କଶ୍ମୀର ସମସ୍ୟାକୁ ମୁଖ୍ୟ ପ୍ରସଙ୍ଗ କରୁଛି ପାକିସ୍ତାନ

ଇସଲାମାବାଦ,୨୦ ।୧୨: ପାକିସ୍ତାନର ସେନା ମୁଖ୍ୟ ଜେନେରାଲ କମର ବାଜୱା କହିଛନ୍ତି ସୀମାରେ ଶାନ୍ତି ଓ ସ୍ଥିରତା ପାଇଁ କଶ୍ମୀର ସମସ୍ୟାର ସମାଧାନ କରିବା ଜରୁରୀ । ସୌଦିର ବୈଦେଶିକ ମନ୍ତ୍ରୀ ଫୈସଲ ବିନ ଫରହାନ ଅଲ ସଉଦଙ୍କ ସହ ବସିଥିବା ଏକ ବୈଠକରେ ଜେନେରାଲ ବାଜୱା ଏହା କହିଛନ୍ତି । ଆଫଗାନିସ୍ତାସ ସମସ୍ୟାକୁ ନେଇ ଆୟୋଜିତ ଇସଲାମିକ ସହଯୋଗ ସଙ୍ଗଠନରେ ବୈଦେଶିକ ମନ୍ତ୍ରୀଙ୍କ ୧୭ ତମ ବୈଠକରେ ବାଜୱା ଏହି କଥା ଉଠାଇଛନ୍ତି । ଏହି ବୈଠକରେ ସୀମା ସୁରକ୍ଷା, ଆଫଗାନିସ୍ତାନରେ ବର୍ତ୍ତମାନର ସ୍ଥିତି ଓ ଦ୍ୱିପାକ୍ଷିକ ପ୍ରତିରକ୍ଷା ସମ୍ପର୍କକୁ ନେଇ ଆଲୋଚନା ହୋଇଥିଲା । ମିଳିଥିବା ସୂଚନାରୁ ଜଣାପଡିଛି କି ଜେନେରାଲ ବାଜୱା ‘ଦକ୍ଷିଣ ଏସିଆରେ ସ୍ଥିରତା ପାଇଁ କଶ୍ମୀର ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ’ ଜରୁରୀ ବୋଲି ଜୋର ଦେଇ କହିଥିଲେ । ଆଉ ଦୋହରାଇଥିଲେ କି ପାକିସ୍ତାନ ସୀମାରେ ଶାନ୍ତି ପାଇଁ ପଡୋଶୀ ଦେଶମାନଙ୍କ ସହ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ପ୍ରତିଷ୍ଠା କରିବାକୁ ଚାହୁଁଛି । ଭାରତ ବି ସବୁବେଳେ କହିଆସିଛି କି ଆତଙ୍କବାଦ ଓ ହିଂସା ମୁକ୍ତ ବାତାବରଣରେ ସମସ୍ୟାର ସମାଧାନ ଚାହିଁଛି ।

 


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଉପରେ ଚାଇନାର ବେଲୁନ ଦେଖି ବଢିଲା ଟେନସନ, ବ୍ଲିଙ୍କନଙ୍କ ବେଜିଂ ଯାତ୍ରା ସ୍ଥଗିତ

ୱାଶିଂଟନ,୪ ।୨: ଆମେରିକାର ପ୍ରତିରକ୍ଷା ମନ୍ତ୍ରଣାଳୟ ‘ପେଣ୍ଟାଗନ’ କହିଛି ଦେଶରେ ଏକ ଚାଇନା ଗୁଇନ୍ଦା ବେଲୁନ ଦେଖାଯାଇଛି । ୩ଟି ବସ ଆକାରର ଏହି ବେଲୁନ...

କ୍ୟାନ୍‌ସର ପୀଡ଼ିତାଙ୍କ ବିଶ୍ୱ ରେକର୍ଡ

ଲଣ୍ଡନ: ଜୀବନରେ ଅସମ୍ଭବ ବୋଲି କିଛି ନାହିଁ। ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳ ଥିଲେ ସବୁକିଛି ସମ୍ଭବ। କାରଣ କ୍ୟାନସର ଭଳି ମାରାତ୍ମକ ରୋଗରେ ପୀଡ଼ିତ...

ସ୍ବଦେଶ ଫେରିଲେ ଗୋଟାବାୟା

କଲମ୍ବୋ,୬।୧: ଶ୍ରୀଲଙ୍କାର ପୂର୍ବତନ ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ ଦୁବାଇରୁ ସ୍ବଦେଶ ଫେରିଛନ୍ତି। ତାଙ୍କ ସରକାରର ପରିଚାଳନାଗତ ତ୍ରୁଟି କାରଣରୁ ଦେଶରେ ଗମ୍ଭୀର ଆର୍ଥତ୍କ ସଙ୍କଟ ଦେଖାଦେଇଥିଲା।...

ରୋହିଙ୍ଗ୍ୟାଙ୍କ ପାଇଁ ଘର ତିଆରି କଲା ଭାରତ

ମ୍ୟାନମାର,୧୪।୭: ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଦୁର୍ଦ୍ଦଶାକୁ ଦେଖି ଏବେ ଭାରତ ମ୍ୟାନମାରରେ ୨୫୦ ଘର ତିଆରି କରି ସେଠାକାର ସରକାରଙ୍କୁ ହସ୍ତାନ୍ତର କରିଛି। ଏହାପରେ ମ୍ୟାନମାରର ବୈଦେଶିକ...

ମାସ୍କ ପିନ୍ଧିବାକୁ ଯାତ୍ରୀ ମନା କରିବାରୁ ଅଧ ବାଟରୁ ଫେରିଲା ଫ୍ଲାଇଟ୍‌

ଓ୍ବାଶିଂଟନ,୨୧।୧: ଜଣେ ଯାତ୍ରୀ କୋଭିଡ୍‌ ମାସ୍କ ପିନ୍ଧିବାକୁ ମନା କରି ଦେବାରୁ ମିଆମିରୁ ଲଣ୍ଡନ ଯାଉଥିବା ଆମେରିକାନ ଏୟାରଲାଇନ ଜେଟଲାଇନର ଏକ ବିମାନ ଅଧ ବାଟରୁ...

ଯୋଡ଼ାମୁଣ୍ଡ ଶିଶୁ ଅଲଗା ହେଲେ

ଢାକା: ହଙ୍ଗେରୀର ଏକ ଚିକିତ୍ସକ ଦଳ ସଫଳତାର ସହିତ ବାଂଲାଦେଶର ମୁଣ୍ଡଯୋଡା ଯମଜ ଶିଶୁଙ୍କୁ ଅଲଗା କରିବାରେ ସଫଳ ହୋଇଛନ୍ତି। ଏଥିପାଇଁ ଉକ୍ତ ଡାକ୍ତରୀ ଟିମ୍‌କୁ...

ଟ୍ରମ୍ପଙ୍କ ଉପରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଲେ ଲେଖିକା: ଆମେରିକା ରାଷ୍ଟ୍ରପତି କହିଲେ ମିଥ୍ୟା ଖବର

ଓ୍ବାଶିଂଟନ,୨୨।୬: ନ୍ୟୁୟର୍କର ଜଣେ ଲେଖିକା ତଥା କଲମନିଷ୍ଟ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଉପlରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଛନ୍ତି। ଏହା ବିଗତ ୨ ଦଶକ...

ବ୍ରାଜିଲରେ ବ୍ୟାପିଲା ମଙ୍କିପକ୍ସ

ବ୍ରାସିଲିଆ,୧୦ା୬: ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ସମେତ ବିଶ୍ୱର ପ୍ରମୁଖ ସ୍ବାସ୍ଥ୍ୟ ସଙ୍ଗଠନଗୁଡ଼ିକ ମଙ୍କିପକ୍ସର ବୃଦ୍ଧି ଘଟୁଥିବା ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ମଙ୍କିପକ୍ସ ସମଗ୍ର...

Advertisement
Archives

Model This Week