ଅନିଶ୍ଚିତତାରେ ଓଡ଼ିଶାର ପ୍ରସ୍ତାବିତ ବନ୍ଦର: ଅଣ-ବୃହତ୍‌ ବନ୍ଦର ଉପରେ କେନ୍ଦ୍ରର ଆଖି

ଭୁବନେଶ୍ୱର,୨୭।୯(ବ୍ୟୁରୋ): କେନ୍ଦ୍ର ସରକାର ନୂତନ ବନ୍ଦର ଆଇନ-୨୦୨୦ ପ୍ରଣୟନ କରି ଅଣ ବୃହତ୍‌ ବନ୍ଦରଗୁଡ଼ିକ ଉପରୁ ରାଜ୍ୟର ଅଧିକାର ଛଡ଼ାଇ ନେବାକୁ ଯୋଜନା ଆରମ୍ଭ କରିଛନ୍ତି। ଏହାକୁ ଓଡ଼ିଶା ସମେତ ବିଭିନ୍ନ ରାଜ୍ୟ କଡ଼ା ବିରୋଧ କରିଛନ୍ତି।
କେନ୍ଦ୍ର ସରକାର ଦୀର୍ଘବର୍ଷ ପରେ ପୁରାତନ ବନ୍ଦର ଆଇନକୁ ପରିବର୍ତ୍ତନ କରି ନୂତନ ବନ୍ଦର ଆଇନ-୨୦୨୦ ପ୍ରସ୍ତୁତ କରିବାକୁ ଯାଉଛନ୍ତି । ଏ ନେଇ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକଠାରୁ ମତାମତ ଲୋଡ଼ାଯାଇଛି। ତେବେ ଏହି ନୂତନ ବନ୍ଦର ଆଇନରେ ରାଜ୍ୟଗୁଡିକର ଅଧିକାରକୁ ହଡପ କରିବାକୁ କେନ୍ଦ୍ର ସରକାର ଷଡ଼ଯନ୍ତ୍ର କରିଥିବା କୁହାଯାଉଛି।
୧୯୦୮ରେ ବନ୍ଦର ଆଇନ କରାଯାଇଥିଲା। ଏହି ଆଇନରେ ବୃହତ୍‌ ବନ୍ଦରଗୁଡିକ କେନ୍ଦ୍ର ସରକାରଙ୍କ ହାତରେ ରହିଥିବା ବେଳେ ରାଜ୍ୟଗୁଡିକୁ ଅଣ ବୃହତ୍‌ ଏବଂ କ୍ଷୁଦ୍ର ବନ୍ଦରଗୁଡ଼ିକର ସମସ୍ତ କ୍ଷମତା ଦିଆଯାଇଥିଲା । କ୍ଷୁଦ୍ର ଓ ଅଣ ବୃହତ୍‌ ବନ୍ଦର ଚିହ୍ନଟ କରିବା ସହ ସେଗୁଡିକର ପରିଚାଳନା, ବିକାଶ ଏପରି କି ମାଲିକାନା ମଧ୍ୟ ରାଜ୍ୟଗୁଡ଼ିକ ହାତରେ ରହିଛି। ତେବେ ନୂଆ ବନ୍ଦର ଆଇନ କାର୍ଯ୍ୟକାରୀ ହେଲେ ରାଜ୍ୟ ହାତରୁ ସେ ସମସ୍ତ କ୍ଷମତା କେନ୍ଦ୍ର ସରକାରଙ୍କ ନିକଟକୁ ଚାଲିଯିବ। ନୂତନ ବନ୍ଦର ଆଇନରେ ଅଣ ବୃହତ୍‌ ଓ କ୍ଷୁଦ୍ର ବନ୍ଦର ସମସ୍ତ କ୍ଷମତା ମାରିଟାଇମ୍‌ ରେଗୁଲେଟୋରି ଅଥରିଟିଙ୍କ ନିକଟକୁ ଚାଲିଯିବ। ଅଥରିଟିଙ୍କ ବିନାନୁମତିରେ ରାଜ୍ୟ ସରକାର କୌଣସି ବନ୍ଦର ପାଇଁ ଚୁକ୍ତି କରି ପାରିବେ ନାହିଁ। ବନ୍ଦରର ପରିସୀମା, ପଞ୍ଜୀକରଣ, ସମ୍ପ୍ରସାରଣ, ବିକାଶମୂଳକ କାର୍ଯ୍ୟ ଇତ୍ୟାଦି କ୍ଷମତା ଅଥରିଟିଙ୍କ ନିକଟରେ ରହିବ। ରାଜ୍ୟ ସରକାର ନୂତନ ବନ୍ଦର ପାଇଁ ଜମି, ଜଳ, ବିଦ୍ୟୁତ୍‌, ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବେ । କିନ୍ତୁ ବନ୍ଦର ଉପରେ ରାଜ୍ୟ ସରକାରଙ୍କର କୌଣସି କର୍ତ୍ତୃତ୍ୱ ରହିବ ନାହିଁ। ଏହାଦ୍ୱାରା ରାଜ୍ୟ ଅର୍ଥନୀତି ଗୁରୁତର ପ୍ରଭାବିତ ହେବାର ଆଶଙ୍କା ରହିଛି। ନୂତନ ବନ୍ଦର ଆଇନ କାର୍ଯ୍ୟକାରୀ ହେଲେ ରାଜ୍ୟ ସରକାରଙ୍କ ବନ୍ଦର ନୀତି-୨୦୦୪ ଅକାମୀ ହୋଇଯିବ। ଓଡ଼ିଶା ସରକାର ଏହି ନୂତନ ଆଇନକୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସରକାର ନୂତନ ବନ୍ଦର ଆଇନରେ ଥିବା କେତେକ ବ୍ୟବସ୍ଥାକୁ ବିରୋଧ କରିଛନ୍ତି। ଏ ନେଇ ଖୁବ୍‌ଶୀଘ୍ର କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ ବୋଲି ବାଣିଜ୍ୟ ଓ ପରିବହନ ବିଭାଗ ସଚିବ ମଧୁସୂଦନ ପାଢ଼ୀ କହିଛନ୍ତି।
ରାଜ୍ୟରେ ପ୍ରସ୍ତାବିତ ୧୩ଟି ବନ୍ଦରର ଭବିଷ୍ୟତ ଏକ ପ୍ରକାର ଅନିଶ୍ଚିତତା ଭିତରକୁ ଚାଲିଯାଇଛି। ବନ୍ଦର ଚିହ୍ନଟ ହେବାର ଦୀର୍ଘ ବର୍ଷ ବିତିଗଲେ ସୁଦ୍ଧା ଏ ଦିଗରେ କୌଣସି ଅଗ୍ରଗତି ହେଉ ନାହିଁ। ଏସବୁର ବିକାଶ ଲାଗି ଘରୋଇ ସଂସ୍ଥା ଆଗ୍ରହ ଦେଖାଉ ନ ଥିବା ବେଳେ ସରକାରୀ ସଂସ୍ଥା ମଧ୍ୟ ବନ୍ଦର ନିର୍ମାଣ ପାଇଁ ଆଗଭର ହେଉନାହାନ୍ତି।
ପାରାଦୀପ ଓ ଗୋପାଳପୁର ବନ୍ଦରକୁ ବାଦ୍‌ ଦେଲେ ରାଜ୍ୟରେ ୧୩ଟି ନୂତନ ବନ୍ଦର ଚିହ୍ନଟ କରାଯାଇଛି। ସେହି ବନ୍ଦରଗୁଡିକ ହେଲା ବାଲେଶ୍ୱର ଜିଲାର ବିଚିତ୍ରପୁର, ସୁବର୍ଣ୍ଣରେଖା ମୁହାଣ, ବାହାବଳପୁର, ଚାନ୍ଦିପୁର, ଇଞ୍ଚୁଡି, ଭଦ୍ରକ ଜିଲାର ଚୂଡାମଣି, ଧାମରା, ଜଗତ୍‌ସିଂହପୁର ଜିଲାର ଜଟାଧାର ମୁହାଣ, ପୁରୀ ଜିଲାର ଅସ୍ତରଙ୍ଗ ଓ ବାଲିହରଚଣ୍ଡୀ, ଗଞ୍ଜାମ ଜିଲାର ପାଲୁର ଓ ବାହୁଦା ମୁହାଣ ଏବଂ କେନ୍ଦ୍ରାପଡା ଜିଲାର ମହାକାଳପଡା। ସେଥିମଧ୍ୟରୁ ପ୍ରସ୍ତାବିତ ବିଚିତ୍ରପୁର, ବାହାବଳପୁର, ଚାନ୍ଦିପୁର, ଜଟାଧାର,ବାଲିହରଚଣ୍ଡୀ, ପାଲୁର, ବାହୁଦା ଏବଂ ଇଞ୍ଚୁଡି ପ୍ରସ୍ତାବିତ ବନ୍ଦର କେବଳ ବିଜ୍ଞପ୍ତିରେ ସୀମିତ ହୋଇ ରହିଯାଇଛି। କେବଳ ସୁବର୍ଣ୍ଣରେଖା ମୁହାଣ ବନ୍ଦର ପାଇଁ ୨୦୦୬ ଡିସେମ୍ବର ୧୮ରେ ଏକ ଘରୋଇ ସଂସ୍ଥା ସହ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଥିଲା। ଏହି ବନ୍ଦର ପାଇଁ ୨୬୨.୬୮୯ ଏକର ଜମି ଅଧିଗ୍ରହଣ ହୋଇଥିଲା। ଦୀର୍ଘ ୧୪ ବର୍ଷ ପରେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇନାହିଁ। ଚୂଡାମଣି ବନ୍ଦର ପାଇଁ ଆଦିତ୍ୟ ବିର୍ଲା ଗ୍ରୁପ ୨୦୦୧ ଅକ୍ଟୋବର ୨୨ ତାରିଖରେ ଏମ୍‌ଓୟୁ ସ୍ବାକ୍ଷର କରିଥିଲା। ତେବେ ପରବର୍ତ୍ତୀ ସମୟରେ ଏଥିରୁ ଓହରି ଯାଇଛି। ଧାମରା ବନ୍ଦର ପାଇଁ ଇଣ୍ଟରନ୍ୟାଶନାଲ ସି ପୋର୍ଟ ୧୯୯୭ରେ ଏମ୍‌ଓୟୁ ସ୍ବାକ୍ଷର କରିଥିଲା । ପ୍ରଥମ ପର୍ଯ୍ୟାୟ କାର୍ଯ୍ୟ ଶେଷ ହେବା ପରେ ଏହି ବନ୍ଦରର ଦ୍ୱିତୀୟ ପର୍ଯ୍ୟାୟ ସମ୍ପ୍ରସାରଣ କାର୍ଯ୍ୟ ଚାଲୁରହିଛି। ଅସ୍ତରଙ୍ଗ ବନ୍ଦର ବିକାଶ ପାଇଁ ନବଯୁଗ ଇଞ୍ଜିନିୟରିଂ କମ୍ପାନୀ ସହ ୨୦୧୦ରେ ଚୁକ୍ତିପତ୍ର ସ୍ବାକ୍ଷର କରାଯାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଜମି ଅଧିଗ୍ରହଣ କାର୍ଯ୍ୟ ଶେଷ ହୋଇପାରୁ ନାହିଁ।
ନିକଟରେ ବାଣିଜ୍ୟ ଓ ପରିବହନ ବିଭାଗ ସୁବର୍ଣ୍ଣରେଖା ମୁହାଣ ବନ୍ଦର କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ଟାଟା କମ୍ପାନୀ ଏବଂ ମହାକାଳପଡା ଠାରେ ନିର୍ମାଣ ହେବାକୁ ଥିବା ନଦୀଭିତ୍ତିକ ବନ୍ଦର ବୁଝାମଣା ପତ୍ର ସ୍ବାକ୍ଷର ପାଇଁ ପାରାଦୀପ ପୋର୍ଟ ଟ୍ରଷ୍ଟ(ପିପିଟି)କୁ ଚିଠି ଲେଖିଛି। ତେବେ ଏ ନେଇ କୌଣସି ଅଗ୍ରଗତି ହୋଇ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

୩୦ ଦିନ ଜେଲରେ ରହିଲେ PM-CMଙ୍କ ବିରୋଧରେ କ’ଣ ହେବ ଆକ୍ସନ? ସଂସଦୀୟ କମିଟି ଦେଲା ବଡ଼ ପରାମର୍ଶ

ନୂଆଦିଲ୍ଲୀ,୧୨।୭: ବିରୋଧୀ ଦଳଗୁଡ଼ିକ ଦ୍ୱାରା ଉଠାଯାଇଥିବା ଚିନ୍ତା ମଧ୍ୟରେ, ସଂସଦୀୟ କମିଟି ଏକ ସୁପାରିଶ କରିଛି । ଯେ ଯଦି କୌଣସି ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ କିମ୍ବା ମୁଖ୍ୟମନ୍ତ୍ରୀଙ୍କୁ…

ନିଶାମୁକ୍ତ ଓଡ଼ିଶା ପାଇଁ ସରକାରଙ୍କ ବଡ଼ ମାଷ୍ଟର ପ୍ଲାନ

ଭୁବନେଶ୍ୱର,୧୨।୭: ନିଶାମୁକ୍ତ ଓଡ଼ିଶା ପାଇଁ ରାଜ୍ୟ ସରକାର ଏକ ବଡ଼ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିଛନ୍ତି। ଏହାର ଅନୁମୋଦନ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ଭାଜପାରେ ସାମିଲ ହେଲେ ପ୍ରଭାତ ବିଶ୍ୱାଳ, ଶହଶହ ସମର୍ଥକଙ୍କ ସହ ଆସି…

ଭୁବନେଶ୍ୱର,୧୨ା୭: କଟକ ରାଜନୀତିରେ ବଡ଼ଧରଣର ହଲଚଲ। ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ ରବିବାର ଭାଜପାରେ ସାମିଲ…

ଯାତ୍ରୀ ଭାବେ ବସ୍‌ରେ ଯାତ୍ରା କଲେ ମନ୍ତ୍ରୀ, କଣ୍ଡକ୍ଟର କହିଲେ ଖୁଚୁରା ନାହିଁ ଯଦି ଓହ୍ଲାଇ ଯାଅ…

ବେଙ୍ଗାଲୁରୁ,୧୨।୭: ଶନିବାର ରାତିରେ କର୍ନାଟକ ପରିବହନ ମନ୍ତ୍ରୀ ବାଇରାଥୀ ସୁରେଶ ବେଙ୍ଗାଲୁରୁରେ BMTC ବସ୍‌ଗୁଡ଼ିକର ଅଚାନକ ଯାଞ୍ଚ କରିଥିଲେ । ଯାତ୍ରୀଙ୍କ ସୁବିଧା ମୂଲ୍ୟାଙ୍କନ କରିବା ପାଇଁ…

ସବୁଜ ଭବିଷ୍ୟତ ଗଠନ କରିବାକୁ ଆଗେଇ ଆସିଲେ ମହିଳା, ପ୍ରତ୍ୟେକ ନାଗରିକ ସଂକଳ୍ପବଦ୍ଧ ହୋଇ…

ବଲାଙ୍ଗୀର,୧୨ା୭(ସୁନିଲ କୁମାର ମହାନ୍ତି): ପରିବେଶ ସୁରକ୍ଷା ଏବଂ ସବୁଜ ଭବିଷ୍ୟତ ଗଠନର ଉଦ୍ଦେଶ୍ୟରେ ବଲାଙ୍ଗୀରସ୍ଥିତ ଖୁଜେନପାଲି ବିଦ୍ୟାଳୟରେ ବଲାଙ୍ଗୀର ମାରଓ୍ବାଡ଼ି ମହିଳା ସମିତି, ଲାୟନ୍ସ କ୍ଲବ, ସହଯୋଗ…

ସୁନା-ରୂପା ମୂଲ୍ୟ ହ୍ରାସ ପାଇବ ନା ବୃଦ୍ଧି ପାଇବ? ବିଶେଷଜ୍ଞ କହିଲେ….

ନୂଆଦିଲ୍ଲୀ,୧୨।୭: ନିବେଶକମାନେ ଆମେରିକା-ଇରାନ ମଧ୍ୟରେ ନୂତନ ଉତ୍ତେଜନା, ଅଶୋଧିତ ତୈଳ ମୂଲ୍ୟରେ ହ୍ରାସ ଏବଂ ମୁଦ୍ରାସ୍ଫୀତି ତଥ୍ୟ ଉପରେ ତୀକ୍ଷ୍ଣ ନଜର ରଖିଥିବାରୁ ଆସନ୍ତା ସପ୍ତାହରେ ସୁନା ଏବଂ…

ବୈଭବ ସୂର୍ଯ୍ୟବଂଶୀଙ୍କୁ ଦଳରୁ ବାଦ ଦେବାର ପ୍ରକୃତ କାରଣ କହିଲେ ଶ୍ରେୟସ ଆୟର, ଆଶ୍ଚର୍ଯ୍ୟ ହେଲେ ପ୍ରଶଂସକ

ନୂଆଦିଲ୍ଲୀ,୧୨।୭: ଶନିବାର ଇଂଲଣ୍ଡ ବିପକ୍ଷ ପଞ୍ଚମ ତଥା ଅନ୍ତିମ ଟି-୨୦ରେ ଭାରତୀୟ ଦଳ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଏକାଦଶରୁ ବାଦ ଦେଇଥିଲା। ସଞ୍ଜୁ ସାମସନ ତିନୋଟି ମ୍ୟାଚ…

ମାଟିର ମହକରେ ଫେରିଲା ଦେଶୀ ମଞ୍ଜି, ପ୍ରେରଣାଦାୟୀ ସାଜିଲେ ମହିଳା ଚାଷୀ, ହସିହସି କୁହନ୍ତି ଆମ ପରିବାରରେ…

କର୍ଲାମୁଣ୍ଡା,୧୨ା୭(ପ୍ରଦୀପ କୁମାର ସାହୁ): ବଦଳୁଥିବା କୃଷି ପଦ୍ଧତି ମଧ୍ୟରେ ଯେତେବେଳେ ଅନେକ ଚାଷୀ ହାଇବ୍ରିଡ୍‌ ମଞ୍ଜି ଓ ରାସାୟନିକ କୃଷି ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି, ସେତେବେଳେ କଳାହାଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri