Posted inଫୁରସତ

ବିନା ସ୍ବାଦର କ୍ୟାଣ୍ଡି

ଦୈନନ୍ଦିନ ଜୀବନରେ ଆମେ ଯାହା ବି ଖାଉ ତା’ର ଭିନ୍ନ ଭିନ୍ନ ପ୍ରକାରର ସ୍ବାଦ ଥାଏ। ହେଲେ ଏମିତି କେହି କିଛି ଖାଇଛନ୍ତି କି, ଯାହାର ସ୍ବାଦ ହିଁ ନ ଥିବ। ନିକଟରେ ଜାପାନର ‘ଲାସନ’ ନାମକ ଏକ କମ୍ପାନୀ ତିଆରି କରିଛି ଏକ କ୍ୟାଣ୍ଡି, ଯାହା ସମ୍ପୂର୍ଣ୍ଣଭାବେ ସ୍ବାଦହୀନ। ଆଉ ତା’ର ନାଁ ହେଉଛି ‘ଅଜି ନୋ ଶିନାଈ’। ଏହି କ୍ୟାଣ୍ଡିର ନାହିଁ କିଛି ସ୍ବାଦ। ଅର୍ଥାତ୍‌ ଏହାକୁ ଖାଇବାବେଳେ ପାଟିକୁ ନା ମିଠା ଲାଗିବ ନା ଲାଗିବ ଖଟା, ନା ପୁଣି ଲାଗିବ ରାଗ ଅବା ଲୁଣି। ଏହାକୁ ତିଆରି କରିବା ପାଇଁ କେବଳ ଦୁଇଟି ସାମଗ୍ରୀର ବ୍ୟବହାର ହୋଇଛି। ପ୍ରଥମଟି ହେଉଛି ସିନ୍ଥେଟିକ ସୁଗର୍‌ର ବିକଳ୍ପ ଯାହାକୁ ପଲିଡେକ୍ସଟ୍ରୋଜ୍‌ କହନ୍ତି ଓ ଅନ୍ୟଟି ହେଉଛି ଅର୍ଗାନିକ ସୁଗରର ସବ୍‌ଷ୍ଟିଚ୍ୟୁଟ୍‌ ଏରିଥ୍ରିଟୋଲ। କମ୍ପାନୀର କହିବାନୁସାରେ କିଛି ଲୋକ କ୍ୟାଣ୍ଡି ଏଇଥିପାଇଁ ଖାଆନ୍ତି ଯେମିତିକି ତାଙ୍କ ପାଟି ସୁଖିବନି। ହେଲେ ସେମାନେ ମିଠା କ୍ୟାଣ୍ଡି ଖାଇବାକୁ ଚାହାନ୍ତିନି। ସେହିଭଳି ଆଉ କିଛିଙ୍କୁ ଆର୍ଟିଫିସିୟଲ ଫ୍ଲେଭର୍‌ ଭଲ ଲାଗେନା। ସେଥିପାଇଁ ଏହି ଫ୍ଲେଭରଲେସ୍‌ କ୍ୟାଣ୍ଡି ତିଆରି କରିଛୁ। ତେବେ ନ୍ୟୁଜ୨୪ର ଟେଷ୍ଟର୍ସଙ୍କ ମତରେ ଏହି କ୍ୟାଣ୍ଡିର ସ୍ବାଦ ଏକ ସ୍ପୋର୍ଟସ୍‌ ଡ୍ରିଙ୍କ ପରି ଯେଉଁଥିରେ ପ୍ରଚୁର ମାତ୍ରାରେ ପାଣି ମିଶାଇ ଦିଆଯାଇଥିବାରୁ ତା’ର ମିଠାପଣ କମିଯାଇଛି ପରି ଅନୁଭବ ହୁଏ।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

ପାଖେଇଲାଣି କଳିଯୁଗର ଅନ୍ତ: ଆକାଶରେ ଦିଶିବ ୨ଟି ସୂର୍ଯ୍ୟ, ଦ୍ୱିପ୍ରହରରେ ଦେଖାଯିବ ତାରା! ଡରାଇଲା ସଙ୍କେତ…

କଳିଯୁଗରେ ଅଧର୍ମର ଶେଷ ଏବଂ କଲ୍କି ଅବତାରର ସମୟ କ’ଣ ପାଖେଇ ଆସିଲାଣି? ବାସ୍ତବରେ, ‘କାଳଜ୍ଞାନମ୍’ ନାମକ ଏକ ରହସ୍ୟମୟ ଗ୍ରନ୍ଥରେ କଳିଯୁଗର ଶେଷ ସହିତ ଜଡ଼ିତ…

ସମୁଦ୍ର ଗର୍ଭରୁ ମିଳିଲା ସୁନାର ଭଣ୍ଡାର ସାଙ୍ଗକୁ ପୁଳାପୁଳା ଟଙ୍କା; ହେଲେ ସୁନା ମୁଦି ଖୋଲିଦେଲା ବଡ଼ ରହସ୍ୟ

ସମୁଦ୍ରର ଗଭୀରତାରେ ପୋତି ହୋଇ ରହିଥିବା ଗୋଟିଏ ଜାହାଜ ପ୍ରାୟ ୧,୩୦୦ ବର୍ଷ ପରେ ଇତିହାସର ଏପରି ଏକ ପୃଷ୍ଠା ସାମ୍ନାକୁ ଆଣିଛି, ଯାହାକୁ ଦେଖି ବୈଜ୍ଞାନିକମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri