Posted inଜାତୀୟ

କେନ୍ଦ୍ର ମନ୍ତ୍ରୀଙ୍କ ଅଜବ ମନ୍ତବ୍ୟ: କଂଗ୍ରେସ ଶାସନ କାଳରେ ଠିକ୍‌ ବିଦ୍ୟୁତ ଯୋଗାଯାଇ ନ ଥିବାରୁ ବଢିଛି ଜନସଂଖ୍ୟା

ବେଙ୍ଗାଲୁରୁ,୯।୩: କର୍ନାଟକ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ମେ’ ମାସରେ ଶେଷ ହେବ। ଖୁବ୍‌ଶୀଘ୍ର ରାଜ୍ୟରେ ନିର୍ବାଚନର ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ରାଜନୈତିକ ଦଳଗୁଡିକ ଜୋରସୋରରେ ପ୍ରଚାର ଆରମ୍ଭ କରିଛନ୍ତି। ଏହି କ୍ରମରେ ଗୁରୁବାର କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ‘ବିଜୟ ସଂକଳ୍ପ ଯାତ୍ରା’ ଅଧୀନରେ ହାସନ ଜିଲାର ଜଭାଗଲରେ ଏକ ବିଶାଳ ରୋଡ ଶୋ’ରେ ଅଂଶଗ୍ରହଣ କରିଥିଲେ। ଏହି ସମୟରେ କଂଗ୍ରେସକୁ ଟାର୍ଗେଟ କରି କେନ୍ଦ୍ରମନ୍ତ୍ରୀ ଏକ ଅଜବ ମନ୍ତବ୍ୟ ଦେଇଛନ୍ତି। ପ୍ରହ୍ଲାଦ କହିଛନ୍ତି, କଂଗ୍ରେସ ନିଜ ଶାସନ କାଳରେ କମ ବିଦ୍ୟୁତ ଦେଇଛି। ବିଦ୍ୟୁତ୍‌ ଠିକ୍‌ ଭାବେ ଯୋଗାଇବାରେ ସକ୍ଷମ ହୋଇ ନ ଥିବାରୁ କଂଗ୍ରେସ ଶାସନ କାଳରେ ଜନସଂଖ୍ୟା ବୃଦ୍ଧି ପାଇଥିଲା। ପ୍ରହ୍ଲାଦଙ୍କ ଏହି ମନ୍ତବ୍ୟକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।
କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମଧ୍ୟ ଦୁର୍ନୀତି ପ୍ରସଙ୍ଗରେ କଂଗ୍ରେସ ଉପରେ ବର୍ଷିଥିଲେ। ସେ କହିଥିଲେ ଯେ, ଦୁର୍ନୀତି ବିଷୟରେ କଂଗ୍ରେସ ଦଳକୁ କହିବାର କୌଣସି ନୈତିକ ଅଧିକାର ନାହିଁ। କଂଗ୍ରେସ ଦେଶରେ ଦୁର୍ନୀତିର ମୂଳମଞ୍ଜି। ଜବାହରଲାଲ ନେହେରୁଙ୍କ ଠାରୁ ମନମୋହନ ସିଂଙ୍କ ପର୍ଯ୍ୟନ୍ତ, ଦଳ ଅନେକ ଦୁର୍ନୀତିଗ୍ରସ୍ତ କାରବାରରେ ଜଡିତ ଅଛି। ସୂଚନାଯୋଗ୍ୟ, ଲାଞ୍ଚ ମାମଲାରେ ଭାଜପା ବିଧାୟକଙ୍କ ପୁଅଙ୍କ ଗିରଫଦାରୀକୁ ନେଇ କର୍ନାଟକ ମୁଖ୍ୟମନ୍ତ୍ରୀ ବାସଭାରାଜ ବୋମ୍ମାଇଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?