Posted inଫୁରସତ

ନିଆରା ମନ୍ଦିର

ଆମ ଦେଶରେ ରହିଛି ଅନେକ ପ୍ରସିଦ୍ଧ ଦେବଦେବୀ ମନ୍ଦିର। ଏସବୁ ମନ୍ଦିର ମଧ୍ୟରେ ବିଭିନ୍ନ ନିଆରା ବିଶେଷତ୍ୱକୁ ନେଇ ଆନ୍ଧ୍ରପ୍ରଦେଶର ଲୋପାକ୍ଷୀରେ ଥିବା ବୀରଭଦ୍ର ମନ୍ଦିର ବେଶ୍‌ ଲୋକପ୍ରିୟ ହୋଇପାରିଛି। ଜାଣିବା ଏହି ମନ୍ଦିର ବିଷୟରେ କିଛି ରୋଚକ ତଥ୍ୟ…..

ଷୋଡ଼ଶ ଶତାବ୍ଦୀର ଏହି ମନ୍ଦିର ଆନ୍ଧ୍ରପ୍ରଦେଶର ଏକ ଛୋଟ ଗାଁ ଲୋପାକ୍ଷୀଠାରେ ଅବସ୍ଥିତ। ଏହି ମନ୍ଦିର ଅଗସ୍ତ୍ୟ ଋଷିଙ୍କ ଦ୍ୱାରା ନିର୍ମିତ ବୋଲି ପୁରାଣରେ ବର୍ଣ୍ଣିତ।

ଏହି ମନ୍ଦିରରେ ରହିଛି ଆକର୍ଷଣୀୟ କଳା ଭାସ୍କର୍ଯ୍ୟରେ ପରିପୂର୍ଣ୍ଣ ୭୦ଟି ପଥର ସ୍ତମ୍ଭ। ଏହାମଧ୍ୟରୁ ଗୋଟିଏ ଝୁଲନ୍ତା ଅବସ୍ଥାରେ ରହିଛି, ଯାହାକି ଆକାଶ ସ୍ତମ୍ଭ ଭାବେ ପରିଚିତ। ଏହି ସ୍ତମ୍ଭ ତଳେ କୌଣସି କପଡା କିମ୍ବା କାଗଜ ଏପାଖରୁ ସେପାଖ ଆରପାର ମଧ୍ୟ ହୋଇଯାଏ। ଦୂରଦୂରାନ୍ତରରୁ ପର୍ଯ୍ୟଟକ ଏହି ବିସ୍ମୟ ସ୍ତମ୍ଭକୁ ଦେଖିବାକୁ ଆସିଥା’ନ୍ତି। ୭୦ ଫୁଟ୍‌ ଉଚ୍ଚ। ସ୍ବାଧୀନତା ପୂର୍ବରୁ ଜଣେ ବ୍ରିଟିଶ୍‌ ଇଞ୍ଜିନିୟର ଏହାକୁ ତିଆରି କରିଥିଲେ। କିନ୍ତୁ ଏହାର ଝୁଲିବାର ରହସ୍ୟ ଏପଯର୍‌ୟନ୍ତ ଅଛପା ରହିଛି।

ଏହି ମନ୍ଦିରରେ ଥିବା ଅନ୍ୟତମ ଆଶ୍ଚର୍ଯ୍ୟ ହେଉଛି ନନ୍ଦୀର ମୂର୍ତ୍ତି। କୁହାଯାଏ ଗ୍ରାନାଇଟ ପଥରରେ ତିଆରି ୭ ଫୁଟ ଲମ୍ବ ଏବଂ ୧୫ ଫୁଟ ଉଚ୍ଚତା ବିଶିଷ୍ଟ ଏହି ମୂର୍ତ୍ତି ଭାରତର ସବୁଠାରୁ ବଡ଼ ନନ୍ଦୀ ମୂର୍ତ୍ତି।

ବୀରଭଦ୍ର ମନ୍ଦିର ପାହାଡ଼ ଉପରେ କଇଁଛର ଖୋଳ ପରି ଦୃଶ୍ୟମାନ ହୁଏ। ତେଣୁ ଏହାକୁ କୁର୍ମ ଶିଳା ମଧ୍ୟ କହନ୍ତି।

ମନ୍ଦିର ପରିସର ମଧ୍ୟରେ ଏକ ବଡ଼ ପାଦ ଚିହ୍ନ ମଧ୍ୟ ଦେଖାଯାଏ। ଏହି ପାଦ ଚିହ୍ନ ତ୍ରେତୟା ଯୁଗର ବୋଲି ସାଧାରଣ ଲୋକେ ବିଶ୍ୱାସ କରନ୍ତି। କେହି କେହି ଏହାକୁ ରାମ କିମ୍ବା ସୀତାଙ୍କ ପାଦଚିହ୍ନ ବୋଲି କହୁଥିବା ବେଳେ କିମ୍ବଦନ୍ତୀ କୁହେ ଏହି ପାଦ ଚିହ୍ନ ହନୁମାନଙ୍କର। ମାତା ସୀତାଙ୍କୁ ଠାବ କରିବା ସମୟରେ ସେ ଏହି ସ୍ଥାନରେ କିଛି ସମୟ ପାଇଁ ବିଶ୍ରାମ କରିଥିଲେ।

ନନ୍ଦୀ ମୂର୍ତ୍ତିର କିଛି ଦୂରରେ ରହିଛି ଶେଷନାଗଙ୍କର ଏକ ଚମତ୍କାର ପ୍ରତିମା। ଶେଷନାଗଙ୍କ ଉପରେ ଶିବଲିଙ୍ଗ ସ୍ଥାପନ ହୋଇଥିବା ଏହି ଦୃଶ୍ୟ ଖୁବ୍‌ ସୁନ୍ଦର।

ଏଠାରେ ଥିବା କଲ୍ୟାଣ ମଣ୍ଡପ ଆଜି ବି ଅସମୂର୍ଣ୍ଣ ଭାବରେ ପଡ଼ିରହିଛି। କିମ୍ବଦନ୍ତୀ ଅନୁଯାୟୀ ସେହି ସମୟରେ ସେଠାରେ ରାଜୁତି କରୁଥିବା ରାଜା ଏହି ମଣ୍ଡପ କାଯର୍‌ୟ ସମୂର୍ଣ୍ଣ ହେଲେ ଶିବପାର୍ବତୀଙ୍କ ବିବାହ କରାଯିବାକୁ ନେଇ ଯୋଜନା କରିଥିଲେ। ହେଲେ ତାଙ୍କ ଅନୁପସ୍ଥିତିରେ କୋଷାଧ୍ୟକ୍ଷ ରାଜକୋଷର ଅର୍ଥ ନେଇ ଏହି ମଣ୍ଡପ ନିର୍ମାଣ କରୁଥିଲେ। ଏକଥା ଜାଣିବା ପରେ ରାଜା ରାଗିଯାଇ ମଣ୍ଡପ କାମକୁ ବନ୍ଦ କରିଦେଇଥିଲେ। ସେବେଠାରୁ ଏହା ଅଧାଗଢ଼ା ଅବସ୍ଥାରେ ରହିଛି।
ମଣ୍ଡପର ଏକ ସ୍ତମ୍ଭରେ ଆଖିର ଚିହ୍ନ ଦେଖାଯାଏ। ବିଶ୍ୱାସ କରାଯାଏ, ଏହି ଆଖି ସେହି କୋଷାଧ୍ୟକ୍ଷଙ୍କର, ଯାହାଙ୍କ ଉପରେ ରାଗିଯାଇ ରାଜା ତାଙ୍କ ଆଖି ତାଡି ନେଇ ସ୍ତମ୍ଭରେ ପୋତି ଦେଇଥିଲେ। ଏବେବି ସେହି ସ୍ତମ୍ଭରେ କିଛି ରକ୍ତଛିଟା ମଧ୍ୟ ଦେଖିବାକୁ ମିଳେ।


Enter your email to get our daily news in your inbox.

All Right Reserved By Dharitri.Com

ଗଛରେ ଚଢ଼ି ପଇଡ ପାଣି ପିଉଛି ପକ୍ଷୀ: ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛିନା କିଛି ଭିଡିଓ ଏବଂ ଫଟୋ ଭାଇରାଲ ହୋଇଥାଏ। ସେଥିରୁ କେତେକ ଭିଡିଓ ଦେଖି ହସର ଖୋରାକ ଯୋଗାଉଥିବା ବେଳେ...

ନୁଡୁଲ୍ସ ଖାଉଥିଲେ ଥରେ ଦେଖନ୍ତୁ ଏହି ଭିଡିଓ…

ଭାରତର ଲୋକମାନେ ଚାଇନିଜ୍‌ ଖାଦ୍ୟ ଖାଇବାକୁ ବହୁତ ପସନ୍ଦ କରନ୍ତି। ଯେଉଁଥିରେ ନୁଡୁଲ୍ସ ସବୁଠାରୁ ପ୍ରିୟ। ଯାହାକୁ ଲୋକମାନେ ପ୍ରତ୍ୟେକ ପରିସ୍ଥିତିରେ ଖାଇବାକୁ ଚାହାନ୍ତି। ସେଥିପାଇଁ...

ସ୍ତ୍ରୀଙ୍କୁ ଏମିତି ପ୍ରେମ ! ବାପଘର ଚାଲିଗଲେ ବୋଲି ସ୍କୁଟିରେ ୫୦୦ କିମି ଦୂର ଯାତ୍ରା କଲେ ସ୍ବାମୀ; ଥାନାରେ ବିତିଲା…

ପୁର୍ନିୟା: ସ୍ତ୍ରୀସ୍ବାମୀଙ୍କ ମଧ୍ୟରେ ପ୍ରେମକୁ ନେଇ ଅନେକ କାହାଣୀ ଶୁଣିଥିବେ। ଏବେ ସେଭଳି ଏକ ଅଗାଧ ପ୍ରେମର ଘଟଣା ବିହାରର ପୁର୍ନିୟା ଜିଲାରେ ଦେଖିବାକୁ ମିଳିଛି।...

ମହାରାଷ୍ଟ୍ର ଅପେକ୍ଷା ହରିୟାଣା ବିଧାୟକ ଅଧିକ ପାଠୁଆ

ନୂଆଦିଲ୍ଲୀ : ସଦ୍ୟସମାପ୍ତ ବିଧାନସଭା ନିର୍ବାଚନରେ ମହାରାଷ୍ଟ୍ର ଅପେକ୍ଷା ହରିୟାଣାରେ ଅଧିକ ଶିକ୍ଷତ ବିଧାୟକ ଅଛନ୍ତି। ପିଆର୍‌ଏସ୍‌ ଲେଜିସ୍‌ଲେଟିଭ୍‌ ରିସର୍ଚ୍ଚ ରିପୋର୍ଟରେ ଏନେଇ ଉଲ୍ଲେଖ କରାଯାଇଛି।...

ଜାପାନ ତିଆରି କଲା ଏଆଇ ସୁଟକେସ

ଟୋକିଓ,୨୩।୨: ଜାପାନର କିଛି ଗବେଷକ ଏକ ଆର୍ଟିଫିସିଆଲ୍‌ ଇଣ୍ଟେଲଜେନ୍ସ(ଏଆଇ) ସୁଟକେସ ତିଆରି କରିଛନ୍ତି। ଏହା ଦେଖିପାରୁ ନ ଥିବା ବୟସ୍କ ବ୍ୟକ୍ତିଙ୍କୁ ସହାୟତା ଯୋଗାଇ ଦେବ...

ଯେଉଁ ଦେଶରେ ନାହିଁ ନିଜସ୍ବ ମୁଦ୍ରା

ପ୍ରତ୍ୟେକ ଦେଶର ଏକ ନିଜସ୍ବ ମୁଦ୍ରା ରହିଥାଏ। ଯେପରି ଭାରତର ଟଙ୍କା ବା ରୁପି, ଆମେରିକାର ଡଲାର, ଇଂଲଣ୍ଡର ୟୁରୋ ଇତ୍ୟାଦି। ହେଲେ ଆପଣ ଜାଣନ୍ତିକି,...

ସଂଗ୍ରାମୀଙ୍କ ଗାଁ କୃଷ୍ଣନଗର

କୃଷ୍ଣନଗର, ସ୍ବାଧୀନତା ସଂଗ୍ରାମ ଇତିହାସରେ ଏହି ଗାଁର ରହିଛି ସ୍ବତନ୍ତ୍ର ସ୍ଥାନ। ଯାଜପୁର ଜିଲା ବରୀ ଅଞ୍ଚଳର ଏହି ଗାଁଟି ସଂଗ୍ରାମୀଙ୍କ ଗାଁ ଭାବେ ବିଦିତ।...

ରାସ୍ତାରେ କୁକୁର କରୁଛି ଏପରି, ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

Advertisement
Archives

Model This Week