Posted inଜାତୀୟ

ରାଜରାସ୍ତାରୁ ବସ୍‌ ଅପହରଣ କଲେ ଅଜଣା ଲୋକେ: ୩୪ ଯାତ୍ରୀଙ୍କ ମିଳୁନି ଖୋଜ୍‌ ଖବର

ଆଗ୍ରା, ୧୯।୮: ଉତ୍ତରପ୍ରଦେଶରେ ଆଇନ ଶୃଙ୍ଖଳା ସ୍ଥିତି ଧୀରେଧୀରେ ବିଗିଡ଼ିବାରେ ଲାଗିଛି। ଅପରାଧୀମାନେ ଆଉ ପୋଲିସକୁ ଭୟ କରୁ ନାହାଁନ୍ତି। ଏହା ସଦ୍ୟତମ ଘଟଣା ଆଗ୍ରାର ମଲପୁରା ଅଞ୍ଚଳର ନ୍ୟୁ ଦକ୍ଷିଣୀ ବାଇପାସ୍‌ ନିକଟରେ ଘଟିଛି। ସ୍ଥାନୀୟ ରାୟଭା ଟୋଲ୍‌ ପ୍ଲାଜାଠାରେ ୮-୯ ଜଣ ଅଚିହ୍ନା ବ୍ୟକ୍ତି ଜାଇଲୋ ଗାଡ଼ିରେ ଆସି ଏକ ଯାତ୍ରୀବାହୀ ବସ୍‌କୁ ରାଜରାସ୍ତାରୁ ଅପହରଣ କରି ନେଇଛନ୍ତି। ବସ୍‌ରେ ୩୪ ଜଣ ଯାତ୍ରୀ ଥିଲେ ବୋଲି କୁହାଯାଉଛି। ପରେ ଅପହରଣକାରୀ ବସ୍‌ର ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଓହ୍ଲାଇ ଦେଇଥିବା ଜଣାପଡ଼ିଛି। ତେବେ ବର୍ତ୍ତମାନ ସୁଦ୍ଧା ଯାତ୍ରୀମାନଙ୍କର କୌଣସି ଖୋଜ୍‌ ଖବର ମିଳି ପାରି ନାହିଁ। ନିଜକୁ ଫାଇନାନ୍ସ୍‌ କମ୍ପାନୀ କର୍ମଚାରୀ ବୋଲି ପରିଚୟ ଦେଇ ଅପହରଣକାରୀ ବସ୍‌କୁ ମଝି ରାସ୍ତାରେ ମଙ୍ଗଳବାର ରାତି ୧୦ଟା ୩୦ରେ ଅଟକାଇଥିଲେ ବୋଲି ଡ୍ରାଇଭର ପୋଲିସକୁ ସୂଚନା ଦେଇଛନ୍ତି। ଅପହରଣକାରୀ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଦିଲ୍ଲୀ-କାନପୁର ହାଇଓ୍ବେର କୁବେରପୁରଠାରେ ଓହ୍ଲାଇଦେଇଥିଲେ। ତେବେ ଫାଇନାନ୍ସ୍‌ କମ୍ପାନୀ କର୍ମଚାରୀ କାହିଁକ ଏଭଳି କରିବେ ସେ ନେଇ ପ୍ରଶ୍ନ ଉଠଛି। ଅପରପକ୍ଷରେ ଓହ୍ଲାଇବା ପୂର୍ବରୁ କଣ୍ଡକ୍ଟର ସମସ୍ତ ଯାତ୍ରୀଙ୍କୁ ଗାଡ଼ି ଭଡ଼ା ଫେରସ୍ତ ମଧ୍ୟ କରିଥିଲେ ବୋଲି ପୋଲିସ କହିଛି। ଘଟଣାସ୍ଥଳରେ ଏସ୍‌ଏସ୍‌ପି ବବୁଲ୍‌ କୁମାର ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ପୋଲିସ ସହିତ ଯୋଗାଯୋଗ କରାଯାଇଥିବା ଆଇଜି ଏ.ସତିଶ ଗଣେଶ ସୂଚନା ଦେଇଛନ୍ତି। ବସ୍‌ରେ କଳ୍ପନା ଟ୍ରାଭେଲ୍‌ ଲେଖାଯାଇଛି। ଏହାର ମାଲିକ ଗୋଓ୍ବାଲିୟରରେ ରୁହନ୍ତି। ମଙ୍ଗଳବାର ତାଙ୍କର କରୋନା ସଂକ୍ରମଣରେ ମୃତ୍ୟୁ ଘଟିଛି। ଅପହରଣକାରୀ କିସ୍ତି ସୁଝା ଯାଇ ନ ଥିବା କହି ଡ୍ରାଇଭରକୁ ଓହ୍ଲାଇ ବସ୍‌ ନେଇ ଯାଉଥିବା ପ୍ରକାଶ କରିଥିଲେ। ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ପଚରାଉଚରା ଜାରି ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

CJP ନିର୍ବାଚନ ଲଢିଲେ ଭୋଟ୍‌ ଦେବେ କି? ଚମକାଇଲା ସର୍ଭେ ରିପୋର୍ଟ…ଦିଲ୍ଲୀରେ ପଡିଲା ଚହଳ!

ନୂଆଦିଲ୍ଲୀ,୨୭।୮: ଦିଲ୍ଲୀର ଯନ୍ତର-ମନ୍ତରଠାରେ ହୋଇଥିବା ଛାତ୍ର ଆନ୍ଦୋଳନ ପରେ କକରୋଚ ଜନତା ପାର୍ଟି (CJP) ସାରା ଦେଶରେ ଚର୍ଚ୍ଚାରେ ଅଛି। CJP ପକ୍ଷରୁ ଆଉ ଥରେ ସେପ୍ଟେମ୍ୱର…

ନେପାଳ ବନ୍ୟା; ଖୋର୍ଦ୍ଧାର ଦମ୍ପତି ନିଖୋଜ, ସାନ ଭାଇ କହିଲେ…

ଖୋର୍ଦ୍ଧା,୨୭।୮(ପ୍ରଭାତ ପାଣିଗ୍ରାହୀ) : ନେପାଳ ବନ୍ୟାରେ ଖୋର୍ଦ୍ଧା ଜେମାଦେଇର ଦମ୍ପତି ସନ୍ଦିପ ମହାପାତ୍ର ଓ ସ୍ତ୍ରୀ ସିର୍ଦ୍ଧାର୍ଥୀ ସାହୁ ନିଖୋଜ ହୋଇଯାଇଛନ୍ତି । ଏନେଇ ତାଙ୍କ ସାନ…

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

PM ସୂର୍ଯ୍ୟ ଘର ଯୋଜନାରେ ନୂଆ ନିୟମ! ସବସିଡି ପାଇଁ ପୂରଣ କରିବାକୁ ପଡ଼ିବ ଏହି ସର୍ତ୍ତ

ନୂଆଦିଲ୍ଲୀ,୨୭।୮: ସରକାର ‘ପିଏମ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା’ (PM Surya Ghar Muft Bijli Yojana) ର ପରବର୍ତ୍ତୀ ପର୍ଯ୍ୟାୟରେ ବଡ଼ ପରିବର୍ତ୍ତନ କରିବାକୁ…

କଲମ୍ବୋ ଟେଷ୍ଟ ଡ୍ର: ଭାରତର WTC ଫାଇନାଲ ଆଶାକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ,୨୭।୮: ଗାଲେ ଟେଷ୍ଟରେ ଦମଦାର ବିଜୟ ହାସଲ କରିବା ପରେ ଭାରତୀୟ ଦଳ ହାତରୁ ଖସିଯାଇଛି କଲମ୍ବୋ ଟେଷ୍ଟ। କୋଲମ୍ବୋରେ ଭାରତର ବିଜୟ ପ୍ରାୟ ସୁନିଶ୍ଚିତ ମନେ…

ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟ ସରକାର: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପଠାଇଲେ…

ଭୁବନେଶ୍ୱର,୨୭।୮: ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। ୩୭ ବର୍ଷୀୟ ଜଗମୋହନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇଛନ୍ତି ରାଜ୍ୟ ସରକାର। ସୂଚନାଯୋଗ୍ୟ,…

ଶ୍ରାବଣ ମାସରେ ମଟନ୍ ଖାଇବାକୁ ଜିଦ୍ କଲେ ପୁଅ, ପିଟିପିଟି ମାରିଦେଲେ ବାପା

ମୁମ୍ବାଇ,୨୭।୮: ମହାରାଷ୍ଟ୍ରର ପୁଣେରୁ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସାମ୍ନାକୁ ଆସିଛି । ଶ୍ରାବଣ ମାସରେ ମଟନ ଖାଇବାକୁ ଜିଦ୍‌ କରିବାକୁ ନେଇ ବାପା-ପୁଅଙ୍କ ମଧ୍ୟରେ ବିବାଦ ହୋଇଥିଲା।…

‘ମାତା-ପିତାଙ୍କ ସେବା ପୁଅ-ଝିଅଙ୍କ ଦାୟିତ୍ୱ, ବୋହୂ-ଜ୍ୱାଇଁଙ୍କର ନୁହେଁ‘: କୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ,୨୭।୮: ମାତା-ପିତାଙ୍କ ସେବା କରିବା ପୁଅ ଏବଂ ଝିଅର ଦାୟିତ୍ୱ, ବୋହୂ ଏବଂ ଜ୍ୱାଇଁ ଏଥିପାଇଁ ଦାୟୀ ନୁହଁନ୍ତି। କୌଣସି ବ୍ୟକ୍ତି ନିଜ ସ୍ତ୍ରୀକୁ କିମ୍ୱା କୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri