କମିଲାନି ଅପାଠୁଆ ଡାକ୍ତରଙ୍କ ରୋଗୀସେବା

ନୟାଗଡ଼,୨୮।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲାରେ ଅପାଠୁଆ ନକଲି ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବଦଳରେ ଅନୁକମ୍ପା ଯୋଗୁ ଦୌରାମତ୍‌ୟ କମିବା ପରିବର୍ତ୍ତେ ବଢ଼ି ଚାଲିଛି । ରଣପୁର ବ୍ଲକ ଝାରପଡ଼ା ପଞ୍ଚାୟତ ଖଣ୍ଡିସିରେ ଦୁଇ ଅପାଠୁଆ ଡାକ୍ତର ବେଆଇନ କ୍ଲିନିକ ଚଳାଇ ଆସୁଥିଲେ ମଧ୍ୟ ଧରପଗଡ଼ ନାହିଁ । ଏଠାରେ ଭ୍ରୂଣହତ୍ୟା ଅବାଧରେ ଚାଲୁଥିବା ଅଭିଯୋଗ ରହିଛି । ପୁଣି ଦାନ୍ତ ଉପୁଡ଼ା ଓ ଅପରେଶନ, ଝାଡା, ବାନ୍ତି,ଜ୍ୱର ରୋଗର ଚିକିତ୍ସା ବି ଚାଲିଛି । ୨୦ ବର୍ଷରୁ ଊର୍ଦ୍ଧ୍ୱ ହେଲା ଏଠାରେ ବେଆଇନ ସ୍ବାସ୍ଥ୍ୟସେବା ଅବାଧରେ ଚାଲୁଛି ।
ନୟାଗଡ଼ରେ ୨୦୨୧ ସେପ୍ଟେମ୍ବର ୪ରେ ଅପାଠୁଆ ନକଲି ଡାକ୍ତର ବିଶ୍ୱନାଥ ଘଡ଼େଇ ଗିରଫ ହୋଇ ଜେଲ୍‌ ଯାଇଥିଲେ। ନକଲି ଡାକ୍ତର ଗିରଫ ପରେ ୩ ବର୍ଷ ହେଲା ଧରପଗଡ଼ ଓ କାର୍ଯ୍ୟାନୁଷ୍ଠାନ ଶୀତଳଭଣ୍ଡାରରେ ରହିଛି । ରଣପୁର ଖଣ୍ଡିସି ପରି ଜିଲାର ବିଭିନ୍ନ ସ୍ଥାନରେ ଅପାଠୁଆ ନକଲି ଡାକ୍ତରଙ୍କୁ ଅନୁକମ୍ପା ଦେଖାଯାଉଥିବାର କାରଣ ବୁଝାପଡୁନି । ଖଣ୍ଡିସିରେ ଡାକ୍ତର ରୋଗୀ ଦେଖୁ୍‌ଥିବାରୁ ସଙ୍କଟରେ ରୋଗୀଙ୍କ ଜୀବନ। ଖଣ୍ଡିସିର ଦୁଇ ମେଡିସିନ ଦୋକାନରେ ସବୁ ବେଳେ ରୋଗୀଙ୍କ ଭିଡ଼ ଲାଗି ରହୁଛି । ତେବେ ଏହି ଅପାଠୁଆ ଡାକ୍ତରଙ୍କ ବେଆଇନ କ୍ଲିନିକ୍‌ ଓ ବେଆଇନ ରୋଗୀସେବା ଉପରେ ଜିଲା ପ୍ରଶାସନ, ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଲଗାମ ଲାଗୁନାହିଁ । ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ସୂଚନା ଅନୁସାରେ ଜଣେ ବ୍ୟକ୍ତିଙ୍କ ଆଶୀର୍ବାଦ ଯୋଗୁ ଅପାଠୁଆ ନକଲି ଡାକ୍ତର ତିଷ୍ଟି ରହିଛନ୍ତି । ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଭଲ ସ୍ବାସ୍ଥ୍ୟସେବା ମିଳୁନାହିଁ । ହାତ ପାହାନ୍ତାରେ ଭଲ ସେବା ମିଳୁଥିବାରୁ ବିରୋଧ ହେଉନାହିଁ। ଅନ୍ୟପକ୍ଷେ ଲୋକେ କେମିତି ଜାଣିବେ କିଏ ଅସଲି ଆଉ କିଏ ନକଲି । ଯଦି ନକଲି ଗିରଫ କରାଯାଉନି କାହିଁକି ବୋଲି ଲୋକଙ୍କ ମନରେ ଉଠୁଛି ପ୍ରଶ୍ନ। ଏଭଳିସ୍ଥଳେ ପ୍ରଶାସନର ନୀରବତା ନକଲି ଅପାଠୁଆ ଡାକ୍ତରଙ୍କୁ ବେଶ ସୁହାଇଛି ବୋଲି ସେ କହିଛନ୍ତି।

ଧରପଗଡ଼ ଶୀତଳଭଣ୍ଡାରରେ
ମେଡିକାଲ ଟର୍ମିନେଶନ ଅଫ୍‌ ପ୍ରେଗନେସି ଆକ୍ଟରେ ଅନୁମତି ନ ପାଇ ମଧ୍ୟ ନୟାଗଡ଼ ଜିଲାର ବିଭିନ୍ନ ଘରୋଇ ହସ୍ପିଟାଲରେ ଭ୍ରୂଣ ହତ୍ୟା ଚାଲିଛି । ଏହିଭଳି ଅଭିଯୋଗ ବହୁ ଦିନ ହେଲା ହୋଇଆସୁଛି । ୨୦୨୧ ଅଗଷ୍ଟ ୩୦ରେ ଜିଲା ମୁଖ୍ୟ ଚିକିତ୍ସାଳୟର ପଛପାଖ ଆନନ୍ଦ ଭବନରେ ଚାଲିଥିବା ଆଦିତ୍ୟ ହସ୍ପିଟାଲ ଆଣ୍ଡ କ୍ଲିନିକ୍‌ରେ ଭ୍ରୂଣ ହତ୍ୟା ଧରା ପଡିଥିଲା। ଏହି ଘଟଣାରେ ଘରୋଇ ହସ୍ପିଟାଲର ମାଲିକ, ୨ ନର୍ସ, ମଧ୍ୟସ୍ଥ ସମେତ ୫ ଜଣ ଗିରଫ ହୋଇ ଜେଲରେ ଅଛନ୍ତି । ୨ୟ ଥର ଭ୍ରୁଣ ହତ୍ୟା ପ୍ରମାଣିତ ହେବା ପରେ ଚଢ଼ାଉ ତ୍ୱରାନ୍ବିତ ହେବ ବୋଲି ଆଶ କରାଯାଉଥିଲା। ତେବେ ହାତଗଣତି ଘରୋଇ କ୍ଲିନିକ୍‌ ଓ ଅଲଟ୍ରାସାଉଣ୍ଟ କେନ୍ଦ୍ର ଉପରେ ଚଢ଼ାଉ କରାଯାଇଥିଲା । ପରେ ଧରପଗଡ ଓ ଚଢ଼ାଉ ଶୀତଳଭଣ୍ଡାରରେ ପୁଣି ରହିଗଲା। ସ୍ବାସ୍ଥ୍ୟ ବିଭାଗର ଧରପଗଡ ନ ଥିବାରୁ ଜିଲାରେ ପିସି ଆଣ୍ଡ ପିଏନଡିଟି ଆକ୍ଟ ଠିକ୍‌ରେ କାମ କରୁ ନାହିଁ ବୋଲି ପୁଣି ଅଭିଯୋଗ ଉଠିଲାଣି। ଭ୍ରୂଣହତ୍ୟା ଚିହ୍ନଟ ପରେ କିଛି ଦିନ ଚଢ଼ାଉ ଭୟରେ ଭ୍ରୂଣ ହତ୍ୟା ବନ୍ଦ ଥିଲା। ହେଲେ ରୋଜଗାରର ମୋହ ପୁଣି କିଛି ଘରୋଇ କ୍ଲିନିକରେ ଭ୍ରୂଣ ହତ୍ୟା କରାଉଛି ବୋଲି କୁହଯାଉଛି । ପ୍ରକାଶଥାଉ କି, ୨୦୦୭ ଜୁଲାଇ ୧୪ ରେ ନୟାଗଡ଼ର ଡୁବୁରି ପାହାଡ଼ ପାଦ ଦେଶରେ ୬ ଅପରିପକ୍ୱ ଶିଶୁର ମୃତଦେହ ମିଳିଥିଲା । ଏହା ପରେ ନୟାଗଡ଼ ଭ୍ରୂଣହତ୍ୟା କ୍ଷେତ୍ରରେ ଚର୍ଚ୍ଚାକୁ ଆସିଥିଲା।

ପ୍ରୋପ୍ରାଇଟର ସାଜିଛନ୍ତି ଡାକ୍ତର
ଜିଲା ସଦର ମହକୁମାରେ ୧୫ ଘରୋଇ କ୍ଲିନିକ ଅଛି । ଯାହାକି ସରକାରୀ ପଞ୍ଜିକରଣ ହୋଇଛି । ହେଲେ ଅଧିକାଂଶ ଘରୋଇ କ୍ଲିନିକର ପ୍ରୋପାଇଟର ସାଜିଛନ୍ତି ଡାକ୍ତର। ବେକରେ ଟ୍ରୋଥୋ ପକାଇ ରୋଗୀ ଦେଖୁଛନ୍ତି । ପ୍ରେସ୍‌କ୍ରିପଶନ ଲେଖୁଛନ୍ତି । ବେଳେବେଳେ ଅପରେଶନ ବି କରୁଛନ୍ତି । ନୟାଗଡ଼ ସହରର ୫ ନାମୀଦାମୀ କ୍ଲିନିକ୍‌ ଏପରି କାରନାମା ବେଶି ହେଉଛି । ତେବେ ୫ କ୍ଲିନିକ୍‌ରୁ ଜଣେ ଫସିଥିଲେ । ଜେଲରୁ ଆସିବା ପରେ ପୁଣି ରୋଜଗାର ଚାଲିଛି । ରାଜନୈତିକ ନେତା, ସ୍ବାସ୍ଥ୍ୟ ବିଭାଗର ଅଧିତ୍କାରୀ ଓ ପ୍ରଶାସକଙ୍କୁ ଧରାଧରି କରି ନିଜର ବେଆଇନ ସାମ୍ରାଜ୍ୟକୁ ଚଳାଇ ଆସି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି । ବିଗତ ୬ବର୍ଷର ହିସାବକୁ ନେଲେ ଚଢ଼ାଉ ନ ଥିବାରୁ କ୍ଲିନିକ୍‌୍‌ଗୁଡ଼ିକରେ ଭ୍ରୂଣହତ୍ୟା ଚାଲିଥିବାର ଅଭିଯୋଗ ରହିଛି । ହେଲେ ଏହା ଉପରେ ଚଢ଼ାଉ ହେଉ ନାହିଁ ।ଏନେଇ ସିଡିଏମ୍‌ଓ ରମାକାନ୍ତ ପଣ୍ଡା କୁହନ୍ତି,ଚଢ଼ାଉ ହେଉଛି ଓ ଚଢ଼ାଉ ଜାରି ରହିବ ।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri