କମିଲାନି ଅପାଠୁଆ ଡାକ୍ତରଙ୍କ ରୋଗୀସେବା

ନୟାଗଡ଼,୨୮।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ଅପାଠୁଆ ନକଲି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ଅନୁକମ୍ପା ଯୋଗୁ ଦୌରାମତ୍‌ୟ କମିବା ପରିବର୍ତ୍ତେ ବଢ଼ି ଚାଲିଛି । ରଣପୁର ବ୍ଲକ ଝାରପଡ଼ା ପଞ୍ଚାୟତ ଖଣ୍ଡିସିରେ ଦୁଇ ଅପାଠୁଆ ଡାକ୍ତର ବେଆଇନ କ୍ଲିନିକ ଚଳାଇ ଆସୁଥିଲେ ମଧ୍ୟ ଧରପଗଡ଼ ନାହିଁ । ଏଠାରେ ଭ୍ରୂଣହତ୍ୟା ଅବାଧରେ ଚାଲୁଥିବା ଅଭିଯୋଗ ରହିଛି । ପୁଣି ଦାନ୍ତ ଉପୁଡ଼ା ଓ ଅପରେଶନ, ଝାଡା, ବାନ୍ତି,ଜ୍ୱର ରୋଗର ଚିକିତ୍ସା ବି ଚାଲିଛି । ୨୦ ବର୍ଷରୁ ଊର୍ଦ୍ଧ୍ୱ ହେଲା ଏଠାରେ ବେଆଇନ ସ୍ବାସ୍ଥ୍ୟସେବା ଅବାଧରେ ଚାଲୁଛି ।
ନୟାଗଡ଼ରେ ୨୦୨୧ ସେପ୍ଟେମ୍ବର ୪ରେ ଅପାଠୁଆ ନକଲି ଡାକ୍ତର ବିଶ୍ୱନାଥ ଘଡ଼େଇ ଗିରଫ ହୋଇ ଜେଲ୍‌ ଯାଇଥିଲେ। ନକଲି ଡାକ୍ତର ଗିରଫ ପରେ ୩ ବର୍ଷ ହେଲା ଧରପଗଡ଼ ଓ କାର୍ଯ୍ୟାନୁଷ୍ଠାନ ଶୀତଳଭଣ୍ଡାରରେ ରହିଛି । ରଣପୁର ଖଣ୍ଡିସି ପରି ଜିଲାର ବିଭିନ୍ନ ସ୍ଥାନରେ ଅପାଠୁଆ ନକଲି ଡାକ୍ତରଙ୍କୁ ଅନୁକମ୍ପା ଦେଖାଯାଉଥିବାର କାରଣ ବୁଝାପଡୁନି । ଖଣ୍ଡିସିରେ ଡାକ୍ତର ରୋଗୀ ଦେଖୁ୍‌ଥିବାରୁ ସଙ୍କଟରେ ରୋଗୀଙ୍କ ଜୀବନ। ଖଣ୍ଡିସିର ଦୁଇ ମେଡିସିନ ଦୋକାନରେ ସବୁ ବେଳେ ରୋଗୀଙ୍କ ଭିଡ଼ ଲାଗି ରହୁଛି । ତେବେ ଏହି ଅପାଠୁଆ ଡାକ୍ତରଙ୍କ ବେଆଇନ କ୍ଲିନିକ୍‌ ଓ ବେଆଇନ ରୋଗୀସେବା ଉପରେ ଜିଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲଗାମ ଲାଗୁନାହିଁ । ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସୂଚନା ଅନୁସାରେ ଜଣେ ବ୍ୟକ୍ତିଙ୍କ ଆଶୀର୍ବାଦ ଯୋଗୁ ଅପାଠୁଆ ନକଲି ଡାକ୍ତର ତିଷ୍ଟି ରହିଛନ୍ତି । ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଭଲ ସ୍ବାସ୍ଥ୍ୟସେବା ମିଳୁନାହିଁ । ହାତ ପାହାନ୍ତାରେ ଭଲ ସେବା ମିଳୁଥିବାରୁ ବିରୋଧ ହେଉନାହିଁ। ଅନ୍ୟପକ୍ଷେ ଲୋକେ କେମିତି ଜାଣିବେ କିଏ ଅସଲି ଆଉ କିଏ ନକଲି । ଯଦି ନକଲି ଗିରଫ କରାଯାଉନି କାହିଁକି ବୋଲି ଲୋକଙ୍କ ମନରେ ଉଠୁଛି ପ୍ରଶ୍ନ। ଏଭଳିସ୍ଥଳେ ପ୍ରଶାସନର ନୀରବତା ନକଲି ଅପାଠୁଆ ଡାକ୍ତରଙ୍କୁ ବେଶ ସୁହାଇଛି ବୋଲି ସେ କହିଛନ୍ତି।

ଧରପଗଡ଼ ଶୀତଳଭଣ୍ଡାରରେ
ମେଡିକାଲ ଟର୍ମିନେଶନ ଅଫ୍‌ ପ୍ରେଗନେସି ଆକ୍ଟରେ ଅନୁମତି ନ ପାଇ ମଧ୍ୟ ନୟାଗଡ଼ ଜିଲାର ବିଭିନ୍ନ ଘରୋଇ ହସ୍ପିଟାଲରେ ଭ୍ରୂଣ ହତ୍ୟା ଚାଲିଛି । ଏହିଭଳି ଅଭିଯୋଗ ବହୁ ଦିନ ହେଲା ହୋଇଆସୁଛି । ୨୦୨୧ ଅଗଷ୍ଟ ୩୦ରେ ଜିଲା ମୁଖ୍ୟ ଚିକିତ୍ସାଳୟର ପଛପାଖ ଆନନ୍ଦ ଭବନରେ ଚାଲିଥିବା ଆଦିତ୍ୟ ହସ୍ପିଟାଲ ଆଣ୍ଡ କ୍ଲିନିକ୍‌ରେ ଭ୍ରୂଣ ହତ୍ୟା ଧରା ପଡିଥିଲା। ଏହି ଘଟଣାରେ ଘରୋଇ ହସ୍ପିଟାଲର ମାଲିକ, ୨ ନର୍ସ, ମଧ୍ୟସ୍ଥ ସମେତ ୫ ଜଣ ଗିରଫ ହୋଇ ଜେଲରେ ଅଛନ୍ତି । ୨ୟ ଥର ଭ୍ରୁଣ ହତ୍ୟା ପ୍ରମାଣିତ ହେବା ପରେ ଚଢ଼ାଉ ତ୍ୱରାନ୍ବିତ ହେବ ବୋଲି ଆଶ କରାଯାଉଥିଲା। ତେବେ ହାତଗଣତି ଘରୋଇ କ୍ଲିନିକ୍‌ ଓ ଅଲଟ୍ରାସାଉଣ୍ଟ କେନ୍ଦ୍ର ଉପରେ ଚଢ଼ାଉ କରାଯାଇଥିଲା । ପରେ ଧରପଗଡ ଓ ଚଢ଼ାଉ ଶୀତଳଭଣ୍ଡାରରେ ପୁଣି ରହିଗଲା। ସ୍ବାସ୍ଥ୍ୟ ବିଭାଗର ଧରପଗଡ ନ ଥିବାରୁ ଜିଲାରେ ପିସି ଆଣ୍ଡ ପିଏନଡିଟି ଆକ୍ଟ ଠିକ୍‌ରେ କାମ କରୁ ନାହିଁ ବୋଲି ପୁଣି ଅଭିଯୋଗ ଉଠିଲାଣି। ଭ୍ରୂଣହତ୍ୟା ଚିହ୍ନଟ ପରେ କିଛି ଦିନ ଚଢ଼ାଉ ଭୟରେ ଭ୍ରୂଣ ହତ୍ୟା ବନ୍ଦ ଥିଲା। ହେଲେ ରୋଜଗାରର ମୋହ ପୁଣି କିଛି ଘରୋଇ କ୍ଲିନିକରେ ଭ୍ରୂଣ ହତ୍ୟା କରାଉଛି ବୋଲି କୁହଯାଉଛି । ପ୍ରକାଶଥାଉ କି, ୨୦୦୭ ଜୁଲାଇ ୧୪ ରେ ନୟାଗଡ଼ର ଡୁବୁରି ପାହାଡ଼ ପାଦ ଦେଶରେ ୬ ଅପରିପକ୍ୱ ଶିଶୁର ମୃତଦେହ ମିଳିଥିଲା । ଏହା ପରେ ନୟାଗଡ଼ ଭ୍ରୂଣହତ୍ୟା କ୍ଷେତ୍ରରେ ଚର୍ଚ୍ଚାକୁ ଆସିଥିଲା।

ପ୍ରୋପ୍ରାଇଟର ସାଜିଛନ୍ତି ଡାକ୍ତର
ଜିଲା ସଦର ମହକୁମାରେ ୧୫ ଘରୋଇ କ୍ଲିନିକ ଅଛି । ଯାହାକି ସରକାରୀ ପଞ୍ଜିକରଣ ହୋଇଛି । ହେଲେ ଅଧିକାଂଶ ଘରୋଇ କ୍ଲିନିକର ପ୍ରୋପାଇଟର ସାଜିଛନ୍ତି ଡାକ୍ତର। ବେକରେ ଟ୍ରୋଥୋ ପକାଇ ରୋଗୀ ଦେଖୁଛନ୍ତି । ପ୍ରେସ୍‌କ୍ରିପଶନ ଲେଖୁଛନ୍ତି । ବେଳେବେଳେ ଅପରେଶନ ବି କରୁଛନ୍ତି । ନୟାଗଡ଼ ସହରର ୫ ନାମୀଦାମୀ କ୍ଲିନିକ୍‌ ଏପରି କାରନାମା ବେଶି ହେଉଛି । ତେବେ ୫ କ୍ଲିନିକ୍‌ରୁ ଜଣେ ଫସିଥିଲେ । ଜେଲରୁ ଆସିବା ପରେ ପୁଣି ରୋଜଗାର ଚାଲିଛି । ରାଜନୈତିକ ନେତା, ସ୍ବାସ୍ଥ୍ୟ ବିଭାଗର ଅଧିତ୍କାରୀ ଓ ପ୍ରଶାସକଙ୍କୁ ଧରାଧରି କରି ନିଜର ବେଆଇନ ସାମ୍ରାଜ୍ୟକୁ ଚଳାଇ ଆସି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ବିଗତ ୬ବର୍ଷର ହିସାବକୁ ନେଲେ ଚଢ଼ାଉ ନ ଥିବାରୁ କ୍ଲିନିକ୍‌୍‌ଗୁଡ଼ିକରେ ଭ୍ରୂଣହତ୍ୟା ଚାଲିଥିବାର ଅଭିଯୋଗ ରହିଛି । ହେଲେ ଏହା ଉପରେ ଚଢ଼ାଉ ହେଉ ନାହିଁ ।ଏନେଇ ସିଡିଏମ୍‌ଓ ରମାକାନ୍ତ ପଣ୍ଡା କୁହନ୍ତି,ଚଢ଼ାଉ ହେଉଛି ଓ ଚଢ଼ାଉ ଜାରି ରହିବ ।


Enter your email to get our daily news in your inbox.

All Right Reserved By Dharitri.Com

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

ପିକନିକ ଯାଇ ଆଉ ଫେରିଲେନି, ସମୁଦ୍ରରେ ବୁଡ଼ି ୮ ଛାତ୍ର ମୃତ

ମୁମ୍ବାଇ,୧।୧୦: ମହାରାଷ୍ଟ୍ରର ରାୟଗଡ଼ ଜିଲାରେ ଗୁରୁବାର (ଅକ୍ଟୋବର ୧) ଏକ ବଡ଼ ଧରଣର ଦୁର୍ଘଟଣା ଘଟିଛି, ଯେଉଁଥିରେ ପିକନକରେ ଯାଇଥିବା ୮ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?