ରାଜ୍ୟରେ ବଢୁଛି ବେରୋଜଗାରୀ

ଭୁବନେଶ୍ୱର, ୧୩।୧୨(ବ୍ୟୁରୋ): ଓଡ଼ିଶାର ଯୁବପିଢ଼ି ମଧ୍ୟରେ ବେରୋଜଗାରୀ ସମସ୍ୟା ଗୁରୁତର ଭାବେ ବୃଦ୍ଧି ପାଇଥିବା ଦେଖାଯାଇଛି। ନିକଟରେ ପ୍ରକାଶିତ ସେଣ୍ଟର ଫର୍‌ ମନିଟରିଂ ଇଣ୍ଡିଆନ ଇକୋନୋମି (ସିଏମ୍‌ଆଇଇ)ର ତ୍ରୈମାସିକ ରିପୋର୍ଟ (ମେ’-ଅଗଷ୍ଟ ୨୦୨୧)ରୁ ଏହା ଜଣାପଡ଼ିଛି। ଉକ୍ତ ରିପୋର୍ଟରେ ମଧ୍ୟ ପୂର୍ବ ୫ ମାସର ତୁଳନାତ୍ମକ ଚିତ୍ର ଦିଆଯାଇଛି। ଏହି ଅନୁସାରେ, ଚଳିତବର୍ଷ ଜାନୁୟାରୀ-ଅଗଷ୍ଟ ମଧ୍ୟରେ ରାଜ୍ୟରେ ବେରୋଜଗାରୀଙ୍କ ସଂଖ୍ୟା ୧.୭୫ ଲକ୍ଷ ବଢ଼ିଛି। ଏହି ସମୟ ମଧ୍ୟରେ ୨.୦୮ ଲକ୍ଷ ଚାକିରି ହରାଇଛନ୍ତି। ଯଦି ୨୦୨୦ ଡିସେମ୍ବରରୁ ହିସାବ କରାଯାଏ, ତେବେ ଏହି ୮ ମାସରେ ରାଜ୍ୟରେ ବେରୋଜଗାରୀଙ୍କ ସଂଖ୍ୟା ୨.୭୪ ଲକ୍ଷ ବୃଦ୍ଧି ପାଇଛି। ସେହିପରି ପ୍ରଥମ ତ୍ରୈମାସିକ (୨୦୨୧ ଜାନୁୟାରୀ-ଏପ୍ରିଲ୍‌)ରେ ୧୫-୨୯ ବର୍ଷ ବୟସର ପ୍ରାୟ ୨୯.୩୫ ଲକ୍ଷ ଚାକିରି କରୁଥିବା ଦେଖାଯାଇଥିଲା। କିନ୍ତୁ ଦ୍ୱିତୀୟ ତ୍ରୈମାସିକ (ମେ’- ଅଗଷ୍ଟ)ରେ ଏହି ସଂଖ୍ୟା ୨୭.୪୫ ଲକ୍ଷକୁ ହ୍ରାସ ପାଇଥିଲା।
ଦେଶର ଶୀର୍ଷ ଘରୋଇ ଅର୍ଥନୀତି ବିଚାରମଞ୍ଚର ଏହି ତ୍ରୈମାସିକ ରିପୋର୍ଟ ଅନୁସାରେ, ଓଡ଼ିଶାର ଯୁବପିଢ଼ିଙ୍କ ଆଗରେ ସମ୍ପ୍ରତି ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି ବେରୋଜଗାରୀ। ରାଜ୍ୟରେ ୧୫ରୁ ୨୯ ବର୍ଷୀୟ ନିଯୁକ୍ତି ଆଶାୟୀଙ୍କ ସଂଖ୍ୟା ଅତ୍ୟଧିକ ରହିଥିବା ଏଥିରେ ଦର୍ଶାଯାଇଛି। ପ୍ରଥମ ତ୍ରୈମାସିକ ରିପୋର୍ଟ ଅନୁସାରେ ୧୫ରୁ ୧୯ ବର୍ଷ ବୟସ୍କ ବର୍ଗରେ ବେରୋଜଗାରୀ ହାର ସର୍ବାଧିକ ୩୫.୪୬ ପ୍ରତିଶତ ଥିଲା। ସେହିପରି ୨୦-୨୪ ବର୍ଷ ବୟସ୍କଙ୍କ ବେରୋଜଗାରୀ ହାର ୧୪.୯୧ ପ୍ରତିଶତ ଥିବାବେଳେ ୨୫-୨୯ ବର୍ଷ ବୟସ ବର୍ଗର ଏହି ହାର ୩.୫ ପ୍ରତିଶତ ରହିଥିଲା। ତେବେ ଦ୍ୱିତୀୟ ତ୍ରୈମାସିକ ରିପୋର୍ଟ ଅନୁଯାୟୀ, ୧୫ରୁ ୧୯ ବର୍ଷ ବୟସ୍କ ବର୍ଗରେ ବେରୋଜଗାରୀ ହାର ୧୬.୮୧ ପ୍ରତିଶତ ଥିବାବେଳେ ୨୦-୨୪ ବର୍ଷ ବର୍ଗରେ ୧୨.୨୬ ପ୍ରତିଶତ ଏବଂ ୨୫-୨୯ ବର୍ଷ ବୟସ ବର୍ଗରେ ବେରୋଜଗାରୀ ହାର ୫.୧୭ ପ୍ରତିଶତରେ ପହଞ୍ଚତ୍ଛି। ଏସବୁ ତଥ୍ୟରୁ ରାଜ୍ୟରେ ବେରୋଜଗାରୀ ସଂଖ୍ୟା ବଢ଼ୁଥିବା ସ୍ପଷ୍ଟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପତିତପାବନଙ୍କ ଦର୍ଶନ ମିଳିବନି

ପୁରୀ ଅଫିସ,୨୭।୧୧: ନାଗାର୍ଜୁନ ବେଶ ଅବସରରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଜନସାଧାରଣଙ୍କ ଭିଡ଼ ଆଶଙ୍କା କରି ଏବଂ କୋଭିଡ୍‌ କଟକଣାକୁ ଦୃଷ୍ଟିରେ ରଖି ପୁରୀ ଜିଲା ପ୍ରଶାସନ...

ରାଜ୍ୟରେ ସୁସ୍ଥ ହେଲେ ୨୭୧ କରେନା ସଂକ୍ରମିତ

ଭୁବନେଶ୍ୱର,୫ା୧- ରାଜ୍ୟରେ ମଙ୍ଗଳବାର ୨୭୧ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି। ଏଥି ଯୋଗୁ ରାଜ୍ୟରେ କରୋନରୁ ଆରୋଗ୍ୟ ଲାଭ କରିଥିବା ସଂକ୍ରମିତଙ୍କ ସଂଖ୍ୟା ମୋଟ ୩,୨୬,...

ଅର୍ଥାଭାବରୁ ହୋଇପାରୁନିି ଚିକିତ୍ସା, ଜୀବନ ଯନ୍ତ୍ରଣାରେ ସୁରେଖା

ଗଣ୍ଡତୁରୁମ, ୩୧।୧୨(ଡି.ଏନ.ଏ.) ବରଗଡ଼ ଜିଲା ଭେଡ଼େନ ବ୍ଲକ ମହୁଲପାଲି ପଞ୍ଚାୟତ ଅନ୍ତର୍ଗତ ବ୍ରାହ୍ମଣତୁରୁମ ଗ୍ରାମର ସୁରେଖା ମେହେର (୪୫) । ସେ ଆଜକୁ ଦୁଇବର୍ଷ ହେବ...

ବ୍ରହ୍ମପୁରରେ ୨ ନୂଆ କୋଭିଡ୍‌ ହସ୍ପିଟାଲ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୮(ବ୍ୟୁରୋ)-ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବ୍ରହ୍ମପୁରରେ ଦୁଇଟି ନୂଆ କୋଭିଡ୍‌ ହସ୍ପିଟାଲକୁ ଶନିବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉଦ୍‌ଘାଟନ କରିଛନ୍ତି। ଏହି ଦୁଇଟି ସ୍ବତନ୍ତ୍ର କୋଭିଡ୍‌ ହସ୍ପିଟାଲରେ...

ଚିକିଛା ଅଭାବୁ ଅଁଧ୍‌ ପାଲଟିଯାଇଛନ୍‌ ପ୍ରାଣବନ୍ଧୁ

ବିନିକା,୨୩।୨ (ଡି.ଏନ୍‌.ଏ.)- ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ କଇଁତରା ଗଁାର ପ୍ରାଣବନ୍ଧୁ ଭୁଏ(୬୫)। ଆଏଜ୍‌କେ ୫ ବଛର ହେଲା ସେ କେହେନ୍‌ସି କାରନ୍‌ରୁ ନିଜର ଦୃଷ୍ଟିଶକ୍ତି...

ବସ୍‌ରୁ ଯାତ୍ରୀଙ୍କ ମୃତଦେହ ଉଦ୍ଧାର

ବଲାଙ୍ଗୀର ଅଫିସ, ୩୧।୫- ବାଲେଶ୍ବରରୁ ବଲାଙ୍ଗୀର ଆସୁଥିବା ଏକ ଯାତ୍ରୀବାହୀ ବସ୍‌ରୁ ଶୁକ୍ରବାର ସକାଳେ ଜଣେ ଯାତ୍ରୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତ ବ୍ୟକ୍ତି...

ଯୁବକଙ୍କ ତଣ୍ଟି କାଟିବା ପରେ ପଥରରେ ଛେଚି ହତ୍ୟା

ବଣାଇଁ,୧୯।୧୨(ସ୍ବ.ପ୍ର.): ସୁନ୍ଦରଗଡ଼ ଜିଲା ବଣାଇଁ ଥାନା ଅନ୍ତର୍ଗତ କେନ୍ଦ୍ରୀକଳା ନିକଟରେ ଗୁରୁବାର ସକାଳେ ଜଣେ ଯୁବକଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ମିଳିବା ପରେ ପୋଲିସ ପକ୍ଷରୁ...

ଆଜି ରାଜ୍ୟରୁ ୫୧୦ କରୋନା ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୭୯ ପିଲା

ଭୁବନେଶ୍ୱର,୨୦ା୯(ବ୍ୟୁରୋ): ସୋମବାର ରାଜ୍ୟରୁ ୫୧୦ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୨୦,୫୭୪ରେ ପହଞ୍ଚିଥିବା ରାଜ୍ୟ ସୂଚନା...

Advertisement
Archives

Model This Week