ୍‌ରେ ପରାସ୍ତ କରି ବିଜୟରୁ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ଲାଇଭ୍‌ ମ୍ୟାଚ୍‌ରେ ଗର୍ଲଫ୍ରେଣ୍ଡଙ୍କ ସହ ଚାଟିଂ କରୁଥିଲେ କ୍ରିକେଟର୍‌: BCCI ନେଲା ବଡ଼ ଆକ୍ସନ

ଚେନ୍ନାଇ,୧୫।୮: ୨୦୨୬ ତାମିଲନାଡୁ ପ୍ରିମିୟର ଲିଗ (TNPL) ସମୟରେ ଜଣେ କ୍ରିକେଟର ଏକ ବଡ଼ ଭୁଲ କରିଥିଲେ। ପୂର୍ବରୁ ରଣଜୀ ଟ୍ରଫିରେ ତାମିଲନାଡୁର ପ୍ରତିନିଧିତ୍ୱ କରିଥିବା ଖେଳାଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri