ଧାର୍ମିକ ଭିନ୍ନତା ମଧ୍ୟରେ ଏକତା

ବୈକୁଣ୍ଠନାଥ ମିଶ୍ର

ମୃତ୍ୟୁ ଏକ ରହସ୍ୟମୟ ଚିନ୍ତନ। କେବଳ ମୃତ୍ୟୁ ନୁହେଁ, ମୃତ୍ୟୁ ପରବର୍ତ୍ତୀ କାଳରେ ଆତ୍ମାର ଗତି, ସ୍ଥିତି ମଧ୍ୟ ଅନୁରୂପ ଭାବେ ରହସ୍ୟମୟ। ମୃତ୍ୟୁକୁ କେହି କେହି ଜୀବନର ଅନ୍ତିମ ପରିଣତି ବୋଲି ଅଭିହିତ କରୁଥିବାବେଳେ ଅନ୍ୟ କେହି ମୃତ୍ୟୁ ହିଁ ନୂତନ ସୃଷ୍ଟିର ପ୍ରାରମ୍ଭ ବୋଲି ମତ ଦିଅନ୍ତି। ଋଷି ଚାର୍ବାକ ଓ ତାଙ୍କ ଅନୁଗାମୀଙ୍କ ମତରେ ‘ଭସ୍ମିଭୂତସ୍ୟ ଦେହସ୍ୟ ପୁନରାଗମନଂ କୃତଃ।’ ଅର୍ଥାତ୍‌ ମୃତ୍ୟୁ ହିଁ ସବୁର ଶେଷ ଓ ପୁନର୍ଜନ୍ମ ବୋଲି କିଛି ନାହିଁ। କିନ୍ତୁ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତରେ ‘ପୁନରପି ଜନନମ୍‌ ପୁନରପି ମରଣଂ ପୁନରପି ଜନନୀ ଜଠରେ ଶୟନମ୍‌।’ ଶଙ୍କରାଚାର୍ଯ୍ୟଙ୍କ ଅନୁଗାମୀଙ୍କ ମତରେ ଜନ୍ମ ମୃତ୍ୟୁ ଚକ୍ରାକାରରେ ଘୂର୍ଣ୍ଣାୟମାନ। ଶ୍ରୀମଦ୍ଭଗବଦ୍‌ ଗୀତା ମଧ୍ୟ ‘ଜନ୍ମପରେ ମୃତ୍ୟୁ ଓ ମୃତ୍ୟୁପରେ ଜନ୍ମ’ ଭଳି ସିଦ୍ଧାନ୍ତକୁ ଧ୍ରୁବୀକରଣ କରିଛନ୍ତି।
ମୃତ୍ୟୁ ଏକ ସହଜ ଓ ସରଳ ପ୍ରକ୍ରିୟା, ଦିବସର କର୍ମକ୍ଳାନ୍ତ ଶରୀର ଯେପରି ନିଦ୍ରାରୂପକ ବିଶ୍ରାମ ପାଇଁ ବ୍ୟଗ୍ର ହୁଏ, ଠିକ୍‌ ସେହିପରି ତମାମ ଜୀବନର କର୍ମକ୍ଳାନ୍ତି ପରେ ମୃତ୍ୟୁରୂପକ ମହାବିଶ୍ରାମକୁ ସ୍ବାଗତ କରିବା ପାଇଁ ଜୀବ ଆତୁର ହୋଇଉଠେ। ଅବଶ୍ୟ ପ୍ରାକ୍‌ ବାର୍ଦ୍ଧକ୍ୟ ମୃତ୍ୟୁ ଏକ ଭିନ୍ନକଥା। ଦୁର୍ଘଟଣା ଓ ଅନ୍ୟ ଆକସ୍ମିକ ମୃତ୍ୟୁ ବ୍ୟତୀତ ସାଧାରଣ ମୃତ୍ୟୁ ଅଭିଳଷିତ ଓ ଏସବୁ ସତ୍ତ୍ୱେ ମଣିଷ ମୃତ୍ୟୁକୁ ଯେତେ ସତ୍ୟ ବୋଲି ଗ୍ରହଣ କରିଛି ମୃତ୍ୟୁ ପରେ ଜୀବନକୁ ସେତେ ସତ୍ୟ ବୋଲି ଗ୍ରହଣ କରିପାରି ନାହିଁ। ତେବେ ଏସବୁ ଶାସ୍ତ୍ରାନୁମୋଦିତ କଥା ଯାହା ବିଶ୍ୱାସ ଉପରେ ପର୍ଯ୍ୟବସିତ। ବିଶ୍ୱାସ ଏଭଳି ଏକ ପ୍ରକ୍ରିୟା ଯାହା କୌଣସି ବିରୋଧଭାବ ଦ୍ୱାରା ପ୍ରତିହତ ହୁଏନାହିଁ। ବିଶ୍ୱାସର ବିପରୀତ ହେଉଛି ସନ୍ଦେହ। ମଣିଷର ସନ୍ଦେହ ବିମୋଚନ ଓ ବିଶ୍ୱାସ ଉପରେ ଦୃଢ଼ତା ସ୍ଥାପନ ପାଇଁ ବିଭିନ୍ନ ଧର୍ମର ଧର୍ମଶାସ୍ତ୍ର ମାନଙ୍କରେ ମୃତ୍ୟୁ ଓ ପୁନର୍ଜନ୍ମ ଉପରେ ଆଲୋକପାତ କରାଯାଇଛି। ଇସ୍‌ଲାମ ଧର୍ମରେ ଇହଲୋକ ଓ ପରଲୋକର ବିଶ୍ୱାସ ରହିଛି। ଦିବ୍ୟ କୁରୁଆନ ଗ୍ରନ୍ଥର ‘ଅଲବଖରହ’୨୧-୨୨ ସୁକ୍ତ କହେ ”ଇହଲୋକରେ ଭ୍ରମାମତ୍କ ଧାରଣା ଓ ଦୁଷ୍କାର୍ଯ୍ୟରୁ ଏବଂ ପରଲୋକରେ ଖୁଦାଙ୍କର ଦୁଃଖ ଦୁର୍ଦ୍ଦଶାଭରା ଯନ୍ତ୍ରଣାପଦ ଶାସ୍ତିରୁ ରକ୍ଷାପାଇବାର ଉପାୟ ହେଲା-ତୁମେ ସେହି ସର୍ବଶକ୍ତିମାନ ଖୁଦାଙ୍କର ଶରଣାପନ୍ନ ହୋଇ ଦାସତ୍ୱ ଅବଲମ୍ବନ କର। ଏହାଦ୍ୱାରା ତୁମେ ଉଭୟ ଇହ ଓ ପରଲୋକରେ ପାଇବାକୁ ଥିବା ଯନ୍ତ୍ରଣାରୁ ମୁକ୍ତିଲାଭ କରିବା।“ ପୁନର୍ଜନ୍ମର ଚନ୍ତନ ନାରୀ ପୁରୁଷ ନିର୍ବିଶେଷରେ ପରିଲକ୍ଷିତ ହୁଏ। ଇଣ୍ଡୋନେସିଆର ନେନେଙ୍ଗ ହାତିଦ୍‌ଜା ନାମକ ଜଣେ ୭୭ବର୍ଷୀୟା ବୃଦ୍ଧା ନିଜ ମୃତ କନ୍ୟା ଓ ସ୍ବାମୀଙ୍କର ଆତ୍ମା ପୁନର୍ବାର ପ୍ରତ୍ୟାବର୍ତ୍ତନ କରି ଶରୀର ପ୍ରବେଶ କରିବାର ବିଶ୍ୱାସ ରଖି ଶବ ଦୁଇଟିକୁ ନିଜ ଘରେ କଫିଗୁଣ୍ଡ ଓ ପର୍‌ଫ୍ୟୁମ୍‌ ପ୍ରୟୋଗ କରି ପ୍ରାୟ ଦୁଇ ବର୍ଷ ସାଇତି ରଖିଥିଲେ। ପରେ ଜଣେ ଡାକ୍ତରଙ୍କ ଉଦ୍ୟମ କ୍ରମେ ମୃତଦେହ ଆବିଷ୍କାର କରାଯାଇ ସଂସ୍କାର କରାଯାଇଥିଲା।
ବୌଦ୍ଧ ଧର୍ମ ତ ପୁନର୍ଜନ୍ମ ଉପରେ ସ୍ଥାପନ କରିଥାଏ। ତଥାଗତ ତାଙ୍କର ବୃଦ୍ଧତ୍ୱ ପ୍ରାପ୍ତି ପୂର୍ବରୁ ଅନେକ ଜନ୍ମ ନେଇସାରିଥିଲେ। ଏକଦା ଉଈବିଲ୍ବ ଗ୍ରାମର ଛୋଟ ଶିଶୁମାନଙ୍କୁ ହିତୋପଦେଶ ଛଳରେ କହିଥିଲେ, ”ବାଳକେ!
ଆମେ ବର୍ତ୍ତମାନର ଜନ୍ମ ପୂର୍ବରୁ ଅନେକ ଜନ୍ମ ନେଇସାରିଛେ। ବହୁ ସହସ୍ର ବର୍ଷ ପୂର୍ବେ ମୁଁ ମୃଗ ଭାବେ ଜନ୍ମ ନେଇଥିଲି। ମୁଁ ଘାସ, ପକ୍ଷୀ ଏବଂ ଏକ ବିଶାଳ ବୃକ୍ଷଭାବେ ଅନେକ ଶହ ବର୍ଷ ବଞ୍ଚତ୍ଥିଲି। ଇତର ଜନ୍ମମାନଙ୍କରେ ସୁକର୍ମ ଯୋଗୁ କ୍ରମ ବିକାଶ ଘଟି ମାନବ ଦେହ ପ୍ରାପ୍ତ ହୋଇଛି।“ (ନିର୍ବାଣ-ପୃ-୬୦)। ଖ୍ରୀଷ୍ଟଧର୍ମରେ ମଧ୍ୟ ପୁନର୍ଜନ୍ମର ବିଶ୍ୱାସ ରହିଛି। ମହାତ୍ମା ଯିଶୁଙ୍କୁ କ୍ରୁଶବିଦ୍ଧ କରାଯିବାର ୪୦ଦିନ ପରେ ସେ କବରରୁ ଉଠିଆସିଥିଲେ। ଏହି ଦିନକୁ ପୁନରୁତ୍‌ଥାନ ଦିବସ (ଡେ ଅଫ୍‌ ରେସୁରେକ୍‌ସନ) କୁହାଯାଏ ଏବଂ ଉକ୍ତ ଦିବସକୁ ଖ୍ରୀଷ୍ଟିୟାନମାନେ ‘ଇଷ୍ଟର‘ ପର୍ବ ରୂପେ ପାଳନ କରନ୍ତି। ଉପରୋକ୍ତ ତଥ୍ୟ ସବୁକୁ ବିଚାରକୁ ନେଲେ ଜଣାଯାଏ ଯେ ଧର୍ମ ସଂସ୍କୃତି ଓ ପରମ୍ପରା ନିର୍ବିଶେଷରେ ପୁନର୍ଜନ୍ମ ଓ ପାପଫଳ ଭୋଗ ସବୁ ଧର୍ମରେ ରହିଛି । ଏ ସଂସାରରେ ନାସ୍ତିକତା ଏକ ଆଭିଧାନିକ ଶବ୍ଦ। ଜଣେ ମହାପୁରୁଷଙ୍କ ମତରେ ନିଜକୁ ନାସ୍ତିକ କହୁଥିବା ବ୍ୟକ୍ତିଙ୍କ ମତରେ ମୃତ୍ୟୁ ହିଁ ସବୁକିଛିର ଶେଷ। ପୁନର୍ଜନ୍ମ, ପାପ, ପୁଣ୍ୟ ଏସବୁ କାଳ୍ପନିକ। ମୃତ୍ୟୁପରେ ଯାହା କିଛି କରାଯାଏ, ତାହା ‘କଳାକର୍ମ’ (ବ୍ଲାକ୍‌ ଆକ୍‌ସନ)। କିନ୍ତୁ ସେହି ବ୍ୟକ୍ତିଙ୍କୁ ନିଜ ମୃତ ମାତାପିତା ଓ ପୂର୍ବ ପୁରୁଷ ତଥା ଅନ୍ୟାନ୍ୟ ଗୁରୁଜନଙ୍କ ଫଟୋ ଚିତ୍ରରେ ପାଦ ଥାପିବାକୁ କୁହାଗଲେ, ସେମାନେ ତାହା କରିପାରନ୍ତି ନାହିଁ। ଏପରି କ୍ଷେତ୍ରରେ ମୃତ ବ୍ୟକ୍ତିର ଫଟୋଚିତ୍ରରେ ପାଦରଖିଲେ ଅସୁବିଧା କେଉଁଠି? ଏଥିରୁ ପ୍ରମାଣିତ ହୁଏ ଯେ ନାସ୍ତିକତା କେବଳ ଏକ ବାହ୍ୟ ଭାବନା; ଏହା ଆଦୌ ଆନ୍ତରିକ ନୁହେଁ।
ଜୀବାତ୍ମା ଶରୀର ତ୍ୟାଗକଲେ ଶରୀର ମୃତ ହୋଇଯାଏ। ହିନ୍ଦୁଶାସ୍ତ୍ର ଅନ୍ତର୍ଗତ ବୈଦିକ କର୍ମକାଣ୍ଡ ଅନୁସାରେ ଜୀବାତ୍ମା ପ୍ରାଣ ତ୍ୟାଗ କରିବା ମାତ୍ରେ ଶରୀର ମଧ୍ୟରେ ପୁନଃ ପ୍ରବେଶ ପାଇଁ ଉଦ୍ୟମ କରେ। ଯେଉଁ ଶରୀରରେ ସେ ଦୀର୍ଘଦିନ ଧରି ଆଶ୍ରିତ ଥିଲା ସେଥିରୁ ବିଚ୍ଛେଦ ହେବା ପରେ ସେ ଶୋକ ଜର୍ଜରିତ ହୋଇପଡ଼େ। ଶ୍ମଶାନରେ ଶ୍ମଶାନାଧିପତି ରୁଦ୍ର ଜୀବାତ୍ମାକୁ ସମାଦର ପୂର୍ବକ କୋଳେଇ ନିଅନ୍ତି। ଶରୀରରେ ଅଗ୍ନି ସଂଯୋଗ ଓ ମୁଖାଗ୍ନି ପ୍ରଦାନ ସମୟରେ ରୁଦ୍ର ଜୀବାତ୍ମାକୁ ପ୍ରବୋଧନା ଦିଅନ୍ତି ଯେ ଏସବୁ ତା’ର ଅନ୍ତିମ ପ୍ରାପ୍ୟ ଓ ଏସବୁ ପ୍ରାପ୍ତି ପାଇଁ ସେ ଈଶ୍ୱରଙ୍କୁ ପ୍ରାର୍ଥନା କରିଆସିଛି ଯେ ତା’ ଶରୀରକୁ ଯଥାରୀତି ପରିଜନଙ୍କ ଦ୍ୱାରା ଦାହ କରାଯାଉ ଓ ଆତ୍ମଜଙ୍କ ଦ୍ୱାରା ମୁଖାଗ୍ନି ପ୍ରଦାନ କରାଯାଉ। ମୃତ୍ୟୁର ଦଶମ ଦିନ ପର୍ଯ୍ୟନ୍ତ ଶୀତଳୀକରଣ ବିଧିମାନ କରାଯାଇ ଶେଷରେ ଜଳରେ ଦଗ୍ଧହାଣ୍ଡି ବିସର୍ଜନ କରାଗଲା ପରେ ଆତ୍ମାକୁ ଶାନ୍ତିମିଳେ। ଦ୍ୱାଦଶଦିନ ସମାନି ଶ୍ରାଦ୍ଧ ଦ୍ୱାରା ଜୀବାତ୍ମା ପ୍ରେତତ୍ୱରୁ ମୁକ୍ତିଲାଭ କରି ପିତୃଲୋକ ଗମନ କରେ। ଅତିଥି ବ୍ରାହ୍ମଣ ଓ ଆମତ୍ୀୟଙ୍କୁ ଭୂରି ଭୋଜନରେ ଅପ୍ୟାୟିତ କରାଯାଏ। ଜୀବାତ୍ମା ପିତୃଲୋକରେ ରହି ପରବର୍ତ୍ତୀ ଜନ୍ମ ପାଇଁ ପରମପିତାଙ୍କ ନିର୍ଦ୍ଦେଶକୁ ଅପେକ୍ଷାରଖେ। ପୂର୍ବଜନ୍ମର କର୍ମକୁ ବିଚାରକୁ ନେଇ ତା’ ପାଇଁ ଜନ୍ମ ସ୍ଥିର କରି ଈଶ୍ୱର ତା’ର ଅନୁରୂପ ଯୋନିରେ ଜନ୍ମ ପ୍ରବନ୍ଧ କରନ୍ତି।
କ୍ଷିତି ଆପ ତେଜ ମରୁତ ବ୍ୟୋମ- ମାତୃଗର୍ଭରେ ସଞ୍ଚାରିତ ଭ୍ରୂଣ ଏହି ପଞ୍ଚମହାଭୂତରେ ଗଠିତ। ଏମାନଙ୍କ ମଧ୍ୟରେ ମରୁତର ସ୍ଥାନ ସ୍ବତନ୍ତ୍ର। ଏହା ଭ୍ରୂଣ ମଧ୍ୟକୁ ଶେଷରେ ପ୍ରବେଶକରି ଭ୍ରୂଣ ମଧ୍ୟରେ ପ୍ରାଣ ସଞ୍ଚାର କରେ ଓ ପ୍ରାଣୀର ଶରୀରରୁ ପ୍ରଥମେ ନିଷ୍କ୍ରାନ୍ତ ହୋଇ ଶରୀରକୁ ଜଡ଼ରେ ପରିଣତ କରେ। ଏହା ସବୁ ଧର୍ମ ଓ ମତବାଦ ନିର୍ବିଶେଷରେ ଏକ ମହାସତ୍ୟ। ଧର୍ମ ମାନବିକ ପ୍ରକ୍ରିୟାର ଅଂଶବିଶେଷ ହୋଇଥିବା ବେଳେ ଜନ୍ମ ମୃତ୍ୟୁ ଅତ୍ୟନ୍ତ ପ୍ରାକୃତିକ। ସେହିପରି ଜନ୍ମ ମୃତ୍ୟୁ ନେଇ ଭିନ୍ନ ଭିନ୍ନ ଧର୍ମରେ ଭିନ୍ନ ଭିନ୍ନ ରୀତିନୀତି ପ୍ରଚଳିତ ଥିଲେ ମଧ୍ୟ ଜନ୍ମପରେ ମୃତ୍ୟୁ ଓ ମୃତ୍ୟୁପରେ ଜନ୍ମକୁ ସବୁ ଧର୍ମରେ ଗ୍ରହଣ କରାଯାଇଛି। ଧାର୍ମିକ ବିଦ୍ୱେଷ, ଧର୍ମାନ୍ଧତା ଯୋଗୁ ସୃଷ୍ଟ ଧ୍ୱଂସଲୀଳାରୁ ନିବୃତ୍ତ ରହି ମାନବୀୟ ସ୍ନେହ ପ୍ରେମ ପ୍ରତିଷ୍ଠା ଦ୍ୱାରା ଶାନ୍ତିପୂର୍ଣ୍ଣ ବୈଶ୍ୱିକ ସହାବସ୍ଥାନର ଆବଶ୍ୟକତା ରହିଛି। ଉଦ୍ୟାନଟିଏ ଯେପରି ଭିନ୍ନଭିନ୍ନ ପୁଷ୍ପ ସମ୍ଭାରରେ ଶୋଭିତ ସେହିପରି ଈଶ୍ୱରଙ୍କ ଏ ସୃଷ୍ଟିରୂପକ ଉଦ୍ୟାନରେ ହିନ୍ଦୁ, ମୁସଲମାନ, ବୌଦ୍ଧ, ଖ୍ରୀଷ୍ଟିୟାନ ଗୋଟିଏ ଗୋଟିଏ ପୁଷ୍ପରାଜିର ସମାହାର ହୋଇ ଉଦ୍ୟାନର ଶୋଭା ବର୍ଦ୍ଧନ କରନ୍ତି। ଏହା ଦ୍ୱାରା ସୃଷ୍ଟି କର୍ତ୍ତାଙ୍କୁ ମିଳେ ଅପାର ଆନନ୍ଦ। ତେଣୁ ଧର୍ମ ଧର୍ମ ମଧ୍ୟରେ କୌଣସି ବିଦ୍ୱେଷ ରହିବା ଉଚିତ ନୁହେଁ।
ସିଦ୍ଧଳ, ଜଗତ୍‌ସିଂହପୁର,
ମୋ-୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ପିଲାମାନେ ଟିକିଏ ଭାବନ୍ତୁ

ଶକ୍ତ-ହାଲୁକା-ଲୋଭନୀୟ ପ୍ଲାଷ୍ଟିକ୍‌ ଦିନେ ଆମକୁ ଆନନ୍ଦ ଦେଇଥିଲା। ତେଣୁ ଆମେ ସମସ୍ତେ ତାକୁ ଆଦର କଲେ। ଏବେ ଏହାର ଆହୁରି ଆକର୍ଷଣୀୟ ରଙ୍ଗ ଓ ଅବିଶ୍ୱସନୀୟ ନିର୍ମାଣଶୈଳୀ…

ଜେନ୍‌ ଜି: ଆହ୍ବାନ ଓ ଆନ୍ଦୋଳନ

ବିକଶିତ ଭାରତ ଗଠନ କିଛି ରାଜନୈତିକ ସ୍ଲୋଗାନ ନୁହେଁ,ଏହା ଏକ ସାମୂହିକ ସ୍ବପ୍ନ, ଆଶା, ଆକାଂକ୍ଷା ଓ ସଙ୍କଳ୍ପ। ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଏହି ଲକ୍ଷ୍ୟ ହାସଲ…

ବାଧ୍ୟତାମୂଳକ ଅବସର

ପ୍ରଶାସନିକ ସେବାରେ ବାଧ୍ୟତାମୂଳକ ଅବସର ପ୍ରତିକୂଳ ଆନୁଆଲ କନ୍‌ଫିଡେନସିଆଲ ରିପୋର୍ଟ (ଏସିଆର) ଭଳି ଅପ୍ରୀତିକର ମନେହୁଏ। ଗୁଜରାଟ ସରକାର ୨୦୧୦ ବ୍ୟାଚ୍‌ ଅଧିକାରୀ ଗୌରବ ଦାହିୟା ଏବଂ…

ଏଇ ଭାରତରେ

ଭାରତରେ ଲୋପ ପାଇଯାଉଥିବା ଦେଶୀ ଗଛର ସୁରକ୍ଷା ଦିଗରେ ମହାରାଷ୍ଟ୍ରର ଅନନ୍ତ ଭିକାଜି ତୟାଡେଙ୍କ ପ୍ରୟାସ ପ୍ରଶଂସନୀୟ। ସେ ୩୫୦ କିସମର ଦେଶୀ ଗଛ ପୁନରୁଦ୍ଧାର କରିପାରିଛନ୍ତି।…

ବରଫ ତଳେ ବ୍ରହ୍ମାଣ୍ଡ ରହସ୍ୟ

ଆମେ ଆକାଶକୁ ଦେଖିଲେ ଗ୍ରହ, ତାରା ଓ ତାରକାପୁଞ୍ଜ ଦେଖୁ। କିନ୍ତୁ ବ୍ରହ୍ମାଣ୍ଡରେ ଏମିତି ଅନେକ ଘଟଣା ଘଟୁଛି, ଯାହାକୁ କେବଳ ଆଖିରେ ଦେଖିବା କିମ୍ବା ସାଧାରଣ…

ଶିକ୍ଷାରେ କୋହଳ ନୀତି

ଶିକ୍ଷା ବ୍ୟବସ୍ଥାର ନୀତି ନିୟମଗୁଡ଼ିକ ଯେତେ କୋହଳ ହେଉଛି ପିଲାମାନେ ସେତିକି ପାଠରେ ଦୁର୍ବଳ ହେବାରେ ଲାଗିଛନ୍ତି। ବର୍ତ୍ତମାନର ପିଲାଟିଏ ନିଜର କୌଣସି କାମ ନିଜେ କରିପାରୁ…

ନାଟୋର ପ୍ରତିରୋଧ କ୍ଷମତା ଅଭାବ

ସେପ୍ଟେମ୍ବର ୨୩ରେ ବେଲାରୁଷରୁ ଲିଥୁଆନିଆ ଆକାଶ ମାର୍ଗରେ ପ୍ରବେଶ କରିଥିବା ଏକ ଡ୍ରୋନ୍‌କୁ ନାଟୋ ବିମାନ ଗୁଳି କରି ଖସାଇ ଦେଇଥିଲା। ଏହାର ଏକ ସପ୍ତାହ ପରେ…

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?