Posted inଫୁରସତ

ପ୍ରେମର ସୂକ୍ଷ୍ମ କଳା: ଶୁଭ୍ରାଂଶୁ ଓ ବିଜନବାଳା

ପ୍ରେମ ଯତ୍ନ ନେଇ ଜାଣେ । ଦାମ୍ପତ୍ୟରେ ସେ ଯତ୍ନଭାବ ଆହୁରି ସୁକୁମାର ଓ ସୂକ୍ଷ୍ମ ହୋଇ ଉକୁଟେ। ଏହା ଏପରି ଏକ ଅଦୃଶ୍ୟ ପାରସ୍ପରିକ ପ୍ରକ୍ରିୟା ଯାହା କ୍ଷଣକୁ କ୍ଷଣ ଦୃଶ୍ୟମାନ ହେଉଥାଏ। ପ୍ରେମରେ ପଡ଼ିବା ବଡ଼ କଥା ନୁହେଁ କିନ୍ତୁ ପ୍ରେମ କହିଲେ ଯେଉଁ ଚାରାଟି ଅଙ୍କୁରୋଦ୍ଗମ ହୁଏ ତାକୁ ଯଥା ସମୟରେ ପାଣି ଓ ସାର ଦେଇ ବଞ୍ଚାଇବା ଏବଂ ବଢ଼ାଇବା ଯଥାର୍ଥରେ ଏକ କଳା। ଆମର ଏହି ସୁନ୍ଦର ଦମ୍ପତ୍ତି ଶୁଭ୍ରାଂଶୁ ପାଟଯୋଷୀ ଓ ବିଜନବାଳା ପାଟଯୋଷୀ ମିଳିତ ଭାବରେ ପାଲଟିଯାଆନ୍ତି ସେହି ମୂର୍ତ୍ତିମନ୍ତ କଳା ।

ନିଜକୁ ଦେଖିଲାଦିନୁଁ ଅଙ୍କୁରିଥିବା ସେହି ଫୁଲର ମଞ୍ଜି କେବେ ଚାରା ହୁଏ, କେବେ ପୁଣି ବଢି ହୁଏ ମହାଦ୍ରୁମ ତାହା ଜାଣି ହୁଏନା। ହେଲେ ସେ ଗଛର ଫୁଲ ଫୁଟେ। ତାର ସେ ଅଦୃଶ୍ୟ ମହକ ସମ୍ମୋହିତ କରେ ଆଖପାଖର ପରିବେଶ। ପବନ ବି ପାଗଳ ହୁଏ ସେ ବାସ୍ନାରେ । ନିଜେ ବାର୍ତ୍ତାବହ ସାଜି ଖେଳାଇ ଦିଏ ଶାଶ୍ୱତ ଅନୁଭବର ସେହି ମହକ ଚଉଦିଗରେ। ସେମିତି କିଛି ମହକର ଅନୁଭବର କଥା କୁହନ୍ତି ଶୁଭ୍ରାଂଶୁ ଓ ବିଜନବାଳା।

ସାହିତ୍ୟ ହିଁ ଉଭୟଙ୍କ ସଂଯୋଗର ସେତୁ। ୧୯୯୩ ମସିହା ଅଗଷ୍ଟ ମାସ। ସେଦିନ ଥିଲା ସ୍ବଭାବକବି ଗଙ୍ଗାଧର ମେହେରଙ୍କ ଜନ୍ମ ଜୟନ୍ତୀ । ସ୍ଥାନ ଜ୍ୟୋତିବିହାର, ବୁର୍ଲା । ସେହି ଉପଲକ୍ଷେ ଆୟୋଜିତ କବିତା ପାଠୋତ୍ସବରେ ହିଁ ଉଭୟଙ୍କ ପ୍ରଥମ ସାକ୍ଷାତ। ବିଜନ କବିତା ସଂଯୋଜନାର ଦାୟିତ୍ୱରେ ଥିଲାବେଳେ ଶୁଭ୍ରାଂଶୁ ଥିଲେ ନିମନ୍ତ୍ରିତ କବି । ଶୁଭ୍ରାଂଶୁଙ୍କ କବିତା ଏବଂ ନାଁକୁ ମନେ ମନେ ପସନ୍ଦ କରିଯାଇଥିଲେ ବିଜନ । ବିଜନଙ୍କ ମନଜିଣା ହସ , ସଂଯୋଜନା ଶୈଳୀ ଏବଂ ଫୁର୍ତ୍ତିବାଜ ଅନ୍ଦାଜ ଆକର୍ଷିତ କରିଥିଲା ସ୍‌ୱଭାବରେ ଭାବଗମ୍ଭୀର ଶୁଭ୍ରାଂଶୁଙ୍କୁ । ପ୍ରାୟ ବର୍ଷେ ସରିକି ନିରବତା ମାଡ଼ି ବସିଥିଲା ବାଧା ସାଜି ଉଭୟଙ୍କ ଯୋଗାଯୋଗର ମାଧ୍ୟମରେ। କାରଣ ବି ଦରକାର ନିଜ ନିଜ ଭିତରେ ଗୁଡେଇତୁଡେଇ ହେଉଥିବା ଅଦ୍ଭୁତ ଆକର୍ଷଣକୁ ପ୍ରକାଶ କରେଇବାର ମାର୍ଜିତ ମାଧ୍ୟମ ପାଇଁ। ସେ ଭିତରେ ଗୁଡ଼ାଏ ପୁରସ୍କାର ଏବଂ ସମ୍ମାନ ଅର୍ଜନ କରିସାରିଥିଲେ ବିଜନବାଳା ପାଟଯୋଶୀ। ସମ୍ବଲପୁର ରେଡ଼ିଓ ଯୁବବାଣୀ କାର୍ଯ୍ୟକ୍ରମରେ ତାଙ୍କର ଗୁଡାଏ ଗପ ପ୍ରସାରିତ ହୋଇ ଶ୍ରୋତାମହଲରେ ଆଦୃତ ହୋଇସାରିଥିଲା। ଖବର ରଖୁଥିଲେ ଶୁଭ୍ରାଂଶୁ । ପ୍ରାୟ ବର୍ଷେ ପରେ ୧୯୯୪ରେ ‘ଅନନ୍ୟା’ ପତ୍ରିକାର ପ୍ରକାଶନ ପରିପ୍ରେକ୍ଷୀରେ ପରସ୍ପରର ନିକଟବର୍ତ୍ତୀ ହୋଇଥିଲେ ସହଯୋଗୀ ପରିଚାଳକ ଭାବରେ । ସାହିତ୍ୟ କାର୍ଯ୍ୟରୁ ବନ୍ଧୁତା ଯାହା ପରବର୍ତ୍ତୀ ପର୍ଯ୍ୟାୟରେ ପ୍ରେମରେ ରୂପାନ୍ତରିତ ହେଇପାରିଥିଲା। ବିଜନଙ୍କ ସରଳ , ଛଳଛଳ ଭାବ ସହ ମନଖୋଲା ହସ, ଅନ୍ୟକୁ ଆପଣେଇ ନେବାର ବିଶେଷ ଗୁଣ ପ୍ରତି ଆତ୍କୃଷ୍ଟ ହୋଇଥିଲେ ଶୁଭ୍ରାଂଶୁ ଯେଉଁଠିକି ଗଭୀର ଭାବାବେଗ ରଖୁଥିବା ଶୁଭ୍ରାଂଶୁଙ୍କ ଭାବଗମ୍ଭୀର ବ୍ୟକ୍ତିତ୍ୱ, ଜୀବନ ପ୍ରତି ଉତ୍ତମ ଦୃଷ୍ଟିଭଙ୍ଗୀ, ଧୈର୍ଯ୍ୟ, ବନ୍ଧୁତାର ନିଷ୍ଠା ଦ୍ୱାରା ଆତ୍କୃଷ୍ଟ ହୋଇଥିଲେ ବିଜନ । ଶୁଭ୍ରାଂଶୁଙ୍କଠାରୁ ପାଞ୍ଚ ବର୍ଷ ବୟସରେ ସାନ ବିଜନଙ୍କ ସହ ଶୁଭ୍ରାଂଶୁଙ୍କ ପ୍ରାୟତଃ ଭେଟ ହୁଏ ଜ୍ୟୋତିବିହାରର ପାଠାଗାରରେ । ପଢ଼ିବାର ଝୁଙ୍କ ରଖୁଥିବା ଶୁଭ୍ରାଂଶୁଙ୍କର ଆନୁଷ୍ଠାନିକ ପାଠପଢ଼ା ସରିଥିଲାବେଳକୁ ବିଶ୍ୱବିଦ୍ୟାଳୟରେ ସେହି ମାତ୍ର ପାଦ ଥାପିଥିଲେ ବିଜନବାଳା। ପାଠାଗାରର ନିରବ ପ୍ରକୋଷ୍ଠ , ବହିମାନଙ୍କ ମନଖୋଲା ସହଯୋଗରେ ଆରମ୍ଭ ହୋଇଥିବା ପ୍ରେମ କାହାଣୀ ଜ୍ୟୋତିବିହାରର ରମ୍ୟ ପ୍ରକୃତି କୋଳରେ ଗଛ ଲତା ଫୁଲ ଫଳ ଚେଇଙ୍କ କିଚିରିମିଚିରି ସହ ଫର୍ଦ୍ଦ ପରେ ଫର୍ଦ୍ଦ ଲେଖିହେଲା , ଗତିଶୀଳ ହେଲା ଏବଂ କାହାଣୀର ଏକ ବିରାଟ ଅଧ୍ୟାୟ ସରିଲା ୨୦୦୦ ମସିହାରେ ଉଭୟଙ୍କ ବିବାହ ବନ୍ଧନରେ ।

ବିବାହ ପରବର୍ତ୍ତୀ ଅଧ୍ୟାୟରେ ପ୍ରଗାଢ ହୋଇଛି ପ୍ରେମର ଭାଷା ପାରସ୍ପରିକ ବୁଝାମଣା ଓ ସହଯୋଗରେ । ଉଭୟେ ଉଭୟଙ୍କ ପ୍ରଥମ ପାଠକ ଓ ସମାଲୋଚକ । ପାରିପାଶର୍‌ବିକ ବାଧାବିପତ୍ତି ପାଇଁ ପରସ୍ପର ପରସ୍ପର ପାଇଁ ସାଜନ୍ତି ଢାଲ ଓ ତରବାରୀ ।
ପ୍ରେମ ପଥରେ କିଛି ସାମାଜିକ ବାଧା ଆସିଛି କି ପ୍ରଶ୍ନରେ ଦୁହେଁ ହସନ୍ତି । ବାଧା ନାହିଁ ତ ଅପାଶୋରା କିଭଳି ରହିବ ସମୟ ବୋଲି କୁହନ୍ତି ବିଜନବାଳା । ଶୁଭ୍ରାଂଶୁଙ୍କ ବ୍ୟବସାୟ ସହିତ ଓଡ଼ିଆ ସରକାରଙ୍କ ଅଧୀନରେ ଚାକିରୀ କରୁଥିବା ବିଜନଙ୍କ ପାରିବାରିକ ଦାୟିତ୍ୱ ସର୍ଜନ ଶୃଙ୍ଖଳାରେ ବନ୍ଧା। ଉଭୟେ ଉଭୟଙ୍କ ନିଷ୍ପତ୍ତିକୁ ସମ୍ମାନ ଦିଅନ୍ତି । ମାନି ନନେଇ ପାରିଲେ ଯୁକ୍ତିତର୍କରେ ସମୟକୁ ଖରାପ ନକରି ନିରବ ରୁହନ୍ତି। ବିଜନଙ୍କ ଭାଷାରେ ଯାହା ପାଣିଚିଆ ତାହା ପ୍ରେମ ପଥରେ ପ୍ରତିବନ୍ଧକ ନସାଜି ଗଡ଼ିଯାଏ ସମୟ ସୁଅରେ। ପ୍ରେମ ଥାଏ ସ୍ଥିର ଓ ନିଦା ହୋଇ ତା ବାଟରେ। ଉଭୟଙ୍କ ଭିତରେ ପାରସ୍ପରିକ ସହଯୋଗ ଖୁବ୍‌ ଦୃଢ଼ ଅଥଚ ସ୍ବାଭାବିକ।

ବେଳେ ବେଳେ କିଛି ନ କହି ବି ଦୁହେଁ ଠଉରେଇ ନେଇପାରନ୍ତି ପରସ୍ପରର ଭାବନା। ମାନ ଅଭିମାନ ତା ବାଟେ ଆସେ ଏବଂ ଭୁଲି ହୋଇଯାଏ ଯେମିତି କିଛି ହିଁ କେବେ ହୋଇନାହିଁ। ତଥାପି ଶୁଭ୍ରାଂଶୁ କୁହନ୍ତି, ‘ସେ ଅଭିମାନ କଲେ ମନେଇବାକୁ ଭଲଲାଗେ ମତେ।’

ଯୋଜନା ଅନେକ। ସମୟ କହିବ ଯୋଜନାର ରୂପରେଖ ବୋଲି କୁହନ୍ତି ବିଜନ। ପ୍ରେମ ଓ ବିବାହ ସମ୍ପର୍କରେ ଉଭୟେ କୁହନ୍ତି, ‘ପ୍ରେମ ଏକ ସ୍ବର୍ଗୀୟ ଅନୁଭ ଯାହା ସମସ୍ତଙ୍କ ଭାଗ୍ୟରେ ପ୍ରାପ୍ତ ହୋଇ ନଥାଏ। ଅଥଚ ପ୍ରେମର ଏକ ଅଦୃଶ୍ୟ ରଜ୍ଜୁରେ ଆମେ ସମସ୍ତେ ବାନ୍ଧି ହୋଇ ରହିଥାଉ। ଆଉ ବିବାହ! ବିବାହ ଯେଉଁ ପ୍ରକାରର ହେଉନା କାହିଁକି ମୋ’ ମତରେ ପ୍ରେମ ହିଁ ପ୍ରତିଟି ବିବାହର ମୂଳଦୁଆ ହେବା ଉଚିତ ନହେଲେ ସେ ବିବାହ କେବେବି ସଫଳ ହୋଇ ପାରିବ ନାହିଁ ।
ଏ ପରିପ୍ରେକ୍ଷୀରେ ଆମେ ଦୁହେଁ ଭାଗ୍ୟଶାଳୀ ।’

– ମାନମୟୀ ରଥ
ସେଣ୍ଟ ଜାଭିୟର୍ସ କିଡ୍ସ,
ବାଲିପୁଟ, ପୁରୀ
ମୋ: ୭୯୭୮୫୭୯୩୯୯


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?