ଅଣନିଯୁକ୍ତିପ୍ରାପ୍ତ ପୁରୁଣା ସିଟି,ବିଏଡ୍‌ ମହାସଂଘ ପକ୍ଷରୁ ଜିଲାସ୍ତରୀୟ ବୈଠକ

ରସୁଲପୁର,୮।୮(ରଞ୍ଜିତ ରାଉତ): ରସୁଲପୁର ବ୍ଲକ ଅନ୍ତର୍ଗତ କୁଆଖିଆ ବଜାରର ହରପାର୍ବତୀ ମନ୍ଦିର ପ୍ରାଙ୍ଗଣରେ ଅଣନିଯୁକ୍ତିପ୍ରାପ୍ତ ପୁରୁଣା ସିଟି,ବିଇଡି ସଂଘ ପକ୍ଷରୁ ଏକ ବୈଠକ ଜିଲା ସଂଘର ସଭାପତି ପ୍ରଦୀପ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ମହାସଂଘର ଆହ୍ବାନକ୍ରମେ ଆୟୋଜିତ ଏହି ବୈଠକରେ ସଂଘ ପକ୍ଷରୁ ବିଭିନ୍ନ ଦାବି ସଂପର୍କରେ ଆଲୋଚନା କରାଯାଇଥିଲା ା ଉକ୍ତ ବୈଠକରେ ରାଜ୍ୟ ସଭାପତି ଗୋପବନ୍ଧୁ ମୁଦୁଲି, ରାଜ୍ୟ ସାଧାରଣ ସମ୍ପାଦକ ତଥା ସଂଘର ମୁଖ୍ୟ ଉପଦେଷ୍ଟା ଗଗନ ବିହାରୀ ମିଶ୍ର ପ୍ରମୁଖ ଅତିଥି ଭାବରେ ଯୋଗଦେଇ ଅଣନିଯୁକ୍ତିପ୍ରାପ୍ତ ପୁରୁଣା ସିଟି/ବିଇଡି ମାନଙ୍କ ସମସ୍ୟାକୁ ରାଜ୍ୟ ସରକାର ସହହୃଦୟତାର ସହ ଗ୍ରହଣ କରିଛନ୍ତି। ସରକାରଙ୍କ ପକ୍ଷରୁ ଜୁଲାଇ ୨୪ରେ ସଂଘର ଦୀର୍ଘଦିନର ଦାବିକୁ ବିଚାରକୁ ନେଇ ଆଲୋଚନାକୁ ନିଆଯାଇଛି ବୋଲି ଅତିଥିମାନେ ସୂଚନା ଦେଇଥିଲେ ା ଏହି ଖବରକୁ ନେଇ ଦୀର୍ଘଦିନ ହେବ ଚାକିରୀରୁ ବଞ୍ଚତ୍ତ ହୋଇଥିବା ବେକାରୀ ତାଲିମପ୍ରାପ୍ତ ଯୁବତୀଯୁବକମାନଙ୍କ ମନରେ ଖୁସି ପ୍ରକାଶ ପାଇଛି ା ହେବା ସହ ସଂଘ ପକ୍ଷରୁ ସରକାରଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା ା ଚଳିତ ମାସ ୧୧ତାରିଖ ସୁଧା ୧୯୯୦-୯୧ ଠାରୁ ୨୦୦୦-୦୧ ବର୍ଷ ମଧ୍ୟରେ ଚାକିରୀରୁ ବଂଚିତ ହୋଇଥିବା ସିଡି/ବିଇଡି ବ୍ୟକ୍ତିମାନଙ୍କର ବ୍ଲକୱାରି ତାଲିକା ପ୍ରସ୍ତୁତ କରି ସରକାରଙ୍କ ନିକଟରେ ଉପସ୍ଥାପନ କରିବାକୁ ନିର୍ଦ୍ଦେଶ ରହିଛି ା ଉକ୍ତ ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରିବାକୁ ବ୍ଲକ ସଂଘର କାର୍ଯ୍ୟକର୍ତ୍ତାମାନଙ୍କୁ ପରାମର୍ଶ ଦିଆଯାଇଛି ା ଏହି କ୍ରମରେ ଚଳିତମାସ ୯ତାରିଖ ସୁଧା ବ୍ଲକ ସଂଘ ପକ୍ଷରୁ ରାଜ୍ୟ ସଂଘ ନିକଟରେ ଦାଖଲ କରିବାକୁ ବୈଠକରେ ଆଲୋଚନା ଜରିଆରେ ସ୍ଥିର କରାଯାଇଛି ା ଏଠାରେ ଆୟୋଜିତ ବୈଠକରେ ଜିଲା ସମ୍ପାଦକ ବଳରାମ ନାୟକ, ମଦନ ଦେବତା, ବ୍ରଜକିଶୋର ଶତପଥୀ, ଅଭିରାମ ଚନ୍ଦ୍ର ମିଶ୍ର, ଚନ୍ଦ୍ରମଣି ସାହୁ, ଚନ୍ଦ୍ରମଣି ସାହୁ, ବସନ୍ତ କୁମାର ବଳ, ହରିନାରାୟଣ ଦାସ, ନିଗମାନନ୍ଦ ନାୟକ, ପ୍ରଭାକର ଭଞ୍ଜ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ା ସୋମନାଥ ସ୍ବାଇଁ ଧନ୍ୟବାଦ ଅର୍ପଣ କରିଥିଲେ ା ବୈଠକରେ ଉପସ୍ଥିତି କାର୍ଯ୍ୟକର୍ତ୍ତାମାନେ ଦୀର୍ଘବର୍ଷ ହେବା ତାଲିମ ପାଇଁ ଚାକିରୀରୁ ବଂଚିତ ହୋଇ ନାନା ସମସ୍ୟାର ସମ୍ମୁଖିନ ହୋଇଆସୁଥିବା ଘଟଣା ସଂପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୨।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

ଚାଇନା ଅନୁପ୍ରବେଶ ଚିନ୍ତାଜନକ: ଅରୁଣାଚଳ ଏମ୍‌ପି

ଇଟାନଗର, ୨୩।୮ (ପି.ଟି.): ଅରୁଣାଚଳ ପ୍ରଦେଶର ବହୁ ଅଞ୍ଚଳ ଚାଇନା ଅକ୍ତିଆର କରିଥିବା ନେଇ ବାରମ୍ୱାର ରିପୋର୍ଟମାନ ପ୍ରକାଶ ପାଉଛି। କିନ୍ତୁ ଭାରତୀୟ ସେନା ଏହି ବିଷୟକୁ…

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri