ବାଲିଗୁଡ଼ା,୩୦ା୯(ସଞ୍ଜୟ କୁମାର ପାଣିଗ୍ରାହୀ): ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକର ପ୍ରଭାବ ବାଲିଗୁଡ଼ାରେ ପରିଲକ୍ଷିତ ହୋଇନାହିଁ। ବନ୍ଦ ସତ୍ତ୍ୱେ ସହରରେ ସ୍ବାଭାବିକ ଭାବେ ଜନଜୀବନ ଚାଲିଥିବା ବେଳେ ଦୋକାନ, ବଜାର, ବ୍ୟବସାୟିକ ପ୍ରତିଷ୍ଠାନ ଖୋଲା ରହିଥିଲା। ଏଥିସହ ବସ୍, ଅଟୋ ଓ ଅନ୍ୟାନ୍ୟ ଯାନବାହନ ଚଳାଚଳ ମଧ୍ୟ ସ୍ବାଭାବିକ ରହିଥିଲା। ବାଲିଗୁଡ଼ା ସହରର ପ୍ରମୁଖ ଛକ ଓ ବଜାର ଅଞ୍ଚଳରେ ଲୋକଙ୍କ ଚଳପ୍ରଚଳ ସାଧାରଣ ଦିନ ଭଳି ଦେଖିବାକୁ ମିଳିଥିଲା।
ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମେତ ବିଭିନ୍ନ ପ୍ରତିଷ୍ଠାନରେ ମଧ୍ୟ କାର୍ଯ୍ୟକଳାପ ଜାରି ରହିଥିଲା। ବନ୍ଦ ପାଳନ ପାଇଁ ସଂଗଠନ ପକ୍ଷରୁ ଆହ୍ବାନ ଦିଆଯାଇଥିଲେ ମଧ୍ୟ ସ୍ଥାନୀୟ ଭାବେ ଏହାକୁ ବ୍ୟାପକ ସମର୍ଥନ ମିଳି ନ ଥିବା ଦେଖାଯାଇଥିଲା। ଫଳରେ ନବ ନିର୍ମାଣ କୃଷକ ସଂଗଠନର ଓଡ଼ିଶା ବନ୍ଦ ଡାକ ବାଲିଗୁଡ଼ା ରେ ପ୍ରାୟତଃ ପ୍ରଭାବହୀନ ରହିଥିବା କୁହାଯାଉଛି।

