Posted inଖେଳ

୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ: ଇଂଲଣ୍ଡ, ଜର୍ମାନୀ, ସ୍ପେନ୍‌କୁ ଯୋଗ୍ୟତା

ଭୁବନେଶ୍ୱର, ୧୫।୮(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ ସମେତ ଦେଶର ୫ଟି ସ୍ଥାନରେ ହେବାକୁଥିବା ୧୭ ବର୍ଷରୁ କମ୍‌ ମହିଳା ଫିଫା ବିଶ୍ୱକପ ପାଇଁ ଇଂଲଣ୍ଡ, ଜର୍ମାନୀ ଓ ସ୍ପେନ ଯୋଗ୍ୟତା ଅର୍ଜନ କରିଛନ୍ତି। ୟୁନିୟନ ଅଫ୍‌ ୟୁରୋପିଆନ ଫୁଟବଲ ଆସୋସିଏଶନ୍ସ(ୟୁଫା) ପକ୍ଷରୁ ଶୁକ୍ରବାର ଏହା ପ୍ରକାଶ କରାଯାଇଛି। କରୋନା ଭାଇରସ ସଂକ୍ରମଣ ଜନିତ କାରଣରୁ ୨୦୨୦ ୟୁଫା ୧୭ ବର୍ଷରୁ କମ୍‌ ମହିଳା ଫୁଟବଲର ଚାମ୍ପିୟନଶିପ୍‌ର ଅନ୍ତିମ ରାଉଣ୍ଡକୁ ବାତିଲ କରାଯାଇଛି। ପୂର୍ବ ମ୍ୟାଚ ଗୁଡ଼ିକର ଫଳାଫଳ ଏବଂ ର଼୍ୟାଙ୍କିଙ୍ଗ୍‌ ଦୃଷ୍ଟିରୁ ଇଂଲଣ୍ଡ, ଜର୍ମାନୀ ଓ ସ୍ପେନ ବିଶ୍ୱକପ ଖେଳିବେ। ୫ମ ଥରପାଇଁ ଏହି ମେଗା ପ୍ରତିଯୋଗିତା ଖେଳିବାକୁ ଯାଉଥିବା ସ୍ପେନ ୨୦୧୮ରେ ଚାମ୍ପିୟନ ହୋଇଥିଲା। ତେଣୁ ଏହି ଦଳ ଡିଫେଣ୍ଡିଂ ଚାମ୍ପିୟନଭାବେ ଖେଳିବ। ୩ୟ ଥର ପାଇଁ ଖେଳିବାକୁ ଯାଉଥିବା ଇଂଲଣ୍ଡ ୨୦୦୮ରେ ସର୍ବାଧିକ ୪ର୍ଥ ସ୍ଥାନ ହାସଲ କରିଥିବାବେଳେ ଜର୍ମାନୀ ୭ମ ଥର ପାଇଁ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବ। ୨୦୦୮ରେ ତୃତୀୟ ସ୍ଥାନ ହାସଲ ଏହି ଦଳର ଶ୍ରେଷ୍ଠ ପ୍ରଦର୍ଶନ।
ପୂର୍ବରୁ ଆୟୋଜକ ଦଳଭାବେ ଭାରତ ପ୍ରଥମଥରପାଇଁ ଏହି ପ୍ରତିଯୋଗିତା ଲାଗି ଯୋଗ୍ୟ ବିବେଚିତ ହୋଇଛି। ୨୦୧୯ ଏଏଫସି ୧୬ ବର୍ଷରୁ କମ୍‌ ମହିଳା ଫୁଟବଲ ଟୁର୍ନାମେଣ୍ଟରେ ପ୍ରଦର୍ଶନ ଆଧାରରେ ଏସିଆନ ଫୁଟବଲ କନ୍‌ଫେଡେରେଶନରୁ ଜାପାନ ଓ ଉତ୍ତର କୋରିଆ ଯୋଗ୍ୟତା ହାସଲ କରି ସାରିଛନ୍ତି। ସେହିପରି ୨୦୨୦ ଓଏଫସି ୧୭ ବର୍ଷରୁ କମ୍‌ ମହିଳା ଫୁଟବଲର ଅନ୍ତିମ ଚରଣ ବାତିଲ ହେବାରୁ ଓସେନିଆ କନ୍‌ଫେଡେରେଶନରୁ ନ୍ୟୁଜିଲାଣ୍ଡ ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛି। ୨୦୧୮ ସଂସ୍କରଣରେ ନ୍ୟୁଜିଲାଣ୍ଡ ସର୍ବାଧିକ ୩ୟ ସ୍ଥାନ ହାସଲ କରିଥିବାବେଳେ ୨୦୧୪ରେ ଜାପାନ ଏବଂ ୨୦୦୮ ଓ ୨୦୧୬ରେ ଉତ୍ତର କୋରିଆ ଚାମ୍ପିୟନ ହୋଇଛି। ନ୍ୟୁଜିଲାଣ୍ଡ, ଜାପାନ ଓ ଉତ୍ତର କୋରିଆ ୭ମ ଥର ପାଇଁ ପ୍ରତିଯୋଗିତା ଖେଳିବେ।
କନ୍‌ଫେଡେରେଶନ ଅଫ୍‌ ଆଫ୍ରିକାନ୍‌ ଫୁଟବଲ(କାଫ୍‌), କନ୍‌ଫେଡେରେଶନ ଅଫ୍‌ ନର୍ଥ, ସେଣ୍ଟ୍ରାଲ ଆମେରିକାନ ଆଣ୍ଡ କାରିବିୟନ ଆସୋସିଏଶନ ଫୁଟବଲ(କନ୍‌କାକାଫ) ଏବଂ ସାଉଥ୍‌ ଆମେରିକାନ ଫୁଟବଲ କନ୍‌ଫେଡେରେଶନ(କନ୍‌ମେବୋଲ)ରୁ ୩ଟି ଲେଖାଏ ଦଳ ଏହି ସମ୍ମାନଜନକ ପ୍ରତିଯୋଗିତା ପାଇଁ ଯୋଗ୍ୟତା ହାସଲ କରିବା ବାକି ରହିଛି। ପ୍ରକାଶ ଯୋଗ୍ୟ ଯେ, ଏହି ପ୍ରତିଯୋଗିତା ପ୍ରକୃତରେ ୨୦୨୦ ନଭେମ୍ବର ୨ରୁ ୨୧ ପର୍ଯ୍ୟନ୍ତ ହେବାର ଥିଲା। ମାତ୍ର କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ଏହା ୨୦୨୧ ଫେବୃୟାରୀ ୧୭ରୁ ମାର୍ଚ୍ଚ ୭ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତର ୫ଟି ଭେନ୍ୟୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ, କୋଲକାତାର ସଲ୍ଟଲେକ୍‌, ଗୁଆହାଟୀର ଇନ୍ଦିରାଗାନ୍ଧୀ ଆଥଲେଟିକ୍‌ ଷ୍ଟାଡିୟମ, ଅହମ୍ମଦାବାଦର ଏକା ଆରେନା ଏବଂ ନଭି ମୁମ୍ବାଇର ଡି.ଓ୍ବାଇ. ପାଟିଲ ଷ୍ଟାଡିୟମରେ ଆୟୋଜିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦଣ୍ଡିତ ହେଲା ପାକିସ୍ତାନ ଦଳ

ଦୁବାଇ,୧୪ା୯: ବର୍ମିଂହାମ୍‌ଠାରେ ଇଂଲଣ୍ଡ ବିପକ୍ଷ ତୃତୀୟ କ୍ରିକେଟ ଟେଷ୍ଟରେ ସ୍ଲୋ-ଓଭର ରେଟ୍‌ ପାଇଁ ପାକିସ୍ତାନ ଦଳକୁ ମ୍ୟାଚ୍‌ ଫି’ର ୫୦ ପ୍ରତିଶତ ଜରିମାନା କରାଯାଇଛି। ଏହାଛଡ଼ା ୧୧…

ଚାମ୍ପିୟନ ପୁରୁଷ, ମହିଳା ଦଳକୁ ରାଷ୍ଟ୍ରପତିଙ୍କ ଅଭିନନ୍ଦନ

ନୂଆଦିଲ୍ଲୀ,୧୪ା୯: ଜବରଦସ୍ତ ପ୍ରଦର୍ଶନ ସହ ଉଭୟ ଜୁନିୟର ପୁରୁଷ ଓ ମହିଳା ହକି ଏସିଆ କପ୍‌ ଜିତିଥିବା ଭାରତୀୟ ଦଳକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ଅଭିନନ୍ଦନ…

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

‘ନକଭିଙ୍କ ଖେଳ…’ ‘ଚୋର’ ବୋଲି ସ୍ଲୋଗାନରେ ପାକିସ୍ତାନ କ୍ଷୁବ୍ଧ; ଭାରତ ଗ୍ରହଣ କଲା ନାହିଁ ଟ୍ରଫି

ନୂଆଦିଲ୍ଲୀ,୧୪।୯: ଭାରତୀୟ ମହିଳା କ୍ରିକେଟ ଦଳ ଶ୍ରୀଲଙ୍କାକୁ ୭୨ ରନରେ ପରାସ୍ତ କରି ୨୦୨୬ ମହିଳା ଏସିଆ କପ ଟାଇଟଲ ଜିତିଥିଲା, କିନ୍ତୁ ମ୍ୟାଚ ପରବର୍ତ୍ତୀ ଟ୍ରଫି…

ପୁଣି ସର୍ବସାଧାରଣରେ ଅପମାନ ପାଇଲା ପାକିସ୍ତାନ, ଟିମ ଇଣ୍ଡିଆ କଲା ଏମିତି କାମ

ନୂଆଦିଲ୍ଲୀ,୧୪।୯: ଭାରତୀୟ ଦଳ ଶ୍ରୀଲଙ୍କାକୁ ପରାସ୍ତ କରି ମହିଳା ଏସିଆ କପ ୨୦୨୬ର ଟାଇଟଲ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ୭୨ ରନରେ ବିଜୟୀ ହୋଇଥିଲା,…

ସଚିନଙ୍କ ବିଶାଳ ଟେଷ୍ଟ ରେକର୍ଡ ଭାଙ୍ଗିଲେ ଜୋ ରୁଟ୍‌, ଜାଣନ୍ତୁ…

ଏଜବାଷ୍ଟନ,୧୩ା୯: ଇଂଲଣ୍ଡର ଭେଟେରାନ ବ୍ୟାଟର ଜୋ ରୁଟ୍‌ ତାଙ୍କ କ୍ୟାରିୟରରେ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ସେ ୧୪୭ ବର୍ଷର ଟେଷ୍ଟ କ୍ରିକେଟ ଇତିହାସରେ ନିର୍ଦ୍ଦିଷ୍ଟ…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?