Posted inଜାତୀୟ

ଦାଦା-ପୁତୁରା ପୁଣି ମୁହାଁମୁହିଁ

ପାଟନା/ନୂଆଦିଲ୍ଲୀ,୧୯ା୩:ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସୋମବାର ବିହାରରେ ଆସନ ବୁଝାମଣା ସୂତ୍ର ଉପରେ ଆନୁଷ୍ଠାନିକ ଭାବେ ଘୋଷଣା କରିଛି। ୪୦ ଲୋକ ସଭା ଆସନ ମଧ୍ୟରୁ ଭାଜପା ୧୭ଟିରେ ପ୍ରାର୍ଥୀ ଦେଇ ବଡ଼ଭାଇ ଭୂମିକା ନେବାକୁ ଥିବାବେଳେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସଂଯୁକ୍ତ ଜନତା ଦଳ (ଜେଡିୟୁ) ୧୬ ଆସନରେ ଲଢ଼ିବ। ସେହିପରି ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କ ପୁଅ ଚିରାଗ ପାଶ୍ୱାନଙ୍କ ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି)କୁ ୫ ଆସନରେ ଲଢ଼ିବା ପାଇଁ ସୁଯୋଗ ମିଳିଥିବାବେଳେ ଜିତନରାମ ମାଞ୍ଝିଙ୍କ ହିନ୍ଦୁସ୍ଥାନୀ ଆଓ୍ବାମ ମୋର୍ଚ୍ଚା (ଏଚ୍‌ଏଏମ୍‌) ଏବଂ ଉପେନ୍ଦ୍ର କୁଶଓ୍ବାହାଙ୍କ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା (ଆର୍‌ଏଲ୍‌ଏମ୍‌)କୁ ମାତ୍ର ଗୋଟିଏ ଲେଖାଏ ଆସନ ମିଳିଥିବା ବିହାର ଭାଜପା ପ୍ରଭାରୀ ବିନୋଦ ତାଓ୍ବଡେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।
ରାମବିଳାସଙ୍କ ଭାଇ ତଥା କେନ୍ଦ୍ର ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ମନ୍ତ୍ରୀ ପଶୁପତି କୁମାର ପାରସଙ୍କୁ କୌଣସି ଗୋଟିଏ ହେଲେ ଆସନରେ ପ୍ରତିଦ୍ୱନ୍ଦ୍ୱିତା ପାଇଁ ଏନ୍‌ଡିଏ ଟିକେଟ ଦେଇନାହିଁ। ଏଥିରେ ପାରସ ଅସନ୍ତୁଷ୍ଟ ହୋଇ ବିରୋଧୀ ମେଣ୍ଟ ଇଣ୍ଡିଆ ଆଡ଼କୁ ଢଳୁଥିବା କୁହାଯାଉଛି। ଏତିକି ନୁହେଁ, ସେ ଖୁବ୍‌ଶୀଘ୍ର କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଇପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। କାରଣ ଗତ ନିର୍ବାଚନରେ ରାମ ବିଳାସ ପାଶ୍ୱାନଙ୍କ ପାରମ୍ପରିକ ଆସନ ହାଜିପୁରରୁ ବିଜୟୀ ହୋଇଥିବା ପାରସଙ୍କ ପାଇଁ ଅଡ଼ୁଆ ସ୍ଥିତି ଉପୁଜିଛି।
ବିହାର ଏଲ୍‌ଜେପି (ରାମ ବିଳାସ) ମୁଖ୍ୟ ରାଜୁ ତିଓ୍ବାରୀ କହିଛନ୍ତି, ଚିରାଗ ହାଜିପୁର ଆସନରୁ ନିର୍ବାଚନ ଲଢ଼ିବେ। ଇତିମଧ୍ୟରେ ବିହାର ଭାଜପା ମୁଖ୍ୟ ସମ୍ରାଟ ଚୌଧରୀ କହିଛନ୍ତି, ପାରସଙ୍କ ସହ ଆଲୋଚନା ଚାଲିଛି। ପ୍ରକାଶ ଯେ, ୨୦୧୯ ଲୋକ ସଭା ନିର୍ବାଚନରେ ବିହାରରେ ଏନ୍‌ଡିଏ ୩୯ ଆସନ ଦଖଲ କରିଥିଲା। ଭାଜପା ୧୭, ଜେଡିୟୁ ୧୬ ଏବଂ ମିଳିତ ଏଲ୍‌ଜେପିକୁ ୬ ଆସନରେ ସଫଳତା ମିଳିଥିଲା। ଏଥର ବିହାରରେ ସମସ୍ତ ୭ ପର୍ଯ୍ୟାୟ (ଏପ୍ରିଲ ୧୯, ୨୬, ମେ’ ୭, ୧୩, ୨୦, ୨୫ ଓ ଜୁନ୍‌ ୧)ରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?