ଆନ୍ଦୋଳନକୁ ଓହ୍ଲାଇଲେ ଅଣନିଯୁକ୍ତ ଡାକ୍ତର

ଭୁବନେଶ୍ୱର,୯।୧୨: ସରକାର କହୁଛନ୍ତି ରାଜ୍ୟରେ ଡାକ୍ତର ନାହାନ୍ତି। କିନ୍ତୁ ଏପଟେ ୧୬୦୦ ଡାକ୍ତର ବେକାର ହୋଇ ବସିଛନ୍ତି। ଏଭଳି ଅଭିଯୋଗ ଆଣି ବେକାର ବସିଥିବା ଡାକ୍ତରମାନେ ବୁଧବାର ଆନ୍ଦୋଳନକୁ ଓହ୍ଲାଇଥିଲେ। ବିଧାନସଭା ସମ୍ମୁଖ ଲୋୟର ପିଏମ୍‌ଜିରେ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ ମାଧ୍ୟମରେ ଦାବି ରଖିଥିଲେ। ଓପିଏସ୍‌ସି ଦ୍ୱାରା ୨୦୨୧-୨୨ ପାଇଁ ଆସିଥିବା ନିଯୁକ୍ତିପତ୍ରକୁ ବାତିଲ କରିବା ସହ ଯଥାଶୀଘ୍ର ନୂତନ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବା ଓ ପରୀକ୍ଷା ପରେ ଓ୍ବେଟିଂ ଲିଷ୍ଟ ଜାରି କରିବାକୁ ସେମାନେ ଦାବି କରିଛନ୍ତି। ବର୍ତ୍ତମାନ ନିଯୁକ୍ତିପତ୍ରରେ ୧୮୭୧ଟି ପଦବୀରେ ସାଧାରଣ ବର୍ଗ ଡାକ୍ତରଙ୍କ ପାଇଁ ୧୯୬ଟି ପଦବୀ ଅଛି। କିନ୍ତୁ ସାଧାରଣ ବର୍ଗରେ ୧୬୦୦ଡାକ୍ତର ଘରେ ବସିଛନ୍ତି। ଏତେ ସଂଖ୍ୟକ ସଂରକ୍ଷିତ ବର୍ଗର ପଦବୀ ବର୍ଷବର୍ଷ ଧରି ଖାଲି ପଡ଼ୁଥିବା ସତ୍ତ୍ୱେ ୧୬୭୫ ସଂରକ୍ଷିତ ପଦବୀ ପାଇଁ ୧୦୦ଟି ସଂରକ୍ଷିତ ବର୍ଗର ଡାକ୍ତର ନାହାନ୍ତି। ସରକାର ଡାକ୍ତର ନ ଥିବାର ଏକ କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି ବୋଲି ଏସିବି ଛାତ୍ର ସଂସଦର ପୂର୍ବ ସଭାପତି ଡା. ଦୀପକ ସାମଲ କହିଛନ୍ତି। ଏପରିକି ଭାଜପା ବିଧାୟକ ଡାକ୍ତର ବୁଦ୍ଦାନ ମୁର୍ମୁ ଓ ନବ ଚରଣ ମାଝି ଏହି ସମସ୍ୟାର ସମାଧାନ ସହ ବିଧାନସଭାରେ ଏ ବିଷୟରେ ଉଠାଇବାକୁ ପ୍ରତିଶ୍ରୁତି ଦେଇଥିବା ସେ ଜଣାଇଛନ୍ତି। ଏହି ଅବସରରେ ଡାକ୍ତର ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ଶାସନ ସଚିବଙ୍କୁ ଭେଟି ଦାବି ଓ ସମସ୍ୟା ବିଷୟରେ ଆଲୋଚନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

ଆତଙ୍କ ଖେଳାଇଛି ଗୋଠଛଡ଼ା ଦନ୍ତା, ୩ ଦିନରେ ଭାଙ୍ଗିଲାଣି ୯ ଘର

ପାଟଣା,୨୩।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୩ ଦିନ ହେବ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ଖେଳାଇଛି। ୯ରୁ ଉଦ୍ଧର୍‌ବ ଘର ଭାଙ୍ଗି...

୨୦୨୪ରେ ନିର୍ବାଚନ ଲଢ଼ିବିନି: ବର୍ଷାଙ୍କୁ ଟିକେଟ୍‌ ମିଳିବା ପରେ ଏମିତି କହିଲେ ଅମର

ଭୁବନେଶ୍ୱର,୨୩।୪: ୨୦୨୪ ନିର୍ବାଚନ ଲଢ଼ିବେନି କହିଲେ ଅମର ଶତପଥୀ। ବର୍ଷା ପ୍ରିୟଦର୍ଶିନୀଙ୍କୁ ବଡ଼ଚଣା ଟିକେଟ୍‌ ମିଳିବା ପରେ ଅମର ଏଭଳି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri