Posted inଜାତୀୟ

୧୯ ବର୍ଷରୁ କମ୍‌ ଏସିଆ କପ୍‌ କ୍ରିକେଟ: ଉଦୟ ସାହାରନ ଭାରତ ଅଧିନାୟକ

ମୁମ୍ବାଇ, ୨୬।୧୧(ପି.ଟି.):ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ରେ ଏସିଆନ କ୍ରିକେଟ କାଉନ୍‌ସିଲ (ଏସିସି) ୧୯ ବର୍ଷରୁ କମ୍‌ ପୁରୁଷ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟ ଡିସେମ୍ବର ୮ରୁ ଖେଳାଯିବ। ଉଦୀୟମାନ ବ୍ୟାଟର ଉଦୟ ସାହାରନଙ୍କୁ ଗତଥରର ଚାମ୍ପିୟନ ଭାରତୀୟ ଦଳର ଅଧିନାୟକ ମନୋନୀତ କରାଯାଇଛି। ସାହାରନ ହେଉଛନ୍ତି ପଞ୍ଜାବର ଜଣେ ୧୯ ବର୍ଷୀୟ କ୍ରିକେଟର। ସେ ଚୟନକର୍ତ୍ତାଙ୍କ ନଜରରେ ରହିଆସିଥିଲେ। ଗତବର୍ଷ ଆଣ୍ଟିଗୁଆଠାରେ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ବେଳେ ଭାରତୀୟ ଦଳ କୋଭିଡ୍‌ର ଶିକାର ହୋଇଥିବା ବେଳେ ତାଙ୍କୁ ଜଣେ ବ୍ୟାକ୍‌ଅପ୍‌ ଖେଳାଳି ଭାବେ ମନୋନୀତ କରାଯାଇଥିଲା। ସୌମି କୁମାର ପାଣ୍ଡେଙ୍କୁ ୧୫ ଜଣିଆ ଦଳର ଉପଅଧିନାୟକ କରାଯାଇଛି। ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ରେ ଭାରତ ହେଉଛି ସବୁଠାରୁ ସଫଳତା ହାସଲ କରିଥିବା ଦଳ। ଏହି ଦଳ ୮ଥର ଟାଇଟଲ ଜିତିପାରିଛି। ଟୁର୍ନାମେଣ୍ଟରେ ପାକିସ୍ତାନ, ଆଫଗାନିସ୍ତାନ ଓ ନେପାଳ ସହିତ ଭାରତ ଗ୍ରୁପ୍‌ ଏ’ରେ ସ୍ଥାନ ପାଇଛନ୍ତି। ଡିସେମ୍ବର ୮ରେ ଆଇସିସି ଏକାଡେମୀ ଓଭାଲ-୧ଠାରେ ଆଫଗାନିସ୍ତାନକୁ ଭେଟି ଭାରତ ଏହାର ଅଭିଯାନ ଆରମ୍ଭ କରିବ। ଭାରତ ମଧ୍ୟ ସମାନ ଭେନ୍ୟୁରେ ପାକିସ୍ତାନକୁ ଡିସେମ୍ବର ୧୦ରେ ଭେଟିବ। ଦଳ ନେପାଳ ବିପକ୍ଷ ଫାଇନାଲ ଗ୍ରୁପ୍‌ ମ୍ୟାଚ୍‌ ଡିସେମ୍ବର ୧୨ରେ ଖେଳିବ। ଅନ୍ୟପକ୍ଷରେ ଗ୍ରୁପ୍‌ ବି’ରେ ବାଂଲାଦେଶ, ୟୁଏଇ, ଜାପାନ ଓ ଶ୍ରୀଲଙ୍କା ସ୍ଥାନ ପାଇଛନ୍ତି। ଫାଇନାଲ ମ୍ୟାଚ ଡିସେମ୍ବର ୧୭ରେ ଦୁବାଇ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ଖେଳାଯିବ।
୧୯ ବର୍ଷରୁ କମ୍‌ ଭାରତୀୟ କ୍ରିକେଟ ଦଳ: ଉଦୟ ସାହାରନ(ଅଧିନାୟକ), ସୌମି କୁମାର ପାଣ୍ଡେ (ଉପ-ଅଧିନାୟକ), ଆଶିଷ କୁଲକର୍ନୀ, ଆଦର୍ଶ ସିଂ, ରୁଦ୍ର ମୟୂର ପଟେଲ, ସଚିନ ଧାସ୍‌, ପ୍ରିୟାଂଶୁ ମୋଲିଆ, ମୁଶିର ଖାନ୍‌, ଧନୁଷ ଗୌଡ଼ା, ଅବିନାଶ ରାଓ (ଉଇକେଟ୍‌କିପର), ଏମ୍‌. ଅଭିଷେକ, ଇନେଶ ମହାଜନ (ଉଇକେଟ୍‌କିପର), ଆରାଧ୍ୟ ଶୁକ୍ଳା, ରାଜ ଲିମ୍ବାନୀ ଓ ନମନ ତିଓ୍ବାରୀ।
ଟ୍ରାଭେଲିଂ ରିଜର୍ଭ: ପ୍ରେମ ଦେବକର, ଅଂଶ ଗୋସାଇ, ମହମ୍ମଦ ଅମନ।
ନନ୍‌ ଟ୍ରାଭେଲିଂ ରିଜର୍ଭ: ଦିଗ୍‌ବିଜୟ ପାଟିଲ, ଜୟନ୍ତ ଗୋୟାତ, ପି. ବିଗ୍ନେଶ, କରଣ ଚୋର୍‌ମେଲ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?