ଧାର୍ମିକ ଭିନ୍ନତା ମଧ୍ୟରେ ଏକତା

ବୈକୁଣ୍ଠନାଥ ମିଶ୍ର

ମୃତ୍ୟୁ ଏକ ରହସ୍ୟମୟ ଚିନ୍ତନ। କେବଳ ମୃତ୍ୟୁ ନୁହେଁ, ମୃତ୍ୟୁ ପରବର୍ତ୍ତୀ କାଳରେ ଆତ୍ମାର ଗତି, ସ୍ଥିତି ମଧ୍ୟ ଅନୁରୂପ ଭାବେ ରହସ୍ୟମୟ। ମୃତ୍ୟୁକୁ କେହି କେହି ଜୀବନର ଅନ୍ତିମ ପରିଣତି ବୋଲି ଅଭିହିତ କରୁଥିବାବେଳେ ଅନ୍ୟ କେହି ମୃତ୍ୟୁ ହିଁ ନୂତନ ସୃଷ୍ଟିର ପ୍ରାରମ୍ଭ ବୋଲି ମତ ଦିଅନ୍ତି। ଋଷି ଚାର୍ବାକ ଓ ତାଙ୍କ ଅନୁଗାମୀଙ୍କ ମତରେ ‘ଭସ୍ମିଭୂତସ୍ୟ ଦେହସ୍ୟ ପୁନରାଗମନଂ କୃତଃ।’ ଅର୍ଥାତ୍‌ ମୃତ୍ୟୁ ହିଁ ସବୁର ଶେଷ ଓ ପୁନର୍ଜନ୍ମ ବୋଲି କିଛି ନାହିଁ। କିନ୍ତୁ ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ମତରେ ‘ପୁନରପି ଜନନମ୍‌ ପୁନରପି ମରଣଂ ପୁନରପି ଜନନୀ ଜଠରେ ଶୟନମ୍‌।’ ଶଙ୍କରାଚାର୍ଯ୍ୟଙ୍କ ଅନୁଗାମୀଙ୍କ ମତରେ ଜନ୍ମ ମୃତ୍ୟୁ ଚକ୍ରାକାରରେ ଘୂର୍ଣ୍ଣାୟମାନ। ଶ୍ରୀମଦ୍ଭଗବଦ୍‌ ଗୀତା ମଧ୍ୟ ‘ଜନ୍ମପରେ ମୃତ୍ୟୁ ଓ ମୃତ୍ୟୁପରେ ଜନ୍ମ’ ଭଳି ସିଦ୍ଧାନ୍ତକୁ ଧ୍ରୁବୀକରଣ କରିଛନ୍ତି।
ମୃତ୍ୟୁ ଏକ ସହଜ ଓ ସରଳ ପ୍ରକ୍ରିୟା, ଦିବସର କର୍ମକ୍ଳାନ୍ତ ଶରୀର ଯେପରି ନିଦ୍ରାରୂପକ ବିଶ୍ରାମ ପାଇଁ ବ୍ୟଗ୍ର ହୁଏ, ଠିକ୍‌ ସେହିପରି ତମାମ ଜୀବନର କର୍ମକ୍ଳାନ୍ତି ପରେ ମୃତ୍ୟୁରୂପକ ମହାବିଶ୍ରାମକୁ ସ୍ବାଗତ କରିବା ପାଇଁ ଜୀବ ଆତୁର ହୋଇଉଠେ। ଅବଶ୍ୟ ପ୍ରାକ୍‌ ବାର୍ଦ୍ଧକ୍ୟ ମୃତ୍ୟୁ ଏକ ଭିନ୍ନକଥା। ଦୁର୍ଘଟଣା ଓ ଅନ୍ୟ ଆକସ୍ମିକ ମୃତ୍ୟୁ ବ୍ୟତୀତ ସାଧାରଣ ମୃତ୍ୟୁ ଅଭିଳଷିତ ଓ ଏସବୁ ସତ୍ତ୍ୱେ ମଣିଷ ମୃତ୍ୟୁକୁ ଯେତେ ସତ୍ୟ ବୋଲି ଗ୍ରହଣ କରିଛି ମୃତ୍ୟୁ ପରେ ଜୀବନକୁ ସେତେ ସତ୍ୟ ବୋଲି ଗ୍ରହଣ କରିପାରି ନାହିଁ। ତେବେ ଏସବୁ ଶାସ୍ତ୍ରାନୁମୋଦିତ କଥା ଯାହା ବିଶ୍ୱାସ ଉପରେ ପର୍ଯ୍ୟବସିତ। ବିଶ୍ୱାସ ଏଭଳି ଏକ ପ୍ରକ୍ରିୟା ଯାହା କୌଣସି ବିରୋଧଭାବ ଦ୍ୱାରା ପ୍ରତିହତ ହୁଏନାହିଁ। ବିଶ୍ୱାସର ବିପରୀତ ହେଉଛି ସନ୍ଦେହ। ମଣିଷର ସନ୍ଦେହ ବିମୋଚନ ଓ ବିଶ୍ୱାସ ଉପରେ ଦୃଢ଼ତା ସ୍ଥାପନ ପାଇଁ ବିଭିନ୍ନ ଧର୍ମର ଧର୍ମଶାସ୍ତ୍ର ମାନଙ୍କରେ ମୃତ୍ୟୁ ଓ ପୁନର୍ଜନ୍ମ ଉପରେ ଆଲୋକପାତ କରାଯାଇଛି। ଇସ୍‌ଲାମ ଧର୍ମରେ ଇହଲୋକ ଓ ପରଲୋକର ବିଶ୍ୱାସ ରହିଛି। ଦିବ୍ୟ କୁରୁଆନ ଗ୍ରନ୍ଥର ‘ଅଲବଖରହ’୨୧-୨୨ ସୁକ୍ତ କହେ ”ଇହଲୋକରେ ଭ୍ରମାମତ୍କ ଧାରଣା ଓ ଦୁଷ୍କାର୍ଯ୍ୟରୁ ଏବଂ ପରଲୋକରେ ଖୁଦାଙ୍କର ଦୁଃଖ ଦୁର୍ଦ୍ଦଶାଭରା ଯନ୍ତ୍ରଣାପଦ ଶାସ୍ତିରୁ ରକ୍ଷାପାଇବାର ଉପାୟ ହେଲା-ତୁମେ ସେହି ସର୍ବଶକ୍ତିମାନ ଖୁଦାଙ୍କର ଶରଣାପନ୍ନ ହୋଇ ଦାସତ୍ୱ ଅବଲମ୍ବନ କର। ଏହାଦ୍ୱାରା ତୁମେ ଉଭୟ ଇହ ଓ ପରଲୋକରେ ପାଇବାକୁ ଥିବା ଯନ୍ତ୍ରଣାରୁ ମୁକ୍ତିଲାଭ କରିବା।“ ପୁନର୍ଜନ୍ମର ଚନ୍ତନ ନାରୀ ପୁରୁଷ ନିର୍ବିଶେଷରେ ପରିଲକ୍ଷିତ ହୁଏ। ଇଣ୍ଡୋନେସିଆର ନେନେଙ୍ଗ ହାତିଦ୍‌ଜା ନାମକ ଜଣେ ୭୭ବର୍ଷୀୟା ବୃଦ୍ଧା ନିଜ ମୃତ କନ୍ୟା ଓ ସ୍ବାମୀଙ୍କର ଆତ୍ମା ପୁନର୍ବାର ପ୍ରତ୍ୟାବର୍ତ୍ତନ କରି ଶରୀର ପ୍ରବେଶ କରିବାର ବିଶ୍ୱାସ ରଖି ଶବ ଦୁଇଟିକୁ ନିଜ ଘରେ କଫିଗୁଣ୍ଡ ଓ ପର୍‌ଫ୍ୟୁମ୍‌ ପ୍ରୟୋଗ କରି ପ୍ରାୟ ଦୁଇ ବର୍ଷ ସାଇତି ରଖିଥିଲେ। ପରେ ଜଣେ ଡାକ୍ତରଙ୍କ ଉଦ୍ୟମ କ୍ରମେ ମୃତଦେହ ଆବିଷ୍କାର କରାଯାଇ ସଂସ୍କାର କରାଯାଇଥିଲା।
ବୌଦ୍ଧ ଧର୍ମ ତ ପୁନର୍ଜନ୍ମ ଉପରେ ସ୍ଥାପନ କରିଥାଏ। ତଥାଗତ ତାଙ୍କର ବୃଦ୍ଧତ୍ୱ ପ୍ରାପ୍ତି ପୂର୍ବରୁ ଅନେକ ଜନ୍ମ ନେଇସାରିଥିଲେ। ଏକଦା ଉଈବିଲ୍ବ ଗ୍ରାମର ଛୋଟ ଶିଶୁମାନଙ୍କୁ ହିତୋପଦେଶ ଛଳରେ କହିଥିଲେ, ”ବାଳକେ!
ଆମେ ବର୍ତ୍ତମାନର ଜନ୍ମ ପୂର୍ବରୁ ଅନେକ ଜନ୍ମ ନେଇସାରିଛେ। ବହୁ ସହସ୍ର ବର୍ଷ ପୂର୍ବେ ମୁଁ ମୃଗ ଭାବେ ଜନ୍ମ ନେଇଥିଲି। ମୁଁ ଘାସ, ପକ୍ଷୀ ଏବଂ ଏକ ବିଶାଳ ବୃକ୍ଷଭାବେ ଅନେକ ଶହ ବର୍ଷ ବଞ୍ଚତ୍ଥିଲି। ଇତର ଜନ୍ମମାନଙ୍କରେ ସୁକର୍ମ ଯୋଗୁ କ୍ରମ ବିକାଶ ଘଟି ମାନବ ଦେହ ପ୍ରାପ୍ତ ହୋଇଛି।“ (ନିର୍ବାଣ-ପୃ-୬୦)। ଖ୍ରୀଷ୍ଟଧର୍ମରେ ମଧ୍ୟ ପୁନର୍ଜନ୍ମର ବିଶ୍ୱାସ ରହିଛି। ମହାତ୍ମା ଯିଶୁଙ୍କୁ କ୍ରୁଶବିଦ୍ଧ କରାଯିବାର ୪୦ଦିନ ପରେ ସେ କବରରୁ ଉଠିଆସିଥିଲେ। ଏହି ଦିନକୁ ପୁନରୁତ୍‌ଥାନ ଦିବସ (ଡେ ଅଫ୍‌ ରେସୁରେକ୍‌ସନ) କୁହାଯାଏ ଏବଂ ଉକ୍ତ ଦିବସକୁ ଖ୍ରୀଷ୍ଟିୟାନମାନେ ‘ଇଷ୍ଟର‘ ପର୍ବ ରୂପେ ପାଳନ କରନ୍ତି। ଉପରୋକ୍ତ ତଥ୍ୟ ସବୁକୁ ବିଚାରକୁ ନେଲେ ଜଣାଯାଏ ଯେ ଧର୍ମ ସଂସ୍କୃତି ଓ ପରମ୍ପରା ନିର୍ବିଶେଷରେ ପୁନର୍ଜନ୍ମ ଓ ପାପଫଳ ଭୋଗ ସବୁ ଧର୍ମରେ ରହିଛି । ଏ ସଂସାରରେ ନାସ୍ତିକତା ଏକ ଆଭିଧାନିକ ଶବ୍ଦ। ଜଣେ ମହାପୁରୁଷଙ୍କ ମତରେ ନିଜକୁ ନାସ୍ତିକ କହୁଥିବା ବ୍ୟକ୍ତିଙ୍କ ମତରେ ମୃତ୍ୟୁ ହିଁ ସବୁକିଛିର ଶେଷ। ପୁନର୍ଜନ୍ମ, ପାପ, ପୁଣ୍ୟ ଏସବୁ କାଳ୍ପନିକ। ମୃତ୍ୟୁପରେ ଯାହା କିଛି କରାଯାଏ, ତାହା ‘କଳାକର୍ମ’ (ବ୍ଲାକ୍‌ ଆକ୍‌ସନ)। କିନ୍ତୁ ସେହି ବ୍ୟକ୍ତିଙ୍କୁ ନିଜ ମୃତ ମାତାପିତା ଓ ପୂର୍ବ ପୁରୁଷ ତଥା ଅନ୍ୟାନ୍ୟ ଗୁରୁଜନଙ୍କ ଫଟୋ ଚିତ୍ରରେ ପାଦ ଥାପିବାକୁ କୁହାଗଲେ, ସେମାନେ ତାହା କରିପାରନ୍ତି ନାହିଁ। ଏପରି କ୍ଷେତ୍ରରେ ମୃତ ବ୍ୟକ୍ତିର ଫଟୋଚିତ୍ରରେ ପାଦରଖିଲେ ଅସୁବିଧା କେଉଁଠି? ଏଥିରୁ ପ୍ରମାଣିତ ହୁଏ ଯେ ନାସ୍ତିକତା କେବଳ ଏକ ବାହ୍ୟ ଭାବନା; ଏହା ଆଦୌ ଆନ୍ତରିକ ନୁହେଁ।
ଜୀବାତ୍ମା ଶରୀର ତ୍ୟାଗକଲେ ଶରୀର ମୃତ ହୋଇଯାଏ। ହିନ୍ଦୁଶାସ୍ତ୍ର ଅନ୍ତର୍ଗତ ବୈଦିକ କର୍ମକାଣ୍ଡ ଅନୁସାରେ ଜୀବାତ୍ମା ପ୍ରାଣ ତ୍ୟାଗ କରିବା ମାତ୍ରେ ଶରୀର ମଧ୍ୟରେ ପୁନଃ ପ୍ରବେଶ ପାଇଁ ଉଦ୍ୟମ କରେ। ଯେଉଁ ଶରୀରରେ ସେ ଦୀର୍ଘଦିନ ଧରି ଆଶ୍ରିତ ଥିଲା ସେଥିରୁ ବିଚ୍ଛେଦ ହେବା ପରେ ସେ ଶୋକ ଜର୍ଜରିତ ହୋଇପଡ଼େ। ଶ୍ମଶାନରେ ଶ୍ମଶାନାଧିପତି ରୁଦ୍ର ଜୀବାତ୍ମାକୁ ସମାଦର ପୂର୍ବକ କୋଳେଇ ନିଅନ୍ତି। ଶରୀରରେ ଅଗ୍ନି ସଂଯୋଗ ଓ ମୁଖାଗ୍ନି ପ୍ରଦାନ ସମୟରେ ରୁଦ୍ର ଜୀବାତ୍ମାକୁ ପ୍ରବୋଧନା ଦିଅନ୍ତି ଯେ ଏସବୁ ତା’ର ଅନ୍ତିମ ପ୍ରାପ୍ୟ ଓ ଏସବୁ ପ୍ରାପ୍ତି ପାଇଁ ସେ ଈଶ୍ୱରଙ୍କୁ ପ୍ରାର୍ଥନା କରିଆସିଛି ଯେ ତା’ ଶରୀରକୁ ଯଥାରୀତି ପରିଜନଙ୍କ ଦ୍ୱାରା ଦାହ କରାଯାଉ ଓ ଆତ୍ମଜଙ୍କ ଦ୍ୱାରା ମୁଖାଗ୍ନି ପ୍ରଦାନ କରାଯାଉ। ମୃତ୍ୟୁର ଦଶମ ଦିନ ପର୍ଯ୍ୟନ୍ତ ଶୀତଳୀକରଣ ବିଧିମାନ କରାଯାଇ ଶେଷରେ ଜଳରେ ଦଗ୍ଧହାଣ୍ଡି ବିସର୍ଜନ କରାଗଲା ପରେ ଆତ୍ମାକୁ ଶାନ୍ତିମିଳେ। ଦ୍ୱାଦଶଦିନ ସମାନି ଶ୍ରାଦ୍ଧ ଦ୍ୱାରା ଜୀବାତ୍ମା ପ୍ରେତତ୍ୱରୁ ମୁକ୍ତିଲାଭ କରି ପିତୃଲୋକ ଗମନ କରେ। ଅତିଥି ବ୍ରାହ୍ମଣ ଓ ଆମତ୍ୀୟଙ୍କୁ ଭୂରି ଭୋଜନରେ ଅପ୍ୟାୟିତ କରାଯାଏ। ଜୀବାତ୍ମା ପିତୃଲୋକରେ ରହି ପରବର୍ତ୍ତୀ ଜନ୍ମ ପାଇଁ ପରମପିତାଙ୍କ ନିର୍ଦ୍ଦେଶକୁ ଅପେକ୍ଷାରଖେ। ପୂର୍ବଜନ୍ମର କର୍ମକୁ ବିଚାରକୁ ନେଇ ତା’ ପାଇଁ ଜନ୍ମ ସ୍ଥିର କରି ଈଶ୍ୱର ତା’ର ଅନୁରୂପ ଯୋନିରେ ଜନ୍ମ ପ୍ରବନ୍ଧ କରନ୍ତି।
କ୍ଷିତି ଆପ ତେଜ ମରୁତ ବ୍ୟୋମ- ମାତୃଗର୍ଭରେ ସଞ୍ଚାରିତ ଭ୍ରୂଣ ଏହି ପଞ୍ଚମହାଭୂତରେ ଗଠିତ। ଏମାନଙ୍କ ମଧ୍ୟରେ ମରୁତର ସ୍ଥାନ ସ୍ବତନ୍ତ୍ର। ଏହା ଭ୍ରୂଣ ମଧ୍ୟକୁ ଶେଷରେ ପ୍ରବେଶକରି ଭ୍ରୂଣ ମଧ୍ୟରେ ପ୍ରାଣ ସଞ୍ଚାର କରେ ଓ ପ୍ରାଣୀର ଶରୀରରୁ ପ୍ରଥମେ ନିଷ୍କ୍ରାନ୍ତ ହୋଇ ଶରୀରକୁ ଜଡ଼ରେ ପରିଣତ କରେ। ଏହା ସବୁ ଧର୍ମ ଓ ମତବାଦ ନିର୍ବିଶେଷରେ ଏକ ମହାସତ୍ୟ। ଧର୍ମ ମାନବିକ ପ୍ରକ୍ରିୟାର ଅଂଶବିଶେଷ ହୋଇଥିବା ବେଳେ ଜନ୍ମ ମୃତ୍ୟୁ ଅତ୍ୟନ୍ତ ପ୍ରାକୃତିକ। ସେହିପରି ଜନ୍ମ ମୃତ୍ୟୁ ନେଇ ଭିନ୍ନ ଭିନ୍ନ ଧର୍ମରେ ଭିନ୍ନ ଭିନ୍ନ ରୀତିନୀତି ପ୍ରଚଳିତ ଥିଲେ ମଧ୍ୟ ଜନ୍ମପରେ ମୃତ୍ୟୁ ଓ ମୃତ୍ୟୁପରେ ଜନ୍ମକୁ ସବୁ ଧର୍ମରେ ଗ୍ରହଣ କରାଯାଇଛି। ଧାର୍ମିକ ବିଦ୍ୱେଷ, ଧର୍ମାନ୍ଧତା ଯୋଗୁ ସୃଷ୍ଟ ଧ୍ୱଂସଲୀଳାରୁ ନିବୃତ୍ତ ରହି ମାନବୀୟ ସ୍ନେହ ପ୍ରେମ ପ୍ରତିଷ୍ଠା ଦ୍ୱାରା ଶାନ୍ତିପୂର୍ଣ୍ଣ ବୈଶ୍ୱିକ ସହାବସ୍ଥାନର ଆବଶ୍ୟକତା ରହିଛି। ଉଦ୍ୟାନଟିଏ ଯେପରି ଭିନ୍ନଭିନ୍ନ ପୁଷ୍ପ ସମ୍ଭାରରେ ଶୋଭିତ ସେହିପରି ଈଶ୍ୱରଙ୍କ ଏ ସୃଷ୍ଟିରୂପକ ଉଦ୍ୟାନରେ ହିନ୍ଦୁ, ମୁସଲମାନ, ବୌଦ୍ଧ, ଖ୍ରୀଷ୍ଟିୟାନ ଗୋଟିଏ ଗୋଟିଏ ପୁଷ୍ପରାଜିର ସମାହାର ହୋଇ ଉଦ୍ୟାନର ଶୋଭା ବର୍ଦ୍ଧନ କରନ୍ତି। ଏହା ଦ୍ୱାରା ସୃଷ୍ଟି କର୍ତ୍ତାଙ୍କୁ ମିଳେ ଅପାର ଆନନ୍ଦ। ତେଣୁ ଧର୍ମ ଧର୍ମ ମଧ୍ୟରେ କୌଣସି ବିଦ୍ୱେଷ ରହିବା ଉଚିତ ନୁହେଁ।
ସିଦ୍ଧଳ, ଜଗତ୍‌ସିଂହପୁର,
ମୋ-୯୯୩୭୪୫୦୫୪୦


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri