ଦିଗପହଣ୍ଡି,୩୦।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ହାଇସ୍କୁଲ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ବୁଗୁଡ଼ା ଥାନା କଞ୍ଚୁରୁ ଗ୍ରାମର ଡି.ରଞ୍ଜିତ ପାତ୍ରଙ୍କୁ ୪ ଜଣ ଦୁର୍ବୃତ୍ତ ମାଡ଼ ମାରି ତାଙ୍କ ହାତରୁ ୩୦ ଗ୍ରାମ ଓଜନର ରୂପା ବ୍ରେସଲେଟ୍ ଏବଂ ୯,୭୦୦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଏନେଇ ସେ ବୁଧବାର ଦିଗପହଣ୍ଡି ଥାନାରେ ଏତଲା ଦେଇଥିବା କହିଛନ୍ତି ।
ଗତ ମଙ୍ଗଳବାର ରାତି ପ୍ରାୟ ସାଢେ ୯ ଟାରେ ରଞ୍ଜିତ ବାଇକରେ ତାଙ୍କ ଶ୍ବଶୁର ଘର ଗାଁ ଚୁଡୁଙ୍ଗପୁର ଆସିଥିଲେ । ଗାଁର ହାଇସ୍କୁଲ ପାଖରେ ଚୁଡୁଙ୍ଗପୁର ଗ୍ରାମର ପି.ବାବୁ ପାତ୍ର ବାଇକ ଅଟକାଇ ପାଖରେ ଥିବା ୨ ଜଣ ଅଚିହ୍ନା ଯୁବକଙ୍କୁ ସାହସପୁର ଗାଁ ନିକଟରେ ଛାଡ଼ିଦେବା କୁ ଅନୁରୋଧ କରିଥିଲେ। ରଞ୍ଜିତ ୨ ଜଣଙ୍କୁ ବାଇକରେ ବସାଇ ସାହସପୁର ଅଭିମୁଖେ ଯାଉଥିବା ବେଳେ ତାଙ୍କୁ ପିଛା କରି ଅନ୍ୟ ଏକ ବାଇକ ରେ ୨ ଜଣ ଯୁବକ ତାଙ୍କୁ ରାସ୍ତାରେ ଅଟକାଇ ଥିଲେ।
୪ ଜଣ ଦୁର୍ବୃତ୍ତ ସଂଘବଦ୍ଧ ଭାବେ ରଞ୍ଜିତଙ୍କୁ ମାଡ଼ ମାରି ତାଙ୍କ ହାତରୁ ରୂପା ବ୍ରେସଲେଟ୍ ଛଡାଇ ନେବା ସହ ତାଙ୍କ ପ୍ୟାଣ୍ଟ ପକେଟରୁ ୯,୭୦୦ ଟଙ୍କା ଲୁଟି ନେଇ ବାଇକ ଯୋଗେ ଚମ୍ପଟ ମାରିଥିଲେ।ରଞ୍ଜିତ ଶ୍ବଶୁର ଘରେ ପହଞ୍ଚି ସମସ୍ତ ଘଟଣା କହିବା ପରେ ଥାନାରେ ଏତଲା ଦେଇଥିବା କହିଛନ୍ତି । ପୋଲିସ ଘଟଣାର ତଦନ୍ତ ଚଳାଇଛି ।

