ମଙ୍ଗଳବାର ଯାଏ ୟୁନିଟ୍‌ ୧ ହାଟ ବନ୍ଦ

ଭୁବନେଶ୍ୱର, ୩୦।୯ (ବନ୍ଦନା ସେଠୀ): ମାର୍କେଟ ଆସୋସିଏଶନ୍‌ ଏବଂ ଭେଣ୍ଡିଂଜୋନ୍‌ ବ୍ୟବସାୟୀଙ୍କ ମଧ୍ୟରେ ବିବାଦର କୌଣସି ସମାଧାନ ହୋଇ ପାରି ନ ଥିବାରୁ ଶୁକ୍ରବାର ମଧ୍ୟ ଦିନ ତମାମ ୟୁନିଟ୍‌-୧ ହାଟ ବନ୍ଦ ରହିଥିଲା। ତେବେ ଏନେଇ ଆସୋସିଏଶନ୍‌ ପକ୍ଷରୁ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସହ ଆଲୋଚନା କରାଯାଇଥିଲା। ଶତାଧିକ ବ୍ୟବସାୟୀ ବିଏମ୍‌ସି ମୁଖ୍ୟାଳୟକୁ ଯାଇଥିଲେ। ଆଲୋଚନା ପରେ ସମସ୍ୟାର ସମାଧାନ ପାଇଁ କମିଶନର ମଙ୍ଗଳବାର ପର୍ଯ୍ୟନ୍ତ ସମୟ ମାଗିଥିଲେ। ତେଣୁ ସେ ପର୍ଯ୍ୟନ୍ତ ହାଟକୁ ବନ୍ଦ ରଖିବା ନେଇ ରାଜଧାନୀ ଦୈନିକ ହାଟ ବ୍ୟବସାୟୀ ସଂଘ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହା ମଧ୍ୟରେ କମିଶନର ଓ ତାଙ୍କ ଟିମ୍‌ ମାର୍କେଟ ଆସି ସ୍ଥିତି ସମୀକ୍ଷା କରିବେ ବୋଲି ସୂଚନା ଦିଆଯାଇଛି। ଭେଣ୍ଡିଂଜୋନ୍‌ ବ୍ୟବସାୟୀଙ୍କ ଦ୍ୱାରା ଜବରଦଖଲ, ପାର୍କିଂ ଏବଂ ଅନ୍ୟାନ୍ୟ ସମସ୍ୟାକୁ ନେଇ ହାଟ ବ୍ୟବସାୟୀମାନେ ଧାରଣାରେ ବସିଛନ୍ତି। ଏସବୁ ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ହାଟ ବନ୍ଦ ରହିବ ବୋଲି ବ୍ୟବସାୟୀମାନେ କହିଛନ୍ତି।
ପ୍ରମୁଖ ତଥା ସବୁଠାରୁ ବଡ଼ ହାଟ ହେଉଛି ୟୁନିଟ୍‌-୧ ହାଟ। ବିଶେଷକରି ଏଠାରେ କମ୍‌ ଦାମ୍‌ରେ ସବୁ ପ୍ରକାର ଜିନିଷ ମିଳୁଥିବାରୁ ରାଜଧାନୀ ସମୟରେ କାହିଁ କେତେ ଦୂରରୁ ପ୍ରତିଦିନ ହଜାର ହଜାର ଲୋକ ଏଠାକୁ ଆସିଥାନ୍ତି। ପୁଣି ଆଗକୁ ପୂଜା ଆସୁଥିବାରୁ ବ୍ୟବସାୟ ଭଲ ହେବାର ଆଶା ଥିଲା। ମାତ୍ର ମାର୍କେଟ ଆସୋସିଏଶନ୍‌ ଓ ଭେଣ୍ଡିଂଜୋନ୍‌ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଯୋଗୁ ମାର୍କେଟ ଭିତରେ ୧୪ଶହରୁ ଊର୍ଦ୍ଧ୍ୱ ଦୋକାନରେ ତାଲା ପଡିଛି। ସେହିପରି ଆସୋସିଏଶନ୍‌କୁ ବିରୋଧ କରି ଭେଣ୍ଡିଜୋନ୍‌ ବ୍ୟବସାୟୀମାନେ ମଧ୍ୟ ଦୋକାନ ବନ୍ଦ ରଖିଥିଲେ। ଫଳରେ ଗୋଟିଏ ଦିନରେ ପ୍ରାୟ ୫୦ ଲକ୍ଷ ଟଙ୍କାରୁ ଅଧିକ କ୍ଷତି ହୋଇଛି। ଏଥିସହ ଗ୍ରାହକମାନେ ନିରାଶରେ ଫେରୁଥିବା ଦେଖିବାକୁ ମିଳୁଛି। ଭେଣ୍ଡିଂଜୋନ ବ୍ୟବସାୟୀମାନେ ଦୋକାନ ଆୟତ୍ତନର ଦୁଇଗୁଣ ବାହାରକୁ ଜବରଦଖଲ କରି ରଖୁ ଥିବାରୁ ଗ୍ରାହକମାନେ ଯାତାୟାତରେ ହଇରାଣ ହେଉଛନ୍ତି। ଗାଡି ପାର୍କିଂ କରି ପାରୁ ନ ଥିବାରୁ ବାଧ୍ୟହୋଇ ହାଟ ପାଶର୍‌ବ ରାସ୍ତାରେ ପାର୍କିଂ କରୁଛନ୍ତି। ମାତ୍ର ସେଠାରେ ପାର୍କିଂ ସମ୍ପୂର୍ଣ୍ଣ ବାରଣ ଥିବାରୁ କେତେବେଳେ ଟ୍ରାଫିକ୍‌ ପୋଲିସ ତ ଆଉ କେତେବେଳେ ବିଏମ୍‌ସି ଟିମ୍‌ ଆସି ଗାଡ଼ି ଉଠାଇ ନେଉଛି। ଶହେ ଟଙ୍କାର ଜିନିଷ କିଣିବାକୁ ଆସି ଲୋକଙ୍କୁ ହଜାର ହଜାର ଟଙ୍କା ଜରିମାନା ଦେବାକୁ ପଡୁଛି। ତେଣୁ ଅଧିକାଂଶ ଗ୍ରାହକ ହାଟକୁ ଆସିବାକୁ ପସନ୍ଦ କରୁନାହାନ୍ତି ଓ ବେପାର ଧୀରେ ଧୀରେ କମୁଥିବା ହାଟ ବ୍ୟବସାୟୀମାନେ କହିଛନ୍ତି।
ସୂଚନାଯୋଗ୍ୟ, ଗୁରୁବାର ଉଭୟ ପକ୍ଷ ମଧ୍ୟରେ ଜବରଦଖଲକୁ ନେଇ ପ୍ରଥମେ କଥା କଟାକଟି ହେବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପରେ ଘଟଣା ଥାନାକୁ ଯାଇଥଲେ ବି ସେଠାରେ କୌଣସି ସମାଧାନ ହୋଇ ପାରି ନ ଥିଲା। ପ୍ରତିବାଦରେ ୟୁନିଟ୍‌-୧ ହାଟ ବ୍ୟବସାୟୀମାନେ ଦୋକାନ ବନ୍ଦ କରିବା ସହ ଗେଟ୍‌ରେ ତାଲା ପକାଇ ଦେଇଥିଲେ। ୟୁନିଟ୍‌-୧ ମାର୍କେଟ ବିଲ୍ଡିଂରେ ସ୍ଥାୟୀ-ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ବିବାଦ ପରେ ଏବେ ୟୁନିଟ୍‌-୧ ହାଟରେ ସମାନ ପରିସ୍ଥିତି ସୃଷ୍ଟି ହୋଇଥିବାରୁ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?