ହିନ୍ଦୁ ନେତାଙ୍କୁ ହତ୍ୟାରୁ ବଢ଼ୁଛି ଅଶାନ୍ତି

ନୂଆଦିଲ୍ଲୀ,୨୦।୪: ବାଂଲାଦେଶର ପ୍ରମୁଖ ହିନ୍ଦୁ ନେତା ଭବେଶ ଚନ୍ଦ୍ର ରୟଙ୍କୁ ହତ୍ୟା ଘଟଣାରେ ଭାରତ ଶନିବାର ମହମ୍ମଦ ୟୁନୁସ୍‌ ସରକାରଙ୍କୁ ନିନ୍ଦା କରିଛି। ଅନ୍ତରୀଣ ସରକାରଙ୍କ ଶାସନରେ ପଡ଼ୋଶୀ ଦେଶର ସଂଖ୍ୟାଲଘୁଙ୍କ ପ୍ରତି ବ୍ୟବସ୍ଥିତ ଉତ୍ପୀଡ଼ନ ଢାଞ୍ଚାର ଏକା ଏକ ଅଂଶବିଶେଷ ବୋଲି ନୂଆଦିଲ୍ଲୀ କହିଛି। ହିନ୍ଦୁ ନେତା ୫୮ ବର୍ଷୀୟ ଭବେଶଙ୍କୁ ଦିନାଜପୁରସ୍ଥିତ ତାଙ୍କ ଘରୁ ଅପହରଣ କରିନିଆଯାଇ ପିଟି ହତ୍ୟା କରାଯାଇଥିଲା। ତାଙ୍କ ମୃତଦେହ ଗୁରୁବାର ରାତିରେ ମିଳିଥିଲା। ଭବେଶ ବାଂଲାଦେଶ ପୂଜା ଉଦ୍‌ଯାପନ ପରିଷଦର ଉପସଭାପତି ଏବଂ ହିନ୍ଦୁ ସମ୍ପ୍ରଦାୟର ଜଣେ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥିଲେ। ଭବେଶଙ୍କୁ ଅପହରଣ ଏବଂ ଜଘନ୍ୟ ହତ୍ୟା ସଂଖ୍ୟାଲଘୁ ହିନ୍ଦୁଙ୍କ ପ୍ରତି ବ୍ୟବସ୍ଥିତ ଉତ୍ପୀଡ଼ନ ଓ ଏହାକୁ ଆମେ ଦୃଢ଼ ନିନ୍ଦା କରୁଛୁ ବୋଲି ବହିର୍ବ୍ୟାପାର ମନ୍ତ୍ରଣାଳୟ ଏକ୍ସରେ ଏକ ବିବୃତିରେ କହିଛି। ସଂଖ୍ୟାଲଘୁ ସମ୍ପ୍ରଦାୟର ସୁରକ୍ଷା ପ୍ରତି ବାଂଲାଦେଶ ଅନ୍ତରୀଣ ସରକାରଙ୍କ ଦାୟିତ୍ୱ ସମ୍ପର୍କରେ ଭାରତ ସ୍ମରଣ କରାଇଦେଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲ କହିଛନ୍ତି।
ଗତବର୍ଷ ଅଗଷ୍ଟରେ ବାଂଲାଦେଶରେ ଛାତ୍ର ଆନ୍ଦୋଳନ ହିଂସ୍ର ରୂପ ନେବା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଶେଖ୍‌ ହାସିନା ନିଜ ପଦବୀରୁ ଇସ୍ତଫା ଦେଇ ଭାରତ ପଳାଇଆସିଥିଲେ। ମହମ୍ମଦ ୟୁନୁସ୍‌ଙ୍କୁ ଅନ୍ତରୀଣ ସରକାରର ମୁଖ୍ୟ ଉପଦେଷ୍ଟା କରାଯାଇଥିଲା। ଏହା ପରେ ବାଂଲାଦେଶରେ ଭାରତ ବିରୋଧୀ ମନୋଭାବ ବୃଦ୍ଧି ପାଇବା ସହ ହିନ୍ଦୁମାନେ ବାରମ୍ବାର ଆକ୍ରମଣ ଏବଂ ନିର୍ଯାତନାର ଶିକାର ହୋଇଆସୁଛନ୍ତି। ଗତବର୍ଷ ଢାକା ବିମାନବନ୍ଦରରୁ ହିନ୍ଦୁ ସନ୍ଥ ଚିନ୍ମୟ କ୍ରିଷ୍ଣ ଦାସଙ୍କୁ ଗିରଫ କରାଯିବା ପରେ ଭାରତ ବାଂଲାଦେଶକୁ ସଂଖ୍ୟାଲଘୁଙ୍କ ଅଧିକାରର ସୁରକ୍ଷା କର୍ତ୍ତବ୍ୟ ସମ୍ପର୍କରେ ବାରମ୍ବାର ସ୍ମରଣ କରାଇଥିଲା। ସଂଖ୍ୟାଲଘୁଙ୍କ ବିରୋଧରେ ହିଂସାକୁ ଗଣମାଧ୍ୟମର ଅତିଶୟୋକ୍ତି କହି ଏଡ଼ାଇ ଦିଆଯାଇପାରିବ ନାହିଁ ବୋଲି ଜୟସ୍ବାଲ କହିବା ସହ ସଂଖ୍ୟାଲଘୁଙ୍କ ସୁରକ୍ଷା ପାଇଁ ୟୁନୁସ୍‌ ପ୍ରଶାସନକୁ ନିବେଦନ କରିଥିଲେ।

ବାଂଲାଦେଶରେ ନାଗରିକ ଅଶାନ୍ତି, ଅପରାଧ ଏବଂ ଆତଙ୍କବାଦ ଯୋଗୁ ସେହି ଦେଶକୁ ଭ୍ରମଣରେ ଯିବା ବିପଦପୂର୍ଣ୍ଣ ହୋଇଛି। ତେଣୁ ବାଂଲାଦେଶ ଯିବା ନେଇ ଆମେରିକା ପରରାଷ୍ଟ୍ର ବିଭାଗ ଶୁକ୍ରବାର ଏହାର ନାଗରିକଙ୍କ ନିମନ୍ତେ କଠୋର ଟ୍ରାଭେଲ୍‌ ଆଡ୍‌ଭାଇଜରି ଜାରି କରି ସେମାନଙ୍କୁ ସତର୍କ କରାଇଛି। ବାଂଲାଦେଶ ପାଇଁ ‘ଲେବଲ ୩: ରିକନ୍‌ସିଡର ଟ୍ରାଭେଲ୍‌’ ଆଲର୍ଟ ଏବଂ ଚାଟ୍ଟାଗଙ୍ଗ ହିଲ୍‌ ଟ୍ରାକ୍‌ ଅଞ୍ଚଳ ପାଇଁ ‘ଲେବଲ୪: ଡୋଣ୍ଟ ଟ୍ରାଭେଲ’ ଓ୍ବାର୍ନିଂ ଜାରି ହୋଇଛି। ଚିଟ୍ଟାଗଙ୍ଗ ପାର୍ବତ୍ୟାଞ୍ଚଳରେ ଖଗ୍ରାଚାରୀ, ରଙ୍ଗାମାଟି ଏବଂ ବନ୍ଦରବାନ ଜିଲା ଯାଉଥିବାବେଳେ ଏହାକୁ ବିପଜ୍ଜନକ ଅଞ୍ଚଳ ବିବେଚନା କରାଯାଉଛି। ସେଠାରେ ଧର୍ମୀୟ ସଂଖ୍ୟାଲଘୁମାନଙ୍କୁ ଟାର୍ଗେଟ କରାଯାଉଛି। ବିଚ୍ଛିନ୍ନତାବାଦୀ ସଂଗଠନ ଏବଂ ରାଜନୈତିକ ହିଂସା ମଧ୍ୟ ବାହାର ଦେଶର ଲୋକଙ୍କ ପାଇଁ ବିପଦ ସୃଷ୍ଟି କରିଛି। ସାମ୍ପ୍ରଦାୟିକ ହିଂସା, ଅପରାଧ, ଆତଙ୍କବାଦ, ଅପହରଣ ଏବଂ ଅନ୍ୟାନ୍ୟ ବିପଦ ରହିଛି ଓ ଅନେକ ସମୟରେ ଆଇଇଡି ବିସ୍ଫୋରଣ ଓ ଗୁଳିକାଣ୍ଡ ଘଟୁଛି। ତେଣୁ ଚିଟ୍ଟାଗଙ୍ଗ ପାର୍ବତ୍ୟାଞ୍ଚଳକୁ ନ ଯିବା ଲାଗି ଆଡ୍‌ଭାଇଜରିରେ ଆମେରିକୀୟମାନଙ୍କୁ ପରାମର୍ଶ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?