ବିଲୋପ ପଥେ ହାତୀ: ୧୦ ବର୍ଷରେ ୭୮୪ ମୃତ

ଭୁବନେଶ୍ୱର,୬ା୭(ବ୍ୟୁରୋ): ରାଜ୍ୟର ବିଭିନ୍ନ ଜଙ୍ଗଲରେ ଥିବା ହାତୀଙ୍କ ଜୀବନ ଦିନକୁ ଦିନ ବିପନ୍ନ ହେବାରେ ଲାଗିଛି। ହାତୀ- ମଣିଷ ଲଢ଼େଇରେ ଏହି ବୃହତ୍‌ ପ୍ରାଣୀ ବଂଶ ବଳି ପଡ଼ିଯାଉଛନ୍ତି। ଯଦି ଏଭଳି ପରିସ୍ଥିତି ଲାଗି ରହିବ ତେବେ ଆଉ କିଛି ବର୍ଷ ମଧ୍ୟରେ ହାତୀବଂଶ ଲୋପ ପାଇଯିବ।
କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତର ଦେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ ଅମାତ୍‌ ମଙ୍ଗଳବାର ବିଧାନ ସଭାରେ ଦେଇଥିବା ସୂଚନା ଅନୁସାରେ ଗତ ୧୦ ବର୍ଷରେ ୭୮୪ ହାତୀଙ୍କର ଜୀବନ ଯାଇଛି। ବିଶେଷକରି ଗତ ୩ ବର୍ଷରେ ରାଜ୍ୟରେ ଥିବା ୩୫ଟି ବନଖଣ୍ଡରେ ୨୪୫ ହାତୀଙ୍କ ମୃତ୍ୟୁ ଘଟିଛି। ୨୦୧୯-୨୦ରେ ୮୨ଟି ହାତୀଙ୍କର ଜୀବନ ଯାଇଥିବାବେଳେ ୨୦୨୦-୨୧ରେ ୭୭ ଏବଂ ୨୦୨୧-୨୨ରେ ୮୬ ହାତୀଙ୍କ ମୃତ୍ୟୁ ହୋଇଛି। ଢେଙ୍କାନାଳ ବନଖଣ୍ଡରେ ସର୍ବାଧିକ ୩୫ଟି ହାତୀଙ୍କ ଜୀବନ ଯାଇଥିବା ବେଳେ ଅନୁଗୋଳ ୧୨, ଆଠଗଡ଼ ୧୧, ବାଲେଶ୍ୱର ୧୦, କଳାହାଣ୍ଡି ୧୧, କେନ୍ଦୁଝର ୨୧, ଖୋର୍ଦ୍ଧା ୧୧ , ସାତକୋଶିଆ ୧୨ ଏବଂ ଶିମିଳିପାଳ ଦକ୍ଷିଣ ବନଖଣ୍ଡରେ ସର୍ବାଧିକ ୧୧ଟି ହାତୀଙ୍କ ମୃତ୍ୟୁ ହୋଇଛି। ଏହାଛଡ଼ା ରାଜ୍ୟର ଅନ୍ୟାନ୍ୟ ବନଖଣ୍ଡରେ ମଧ୍ୟ ହାତୀ ମୃତ୍ୟୁ ହେଉଛି। ମନ୍ତ୍ରୀ କହିଛନ୍ତି ଯେ ୨୦୧୭ ମସିହା ଗଣନା ଅନୁସାରେ ରାଜ୍ୟର ୫୦ ବନଖଣ୍ଡରେ ମୋଟ ୧୯୭୬ ହାତୀ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଉଳିଆଗଞ୍ଜ ପୂଜା କମିଟି : ଦଶମୀରେ ହୁଏ ଦହି ପଖାଳ

କଟକ ଅଫିସ,୧୬ା୯ : ଷୋଡ଼ଶ ଉପଚାରରେ ହୁଏ ଜନଗହଳି। କେବଳ ଗୋଟିଏ ଦିନ ନୁହେଁ, ସମ୍ପୂର୍ଣ୍ଣ ଷୋଡ଼ଶ ଉପଚାରରେ ଏଠାରେ ଜନଗହଳି ହୁଏ। ଚଳିତଥର ଷୋଡ଼ଶ...

ଭୁବନେଶ୍ୱର କୋର୍ଟକୁ ସମ୍ପୂର୍ଣ୍ଣ ସାନିଟାଇଜ୍‌ କରିବାକୁ ଦାବି: ଆଇନଜୀବୀ ଆତଙ୍କିତ

ଭୁବନେଶ୍ୱର,୩।୪(ବ୍ୟୁରୋ): ପଞ୍ଚମ କରୋନା ସଂକ୍ରମିତ ସୂର୍ଯ୍ୟନଗରରେ ରହୁଥିବା ପ୍ରଦୀପ୍ତ ଦଳବେହେରାଙ୍କ ନାମକୁ ସାର୍ବଜନୀନ କରାଯିବା ପରେ ଏବେ ଭୁବନେଶ୍ୱର ବାର୍‌ର ଆଇନଜୀବୀମାନେ ଆତଙ୍କିତ ଅବସ୍ଥାରେ ଅଛନ୍ତି।...

ପିଲାଙ୍କ ପାଇଁ ପ୍ରସ୍ତୁତି କର

ଭୁବନେଶ୍ୱର,୧୩ା୮(ବ୍ୟୁରୋ): ରାଜ୍ୟରେ କୋଭିଡ୍‌-୧୯ ଦ୍ୱିତୀୟ ଲହର ଶେଷ ହୋଇନାହିଁ। ପୁଣି ତୃତୀୟ ଲହର ଆସିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଲେଣି। ଏହାକୁ ଦୃଷ୍ଟିରେ ରଖି...

ରୋଗ ପ୍ରତିରୋଧକ ଶକ୍ତି କମ୍‌ ଥିଲେ ବ୍ଲାକ୍‌ ଫଙ୍ଗସ୍‌ ସଂକ୍ରମଣ କରିଥାଏ

ଭୁବନେଶ୍ୱର, ୨୦।୫(ବ୍ୟୁରୋ): କରୋନାରୁ ସୁସ୍ଥ ହେବାପରେ ଅନେକ ଆକ୍ରାନ୍ତ ବ୍ଲାକ ଫଙ୍ଗସ୍‌ ଦ୍ୱାରା ସଂକ୍ରମିତ ହେଉଛନ୍ତି। ରୋଗ ପ୍ରତିରୋଧକ ଶକ୍ତି କମିଲେ ବ୍ଲାକ୍‌ ଫଙ୍ଗସ୍‌ ଭାଇରସ୍‌...

ରାଜ୍ୟରେ କମିବ ଶୀତ : ଘନ କୁହୁଡ଼ି ପାଇଁ ୟେଲୋ ଆଲର୍ଟ

ଭୁବନେଶ୍ୱର,୫।୧(ବ୍ୟୁରୋ): ବର୍ଷା ପରେ ଶୀତ ବୃଦ୍ଧି ପାଇଥିବା ବେଳେ ଏବେ ପୁଣି ତାପମାତ୍ରା ବଢିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ୭...

୧୮ରେ ଆଉ ଏକ ଲଘୁଚାପ ସମ୍ଭାବନା, ୨ ଦିନ ଲାଗି ରହିବ ପ୍ରବଳ ବର୍ଷା

ଭୁବନେଶ୍ୱର,୧୨ା୮(ବ୍ୟୁରୋ): ରାଜ୍ୟରେ ଗୋଟିଏ ଗୋଟିଏ ଲଘୁଚାପ ଜାରି ରହିଛି। ଉତ୍ତର ବଙ୍ଗୋପସାଗର ଏବଂ ଓଡ଼ିଶା ଉପକୂଳରେ ଶୁକ୍ରବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪...

ବାମନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ ଅଫିସ, ୧୧ା୯: ଶ୍ରୀମନ୍ଦିର ରତ୍ନସିଂହାସନରେ ବୁଧବାର ମହାପ୍ରଭୁ ଶ୍ରୀଜଗନ୍ନାଥ ବାମନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ଏହି ଅପୂର୍ବ ବେଶ ଦର୍ଶନ ଲାଗି ଶ୍ରୀମନ୍ଦିରରେ...

ଉପରାଷ୍ଟ୍ରପତିଙ୍କୁ ଭେଟିଲେ ସସ୍ମିତ ପାତ୍ର

ଭୁବନେଶ୍ୱର,୩୦ା୮(ବ୍ୟୁରୋ): ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ଜଗଦୀପ୍‌ ଧନକରଙ୍କୁ ଭେଟିଛନ୍ତି ବିଜେଡି ରାଜ୍ୟ ସଭା ସଦସ୍ୟ ସସ୍ମିତ ପାତ୍ର। ରାଜ୍ୟ ସଭାରେ ବିଜେଡିର ଆଭିମୁଖ୍ୟ...

Advertisement
Archives

Model This Week