Posted inଫୁରସତ

୩୩୦ ଫୁଟ ଉଚ୍ଚର ଝରଣା: ଖସିବନି ପାଦ, ସହଜରେ ଚଢ଼ିହେବ ଉପରକୁ

ଦୁନିଆରେ ଏମିତି କିଛି ସ୍ଥାନ ଅଛି, ଯାହାର ସ୍ବତନ୍ତ୍ରତା ପାଇଁ ଲୋକଙ୍କ ମଧ୍ୟରେ ବେଶ୍‌ ପରିଚିତି ଲାଭ କରିଥାଏ। ସେଥିପାଇଁ ଏହି ସ୍ଥାନର ମଜା ଉଠାଇବାକୁ ଧାଇଁ ଆସନ୍ତି ଲୋକେ। ସାଧାରଣତଃ ଲୋକେ ପାହାଡ଼ ଚଢ଼ନ୍ତି। ମାତ୍ର ଝରଣା ଚଢ଼ିବା କଥା କେବେ ଶୁଣିଛନ୍ତି। ଅବିଶ୍ୱସନୀୟ ଲାଗୁଥିଲେ ମଧ୍ୟ ସତ। ଏମିତି ଏକ ଅନନ୍ୟ ଝରଣା ଅଛି, ଯାହା ଉପରକୁ ଆପଣ ସହଜରେ ଚଢ଼ି ପାରିବେ।
ବୁଆ ଥୋଙ୍ଗ୍‌ ନାମକ ଏହି ଝରଣା ଥାଇଲାଣ୍ଡରେ ରହିଛି। ଏହି ଝରଣାର ଖାସ୍‌ କଥା ହେଲା ତଳୁ ଉପରକୁ ଆପଣ ସହଜରେ ଚଢ଼ି ପାରିବେ। ପାଦ ଆଦୌ ଖସିବ ନାହିଁ। ୩୩୦ ଫୁଟ ଉଚ୍ଚର ଏହି ଝରଣାକୁ ‘ ଚିପ୍‌ଚିପା’ ଝରଣା କୁହନ୍ତି। ଏହି ଝରଣା ପାଣି ଧଳା ରଙ୍ଗର। ଏହା ଉପରକୁ ଚଢ଼ିବାକୁ ହେଲେ ପାର୍ଶ୍ୱରେ ବନ୍ଧା ଯାଇଥିବା ରଶି ସାହାଯ୍ୟରେ ଚଢ଼ିପାରିବେ। ଏହି ଝରଣାର ସ୍ରୋତରେ କ୍ୟାଲସିୟମର ମାତ୍ରା ଅଧିକ ରହିଛି। ଯାହା ଚଟାଣ ଉପରେ ଜମିଯାଏ। ଏହାର ପାଣି କ୍ଷୀର ପରି ଧଳା। କାରଣ ଏଥିରେ ଚୂନର ମିଶ୍ରଣ ରହିଛି। ଏହି ଗୋଲାକାର ଚଟାଣର ଓ୍ବାଟର ସ୍ଲାଇଡ୍‌ ଖୁବ୍‌ ମନଲୋଭା।
ଏଠାକୁ ପର୍ଯ୍ୟଟକମାନେ ବହୁ ସଂଖ୍ୟାରେ ଆସିଥାନ୍ତି। ଏହି ଝରଣାର ତଳୁ ଉପରକୁ ଉଠିବା ପାଇଁ ମଜା ନିଆରା। ଝରଣା ଉପରକୁ ସିଧା ଉଠିହେବ,ମାତ୍ର କଷ୍ଟ ହେବ। ତେଣୁ ପାର୍ଶ୍ୱରେ ବନ୍ଧାଯାଇଥିବା ରଶି ଧରି ଆରାମରେ ଉପରକୁ ଯାଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

୨୩ ବର୍ଷର ଯୁବତୀ କ୍ଲିୟର କଲେ ୟୁପିଏସସି ପରୀକ୍ଷା, କାମ କରୁଛି ମାତ୍ର ୨ଟି ଆଙ୍ଗୁଠି

ନୂଆଦିଲ୍ଲୀ,୧୮।୪: ୟୁପିଏସସି ସିଭିଲ ସର୍ଭିସେସ ପରୀକ୍ଷା (UPSC CSE) ୨୦୨୩ ଫଳାଫଳ ପ୍ରକାଶ ପାଇବା ପରେ, ଯେଉଁମାନେ ଏହାକୁ ପାସ କରିଛନ୍ତି ସେମାନଙ୍କ ଅନେକ ସଂଘର୍ଷ...

ସତର୍କତାକୁ ପ୍ରାଥମିକତା

ଆମ ଶରୀରର ଅନ୍ୟତମ ପ୍ରମୁଖ ଅଙ୍ଗ ହେଉଛି ଯକୃତ ବା ଲିଭର। ଏହା ସୁସ୍ଥ ରହିବା ନିହାତି ଦରକାର। ନ ହେଲେ ସମୟକ୍ରମେ ଏହା ଜଟିଳ...

ଭଗବାନ ରାମଙ୍କ ନିଆରା ବ୍ୟାଙ୍କ; ୫ ଲକ୍ଷ ଥର ‘ସୀତାରାମ’ ଲେଖିବା ପରେ ଖୋଲିଥାଏ ଆକାଉଣ୍ଟ

ଅଯୋଧ୍ୟା: ସାରା ଦେଶରେ ରାମ ନବମୀର ପର୍ବ ବେଶ ଧୁମ୍‌ଧାମ୍‌ରେ ପାଳନ କରାଯାଉଛି। ଏହି ଅବସରରେ ଅଯୋଧ୍ୟା ସମ୍ପୂର୍ଣ୍ଣ ଆଲୋକିତ ହୋଇଛି। କାରଣ ରାମଲାଲାଙ୍କ ପ୍ରାଣ...

ଜନ୍ମରୁ ୧ ମାସ ପର୍ଯ୍ୟନ୍ତ ପୁଅକୁ ଦେଉଥିଲେ କେବଳ ସୂର୍ଯ୍ୟକିରଣ, ଶିଶୁର ମୃତ୍ୟୁ ପରେ ପିତାଙ୍କୁ ୮ ବର୍ଷ ଜେଲ

ମସ୍କୋ,୧୭।୪: ରୁଷିଆର ଜଣେ ଇନଫ୍ଲୁଏନ୍ସରଙ୍କ ଏକ ମାସର ପୁଅର ମୃତ୍ୟୁ ହେତୁ ତାଙ୍କୁ କୋର୍ଟ ୮ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ନିଜ ପୁଅକୁ...

ଅଧିକ ସଚେତନତାର ଆବଶ୍ୟକତା ରହିଛି

ପ୍ରତିବର୍ଷ ଏପ୍ରିଲ ୧୭ ତାରିଖରେ ପାଳିତ ହୋଇଥାଏ ‘ବିଶ୍ୱ ହେମୋଫିଲିଆ ଦିବସ’। ଚଳିତ ବର୍ଷ ଏହି ଦିବସର ପ୍ରସଙ୍ଗ ରହିଛି-‘ସମସ୍ତ ବଂଶାନୁକ୍ରମିକ ବ୍ୟାଧିରେ ଆକ୍ରାନ୍ତ ସବୁ...

୨୭୦ ଥର ଟ୍ରାଫିକ୍‌ ନିୟମ ଉଲ୍ଲଘଂନ, ୧.୩୬ ଲକ୍ଷ ଜରିମାନା

ବେଙ୍ଗାଲୁରୁ: ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ସାଧାରଣତଃ କିଛି ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। କିନ୍ତୁ ଏବେ ଏପରି ଏକ ମାମଲା ସାମ୍‌ନାକୁ ଆସିଛି,...

କଂଗ୍ରେସ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ଅମିର ଖାନ୍‌

ମୁମ୍ବାଇ,୧୭ା୪:କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ଜରିଆରେ ବଲିଉଡ୍‌ ଅଭିନେତା ଆମୀର ଖାନ୍‌ଙ୍କ ପୁରୁଣା ଭିଡିଓକୁ ବ୍ୟବହାର କରାଯାଇ ଭାଜପା ବିରୋଧରେ ଏକ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ସୋସିଆଲ...

୨.୨୬ ଲକ୍ଷ ଟଙ୍କାରେ ନିଲାମ ହେଲା ଗୋଟିଏ ଅଣ୍ଡା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୬।୪: ସମସ୍ତେ ଶୁଣିଛନ୍ତି ଯେ ଅଣ୍ଡା ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, କିନ୍ତୁ ଯେତେବେଳେ ଆପଣ ଜାଣିବେ ଯେ ଗୋଟିଏ ଅଣ୍ଡାର ମୂଲ୍ୟ ଲକ୍ଷ ଲକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri