ୟୁନିଟ୍‌-୯ ବାଳିକା ହାଇସ୍କୁଲ ସ୍ମୃତି ହଜାଇବାକୁ ଚକ୍ରାନ୍ତ

ଭୁବନେଶ୍ୱର,୧୨ା୫(ବ୍ୟୁରୋ): ରାଜଧାନୀର ବିଭିନ୍ନ ସ୍ଥାନରେ ଅଟ୍ଟାଳିକା ନିର୍ମାଣ କରି ପୁରାତନ ସ୍ମୃତିକୁ ଧ୍ୱଂସ କରାଯାଉଛି। ସ୍କୁଲର ସୌନ୍ଦର୍ଯ୍ୟ ବୃଦ୍ଧି କରିବାକୁ ସାରା ରାଜ୍ୟରେ ରୂପାନ୍ତରଣ କରାଯାଇ ବହୁକୋଟି ଟଙ୍କା ଖର୍ଚ୍ଚ କରାଯାଉଛି। ମାତ୍ର ୫୭ ବର୍ଷ ଧରି ନାରୀଶିକ୍ଷାର ପ୍ରତୀକ ବହନ କରିଥିବା ଭୁବନେଶ୍ୱର ୟୁନିଟ୍‌-୯ରେ ଥିବା ବାଳିକା ହାଇସ୍କୁଲକୁ ନିଶ୍ଚିହ୍ନ କରିବାକୁ ଚକ୍ରାନ୍ତ ଚାଲିଛି। ଏହାକୁ ୟୁନିଟ-୯ ବାଳକ ଉଚ୍ଚ ବିଦ୍ୟାଳୟ ସହ ମିଶ୍ରଣ କରାଯିବ। ୧୯୬୭ ମସିହାରେ ଗଢ଼ି ଉଠିଥିବା ଏହି ହାଇସ୍କୁଲରେ ସବୁଦିନ ଲାଗି ତାଲା ପକାଇବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ଏନେଇ ପ୍ରକ୍ରିୟା ଆରମ୍ଭ ହେବା ପରେ ଛାତ୍ରୀଙ୍କ ସମେତ ସେମାନଙ୍କ ଅଭିଭାବକମାନେ ପ୍ରବଳ ବିରୋଧ କରିଛନ୍ତି। ରାଜ୍ୟ ସରକାର ନାରୀମାନଙ୍କୁ ଅଗ୍ରାଧିକାର ଦେଉଥିବା ବେଳେ ଏହି ପୁରାତନ ନାରୀଶିକ୍ଷା କେନ୍ଦ୍ରକୁ ଧ୍ୱଂସ କରି ଅନ୍ୟତ୍ର ମିଶ୍ରଣ ନିଷ୍ପତ୍ତିକୁ ପୁରାତନ ଛାତ୍ରୀ, ଶିକ୍ଷୟିତ୍ରୀ ତଥା ବିଭିନ୍ନ ମହଲରୁ କଡ଼ା ବିରୋଧ କରାଯାଇଛି। ନିଷ୍ପତ୍ତି ପ୍ରତ୍ୟାହାର ନ ହେଲେ ଆନ୍ଦୋଳନ ଜୋରଦାର କରିବାକୁ ମଧ୍ୟ ସେମାନେ ଚେତାବନୀ ଦେଇଛନ୍ତି।
ରମାଦେବୀ ମହିଳା ବିଶ୍ବବିଦ୍ୟାଳୟକୁ ଜମି ଦେବାକୁ ଯାଇ ଏହି ଶିକ୍ଷାନୁଷ୍ଠାନର ସତ୍ତା ହଜାଇ ଦେବାକୁ ଚକ୍ରାନ୍ତ ହେଉଛି । ନାରୀଶିକ୍ଷା ସହ ସାମାଜିକ, ଗୋଷ୍ଠୀଗତ କାର୍ଯ୍ୟ କ୍ଷେତ୍ରରେ ଏହି ବିଦ୍ୟାଳୟ ସବୁବେଳେ ଉତ୍କର୍ଷ ପ୍ରମାଣ କରିଆସିଛି। ପ୍ରତିବର୍ଷ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ୯୦%ରୁ ଅଧିକ ସଫଳତା ହାସଲ କରି ଏହି ବିଦ୍ୟାଳୟ ଦୃଷ୍ଟାନ୍ତ ସୃଷ୍ଟି କରିଆସୁଛି। ସବୁଜିମା ଭରା ପରିବେଶରେ ଥିବା ଏହି ବିଦ୍ୟାଳୟରେ ଉଚ୍ଚମାନର ଶିକ୍ଷାଦାନ ସହ ଏନ୍‌ସିସିି, ରେଡ୍‌କ୍ରସ୍‌, ଇକୋ କ୍ଲବ୍‌, ଲିଟେରାସି କ୍ଲବ୍‌, ବ୍ୟାଣ୍ଡ ଦଳ ରହିଛି। ଏଠାକାର ଛାତ୍ରୀମାନେ ବ୍ଲକ, ଜିଲା, ରାଜ୍ୟ ଓ ଜାତୀୟସ୍ତରର ପ୍ରତିଯୋଗିତାରେ ସଫଳତା ହାସଲ କରୁଛନ୍ତି। ବିଶେଷକରି ସହରର ବସ୍ତି ଅଞ୍ଚଳ ତଥା ଆର୍ଥିକ ଅନଗ୍ରସର ଅଭିଭାବକମାନେ ନିଜ ଝିଅମାନଙ୍କୁ ଏଠାରେ ନାମ ଲେଖାଉଛନ୍ତି। ୬୦ ବର୍ଷର ଏହି ପୁରାତନ ହାଇସ୍କୁଲ ସରକାରଙ୍କ ଅନୁକମ୍ପା ଲାଭ କରିବା ପରିବର୍ତ୍ତେ ସବୁଦିନ ପାଇଁ ବନ୍ଦ ହେବାକୁ ବସିଛି। ଏହାର ସତ୍ତା ଅନ୍ୟ ବିଦ୍ୟାଳୟରେ ମିଶିଯିବାକୁ ଯାଉଛି। ଫଳରେ ବିଦ୍ୟାଳୟର ଇତିହାସ, ସ୍ମୃତି, କୀର୍ତ୍ତିଗାଥା ସବୁକିଛି ଅତୀତ ହୋଇଯିବ। ହାଇସ୍କୁଲର ଗୌରବ ଓ ପ୍ରଗତିଶୀଳ ଆଭିମୁଖ୍ୟ ପାଇଁ ଏହା ପ୍ରଥମ ପର୍ଯ୍ୟାୟ ୫-ଟି ରୂପାନ୍ତରଣ ପ୍ରକ୍ରିୟାରେ ସାମିଲ ହୋଇଛି। ସୂଚନା ଓ ପ୍ରଯୁକ୍ତିବିଦ୍ୟା କୌଶଳ ଆପଣାଇବା ସହ ସ୍ବଚ୍ଛ ପରିମଳସମ୍ପନ୍ନ ସ୍ମାର୍ଟ ସ୍କୁଲରେ ପରିଣତ ହୋଇସାରିଛି। ମାତ୍ର ଏବେ କେତେଜଣ କୁଚକ୍ରୀଙ୍କ ଲାଗି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ପରିବର୍ଦ୍ଧନ ପାଇଁ ଏହି ବାଳିକା ବିଦ୍ୟାଳୟର ସତ୍ତାକୁ ବିଲୀନ କରିବାକୁ ଉଦ୍ୟମ କରାଯାଉଛି। ନିଷ୍ପତ୍ତିର ପୁନର୍ବିଚାର କରିବା ସହ ବିଦ୍ୟାଳୟକୁ ବଞ୍ଚାଇ ରଖିବାକୁ ଅଭିଭାବକମାନେ ଦାବି କରିଛନ୍ତି। ନଚେତ୍‌ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି। ସରକାରଙ୍କ ଏଭଳି ନିଷ୍ପତ୍ତିକୁ ପୁରାତନ ଛାତ୍ରୀ, ଶିକ୍ଷୟିତ୍ରୀମାନେ ବିରୋଧ କରିଛନ୍ତି।
ପୂର୍ବତନ ପ୍ରଧାନ ଶିକ୍ଷୟିତ୍ରୀ ଊର୍ମିଳା ପଟ୍ଟନାୟକ କହିଛନ୍ତି, ୧୯୯୩-୯୭ ପର୍ଯ୍ୟନ୍ତ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲି। ଆଚାର୍ଯ୍ୟ ବିହାର, ବୋର୍ଡ କଲୋନୀ ଆଦି ଆଖପାଖ ଅଞ୍ଚଳର ଛାତ୍ରୀମାନେ ଏଠାରେ ପାଠ ପଢ଼ନ୍ତି। ବହୁତ ପିଲା ଏଠାରୁ ପାଠ ପଢ଼ି ଏବେ ଭଲ ଭଲ ସ୍ଥାନରେ ରହିଛନ୍ତି। ଏହା ଏକ ଭଲ ଷ୍ଟାଣ୍ଡାର୍ଡର ସ୍କୁଲ। ତେଣୁ ଏହାକୁ ବନ୍ଦ ନ କରି ସେହିଠାରେ ଚାଲୁ ରହିବା ଉଚିତ।
ପୂର୍ବତନ ଛାତ୍ରୀ ତଥା ଅଧ୍ୟାପିକା ଅମିୟବାଳା ପରିଡ଼ା କହିଛନ୍ତି, ୧୯୮୪ ବେଳକୁ ମୁଁ ସେଠି ପଢୁଥିଲି। ସରକାର ସ୍ବତନ୍ତ୍ର ଭାବେ ବାଳିକାଙ୍କ ପାଇଁ ସ୍କୁଲ ତିଆରି କରୁଥିବାବେଳେ ୟୁନିଟ୍‌-୯ ବାଳିକା ବିଦ୍ୟାଳୟକୁ ବନ୍ଦ କରିଦେବା ଉଚିତ ନୁହେଁ। ଝିଅମାନଙ୍କ ସୁରକ୍ଷା ଏବଂ ବିଭିନ୍ନ କାରଣ ପାଇଁ ସ୍ବତନ୍ତ୍ର ବାଳିକା ବିଦ୍ୟାଳୟ ତିଆରି ହୋଇଥିଲା। ଏବେ ତାକୁ ବାଳକ ବିଦ୍ୟାଳୟରେ ମିଶାଇବା ଠିକ୍‌ ନୁହେଁ। ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଝିଅମାନଙ୍କ ପାଇଁ ଏକ ସମ୍ବେଦନଶୀଳ ସମୟ। ତେଣୁ ଅନେକ କ୍ଷେତ୍ରରେ ଅଭିଭାବକମାନେ ଝିଅମାନଙ୍କୁ ସ୍ବତନ୍ତ୍ର ସ୍କୁଲରେ ପଢାଇବାକୁ ଉଚିତ ମଣନ୍ତି। ମାତ୍ର ଏବେ ସ୍କୁଲ ବନ୍ଦ କରିଦେବା ଦ୍ୱାରା ଛାତ୍ରୀମାନଙ୍କ ଉପରେ ଏହାର ଖରାପ ପ୍ରଭାବ ପଡିବ। ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟକୁ ଅନ୍ୟ ଜାଗା ଦେଇହେବ। ଏଥିପାଇଁ ଏତେ ବର୍ଷର ସୁନାମ ଥିବା ସ୍କୁଲକୁ ବନ୍ଦ କରିବା ଉଚିତ ନୁହେଁ। ଏନେଇ ପୁରୁଣା ଛାତ୍ରୀ ଏବଂ ଅଭିଭାବକମାନଙ୍କ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯିବ ବୋଲି ସେ କହିଛନ୍ତି।
ସେହିପରି ପୂର୍ବତନ ଛାତ୍ରୀ ତଥା ସାମାଜିକର୍ମୀ ଶୁଭଶ୍ରୀ ଦାଶ କହିଛନ୍ତି, ସପ୍ତମରୁ ଦଶମ ପର୍ଯ୍ୟନ୍ତ ସେଠାରେ ପାଠ ପଢିଥିଲି। ମୁଁ ଗୋଲ୍‌ଡେନ ଜୁବିଲି ପ୍ରେସିଡେଣ୍ଟ। କିଛିଦିନ ତଳେ ଗୋଲ୍‌ଡେନ ଜୁବିଲି ପାଳନ କରିଥିଲୁ। ବହୁତ ପିଲାଙ୍କର ସ୍ମୃତି ଏ ସ୍କୁଲ ସହିତ ଜଡିତ ରହିଛି। ତେଣୁ ହଠାତ୍‌ ଏଭଳି ନିଷ୍ପତ୍ତି ନେବା ଠିକ୍‌ ନୁହେଁ। ଅପରପକ୍ଷେ ବାଳିକା ବିଦ୍ୟାଳୟକୁ ବାଳକ ବିଦ୍ୟାଳୟ ସହିତ ହଠାତ୍‌ ମିଶାଇବା ଦ୍ୱାରା ଛାତ୍ରୀମାନେ ସେଠାରେ ନିଜକୁ ସହଜ ମନେକରିପାରିବେ ନାହିଁ। ତେଣୁ ଏ ସବୁକୁ ନେଇ ମନ ଭିତରେ କ୍ଷୋଭ ପ୍ରକାଶ ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଲା ଭାଜପା କୋର କମିଟି ବୈଠକ, ଖୁବଶୀଘ୍ର ଘୋଷଣା ହେବ ଲୋକ ସଭା-ବିଧାନସଭା ପ୍ରାର୍ଥୀ ତାଲିକା

ଭୁବନେଶ୍ୱର,୨୯ା୩: ଆଗାମୀ ବିଧାନସଭା ପାଇଁ ଭାଜପାର ପ୍ରାର୍ଥୀ ତାଲିକା ଏବଂ ଓଡିଶାରେ ଅବଶିଷ୍ଟ ଲୋକସଭା ଆସନ ଖୁବ ଶୀଘ୍ର ପ୍ରକାଶ ପାଇବ। ସୂତ୍ରରୁ ପ୍ରକାଶ ଯେ...

ଶ୍ୱଶୁରଙ୍କୁ ଛୁରି ଭୁସି ହତ୍ୟା କଲେ ଜ୍ୱାଇଁ

କୋରାପୁଟ,୨୯ା୩: ଶ୍ୱଶୁରଙ୍କୁ ଛୁରି ଭୁସି ଜ୍ୱାଇଁ  ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏମିତି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲା ନାରାୟଣପାଟଣା ଥାନା...

ଭାଜପା ଆଶାୟୀ ପ୍ରାର୍ଥୀଙ୍କ ନିଦ ଗାଏବ

ଅନୁଗୋଳ,୨୯ା୩(ଅମିତ କୁମାର ସାମଲ): ବିଜେଡି-ଭାଜପା ମଧ୍ୟରେ ମେଣ୍ଟ ହେବ ବୋଲି ପ୍ରଥମେ ଶୁଣାଗଲା। ଏହାକୁ ନେଇ ଉଭୟ ଦଳ ପକ୍ଷରୁ ଘନ ଘନ ବୈଠକ ହେଲା।...

କେନ୍ଦୁଝର ବଳଦେବଜୀଉ ମନ୍ଦିର ହୁଣ୍ଡି ଟେକିନେଲେ ଦୁର୍ବୃତ୍ତ

କେନ୍ଦୁଝର,୨୯ା୩: କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆସିଛି। ଗୁରୁବାର ମଧ୍ୟରାତ୍ରରେ ହୁଣ୍ଡି ଭାଙ୍ଗି ସେଥିରେ ଥିବା ଟଙ୍କା ଏବଂ...

ଭାଜପାରେ ଯୋଗ ଦେଲେ ଭର୍ତ୍ତୃହରି, ଇସ୍ତଫା ଦେଲେ ଜିଲା ସଭାପତି ପ୍ରକାଶ ବେହେରା

କଟକ,୨୯।୩: ସାଧାରଣ ନିର୍ବାଚନ ଆଗରୁ କଟକ ରାଜନୀତିରେ ଜାରି ରହିଛି ଦଳ ବଦଳ ପର୍ବ। ଅରିନ୍ଦମ ରାୟଙ୍କ ପଛେ ପଛେ ଏମପି ଭର୍ତ୍ତୃହରି ମହତାବ ଗୁରୁବାର...

ପ୍ରାର୍ଥୀ ଘୋଷଣା ନେଇ ବିଜେଡିରେ ହୋଇପାରୁନି ନିଷ୍ପତ୍ତି

ଢେଙ୍କାନାଳ,୨୯ା୩(ରତନ ନାୟାର): ଢେଙ୍କାନାଳ ଲୋକ ସଭା କ୍ଷେତ୍ର ଅଧୀନରେ ଆସୁଥିବା ଢେଙ୍କାନାଳ ଓ ଅନୁଗୋଳ ଜିଲାର ୭ ବିଧାନସଭା ନିର୍ବାଚନମଣ୍ଡଳୀରୁ ଢେଙ୍କାନାଳ ଜିଲାରେ ରହିଛି ୪ଟି...

ସଡ଼କ ଦୁର୍ଘଟଣା ହ୍ରାସ କରିବ ଆଇଇଏମ୍‌ଏସ୍‌

ଭୁବନେଶ୍ୱର,୨୯ା୩(ଅନିଲ ଦାସ):ରାଜ୍ୟରେ ସଡ଼କ ଦୁର୍ଘଟଣା ଚିନ୍ତାଜନକ ରହିଛି। ଏହାକୁ ହ୍ରାସ କରିବା ପାଇଁ ରାଜ୍ୟ ସରକାର ରାଜ୍ୟର ନୂତନ ନିର୍ମାଣାଧୀନ ରାସ୍ତା, ଏନ୍‌ଏଚ୍‌ ସମେତ ପୂର୍ତ୍ତ...

ପୋଲିସ କବ୍‌ଜାରେ ୫ ଜଣିଆ ଡକାୟତି ଗ୍ୟାଙ୍ଗ

ଭୁବନେଶ୍ୱର (ସତ୍ୟଜିତ୍‌ ରାଉତ)/ଜଟଣୀ(ରବୀନ୍ଦ୍ରନାଥ ମହାକୁଡ଼),୨୯।୩:କମିଶନରେଟ୍‌ ପୋଲିସ ହାତରେ ଧରାପଡିଛନ୍ତି ୫ ଜଣିଆ ଡକାୟତି ଗ୍ୟାଙ୍ଗ। ବୁଧବାର ବିଳମ୍ବିତ ରାତିରେ ଡକାୟତି ଯୋଜନା ବେଳେ ଜଟଣୀ ପୋଲିସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri