ବନ୍ଧୁତ୍ୱର ଅଭୁଲା ସ୍ମୃତି

ଭୁବନେଶ୍ୱର, ୬।୮ (ବନ୍ଦନା ସେଠୀ) – ବନ୍ଧୁତା ସବୁ ସମ୍ପର୍କଠାରୁ ଊର୍ଦ୍ଧ୍ୱରେ। ତେବେ ଏହି ସମ୍ପର୍କକୁ ଅଧିକ ଦୃଢ଼ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟର ପ୍ରଥମ ରବିବାରକୁ ଭାରତରେ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଉଛି। ଏହି ଦିବସକୁ ସ୍ମରଣୀୟ କରିବା ପାଇଁ କିଏ ଫ୍ରେଣ୍ଡଶିପ୍‌ ବ୍ୟାଣ୍ଡ୍‌ ବାନ୍ଧୁଛନ୍ତି ତ ଆଉ କିଏ କାର୍ଡ, ଫୁଲ ଦେଇ ସ୍ବତନ୍ତ୍ର ଭାବେ ପାଳନ କରୁଛନ୍ତି। ସାଙ୍ଗ ମେଳରେ ଏକାଠି ହୋଇ ନାଚଗୀତ କରି ଦିନଟିକୁ ନିଆରା ଢଙ୍ଗରେ କାଟୁଛନ୍ତି। ତେବେ ନିଜ ବନ୍ଧୁ ଓ ବନ୍ଧୁତାକୁ ନେଇ ରହିଥିବା ସ୍ମରଣୀୟ ଘଟଣାକୁ ନେଇ ଏଥରର ଉପସ୍ଥାପନା।

ସାଙ୍ଗର ଉପହାର ଆଜି ବି ମୋ ପାଇଁ ସ୍ପେଶାଲ
ମହର୍ଷି କଲେଜରେ ଯୁକ୍ତ୨ ପଢୁଥିବାବେଳେ ଡ୍ୟାନ୍ସରେ ମୁଁ ସ୍ବତନ୍ତ୍ର ପରିଚୟ ପାଇଥିଲି। ମୋର ଏକ ସାଙ୍ଗ ଗ୍ରୁପ୍‌ ଥିଲା। ପ୍ରଦୀପ୍ତ, ଅମ୍ରିତ, ବିକାଶ, ଚିନ୍ମୟ, ଅର୍ଣ୍ଣବ ପ୍ରମୁଖ ସାଙ୍ଗ ମୋତେ ସବୁବେଳେ ନୃତ୍ୟ କ୍ଷେତ୍ରରେ ଆଗକୁ ବଢିବାକୁ ପ୍ରେରଣା ଦେଉଥିଲେ। ଥରେ ରବୀନ୍ଦ୍ର ମଣ୍ଡପରେ ଇଣ୍ଟରକଲେଜ ଡ୍ୟାନ୍ସ ପ୍ରତିଯୋଗିତା ହେଉଥିଲା। ସାଙ୍ଗଙ୍କ କଥାରେ ସେଠାକୁ ଯାଇଥିଲି। ହେଲେ କୌଣସି ପ୍ରାଇଜ୍‌ ନ ମିଳିବାରୁ ମୁଁ ମନ ଦୁଃଖରେ ଫେରିଥିଲି। ମୋ ଅପେକ୍ଷା ସେହି ସାଙ୍ଗମାନଙ୍କୁ ବେଶି ଖରାପ ଲାଗିଥିଲା। ତେଣୁ ସେମାନେ ତାଙ୍କ ପକେଟ୍‌ ମନିରୁ ଭୁବନେଶ୍ୱରର ଏକ ଦୋକାନରୁ ନଟରାଜ ମୂର୍ତ୍ତି କିଣି ମତେ ପ୍ରାଇଜ୍‌ ଭାବେ ଦେଇଥିଲେ। ଏ ଘଟଣା ମୋତେ ବହୁତ ସ୍ପେଶାଲ ଫିଲ୍‌ କରାଇଥିଲା। ଏବେ ଆମଘରେ ମୋର ବହୁତ ଆଓ୍ବାର୍ଡ ରହିଛି, ମାତ୍ର ସେହି ମୂର୍ତ୍ତି ଆଜି ବି ମୋ ପାଇଁ ସ୍ବତନ୍ତ୍ର ହୋଇ ଘରେ ସଜା ହୋଇଛି।
-ସବ୍ୟସାଚୀ ମିଶ୍ର, ଅଭିନେତା

ସାଙ୍ଗକୁ ବଞ୍ଚେଇ ନ ପାରିବା ଜୀବନର ବଡ ଦୁଃଖ
୧୯୯୨ ମସିହାର କଥା। ସେତେବେଳେ ମୁଁ କଲେଜରେ ପଢୁଥାଏ। ୪୦ଜଣ ସାଙ୍ଗଙ୍କ ସହ ପୁରୀ ବୁଲିବାକୁ ଯାଇଥିଲି। ମୋତେ ଛାଡ଼ି ସମସ୍ତେ ସମୁଦ୍ରରେ ଗାଧୋଇଲେ। ଲଘୁଚାପ ହୋଇଥିବାରୁ ମତ୍ସ୍ୟଜୀବୀମାନେ ମଧ୍ୟ ସମୁଦ୍ରକୁ ଯିବାକୁ ବାରଣ କରିଥିଲେ। ମୁଁ ମଧ୍ୟ ଯେତେ କହିଲି କେହି ଶୁଣିଲେନି। କିଛି ସମୟ ପରେ ଯିଏ ଯେମିତି ଫେରି ଆସିଲେ ମାତ୍ର ଜଣେ ସାଙ୍ଗ ସଞ୍ଜୟଙ୍କୁ ବଡ଼ ଢ଼େଉ ବୁଡ଼ାଇ ଟାଣିନେଲା। ସେ ବୁଡିଯିବାବେଳେ ମୋତେ ଡାକୁଥିଲା। ଆଉ କହୁଥିଲା, ଋଷି ମୁଁ ତୋ କଥା ଶୁଣିଲିନି, ମୁଁ ବଞ୍ଚତ୍ବାକୁ ଚାହୁଁଛି ମତେ ବଞ୍ଚା। ଯେତେ ଚେଷ୍ଟା କଲେ ବି ମୁଁ ତାକୁ ବଞ୍ଚେଇ ପାରିଲିନି। ସେଠାରୁ ଫେରିବା ପରେ ତାଙ୍କ ଘରକୁ ଯାଇ ଏ ଖବର ଦେଲି। ସେଇଟା ମୋ ଜୀବନର ବଡ଼ ଦୁଃଖ। ସେବେଠାରୁ ସମୁଦ୍ର ପାଖକୁ ଗଲେ ମତେ ଡର ଲାଗେ।
-ଋଷି ପଟ୍ଟନାୟକ, ଅଭିନେତା

ସାଙ୍ଗଙ୍କ ସହ ଆମ୍ବ ଚୋରି କରି ମାଡ଼ ଖାଉଥିଲି
ସସ୍ମିତା ମୋ ସାଙ୍ଗ। ପିଲାବେଳେ, ସ୍କୁଲ୍‌ ସମୟରେ ଆମେ ବହୁତ ଦୁଷ୍ଟ ହେଉଥିଲୁ। ଆମ୍ବତୋଟାକୁ ଯାଇ ଆମ୍ବ ଚୋରି କରୁ। ମୋ ପାଇଁ କିଣା ହୋଇଥିବା କଲମ ତାକୁ ଦେଇକି ପଳେଇ ଆସେ। ତା’ ପାଇଁ ଘରେ ମୁଁ ବହୁତ ମାଡ଼ ଖାଇଛି। ଏମିତିକି ତା’ସହ ସାଙ୍ଗ ନ ହେବା ପାଇଁ ବାବା ମତେ ସବୁବେଳେ କୁହନ୍ତି। ମାତ୍ର ମୁଁ ତା’ ସହିତ ହିଁ ସାଙ୍ଗ ହୁଏ। ମୋ ଜୀବନର ସବୁ ଘଟଣା ତାକୁ କୁହେ। ମୋ ଦୁଃଖ ସୁଖର ସାଥୀ ସେ। ଏବେ ସେ ବାଙ୍ଗାଲୋରରେ ରହୁଛି, ମାତ୍ର ଏବେ ବି ଆମ ଭିତରେ ବନ୍ଧୁତା ଦୃଢ ରହିଛି।
-ଦୀପ୍ତି ଗିରି, ଅଭିନେତ୍ରୀ

ଜୀବନ ବଞ୍ଚାଇଥିଲା ବନ୍ଧୁ
ମୋର ସବୁଠୁ ଭଲ ସାଙ୍ଗ ଦୀପାଞ୍ଜଳି। କଲେଜରେ ପଢିବା ସମୟରେ ପ୍ରଥମେ କେହି କାହାକୁ ଚିହ୍ନି ନ ଥିଲୁ। ଦିନେ କଲେଜରୁ ଫେରିବା ବେଳେ ମୁଁ ଫୋନ୍‌ ଦେଖି ଦେଖି ରାସ୍ତାରେ ଆସୁଥାଏ। ପଛରୁ ଗୋଟିଏ ଗାଡ଼ି ସ୍ପିଡ୍‌ରେ ଆସୁଥିଲା। ଗାଡିଟା ପାଖାପାଖି ହେବାବେଳକୁ ହଠାତ୍‌ ଦୀପାଞ୍ଜଳି ମୋ ହାତ ଧରି ଟାଣି ଆଣିଥିଲା। ତା’ ପାଇଁ ମୁଁ ଅଳ୍ପକେ ବର୍ତ୍ତି ଯାଇଥିଲି। ସେବେଠାରୁ ଆମେ ଦୁହେଁ ବହୁତ ଭଲ ସାଙ୍ଗ ପାଲଟିଯାଇଛୁ।
-ସୋନାଲୀ ପାଣିଗ୍ରାହୀ, ଛାତ୍ରୀ


Enter your email to get our daily news in your inbox.

All Right Reserved By Dharitri.Com

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

ଭୁବନେଶ୍ୱର,୨୩ା୮(ସୁନିତ୍‌ ମିଶ୍ର): ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri