Posted inଜାତୀୟ

ଭାଙ୍ଗିଯିବ କି ଅଖିଳେଶ-ରାହୁଲ ମେଣ୍ଟ? କଂଗ୍ରେସକୁ ଜମା ୨୬ଟି ଆସନ ଦେଲା ଏସପି, ବାକି ଆସନ ପାଇଁ ହେଲା ବଡ଼ ଡିଲ୍‌!

ନୂଆଦିଲ୍ଲୀ,୨୪।୧୧: ଉତ୍ତରପ୍ରଦେଶ ବିଧାନସଭା ନିର୍ୱାଚନ ୨୦୨୭ ପାଇଁ କଂଗ୍ରେସ ସମାଜବାଦୀ ପାର୍ଟି ଆଗରେ ୧୩୦ଟି ଆସନର ତାଲିକା ରଖିଛି। ସେଥିମଧ୍ୟରୁ ୨୬ଟି ଆସନ କଂଗ୍ରେସକୁ ଦେବା ପାଇଁ ସମାଜବାଦୀ ପାର୍ଟି ରାଜି ହୋଇଛି। ବାକି ଆସନଗୁଡ଼ିକ ପାଇଁ ସପା କଂଗ୍ରେସକୁ କହିଛି ଯେ ସେ ପ୍ରଥମେ ପ୍ରାର୍ଥୀମାନଙ୍କ ନାମ ଘୋଷଣା କରୁ, ତା’ପରେ ସ୍ଥିର ହେବ ଯେ କେତେ ଏବଂ କେଉଁ କେଉଁ ଆସନ ଦିଆଯିବ। ସପା ନେତା ରାମଗୋପାଳ ଯାଦବ ଏବଂ ରାଜୀବ ରାୟ ୨୬ଟି ଆସନର ଖୁଲାସା ଗଣମାଧ୍ୟମ ଆଗରେ କରିଛନ୍ତି, ଯାହାର ତାଲିକା ମଧ୍ୟ ଭାଇରାଲ ହେଉଛି।

ଯଦିଓ ଉତ୍ତରପ୍ରଦେଶ କଂଗ୍ରେସ ପ୍ରଭାରୀ ରାଜେନ୍ଦ୍ର ପାଲ ଗୌତମ ଏବଂ ଇମରାନ ମସୁଦ ୨୬ଟି ଆସନର ତାଲିକା ବିଷୟରେ ଜାଣି ନ ଥିବା କହିଛନ୍ତି, କିନ୍ତୁ କୁହାଯାଉଛି ଯେ ଏହି ୨୬ଟି ଆସନ ମଧ୍ୟରୁ କୌଣସି ଆସନରେ ସପାର ବର୍ତ୍ତମାନର ବିଧାୟକ ନାହାନ୍ତି। ତଥାପି ଭାଇରାଲ ହୋଇଥିବା ୨୬ଟି ଆସନକୁ ନେଇ କଂଗ୍ରେସରେ ଅସନ୍ତୋଷ ରହିଛି ଏବଂ ଏହି ୨୬ଟି ଆସନରେ କଂଗ୍ରେସ ଏପର୍ଯ୍ୟନ୍ତ ସମ୍ମତି ମଧ୍ୟ ଦେଇନାହିଁ।

ଉଲ୍ଲେଖଯୋଗ୍ୟ ଯେ କଂଗ୍ରେସ ୨୦୨୪ ଲୋକ ସଭା ନିର୍ୱାଚନରେ ମେଣ୍ଟରେ ରହି ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲା। ୮୦ଟି ଆସନ ମଧ୍ୟରୁ ୪୩ଟି ଆସନରେ ନିର୍ୱାଚନୀ ବିଜୟ ହାସଲ କରିଥିଲା। ଏହି ପ୍ରଦର୍ଶନ ଆଧାରରେ କଂଗ୍ରେସ ବିଧାନସଭା ନିର୍ୱାଚନ ପାଇଁ ୧୩୦ଟି ଆସନ ମାଗୁଛି। ଅନ୍ୟପକ୍ଷରେ ସମାଜବାଦୀ ପାର୍ଟି ୨୦୨୨ ବିଧାନସଭା ର୍ନିବାଚନର ପ୍ରଦର୍ଶନକୁ ଆସନ ବୁଝାମଣାର ଆଧାର କରୁଛି। ଏହା ସହିତ ସପା ର୍ନିବାଚନୀ ବିଜୟର ସମ୍ଭାବନା ଆଧାରରେ କଂଗ୍ରେସକୁ ଆସନ ଦେବା ସପକ୍ଷରେ ରହିଛି।

ଅର୍ଥାତ ଯେଉଁ ଆସନରେ ପ୍ରାର୍ଥୀଙ୍କ ର୍ନିବାଚନ ଜିତିବାର ସମ୍ଭାବନା ଅଧିକ ଥିବ, ସେହି ଆସନ କଂଗ୍ରେସକୁ ଦିଆଯିବ ଏବଂ ସେହି ଆସନରେ ପ୍ରାର୍ଥୀଙ୍କୁ ଟିକେଟ ଦିଆଯିବ। ଯେଉଁ ୨୬ଟି ଆସନର ତାଲିକା ଭାଇରାଲ ହେଉଛି, ସେଥିମଧ୍ୟରୁ ୨ଟି ଆସନରେ ୨୦୨୨ରେ କଂଗ୍ରେସ ର୍ନିବାଚନ ଜିତିଥିଲା। ୪ଟି ଆସନରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ଥିଲା। ୨୦ଟି ଅନ୍ୟ ଆସନ ରହିଛି, କିନ୍ତୁ ଏହି ତାଲିକାରେ କଂଗ୍ରେସର ଗଡ଼ ଆମେଠି ଏବଂ ରାୟବରେଲି ବିଧାନସଭା କ୍ଷେତ୍ରର ନାମ ନାହିଁ, ଏଥିପାଇଁ ଅଡ଼ୁଆ ସୃଷ୍ଟି ହୋଇଛି।

PTI କୁ ଦିଆଯାଇଥିବା ବୟାନରେ କଂଗ୍ରେସ ସାଂସଦ ଇମରାନ ମସୁଦ ୟୁପି ର୍ନିବାଚନ ପାଇଁ କଂଗ୍ରେସ-ଏସପି ଆସନ ବୁଝାମଣା ବୈଠକ ବିଷୟରେ ଖୋଲାଖୋଲି କଥା ହୋଇଛନ୍ତି। ସେ କହିଛନ୍ତି ଯେ ଆସନ ’ମାଗିବା’ ଏବଂ ’ସହଯୋଗ’ କରିବା ମଧ୍ୟରେ ପାର୍ଥକ୍ୟ ରହିଛି। ମେଣ୍ଟରେ କିଛି ବି ମାଗିବାର ଆବଶ୍ୟକତା ନାହିଁ, ବରଂ ପାରସ୍ପରିକ ସହଯୋଗରେ ସବୁକିଛି ହୁଏ। ଏକାଠି ବସି କଥା ହେବୁ ଏବଂ ନିଜ ଭାଗର ଆସନ ନେଇ ରହିବୁ।

ସମାଜବାଦୀ ପାର୍ଟି ସାଂସଦ ରାଜୀବ ରାୟ କହିଛନ୍ତି ଯେ ଆମେ ସେମାନଙ୍କୁ ୨୬ଟି ଆସନ ଦେଇଛୁ ଏବଂ ଆହୁରି ଆସନ ଦେବା ଉପରେ ଆଲୋଚନା କରିବୁ।

୨୦୨୨ରେ କଂଗ୍ରେସ ଦ୍ୱାରା ଜିତାଯାଇଥିବା ଆସନ (୨ଟି ଆସନ)

* ରାମପୁର ଖାସ
* ଫରେନ୍ଦା

୨୦୨୨ରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ରହିଥିବା ଆସନ (୪ଟି ଆସନ)

* ମଥୁରା
* ଖେରାଗଡ଼
* ଜଗଦୀଶପୁର
* କିଦୱଇ ନଗର

ଅନ୍ୟ ପ୍ରସ୍ତାବିତ ଆସନ (୨୦ଟି)

* ବାଗପତ
* ମୋଦୀନଗର
* ହାପୁର
* ଜେୱର
* ସ୍ୟାନା
* ଖୁର୍ଜା
* ଖୈରଇଗ୍ଲାସ
* ମାଣ୍ଟ
* ଆଗ୍ରା
* ଉତ୍ତରଫତେହପୁର
* ସିକ୍ରି
* ବିଲଗ୍ରାମ-ମଲ୍ଲାୱାଁ
* ଗୋବିନ୍ଦ ନଗର
* ନାନପାରା
* ଗୋରଖପୁର ସହର
* ଖଜନୀ
* ପଡରୌନା
* ଫାଜିଲନଗର
* ପିଣ୍ଡରା
* ବାରାଣସୀ କ୍ୟାଣ୍ଟ

—

ଉତ୍ତରପ୍ରଦେଶରେ କ’ଣ ରହିଛି ବର୍ତ୍ତମାନର ବିଧାନସଭା ସ୍ଥିତି?

ସୂଚନାଯୋଗ୍ୟ ଯେ ଉତ୍ତରପ୍ରଦେଶରେ ବର୍ତ୍ତମାନ ୧୮ତମ ବିଧାନସଭା ଗଠିତ ହୋଇଛି ଏବଂ ବିଜେପି ନେତୃତ୍ୱାଧୀନ NDA ମେଣ୍ଟର ସରକାର ରହିଛି, ଯାହାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଟନ୍ତି। ୨୦୨୨ ବିଧାନସଭା ର୍ନିବାଚନରେ NDA ମେଣ୍ଟ ୨୫୫ଟି ଆସନ ଜିତି ସରକାର ଗଠନ କରିଥିଲା। ଅନ୍ୟପକ୍ଷରେ କଂଗ୍ରେସ ନେତୃତ୍ୱାଧୀନ INDIA ମେଣ୍ଟ ୧୦୧ଟି ଆସନ ଜିତି ବିରୋଧୀ ଭୂମିକାରେ ଆସିଥିଲା।

କେବେ ଶେଷ ହେବ ବର୍ତ୍ତମାନର ବିଧାନସଭାର କାର୍ଯ୍ୟକାଳ?

ଉଲ୍ଲେଖଯୋଗ୍ୟ ଯେ ଉତ୍ତରପ୍ରଦେଶରେ ବର୍ତ୍ତମାନର ବିଧାନସଭାର କାର୍ଯ୍ୟକାଳ ମାର୍ଚ୍ଚ ୨୦୨୨ରେ ଆରମ୍ଭ ହୋଇଥିଲା ଏବଂ ଜାନୁଆରୀ-ଫେବୃଆରୀ ୨୦୨୭ରେ ୧୯ତମ ବିଧାନସଭା ର୍ନିବାଚନ ପ୍ରସ୍ତାବିତ ରହିଛି। ଯଦିଓ ଏପର୍ଯ୍ୟନ୍ତ ର୍ନିବାଚନ ତାରିଖ ଘୋଷଣା ହୋଇନାହିଁ, କିନ୍ତୁ ରାଜନୈତିକ ଦଳଗୁଡ଼ିକ ର୍ନିବାଚନୀ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଉଭୟ ବଡ଼ ମେଣ୍ଟ ଆସନ ବୁଝାମଣା, ପ୍ରାର୍ଥୀଙ୍କ ନାମ ଉପରେ ବିଚାରବିମର୍ଶ ଏବଂ ଘୋଷଣାପତ୍ର ପ୍ରସ୍ତୁତ କରିବାରେ ଲାଗିଛନ୍ତି। ୪୦୩ଟି ଆସନ ବିଶିଷ୍ଟ ବିଧାନସଭାକୁ ଜିତିବା ପାଇଁ ୨୦୨ଟି ଆସନର ସଂଖ୍ୟାଗରିଷ୍ଠତା ଆବଶ୍ୟକ।

ଉତ୍ତରପ୍ରଦେଶରେ ୨୦୨୨ ବିଧାନସଭା ର୍ନିବାଚନରେ NDA ମେଣ୍ଟ ଅଧୀନରେ ଭାରତୀୟ ଜନତା ପାର୍ଟି (BJP) ଅପନା ଦଳ (ସୋନେଲାଲ) ଏବଂ ନିଷାଦ ପାର୍ଟି ସହିତ ମିଶି ର୍ନିବାଚନ ଲଢ଼ିଥିଲା। ବିଜେପି ୩୭୬ଟି ଆସନରେ ନିଜ ପ୍ରାର୍ଥୀ ଓହ୍ଲାଇଥିଲା, ଯେଉଁଥିମଧ୍ୟରୁ ୬ଟି ଆସନରେ ନିଷାଦ ପାର୍ଟିର ପ୍ରାର୍ଥୀ ପଦ୍ମ ଚିହ୍ନରେ ହିଁ ର୍ନିବାଚନ ଲଢ଼ିବାକୁ ଓହ୍ଲାଇଥିଲେ। ସେହି ର୍ନିବାଚନରେ ୨୫୫ଟି ଆସନ ଜିତିଥିଲା। ଅପନା ଦଳ (ସୋନେଲାଲ)କୁ ମେଣ୍ଟରେ ୧୭ଟି ଆସନ ମିଳିଥିଲା ଏବଂ ଦଳ ୧୨ଟି ଆସନରେ ବିଜୟ ହାସଲ କରିଥିଲା। ସେହିପରି ନିଷାଦ ପାର୍ଟି ୧୦ଟି ଆସନରେ ର୍ନିବାଚନ ଲଢ଼ିଥିଲା ଏବଂ ୬ଟି ଆସନ ଜିତିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମେଣ୍ଟ ଘୋଷଣା ପରେ ବଡ଼ ବୟାନ ଦେଲେ ମୋଦି, ପଞ୍ଜାବ ରାଜନୀତିରେ ହଲଚଲ!

ନୂଆଦିଲ୍ଲୀ,୨୪।୧୧: ପଞ୍ଜାବ ବିଧାନସଭା ନିର୍ୱାଚନନରେ ଭାଜପା ଓ ଶିରୋମଣି ଅକାଳୀ ଦଳ (SAD) ମେଣ୍ଟ କରି ନିର୍ୱାଚନ ଲଢ଼ିବେ। ଏହାର ବିଧିବଦ୍ଧ ଘୋଷଣା ପରେ ପିଏମ ମୋଦି…

ସୂର୍ଯ୍ୟଙ୍କ ନକ୍ଷତ୍ର ପରିବର୍ତ୍ତନ : ବର୍ଷ ଶେଷ ପୂର୍ବରୁ ବଦଳିବ ଏହି ୫ ରାଶିର ଭାଗ୍ୟ! ପ୍ରବଳ ଧନବର୍ଷା, ଜାଣନ୍ତୁ ସେହି ଭାଗ୍ୟଶାଳୀ ରାଶି କିଏ…

ଡିସେମ୍ବର ମାସରେ ସୂର୍ଯ୍ୟ ଗ୍ରହ ୩ ଥର ନକ୍ଷତ୍ର ପରିବର୍ତ୍ତନ କରିବେ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ସୂର୍ଯ୍ୟଙ୍କ ଏହି ନକ୍ଷତ୍ର ଗୋଚର ୫ଟି ରାଶି ପାଇଁ ଶୁଭଫଳ…

ଶୁଭମନ ଗିଲଙ୍କୁ ବଡ଼ ଝଟ୍‌କା ଦେଲା ଆଇସିସି! ଜାଣନ୍ତୁ କ’ଣ ହେଲା ନିଷ୍ପତ୍ତି, ଚାରିଆଡେ ପଡିଗଲା ଚହଳ

ନୂଆଦିଲ୍ଲୀ, ୨୪।୧୧: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ୨୦୨୦ରେ ବଲ୍‌କୁ ଚମକାଇବା ପାଇଁ ଲାଳ ବ୍ୟବହାର ଉପରେ ଅସ୍ଥାୟୀ ଭାବେ କଟକଣା ଲଗାଇଥିଲା। ପରେ ସେପ୍ଟେମ୍ବର ୨୦୨୨ରେ…

ବୋଇତ ବନ୍ଦାଣ: ପାରାଦୀପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ୨୦୩୬ ସୁଦ୍ଧା…

ପାରାଦୀପ,୨୪।୧୧(ଶରତ ରାଉତ): ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଐତିହାସିକ ‘ବୋଇତ ବନ୍ଦାଣ ଉତ୍ସବ’ ତଥା ପାରାଦୀପ ବନ୍ଦର ଦିବସ ମଙ୍ଗଳବାର ପାଳିତ ହୋଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ…

ବଲାଙ୍ଗୀର-ସମ୍ବଲପୁର ଏନ୍‌ଏଚ୍‌ରେ ମର୍ମନ୍ତୁଦ ଦୁର୍ଘଟଣା, ଡାକ ପାର୍ସଲ ଗାଡ଼ି ଧକ୍କାରେ ୨ ସାଙ୍ଗ ମୃତ

ବଲାଙ୍ଗୀର,୨୪।୧୧(ସୁନିଲ କୁମାର ମହାନ୍ତି): ଏକ ଡାକ ପାର୍ସଲ ଗାଡ଼ି ଧକ୍କାରେ ଦୁଇ ସାଙ୍ଗଙ୍କ ଜୀବନ ଚାଲିଯାଇଛି । ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ବଲାଙ୍ଗୀର-ସମ୍ବଲପୁର…

ଚାଷଜମିରେ କୁମ୍ଭୀର-ମହିଳା ମୁହାଁମୁହିଁ: ଆଉ ତା’ପରେ ଯାହା ଘଟିଲା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମହାକାଳପଡ଼ା,୨୪।୧୧:କେନ୍ଦ୍ରାପଡ଼ା ଜିଲାର ଗହୀରମଥା ସାମୁଦ୍ରିକ ଅଞ୍ଚଳରେ ବଉଳା କୁମ୍ଭୀରଙ୍କ ଆତଙ୍କ ଦେଖିବାକୁ ମିଳିଛି। ନଦୀନାଳରେ ମାଳମାଳ କୁମ୍ଭୀର ଘୂରି ବୁଲୁଥିବା ବେଳେ ଏବେ ଜଣେ ବୃଦ୍ଧା ମହିଳା…

‘ତିଳକ’ରେ ଜ୍ୱାଇଁଙ୍କୁ ଉପହାରରେ ଶ୍ୱଶୁର ଦେଲେ ୩ କୋଟି ଟଙ୍କା ମୂଲ୍ୟର Defender ଗାଡ଼ି ,ଅତିଥିଙ୍କ ପାଇଁ ଉପହାରରେ ରହିଛି ‘ମହିନ୍ଦ୍ରା ଥାର୍‌’ !

ପାଟନା,୨୪।୧୧: ବିହାର ରାଜନୀତିର ଜଣେ ପ୍ରମୁଖ ବ୍ୟକ୍ତିତ୍ୱ ତଥା ‘ଛୋଟେ ସରକାର’ ଭାବେ ପରିଚିତ ଅନନ୍ତ ସିଂହ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି; ତେବେ ଏହାର କାରଣ ରାଜନୀତି…

ନିଖୋଜ ଯୁବକଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର, ୩ ଦିନ ଧରି ଥିଲେ ନିଖୋଜ

ଅମରପାଲି,୨୪।୧୧(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ କାଦୋଦର ପଞ୍ଚାୟତର ବୀରସିଙ୍ଗପୁର ଗ୍ରାମ୍ୟ ଜଙ୍ଗଲରୁ ମଙ୍ଗଳବାର ପୂର୍ବାହ୍ନରେ ଜଣେ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?