Posted inଜାତୀୟ

ଇ-କମର୍ସକୁ ଅବାଞ୍ଛିତ ଅଙ୍କୁଶ

ମୁମ୍ବାଇ/ନୂଆଦିଲ୍ଲୀ,୨ା୭:ଭାରତରେ ବ୍ୟବସାୟିକ ଧାରାକୁ ବଦଳାଇଦେଇଛି ଇ-କମର୍ସ। ଅନ୍‌ଲାଇନ୍‌ରେ ନିଜ ପସନ୍ଦର ସାମଗ୍ରୀ ଅର୍ଡର କରି ଘରକୁ ମଗାଇବାର ମଜା ଅଲଗା। ଏହା ସୁବିଧାଜନକ ଓ ଶସ୍ତା ମଧ୍ୟ। କରୋନା ମହାମାରୀ ସମୟରେ ଏହି ବ୍ୟବସାୟ କରୁଥିବା କମ୍ପାନୀଗୁଡ଼ିକ କୋଟି କୋଟି ଲୋକଙ୍କ ଚାହିଦା ପୂରଣ କରିବା ସହ ବାହାରକୁ ବାହାରିବାରୁ ବଞ୍ଚାଇଛନ୍ତି। ଏହାସତ୍ତ୍ୱେ ସବୁଠୁ ଦ୍ରୁତଗତିରେ ବଢ଼ୁଥିବା ବଜାର ଭାରତରେ ଇ-କମର୍ସ କମ୍ପାନୀଗୁଡ଼ିକୁ ବିବାଦର ସାମ୍ନା କରିବାକୁ ପଡ଼ୁଛି।
ନୂଆ ନିୟମ ଅନୁସାରେ ଡେଲିଭରିରେ ବିକ୍ରେତାଙ୍କ ଅବହେଳା ବା ବିଫଳତା ପାଇଁ ଆମାଜନ, ଫ୍ଲିପ୍‌କାର୍ଟ, ବିଗ୍‌ବାସ୍କେଟ, ଜମାଟୋ, ସ୍ବିଗି ଓ ପେଟିଏମ୍‌ ମଲ୍‌ ଭଳି ଇ-କମର୍ସ କମ୍ପାନୀଗୁଡ଼ିକୁ ଦାୟୀ କରାଯିବ। ସରକାରଙ୍କ ଏହି ପ୍ରସ୍ତାବ ସେବା ଓ ସାମଗ୍ରୀ ଯୋଗାଣକାରୀ କମ୍ପାନୀ ଏବଂ କେତ୍ରାଙ୍କ ମଧ୍ୟରେ ମଧ୍ୟସ୍ଥ ଭୂମିକାକୁ ହତ୍ୟା କରିବ ବୋଲି ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ବର୍ତ୍ତମାନ ସମୟରେ ଆମାଜନ ଓ ଫ୍ଲିପ୍‌କାର୍ଟ ଭଳି ଅଗ୍ରଣୀ ଇ-କମର୍ସ କମ୍ପାନୀ ନିଜ ପ୍ଲାଟ୍‌ଫର୍ମ ସାମଗ୍ରୀ ଉପଲବ୍ଧ କରାଇ ନ ପାରିଲେ ବିନା ଦ୍ୱିଧାରେ ଅର୍ଥ ଫେରସ୍ତ ଓ ଗ୍ରାହକ ସନ୍ତୁଷ୍ଟ ନ ହେଲେ ଏକ୍ସଚେଞ୍ଜ ସୁବିଧା ଦେଉଛନ୍ତି। ଏହା ସତ୍ତ୍ୱେ ଆଉ କେଉଁ କଥାରେ ସେମାନଙ୍କୁ ଉତ୍ତରଦାୟୀ କରାଯିବ ବୋଲି କମ୍ପାନୀଗୁଡ଼ିକ ମଧ୍ୟ ଏହି ନୂଆ ନିୟମକୁ ନେଇ ଚିନ୍ତିତ। ଷ୍ଟୋରରୁ ବିକ୍ରି କରାଯାଇଥିବା ଏକ ତ୍ରୁଟିଯୁକ୍ତ ଉତ୍ପାଦ ପାଇଁ ଜଣେ ଛୋଟ ମାଲିକଙ୍କୁ ଦାୟୀ କରାଯାଇପାରିବ ନାହିଁ ବୋଲି ବିଗ୍‌ବାସ୍କେଟ ଏଣ୍ଟରପ୍ରିନ୍ୟୁର୍‌ ତଥା ପ୍ରମୋଟର କେ. ଗଣେଶ କହିଛନ୍ତି। ସେହିପରି ଡିପାର୍ଟମେଣ୍ଟ ଫର୍‌ ପ୍ରମୋଶନ ଅଫ୍‌ ଇଣ୍ଡଷ୍ଟ୍ରି ଆଣ୍ଡ ଇଣ୍ଟର୍ନାଲ ଟ୍ରେଡ୍‌ (ଡିପିଆଇଆଇଟି)ରେ ପଞ୍ଜୀକୃତ ହୋଇ ନ ଥିବା ବିଦେଶୀ କମ୍ପାନୀଗୁଡ଼ିକର ସାମଗ୍ରୀ ମଧ୍ୟ ଅନ୍‌ଲାଇନ୍‌ରେ ବିକ୍ରି କରାଯାଇପାରିବ ନାହିଁ। ଇ-କମର୍ସ କମ୍ପାନୀ ନିଜ ଗ୍ରାହକଙ୍କ ତଥ୍ୟ ନେଇ ସହଯୋଗୀ କମ୍ପାନୀକୁ ଦେଇ ପାରିବେ ନାହିଁ। ଅର୍ଡର କଲାବେଳେ ସ୍ଥାନୀୟ ବଜାରରେ କେଉଁ ସାମଗ୍ରୀ ଉପଲବ୍ଧ ଅଛି ତାହା ଗ୍ରାହକଙ୍କୁ ଜଣାଇବେ। ଉକ୍ତ ନିୟମ ଲାଗୁ ହେଲେ ଇ-କମର୍ସର ଯୋଗାଣ ଶୃଙ୍ଖଳ ବିପର୍ଯ୍ୟସ୍ତ ହେବ। ଇତିମଧ୍ୟରେ ଆମାଜନ ଓ ଫ୍ଲିପ୍‌କାର୍ଟ କେନ୍ଦ୍ରର ପ୍ରସ୍ତାବିତ ନିୟମକୁ ବିରୋଧ କରିବାକୁ ଯୋଜନା କରିଛନ୍ତି। ଏହି ଦୁଇ କମ୍ପାନୀ ଖାଉଟି ବ୍ୟାପାର ମନ୍ତ୍ରଣାଳୟକୁ ପତ୍ର ଲେଖି ଉକ୍ତ ପ୍ରସ୍ତାବ ପ୍ରତ୍ୟାହାର ପାଇଁ ଅନୁରୋଧ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବିଲକୁ ସାର ପକାଇବାକୁ ଯାଉଥିବା ବେଳେ ହାତୀ ହାବୁଡରେ ପଡିଗଲେ ଯୁବକ, ତାପରେ…

ପାଟଣା,୧୪।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ପୁଣି ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ଆକ୍ରମଣରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି ।…

ପୋଲିସ ସେବା ପୁରସ୍କାର ୨୦୨୬ ଘୋଷଣା: ଓଡ଼ିଶାର ୧୭ ଜଣଙ୍କୁ ମିଳିବ..

ଭୁବନେଶ୍ୱର,୧୪।୮: ସ୍ବାଧୀନତା ଦିବସ ପୂର୍ବରୁ ବିଶିଷ୍ଟ ସେବା ପୁରସ୍କାର ୨୦୨୬ ଘୋଷଣା କରାଯାଇଛି। ଚଳିତ ବର୍ଷ ଓଡ଼ିଶାର ୧୭ ଜଣଙ୍କୁ ମିଳିବ ଏହି ପୁରସ୍କାର। ୫ ଜଣଙ୍କୁ…

MIର ହେଡ କୋଚ ହେବେ ରୋହିତ ଶର୍ମା! ଆଉ ବିରାଟ…ହଇଚଇ ସୃଷ୍ଟି କଲା ଅଶ୍ୱିନଙ୍କ ଭବିଷ୍ୟବାଣୀ

ନୂଆଦିଲ୍ଲୀ, ୧୪।୮: ରୋହିତ ଶର୍ମା ଏବଂ ବିରାଟ କୋହଲି ନିଜ ଦିନିକିଆ କ୍ରିକେଟ କ୍ୟାରିୟରର ଶେଷ ପର୍ଯ୍ୟାୟରେ ପହଞ୍ଚିଛନ୍ତି। ୨୦୨୭ ବିଶ୍ୱକପ ଖେଳିବା ପରେ ଉଭୟ ଅବସର…

ଭାରତ ବିରୋଧରେ ପୁଣି ବିଷ ଓଗାଳିଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ: ସ୍ବାଧୀନତା ଦିବସରେ ଦେଲେ ଯୁଦ୍ଧ ଧମକ

ଇସଲାମାବାଦ୍‌,୧୪।୮: ପାକିସ୍ତାନ ସ୍ବାଧୀନତା ଦିବସରେ ମଧ୍ୟ ଭାରତ ଧିରୋଧରେ ବିଷ ଓଗାଳିଥିଲା। ପହଲଗାମ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ସ୍ବରୂପ ଭାରତର ‘ଅପରେଶନ ସିନ୍ଦୁର’ ଦ୍ୱାରା ଆରମ୍ଭ ହୋଇଥିବା…

ଆମେରିକାର ବଡ଼ ଅଭିଯୋଗ; ଚାଇନାକୁ ଟାରିଫ୍‌ରୁ ବଞ୍ଚାଉଛି ଭାରତ!

ଓ୍ବାଶିଂଟନ,୧୪।୮: ଆମେରିକା ପୁଣିଥରେ ଟାରିଫ୍‌ ପ୍ରସଙ୍ଗରେ ଭାରତକୁ ନେଇ ବଡ଼ ଅଭିଯୋଗ ଆଣିଛି। ଆମେରିକାର ଅଭିଯୋଗ ଅନୁସାରେ, ଭାରତ ସମେତ ୪୦ରୁ ଅଧିକ ଦେଶ କଥିତ ଭାବେ…

ଶନିଙ୍କ ନକ୍ଷତ୍ର ଗୋଚରରେ ଏହି ୪ ରାଶିଙ୍କ ଉପରେ ବଡ଼ ସଙ୍କଟ! ୯ ଅକ୍ଟୋବର ପର୍ଯ୍ୟନ୍ତ ରୁହନ୍ତୁ ସାବଧାନ, ନଚେତ୍‌…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଶନି ଗ୍ରହ ଆସନ୍ତା ୨୦ ଅଗଷ୍ଟ ୨୦୨୬, ଗୁରୁବାର ସନ୍ଧ୍ୟା ୭ଟା ୪୫ ମିନିଟରେ ରେବତୀ ନକ୍ଷତ୍ରର ଦ୍ୱିତୀୟ ପଦରୁ ପ୍ରଥମ ପଦକୁ…

ଯନ୍ତ୍ରଣାଦାୟକ ସ୍ମୃତି ବଖାଣିଲେ ପ୍ରଧାନମନ୍ତ୍ରୀ ମୋଦି: ଭାବପ୍ରବଣ ପୋଷ୍ଟ କରି ଲେଖିଲେ…

ନୂଆଦିଲ୍ଲୀ,୧୪।୮:୧୪ ଅଗଷ୍ଟ ଅର୍ଥାତ୍‌ ଆଜି ଭାରତରେ ‘ବିଭାଜନ ବିଭୀଷିକାର ସ୍ମୃତି ଦିବସ’ ପାଳନ କରାଯାଉଛି। ୧୯୪୭ ବିଭାଜନ ସମୟରେ ଯେଉଁମାନେ ପ୍ରାଣ ହରାଇଥିଲେ ଏବଂ ଅକଳ୍ପନୀୟ ଯନ୍ତ୍ରଣା…

ଭାରତୀୟ ଖେଲାଳିଙ୍କୁ ଅଲ୍ଟିମେଟମ ଦେଲେ ଗମ୍ଭୀର: ଶେଷ ସୁଯୋଗ…

ଗାଲେ,୧୪।୮:୧୫ ଅଗଷ୍ଟରୁ ଆରମ୍ଭ ହେଉଥିବା ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ ପ୍ଲେଇଂ ଇଲେଭେନ ସମ୍ପର୍କରେ ଭାରତୀୟ ଦଳ ମଧ୍ୟରେ ବିଚାର ବିମର୍ଶ ଚାଲିଛି। ଅଧିନାୟକ ଶୁବମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri