Posted inଖେଳ

୧୯ ବର୍ଷରୁ କମ୍‌ ୨୦୨୨ ବିଶ୍ୱକପ୍‌: କ୍ୱାଲିଫିକେଶନ କାର୍ଯ୍ୟସୂଚୀ ପୁନଃନିର୍ଦ୍ଧାରିତ

ଦୁବାଇ,୧୪।୧୨(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ରବିବାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଓ୍ବେଷ୍ଟଇଣ୍ଡିଜ୍‌ରେ ଖେଳାଯିବାକୁ ଥିବା ୨୦୨୨ ବିଶ୍ୱକପ୍‌ର କ୍ୱାଲିଫିକେଶନ ପାଥ୍‌ଓ୍ବ ବା କାର୍ଯସୂଚୀକୁ ଆଇସିସି ପୁନଃନିର୍ଦ୍ଧାରିତ କରିଛି। ଏହି ଯୋଗ୍ୟତା ପର୍ଯ୍ୟାୟ ଟୁର୍ନାମେଣ୍ଟରେ ୩୩ଟି ଦଳ ୫ଟି ସ୍ଥାନ ପାଇଁ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବେ।
ଏହି ବିଶ୍ୱକପ୍‌ ପାଇଁ ଭାରତ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ଓ୍ବେଷ୍ଟଇଣ୍ଡିଜ ଓ ଜିମ୍ବାଓ୍ବେ ଯୋଗ୍ୟାତ ହାସଲ କରିସାରିଛନ୍ତି। ବିଶ୍ୱକପ୍‌ର ୨୦୨୦ ସଂସ୍କରଣରେ ଏହି ଦଳଗୁଡିକ ପ୍ରଦର୍ଶନ ଅନୁସାରେ ଶ୍ରେଷ୍ଠ ୧୧ଟି ସ୍ଥାନରେ ରହି ଯୋଗ୍ୟାତ ହାସଲ କରିଛନ୍ତି। କୋଭିଡ୍‌-୧୯ ମହାମାରୀ ପାଇଁ ୨୦୨୨ ସଂସ୍କରଣର ଯୋଗ୍ୟତା ପର୍ଯ୍ୟାୟ ଗୋଟିଏ ବର୍ଷ ବିଳମ୍ବିତ ହୋଇଛି। ବାକିଥିବା ୫ଟି ସ୍ଥାନ ରିଜିଓନାଲ କ୍ୱାଲିଫିକେଶନ ଦ୍ୱାରା ନିର୍ଦ୍ଧାରିତ ହେବ। ଏହା୨୦୨୧ ଜୁନ୍‌ରୁ ଆରମ୍ଭ ହେବ।
ତେବେ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବାକୁ ଥିବା ୩୩ଟି ଦଳ ୭ଟି ରିଜିଓନାଲ ଇଭେଣ୍ଟରୁ ପ୍ରଦର୍ଶନ ମାଧ୍ୟମରେ ବଛା ଯିବେ। ଆଫ୍ରିକା ଓ ଏସିଆରେ ୨- ଡିଭିଜନ କ୍ୱାଲିଫିକେଶ ପାଥ୍‌ଓ୍ବେ ଆୟୋଜନ ହେବ। ସେହିପରି ଆମେରିକା, ଇଷ୍ଟ ଏସିଆ ପ୍ୟାସିଫିକ୍‌ (ଇଏପି) ଓ ୟୁରୋପ ପାଇଁ ଓ୍ବାନ ଡିଭିଜନ କ୍ୱାଲିଫାଇଂ ପ୍ରକ୍ରିୟା ଆୟୋଜନ ହେବ। ପ୍ରତ୍ୟେକ ରିଜିଓନାଲ୍‌ କ୍ୱାଲିଫାୟର ବିଜେତା ୫ଟି ମଧ୍ୟରୁ ଗୋଟିଏ ସ୍ଥାନ ଅଧିକାର କରିବେ ଓ ବିଶ୍ୱକପ୍‌ ଖେଳିବାକୁ ଯୋଗ୍ୟତା ହାସଲ କରିବେ।
୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଭବିଷ୍ୟତର ତାରକା କ୍ରିକେଟରମାନେ ସୃଷ୍ଟି ହେବେ। ତେଣୁ କ୍ରିକେଟ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚିବାର ଆବଶ୍ୟକତା ରହିଛି। ଏପରି ହେଲେ କ୍ରିକେଟର ଲୋକପ୍ରିୟତା ସାରା ବିଶ୍ୱରେ ବୃଦ୍ଧି ପାଇବ ବୋଲି ଆଇସିସି ହେଡ୍‌ ଅଫ୍‌ ଇଭେଣ୍ଟ୍‌ସ କ୍ରିସ୍‌ ଟେଟ୍‌ଲେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ଖେଳିବେନି ବୈଭବ ସୂର୍ଯ୍ୟବଂଶୀ! ଟିମ୍‌ରେ ମିଳିଲାନି ସ୍ଥାନ, ୧୧ଜଣିଆ ଦଳ ଚୟନ କଲେ…

ନୂଆଦିଲ୍ଲୀ,୧୩।୯: ଭାରତର ପୂର୍ୱତନ କ୍ରିକେଟର ଆକାଶ ଚୋପ୍ରା ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନରୁ ବାହାରେ ରଖିଛନ୍ତି। ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଏବଂ ଆଫଗାନିସ୍ତାନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?