Posted inଫୁରସତ

ସରକାରୀ ଗାଡ଼ିରେ ବସି ବିଅର ପିଉଥିଲେ SDO, କାର୍ଯ୍ୟାନୁଷ୍ଠାନ ପରେ କହିଲେ ଭିିଡିଓ କରିଥିବା ବ୍ୟକ୍ତିଙ୍କୁ ଛାଡ଼ିବି ନାହିଁ… 

ୟୁପିର ମୈନପୁରୀ ଜିଲାରେ ନିଯୁକ୍ତ ବିଦ୍ୟୁତ ବିଭାଗର ଏସ୍‌ଡିଓ ସୁଖବୀର ସିଂ ସରକାରୀ ଗାଡ଼ିରେ ବିଅର ପିଉଥିବା ଭିଡିଓ ଚର୍ଚ୍ଚାର ବିଷୟ ପାଲଟିଛି। ଗତ ସୋମବାରର ଏହି ଭିଡିଓ ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ତାଙ୍କ  ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି ଲଗାତାର ଭାବେ ବଢ଼ିବାରେ ଲାଗିଛି। ସ୍ଥାନୀୟ ଲୋକେ ଏହି ଭିଡିଓକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଥିଲେ।  ଏହାପରେ ନିଗମ ମ୍ୟାନେଜିଂ ଡାଇରେକ୍ଟର ନୀତୀଶ କୁମାର ଆକ୍ସନ  ନେଇ ତାଙ୍କୁ ସସ୍‌ପେଣ୍ଡ କରିଦେଇଥିଲେ।
ଭାଇରାଲ ଭିଡିଓରେ ସୁଖବୀର ସରକାରୀ ଗାଡ଼ି ପଛ ସିଟ୍‌ରେ ବସୁଥିବା ନଜର ଆସୁଛି। ତାଙ୍କ ହାତରେ ବିଅର କ୍ୟାନ୍‌ ଅଛି। ଏଥିସହ ତାଙ୍କ ସହ ଅନ୍ୟଜଣେ ବ୍ୟକ୍ତି ବସିଛନ୍ତି। ଏହି ସମୟରେ ସେ ବିଅର ପିଉଛନ୍ତି ଏବଂ ଅଭଦ୍ର ଭାଷାରେ ହିନ୍ଦୁ ଦେବାଦେବୀଙ୍କ ଲାଗି ଆପତ୍ତିଜନକ ଟିପ୍ପଣୀ କରୁଛନ୍ତି। ତାଙ୍କ ସହ ବସିଥିବା ବ୍ୟକ୍ତିଙ୍କ ମୁହଁ ଭିଡିଓ ନଜର ଆସୁନାହିଁ, ହେଲେ ସେ ଜଣେ ସରକାରୀ ଅଫିସର। ଏହି ଭିଡିଓଟି ଗାଡ଼ି ଚଳାଉଥିବା ବ୍ୟକ୍ତି କରିଛନ୍ତି।
ଭିଡିଓ ଭାଇରାଲ ହେବା ପରେ ମାମଲା ଜିଲାଧିକାରୀ ଅଞ୍ଜନୀ କୁମାର ସିଂଙ୍କ ପାଖରେ ପହଞ୍ଚିଥିଲା। ବୁଧବାର ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ହେଲେ ସୁଖବୀର ଏହାକୁ ଭୁଲ ବୋଲି କୁହାଯିବା ସହ ନିଜକୁ ନିର୍ଦ୍ଦୋଷ ବୋଲି କହୁଛନ୍ତି। ତାଙ୍କ ଛବି ନଷ୍ଟ କରିବାକୁ ଚେଷ୍ଟା କରାଯାଉଛି। ଭିଡିଓ କରିଥିବା ବ୍ୟକ୍ତିଙ୍କୁ ଛାଡ଼ିବେ ନାହିଁ ବୋଲି ସେ କହିଛନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Nobel Peace Prize: ଟ୍ରମ୍ପଙ୍କୁ ମିଳିବ ନୋବେଲ ଶାନ୍ତି ପୁରସ୍କାର? ୨୮୭ ଜଣଙ୍କ ନାମ ସର୍ଟଲିଷ୍ଟ କରୁଛି କମିଟି

ଓସଲୋ,୧।୫: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସମ୍ପର୍କରେ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ପ୍ରକୃତରେ, ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପ ମନୋନୀତ ହୋଇପାରନ୍ତି।…

୪ ଦୁର୍ଗମ ଗ୍ରାମର ୫୯ ଜଣଙ୍କୁ ମିଳିବ ଜନ୍ମ ପ୍ରମାଣପତ୍ର

ଗୁଡାରି , ୧।୫ (ପ୍ରମୋଦ କୁମାର ପତି ): ରାୟଗଡ଼ା ଜିଲା ଗୁଡାରି ତହସିଲଦାର ଏ. ସ୍ନେହଲତାଙ୍କ ନେତୃତ୍ୱରେ କାର୍ଯ୍ୟାଳୟର ଏକ ଟିମ୍‌ ବ୍ଲକର ଦୁର୍ଗମ ଅଞ୍ଚଳ…

୪ ସାଙ୍ଗ ମିଶି ଦୁଇ ବାଇକ୍‌ରେ ଯାଉଥିଲେ, ବାଟରେ ଛକିଥିଲା ଯମ, ଚାଲିଗଲା୨ ଜୀବନ

ଭଞ୍ଜନଗର,୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର-ସୋରଡ଼ା ମୁଖ୍ୟ ରାସ୍ତାର କାଳିଆଗୁଡ଼ା ନିକଟରେ ଗୁରୁବାର ରାତିରେ ଏକ ବାଇକ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଫଳରେ ବାଇକ୍‌ରେ ଯାଉଥିବା ଦୁଇଜଣ ଯୁବକଙ୍କ…

‘ମୋର ଗୋଟିଏ କଲ୍‌ରେ ୮ ମହିଳାଙ୍କ ମୃତ୍ୟୁଦଣ୍ଡ ବନ୍ଦ ହୋଇଥିଲା’ – ଇରାନକୁ ନେଇ କାହିଁକି ବଡ଼ ବଡ଼ ଦାକି କରୁଛନ୍ତି ଟ୍ରମ୍ପ? ଜାଣନ୍ତୁ…

ତେହରାନ,୧।୫: ଗୁରୁବାର, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ପରିସ୍ଥିତି ସମ୍ପର୍କରେ ଅନେକ ବଡ଼ ଦାବି କରିଥିଲେ। ସେ କହିଥିଲେ ଯେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ଇରାନ…

ବୈଷ୍ଣୋଦେବୀଙ୍କ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ: କାଳବୈଶାଖୀର ସୁଯୋଗ ନେଇ…

ନୟାଗଡ଼,୧ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା ଜାମୁକଣସ୍ଥିତ ବୈଷ୍ଣୋଦେବୀଙ୍କ ମନ୍ଦିରରେ କଳାକନା ବୁଲାଇଛନ୍ତି ଦୁର୍ବୃତ୍ତ। ଗୁରୁବାର ରାତିରେ କାଳବୈଶାଖୀ ଯୋଗୁ ବିଦ୍ୟୁତ୍‌ ନ ଥିବାବେଳେ…

ଆଇସିଏସ୍‌ଇ ଦଶମ ପରୀକ୍ଷାଫଳ ପ୍ରକାଶ: ସତ୍ୟଜିତ ହୋତା ନ୍ୟୁଲାଇଫ୍‌ ଇଂଲିଶ ମିଡିୟମ ବିଦ୍ୟାଳୟ ଟପ୍ପର

ବିଷମ କଟକ, ୧।୫(ପ୍ରସନ୍ନ କୁମାର ପଣ୍ଡା): ଆଇସିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାଫଳ ଗୁରୁବାର ପ୍ରକାଶ ପାଇଛି। ଏଥିରେ ରାୟଗଡା ଜିଲା ବିଷମ କଟକ ବ୍ଲକ ସଦର ନ୍ୟୁଲାଇଫ୍‌…

ପବନ ଖେରାଙ୍କୁ ବଡ଼ ଆଶ୍ୱସ୍ତି: ଏବେ ତାଙ୍କୁ ଗିରଫ କରିବ ନାହିଁ ଆସାମ ପୋଲିସ

ନୂଆଦିଲ୍ଲୀ,୧।୫: କଂଗ୍ରେସ ନେତା ପବନ ଖେରାଙ୍କୁ ଗୁରୁତ୍ୱପୂର୍ଣ୍ଣ ଆଶ୍ୱସ୍ତି ମିଳିଛି। ଆସାମ ପୋଲିସ ଏବେ ପବନ ଖେରାଙ୍କୁ ଗିରଫ କରିପାରିବ ନାହିଁ। ପ୍ରକୃତରେ, ସୁପ୍ରିମକୋର୍ଟ ପବନ ଖେରାଙ୍କୁ…

ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପୂର୍ବରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଲା ଭାଜପା, ଜାଣନ୍ତୁ କ’ଣ ଏହାର କାରଣ

କୋଲକାତା,୧।୫: ପଶ୍ଚିମବଙ୍ଗ ସମେତ ପାଞ୍ଚଟି ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ ସୋମବାର, ମେ ୪ ତାରିଖରେ ଘୋଷଣା ହେବାକୁ ଯାଉଛି। ପଶ୍ଚିମବଙ୍ଗ ଭାଜପା ପାଇଁ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri