Posted inଜାତୀୟ

ଦେଶରେ କରୋନା ନ ବ୍ୟାପୁ: ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨୭ା୧୨: ଚାଇନା ସମେତ ବିଭିନ୍ନ ଦେଶରେ କୋଭିଡ୍‌ ସଂକ୍ରମଣ ବଢ଼ୁଥିବା ବେଳେ ଭାରତ ଏହାର ମୁକାବିଲା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି। କେନ୍ଦ୍ର ସରକାରଙ୍କ ପରାମର୍ଶକ୍ରମେ ମଙ୍ଗଳବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ହସ୍ପିଟାଲଗୁଡ଼ିକରେ ମକ୍‌ ଡ୍ରିଲ୍‌ ଆରମ୍ଭ ହୋଇଛି। ଏହି କ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ସଫଦରଜଙ୍ଗ ହସ୍ପିଟାଲ ପହଞ୍ଚି କୋଭିଡ୍‌ ମକ୍‌ ଡ୍ରିଲର ସମୀକ୍ଷା କରିଛନ୍ତି। ଏହି ଅବସରରେ ଦେଶରେ ଯେପରି କରୋନା ନ ବ୍ୟାପିବ ସେଥିପ୍ରତି ସରକାର ସଚେତନ ଥିବା କହିଛନ୍ତି। ଯଦି କରୋନାର ବିପଜ୍ଜନକ ପରିସ୍ଥିତି ଉପୁଜେ ତେବେ ହସ୍ପିଟାଲଗୁଡ଼ିକ କରୋନା ସହ ମୁକାବିଳା କରିବାକୁ ପ୍ରସ୍ତୁତ ହେବା ଉଚିତ। ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନାକୁ ନେଇ ଅଧିକାରୀଙ୍କୁ ସତର୍କ ରହିବାକୁ କହିଥିବା ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ଅନ୍ୟପକ୍ଷେ କୋଭିଡ୍‌ର ପ୍ରତିକାର ନେଇ ସବୁ ଜିଲା ହସ୍ପିଟାଲଗୁଡ଼ିକର ସାମର୍ଥ୍ୟ, ଆଇସୋଲେଶନ ବେଡ୍‌, ଅକ୍ସିଜେନ୍‌-ସପୋର୍ଟେଡ ବେଡ୍‌, ଆଇସିୟୁ ବେଡ୍‌, ଭେଣ୍ଟିଲେଟର ସୁବିଧା, ଡାକ୍ତର, ନର୍ସ ଏବଂ ପାରାମେଡିକ୍‌ କର୍ମଚାରୀ, ଆୟୁଷ ଡାକ୍ତର ଓ ଆଗଧାଡ଼ିର କର୍ମଚାରୀମାନଙ୍କ ସଂଖ୍ୟା ଯାଞ୍ଚ କରାଯିବ। ଏଥିସହିତ କୋଭିଡ୍‌ ପରିଚାଳନା ଲାଗି କେତେଜଣ ସ୍ବାସ୍ଥ୍ୟ କର୍ମଚାରୀଙ୍କୁ ତାଲିମ ଦିଆଯାଇଛି, ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଭେଣ୍ଟିଲେଟର ପରିଚାଳନା ସମ୍ପର୍କରେ କେତେଜଣ ପ୍ରଶିକ୍ଷଣ ନେଇଛନ୍ତି, ପିଏସ୍‌ଏ ପ୍ଲାଣ୍ଟ ଇତ୍ୟାଦିକୁ ଚଳାଇବା ଲାଗି ସ୍ବାସ୍ଥ୍ୟକର୍ମୀ ତାଲିମ ନେଇଛନ୍ତି କି ନାହିଁ, ତାହାର ସମୀକ୍ଷା କରାଯିବ। ସେହିପରି ହସ୍ପିଟାଲରେ ବେସିକ୍‌ ଲାଇଫ୍‌ ସପୋର୍ଟ ଆମ୍ବୁଲାନ୍ସ, ପରୀକ୍ଷା ଉପକରଣ, ଜରୁରୀ ଔଷଧ କେତେ ଉପଲବ୍ଧ ଅଛି ତାହାର ଅନୁଧ୍ୟାନ କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀର ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଲେ ଅନୀଲ ବୈଜଲ

ନୂଆଦିଲ୍ଲୀ,୧୮।୫: ଦିଲ୍ଲୀର ଉପରାଜ୍ୟପାଳ ଅନୀଲ ବୈଜଲ ବୁଧବାର ଇସ୍ତଫା ଦେଇଛନ୍ତି। ସେ ବ୍ୟକ୍ତିଗତ କାରଣ ଦର୍ଶାଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ଇସ୍ତଫା ପଠାଇଛନ୍ତି। ଡିସେମ୍ବର...

ଶୌଚାଳୟରୁ ମିଳିଲା ନିଖୋଜ ଥିବା କରୋନା ସଂକ୍ରମିତଙ୍କ ମୃତଦେହ

ମୁମ୍ବାଇ,୧୧।୬: କରୋନା ସଂକ୍ରମଣକୁ ନେଇ ମହାରାଷ୍ଟ୍ରର ସ୍ଥିତି ଉଦ୍‌ବେଗଜନକ ଥିବା ବେଳେ ଗତ ପ୍ରାୟ ଏକ ସପ୍ତାହ ହେବ ଜଣେ କରୋନା ସଂକ୍ରମିତ ୮୨ ବର୍ଷୀୟା...

ହସ୍ପିଟାଲରୁ ଲୁଚି ପଳାଇଲେ ଚାଇନା ଫେରନ୍ତା ଛାତ୍ର: ଲୋକେ ଭୟଭୀତ

ଭୋପାଳ,୩।୨: ମଧ୍ୟପ୍ରଦେଶ ଛତରପୁରର ନୌଗାଁଓ ଅଞ୍ଚଳରେ ଚାଇନରୁ ଫେରିଥିବା ଜଣେ ଛାତ୍ରଙ୍କୁ କରୋନାଭାଇରସ ସଂକ୍ରମଣର ଆଶଙ୍କା କରି ଭର୍ତ୍ତି କରାଯାଇଥିଲା। ହେଲେ ସେ ହଠାତ୍‌ ହସ୍ପିଟାଲରୁ...

ମୋହନ ଭାଗଓ୍ବତ-ଇଲିଆସି ସାକ୍ଷାତ: ଆରଏସଏସ ମୁସଲମାନଙ୍କ ନିକଟତର ହେଉଥିବା ନେଇ ଚର୍ଚ୍ଚା…

ନୂଆଦିଲ୍ଲୀ, ୨୨।୯ : ଆରଏସଏସ ମୁଖ୍ୟ ମୋହନ ଭାଗଓ୍ବତ ଗୁରୁବାର ଦିଲ୍ଲୀରେ ଅଲ ଇଣ୍ଡିଆ ଇମାମ ସଂଗଠନର ମୁଖ୍ୟ ଇମାମ ଡ. ଇମାମ ଉମର ଅହମ୍ମଦ...

ପ୍ରବାସୀ ଶ୍ରମିକଙ୍କ ଉପରେ ଓଲଟିଲା ଟ୍ରକ୍‌; ୫ ମୃତ

ନରସିଂପୁର,୧୦।୫: କରୋନା ଭାଇରସ ସଂକ୍ରମଣକୁ ନେଇ ଦେଶରେ ଚାଲିଥିବା ଲକ୍‌ଡାଉନ ସମୟରେ ଘରମୁହାଁ ହୋଇଥିବା ପ୍ରବାସୀ ଶ୍ରମିକଙ୍କ ଦୁଃଖ ଯେମିତି ସରୁ ନାହିଁ। ଲକ୍‌ଡାଉନ ସମୟରେ...

୨ମାସରୁ ବନ୍ଦ ଥିବା ଓପିଡି ସେବା ପୁଣି ଖୋଲିବାକୁ ସରକାରଙ୍କ ନିର୍ଦ୍ଦେଶ

ଲକ୍ଷ୍ନୌ,୪।୬: ଦେଶରେ ଜାରି ରହିଥିବା କରୋନାର ଦ୍ୱିିତୀୟ ଲହର ଏବେ ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି। ଦେଶର ବିଭିନ୍ନ ରାଜ୍ୟରେ ଦୈନିକ ସଂକ୍ରମଣ ବର୍ତ୍ତମାନ ହ୍ରାସ...

ଏନ୍‌ଏସ୍‌ଡି ଅଧ୍ୟକ୍ଷ ନିଯୁକ୍ତ ହେଲେ ପରେଶ ରାୱଲ

ନୂଆଦିଲ୍ଲୀ,୧୦ ।୯:ବଲିଉଡ୍ ଅଭିନେତା ତଥା ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ଏମ୍‌ପି ପରେଶ ରାୱଲଙ୍କୁ ନ୍ୟାଶନାଲ ସ୍କୁଲ ଅଫ୍ ଡ୍ରାମା(ଏନ୍‌ଏସ୍‌ଡି)ର ଅଧ୍ୟକ୍ଷ ପଦରେ ନିଯୁକ୍ତି ଦିଆଯାଇଛି...

ଭାଜପା ୧୬୫ ଏବଂ କଂଗ୍ରେସ ୮୬ରେ ଆଗୁଆ

ନୂଆଦିଲ୍ଲୀ, ୨୩।୫: ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ସକାଳ ୮ଟା ୪୫ ସୁଦ୍ଧା ଭାଜପା ୧୬୫...

Advertisement
Archives

Model This Week