Posted inଜାତୀୟ

୩ ମାସ ବେତନର ୫୦% ବେରୋଜଗାରୀ ଭତ୍ତା ମିଳିବ

ନୂଆଦିଲ୍ଲୀ, ୨୨।୮: କୋଭିଡ୍‌ ମହାମାରୀ ଯୋଗୁ ଚଳିତ ବର୍ଷ ମାର୍ଚ୍ଚ ୨୪ରୁ ଡିସେମ୍ବର ୩୧ ମଧ୍ୟରେ ଯେଉଁମାନେ ଚାକିରି ହରାଇବେ ସେମାନଙ୍କୁ ବେରୋଜଗାରୀ ଭତ୍ତା ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍‌ଆଇସି) ସଦସ୍ୟ ଥିବା ବିଭିନ୍ନ ଶିଳ୍ପ ସଂସ୍ଥାର କର୍ମଚାରୀ, ଯେଉଁମାନେ ଉପରୋକ୍ତ ସମୟ ମଧ୍ୟରେ ଚାକିରି ହରାଇଥିବେ ସେମାନଙ୍କୁ ବେତନର ୫୦% ତିନିମାସ ପାଇଁ ବେରୋଜଗାରୀ ଭତ୍ତା ଭାବେ ପ୍ରଦାନ କରାଯିବ। ଏଥିପାଇଁ କେନ୍ଦ୍ର ସରକାର ଗୁରୁବାର କେତେକ ନିୟମରେ କୋହଳ କରିଛନ୍ତି। ବିଭିନ୍ନ ଶିଳ୍ପ ସଂସ୍ଥାର ପାଖାପାଖି ୩୦ରୁ ୩୫ ଲକ୍ଷ କର୍ମଚାରୀ ଏଥିରେ ଉପକୃତ ହୋଇପାରିବେ। ଇଏସ୍‌ଆଇସି ବୋର୍ଡ ଯୋଗ୍ୟତା ମାନଦଣ୍ଡରେ କୋହଳକୁ ଅନୁମୋଦନ କରିଥିବାବେଳେ ଅଟଳ ବୀମିତ ବ୍ୟକ୍ତି କଲ୍ୟାଣ ଯୋଜନାରେ ବେରୋଜଗାରୀ ସହାୟତା ବଢ଼ାଇବା ଲାଗି ମଞ୍ଜୁରୀ ଦେଇଛନ୍ତି।
ମହାମାରୀ ଏବଂ ଲକ୍‌ଡାଉନ ଯୋଗୁ ଚାକିରି ହରାଇଥିବା କଳକାରଖାନାର କର୍ମଚାରୀମାନଙ୍କ ପାଇଁ ଏହି ବେରୋଜଗାରୀ ଭତ୍ତା ବେଶ୍‌ ସହାୟକ ହୋଇପାରିବ। ଏଥିପାଇଁ ବିଭିନ୍ନ ମହଲରୁ ଦାବି ହେଉଥିଲା। ସେଥିପାଇଁ ନିୟମ କୋହଳ କରିବା ପାଇଁ ଅର୍ଥ ମନ୍ତ୍ରଣାଳୟ ଏବଂ ନୀତି ଆୟୋଗ ଦୁଇମାସ ପୂର୍ବରୁ ଦାବି କରିଥିଲେ। ଯେଉଁମାନେ ଇଏସ୍‌ଆଇ ଯୋଜନାରେ ଅନୂ୍ୟନ ଦୁଇମାସ (୨୦୧୮ ଏପ୍ରିଲ ୧ରୁ ୨୦୨୦ ମାର୍ଚ୍ଚ ୩୧) ସାମିଲ ହୋଇଥିବେ, ୨୦୧୯ ଅକ୍ଟୋବର ୧ରୁ ୨୦୨୦ ମାର୍ଚ୍ଚ ୩୧ ମଧ୍ୟରେ ଅନୂ୍ୟନ ୭୮ ଦିନ ଅଂଶଦାନ କରିଥିବେ ଏବଂ ଅନ୍ୟ ୩ଟି ୬ ମାସିଆ ଅଂଶଦାନ ଅବଧିରୁ ଗୋଟିଏରେ ଅଂଶଦାନ କରିଥିବେ, ସେମାନେ ବେରୋଜଗାରୀ ଭତ୍ତା ପାଇଁ ଆବେଦନ କରିପାରିବେ। ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ରୋଜଗାର କରୁଥିବା କର୍ମଚାରୀଙ୍କୁ ଇଏସ୍‌ଆଇସି ଯୋଜନାରେ ସାମିଲ କରାଯାଇଥାଏ ଏବଂ ସେମାନେ ବେରୋଜଗାରୀ ଭତ୍ତା ପାଇବା ପାଇଁ ହକ୍‌ଦାର ହୋଇଥାନ୍ତି। ଏଥିରେ ଦୈନିକ ହାରାହାରି ଆୟର ୨୫ ପ୍ରତିଶତ ସର୍ବାଧିକ ୯୦ ଦିନ ପାଇଁ ବେରୋଜଗାରୀ ଭତ୍ତା ଯୋଗାଇ ଦିଆଯିବାର ବ୍ୟବସ୍ଥା ଥିଲା। ତାହା ପୁଣି ଜୀବନକାଳ ମଧ୍ୟରେ ଥରେ ଏବଂ କେତେକ ସର୍ତ୍ତରେ ପ୍ରଦାନ କରାଯିବାର ନିୟମ ରହିଥିଲା। ତାହାକୁ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ପୂର୍ବରୁ ନିଯୁକ୍ତିଦାତାଙ୍କ ମାଧ୍ୟମରେ ଆବେଦନ ସର୍ତ୍ତ ରହିଥିବାବେଳେ ଉକ୍ତ ସର୍ତ୍ତକୁ ହଟାଇଦିଆଯାଇଛି। କର୍ମଚାରୀ ସିଧାସଳଖ ଇଏସ୍‌ଆଇସି କାର୍ଯ୍ୟାଳୟରେ ଭତ୍ତା ପାଇଁ ଆବେଦନ କରିପାରିବେ। ପୂର୍ବରୁ ନିଯୁକ୍ତି ହରାଇବାର ୯୦ ଦିନ ପରେ ଭତ୍ତା ମିଳୁଥିଲା। ତାହାକୁ ୩୦ ଦିନକୁ କମାଇ ଦିଆଯାଇଛି। ଇଏସ୍‌ଆଇସି ଏହି ଯୋଜନାକୁ ୨୦୨୧ ଜୁନ୍‌ ୩୦ ପର୍ଯ୍ୟନ୍ତ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?