କିମ୍‌ଙ୍କ ଉପରେ ନଜର ରଖିବ ଆମେରିକା, ପର୍ଦ୍ଦଫାଶ ପାଇଁ ଖର୍ଚ୍ଚ କରିବ ୪୦୦ କୋଟି…

ଓ୍ବାଶିଂଟନ,୧୭।୧ : ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ଉପରେ ଆମେରିକା ନଜର ରଖିଛି। କିମ୍‌ଙ୍କର ପର୍ଦ୍ଦାଫାଶ ପାଇଁ ଆମେରିକା ନିଜର ସମ୍ପୂର୍ଣ୍ଣ ଶକ୍ତି ବ୍ୟବହାର କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, କିମ୍‌ଙ୍କର ଗୁପ୍ତ କାର୍ଯ୍ୟକଳାପ ଜାଣିବା ପାଇଁ ଆମେରିକା ୪୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପ୍ରସ୍ତୁତ ଅଛି। ଏକ ବ୍ୟାପକ ବାର୍ଷିକ ପ୍ରତିରକ୍ଷା ଖର୍ଚ୍ଚ ପ୍ୟାକେଜ ର ଅଂଶ ଭାବରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଡିସେମ୍ବର ଶେଷ ସୁଦ୍ଧା ଉତ୍ତର କୋରିଆ ସେନ୍ସରଶିପ ଏବଂ ସର୍ଭିଲାନ୍ସ ଆକ୍ଟରେ ଅଟୋ ୱାର୍ମବିୟର କାଉଣ୍ଟରିଂ ରେ ହସ୍ତାକ୍ଷରକରିଛନ୍ତି।

ଏହି କାର୍ଯ୍ୟ ପାଇଁ ଆମେରିକା ରାଷ୍ଟ୍ରପତିଙ୍କ ସମ୍ମତିର ଉଦ୍ଦେଶ୍ୟ ହେଉଛି ଉତ୍ତର କୋରିଆର ସର୍ବବ୍ୟାପୀ ସେନ୍ସର ଏବଂ ଏହାର ନାଗରିକଙ୍କ ଉପରେ ନଜର ରଖିବା। ଆମେରିକାର ଛାତ୍ର ୱାର୍ମବିୟରଙ୍କ ନାମରେ ଏହି ଅପରେଶନ ନାମକରଣ କରାଯାଇଛି ଯିଏ ୨୦୧୬ ମସିହାରେ ପ୍ୟୋଙ୍ଗୟାଙ୍ଗରେ ବିଦ୍ରୋହ ପାଇଁ ଗିରଫ ହୋଇଥିଲେ ଏବଂ ପୋଷ୍ଟର ଚୋରି ଅଭିଯୋଗରେ ତାଙ୍କୁ ୧୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଏହା ପରେ ତାଙ୍କୁ ଜେଲରେ ମାଡ ଦିଆଯାଇଥିଲା ଏବଂ ୨୨ ବର୍ଷିୟ ୱାର୍ମବିୟରଙ୍କର ୬ ଦିନ ପରେ ଓହିଓର ଏକ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା।

ଏହି ଅପରେଶନ ଅନ୍ତର୍ଗତ ଆମେରିକା ଗ୍ଲୋବାଲ ମିଡିଆ ଏଜେନ୍ସିକୁ ପାଣ୍ଠି ଦିଆଯିବ। ଯାହାକି ଆମେରିକା ସରକାରଙ୍କ ପାଇଁ ଏକ ପ୍ରଚାର ସଂଗଠନ ଭାବରେ କାର୍ଯ୍ୟ କରିଥାଏ। ଏହା ସାରା ବିଶ୍ୱରେ ସୂଚନା ପ୍ରସାରଣ ଏବଂ ପ୍ରସାର କାର୍ଯ୍ୟ କରିଥାଏ।

ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ ଜୋଙ୍ଗ ନିକଟରେ ଅନେକ କ୍ଷେପଣାସ୍ତ୍ର ଉତକ୍ଷେପଣ କରି ଦକ୍ଷିଣ କୋରିଆ, ଜାପାନକୁ ଧମକ ଦେବା କାର୍ଯ୍ୟ କରିଛନ୍ତି। କେବଳ ଏତିକି ନୁହେଁ କିମ ଜୋଙ୍ଗ ମଧ୍ୟ ନିଜର ଶକ୍ତି ପ୍ରଦର୍ଶନ ମାଧ୍ୟମରେ ଆମେରିକାକୁ ଅଡୁଆରେ ପକାଇଛନ୍ତି। ଏଭଳି ପରିସ୍ଥିତିରେ ଆମେରିକା ବର୍ତ୍ତମାନ ଗୁପ୍ତ ଯୋଜନା ପ୍ରସ୍ତୁତ କରି କିମ୍‌ଙ୍କ ପ୍ରତ୍ୟେକ କାର୍ଯ୍ୟକଳାପ ଉପରେ ନଜର ରଖିବାକୁ ଚାହୁଁଛି।


Enter your email to get our daily news in your inbox.

All Right Reserved By Dharitri.Com

ତପ୍ତପାଣି ଗସ୍ତ ସାରି ଫେରିଲେ ରାଷ୍ଟ୍ରପତି: ଉଷ୍ମ ପସ୍ରବଣର ଗନ୍ଧକଯୁକ୍ତ ପାଣିରେ ସ୍ନାନ, ମା’ କନ୍ଧୁଣି ଦେବୀଙ୍କୁ କଲେ ପୂଜାର୍ଚ୍ଚନା

ଦିଗପହଣ୍ଡି, ୪।୮ (ଅଶେଷ ନାଥ ମିଶ୍ର): ଦେଶର ପ୍ରଥମ ନାଗରିକ ତଥା ମାନ୍ୟବର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଗଞ୍ଜାମ-ଗଜପତି ସୀମାନ୍ତର ପ୍ରସିଦ୍ଧ ପର୍ଯ୍ୟଟନ କ୍ଷେତ୍ର ତପ୍ତପାଣି…

ପୁଅର ଗିରଫଦାରୀକୁ ନେଇ ମୁହଁ ଖୋଲିଲେ ଷ୍ଟାଲିନ, କହିଲେ ଅହଙ୍କାରରେ…

ନୂଆଦିଲ୍ଲୀ,୪।୮: ତାମିଲନାଡୁରେ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତଥା ଦ୍ରାବିଡ଼ ମୁନେତ୍ର କାଜାଗମ୍ (ଡିଏମକେ) ନେତା ଉଦୟନିଧି ଷ୍ଟାଲିନ୍‌ଙ୍କ ଗିରଫଦାରୀକୁ ନେଇ ରାଜ୍ୟର ରାଜନୈତିକ ପାରା ଚରମ ସୀମାରେ ପହଞ୍ଚିଛି।…

ପାକିସ୍ତାନରେ ପୁଣି ପଲଟିବ ସତ୍ତା! ସିଲ୍‌ ହେଲା ଇସଲାମାବାଦ, ସେନାବେସ୍‌ରେ ବଡ଼ ହଲଚଲ

ଇସଲାମାବାଦ,୪।୮: ପାକିସ୍ତାନରେ ପୁଣି ଥରେ ବଡ଼ ରାଜନୈତିକ ଓଲଟପାଲଟ ଏବଂ ସାମରିକ ବିପ୍ଳବ (ସାମରିକ କୁ) ଆଶଙ୍କାରେ ହଲଚଲ ବୃଦ୍ଧି ପାଇଛି। ରାଜଧାନୀ ଇସ୍‌ଲାମାବାଦକୁ ବିଭିନ୍ନ ସ୍ଥାନରେ…

ଅଟୋ ସେକ୍ଟର ହେବ ମାଲାମାଲ! ସରକାର ୪,୦୦୦ କୋଟି ଯୋଜନା…

ନୂଆଦିଲ୍ଲୀ,୪।୮: ଭାରତୀୟ ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ଏକ ପ୍ରମୁଖ ପ୍ରଯୁକ୍ତିବିଦ୍ୟା ଏବଂ ସାଂରଚନିକ ପରିବର୍ତ୍ତନ ଦେଇ ଗତି କରୁଛି। ବୈଦ୍ୟୁତିକ ଯାନ (EVs) ପାଇଁ ବର୍ଦ୍ଧିତ ଚାହିଦା…

ଚୋରିର ୧୫ ଦିନ ପରେ ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ଫେରାଇଦେଲେ ଚୋର; ଚିଠିରେ ଲେଖିଲେ..

ହାଇଦ୍ରାବାଦ୍‌,୪।୮: ଆନ୍ଧ୍ରପ୍ରଦେଶର କାକିନାଡା ଜିଲାରୁ ଏକ ଅତ୍ୟନ୍ତ ଅସାଧାରଣ ଘଟଣା ସାମ୍ନାକୁ ଆସିଛି। ଏଠାରେ ଚୋରି କରିଥିବା ଚୋରମାନେ ଅପରାଧର ପ୍ରାୟ ୧୫ ଦିନ ପରେ ଅଧିକାଂଶ…

ହଠାତ୍‌ ୧୬ କିଲୋ ଓଜନ ହ୍ରାସ: ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚାଞ୍ଚଲ୍ୟକର ଖୁଲାସା କଲେ ସଲମାନ

କିଛି ଦିନ ହେବ ସୋସିଆଲ ମିଡିଆରେ ବଲିଉଡର ‘ଦବଙ୍ଗ’ ଷ୍ଟାର ସଲମାନ ଖାନଙ୍କ ଫିଟନେସ ଏବଂ ଲୁକକୁ ନେଇ ଚର୍ଚ୍ଚା ହେଉଛି। ହଠାତ୍‌ ତାଙ୍କ ଓଜନ ହ୍ରାସ…

ଉପନିର୍ବାଚନରେ ପରାଜୟ ପରେ BJPର କଡ଼ା ପଦକ୍ଷେପ, ଏହି ନେତାଙ୍କୁ ମିଳିବ ଶାସ୍ତି!

ନୂଆଦିଲ୍ଲୀ,୪।୮: ମଧ୍ୟପ୍ରଦେଶର ଦତିଆ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନରେ ପରାଜୟ ଭାରତୀୟ ଜନତା ପାର୍ଟି (BJP) ପାଇଁ ଚିନ୍ତାର କାରଣ ପାଲଟିଛି। ଏହି ବଡ଼ ପରାଜୟ ପରେ…

ଯକ୍ଷ୍ମା ମୁକ୍ତ ଭାରତ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭଞ୍ଜନଗର,୪।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ମଙ୍ଗଳବାର ‘ଟିବି ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ଯକ୍ଷ୍ମା ରୋଗ ଉପରେ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri