ପ୍ରବଳ ଗ୍ରୀଷ୍ମ, ଏଯାଏ ଜଳଛତ୍ର ଖୋଲିଲାନି

ଜଗତ୍‌ସିଂହପୁର ଅଫିସ, ୧୧ା୩: ଏବେଠୁ ଅସହ୍ୟ ଗ୍ରୀଷ୍ମ। ଏ ପରିସ୍ଥିତିରେ ସାଧାରଣ ଲୋକଙ୍କଠାରୁ ବୁଲା ପ୍ରାଣୀଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ଅସ୍ତବ୍ୟସ୍ତ ହେବାକୁ ଲାଗିଲେଣି। ବିଶେଷକରି ଜଗତ୍‌ସିଂହପୁର ସହରରେ ଏକାଧିକ ଜଳାଶୟ ଶୁଖିବା ସାଙ୍ଗକୁ ସହରରେ ପାନୀୟ ଜଳ ସୁବିଧା କରାଯାଇ ନ ଥିବାରୁ ବୁଲା ପ୍ରାଣୀଙ୍କ ପାଇଁ ଅଡୁଆ ବଢିଛି। ଆଗକୁ ତାତି ଆହୁରି ଜଟିଳ ହେବାର ସମ୍ଭାବନା ଥିବାରୁ ସମ୍ଭାବ୍ୟ ପରିସ୍ଥିତିକୁ ନେଇ ସାଧାରଣରେ ଚିନ୍ତା ବଢିବାରେ ଲାଗିଲାଣି।
ପ୍ରତିବର୍ଷ ତାପମାତ୍ରା ନିୟନ୍ତ୍ରଣ ପାଇଁ ବ୍ୟାପକ ବୃକ୍ଷରୋପଣ, ଜଳାଶୟ ପୁନରୁଦ୍ଧାର ଆଦି କରାଯାଉ ବୋଲି ଦାବି ହୋଇ ଆସୁଛି। ସରକାରୀସ୍ତରରେ ମଧ୍ୟ ଔପଚାରିକତା ପୂରଣ ପାଇଁ ଗ୍ରୀଷ୍ମ ପ୍ରବାହର ମୁକାବିଲା ସଂକ୍ରାନ୍ତୀୟ ପ୍ରସ୍ତୁତି ବୈଠକ ହେଉଛି। ଏଥିରେ ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଚିରାଚରିତ ଢ଼ଙ୍ଗରେ ଘୋଷଣା କରାଯାଉଛି। ବାସ୍ତବ କ୍ଷେତ୍ରରେ କିନ୍ତୁ ଆବଶ୍ୟକତା ପୂରଣ ହେଉନି। ବନ ବିଭାଗ, ଶିଳ୍ପ ସଂସ୍ଥା ଆଦି ବୃକ୍ଷ ରୋପଣ ଆଳରେ କାଗଜକଲମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ଦର୍ଶାଉଛନ୍ତି। ଜଳାଶୟଗୁଡ଼ିକର ପୁନରୁଦ୍ଧାର କରାଯିବ ବୋଲି କୁହାଯାଉଛି। କିନ୍ତୁ ଆଶାଜନକ କାର୍ଯ୍ୟ କରାଯାଉ ନ ଥିବାରୁ ଅସନ୍ତୋଷ ବଢୁଛି। ସୂଚନା ଅନୁଯାୟୀ, ଜଗତ୍‌ସିଂହପୁର ସହରର ଏକାଧିକ ଜଳାଶୟ ପୋତି ହୋଇଗଲାଣି। ସେଥିମଧ୍ୟରୁ ଦେଉଳୀ ଗ୍ରାମେଶ୍ୱର ବାରିକ ସାହି ଓ ୱାର୍ଡ ୨ ଅନ୍ତର୍ଗତ ବଡ଼ବାଗ ସର୍ବାଙ୍ଗସୁନ୍ଦରୀଙ୍କ ମନ୍ଦିର ଏବଂ ମୁଚୁକୁନ୍ଦ ସୋମନାଥ ମନ୍ଦିର ନିକଟରେ ଥିବା ପୋଖରୀ ପୋତି ହୋଇଗଲାଣି। ୧୮ ନଂ. ୱାର୍ଡ ବେହେରା ସାହି ପାଖ ପୋଖରୀ ଜନସାଧାରଣଙ୍କ ବହୁ କାମରେ ଲାଗେ। ଚାରିପଟେ ମଶାଣି ଅଛି। କୌଣସି ଲୋକଙ୍କ ମୃତ୍ୟୁ ହୋଇଗଲେ ଶୁଦ୍ଧକ୍ରିୟା ଆଦି ସେଠାରେ ହୁଏ। ଏଥିରୁ ପାଣି ଶୁଖିବା ଦ୍ୱାରା ଲୋକେ, ଗୃହପାଳିତ ପ୍ରାଣୀ ହଇରାଣ ହେଉଛନ୍ତି। ଏହିପରି ଏକାଧିକ ଜଳାଶୟ ପୁନରୁଦ୍ଧାରର ଆବଶ୍ୟକତା ଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ହୋଇପାରିନାହିଁ। ଅନ୍ୟପକ୍ଷେ ଠିକ ଖରାଦିନେ ସରକାରୀ ଭାବେ ଜଳାଶୟ ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯିବ ବୋଲି ଘୋଷଣା କରାଯାଇ ଜନ ଅସନ୍ତୋଷକୁ ଚାପି ଦେବା ପାଇଁ ଉଦ୍ୟମ ହେଉଛି। ଖରାଦିନ ପରେ ଯଥା ପୂର୍ବ ତଥା ପର ବୋଲି ଅଭିଯୋଗ ହେଉଛି। ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ସରକାରୀ ବାଦ୍‌ ଆଉ କେତେଗୋଟି ବେସରକାରୀ ଜଳାଶୟ ସହର ତାପମାତ୍ରା ନିୟନ୍ତ୍ରଣ ସାଙ୍ଗକୁ ବୁଲା ପ୍ରାଣୀଙ୍କ କାମରେ ଲାଗୁଥିଲା। ସେଗୁଡ଼ିକ ବିକ୍ରି ସାଙ୍ଗକୁ ବିଲ୍ଡିଂ ତିଆରି ଚାଲିଛି। ମୋଟା ମୋଟି ଭାବେ ସହରର ଜଳାଶୟଗୁଡ଼ିକ ଲୋକଙ୍କ ଆବଶ୍ୟକତା ପୂରଣ କରିପାରୁନାହିଁ। ସେହିପରି ପ୍ରତ୍ୟହ ଜିଲାର ବିଭିନ୍ନ ପ୍ରାନ୍ତରୁ ସହସ୍ରାଧିକ ଲୋକ ବିଭିନ୍ନ କାମରେ ଜଗତ୍‌ସିଂହପୁର ଆସୁଛନ୍ତି। ଏ ପର୍ଯ୍ୟନ୍ତ ଜଳ ଛତ୍ର କରାଯାଇ ନ ଥିବାରୁ ସେମାନେ ଅସୁବିଧାରେ ପଡ଼ୁଛନ୍ତି। ବୁଲା ପ୍ରାଣୀଙ୍କ ପାଇଁ ସହରର ବିଭିନ୍ନ ସ୍ଥାନରେ କୁଣ୍ଡରେ ପିଇବା ପାଣି ଗଚ୍ଛିତ ରଖାଯିବା କଥା। ତାହା ମଧ୍ୟ କରାଯାଇନାହିଁ। ଆଗକୁ ଏଭଳି ଲାଗି ରହିଲେ ଅଂଶୁଘାତ ସାଙ୍ଗକୁ ବୁଲା ପ୍ରାଣୀଙ୍କ ଜୀବନ ପ୍ରତି ବିପଦର ଆଶଙ୍କା ରହିଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କୁ ପଚାରିବାରେ ବିଗତ ବର୍ଷଗୁଡ଼ିକ ପରି ଚଳିତବର୍ଷ ସହରର ୧୫ଟି ସ୍ଥାନରେ ଜଳଛତ୍ର ଖୋଲିବ। ସ୍ବୟଂ ସହାୟକ ଗୋଷ୍ଠୀମାନେ ଏହି ଜଳଛତ୍ର ଚଳାଇବେ। ନିକଟରେ ଅନୁଷ୍ଠିତ ବୈଠକରେ ଏହା ଚୂଡାନ୍ତ ହୋଇଛି। ଖୁବ୍‌ଶୀଘ୍ର ଜଳଛତ୍ର ଖୋଲାଯିବ। ବୁଲା ପ୍ରାଣୀଙ୍କ ପାଇଁ ସହରର ବିଭିନ୍ନ ସ୍ଥାନରେ କୁଣ୍ଡରେ ପାଣି ଗଚ୍ଛିତ ରଖିବା କାମ ଜିଲା ପ୍ରାଣୀ ଚିକିତ୍ସା ବିଭାଗର। ତେଣୁ ସେମାନେ ତୁରନ୍ତ ଏସବୁ ସୁବିଧା କରିବାକୁ କୁହାଯାଇଛି। ଜଳାଶୟ ପୁନରୁଦ୍ଧାର ନେଇ ଡ୍ରୋନ ସର୍ଭେ କରାଯିବ ବୋଲି ସରକାରୀ ଭାବେ ପଦକ୍ଷେପ ନିଆଯାଉଛି। କଟକର ଏକ ଏଜେନ୍ସି ଟେଣ୍ଡର ପାଇଛି। କେଉଁ ଜଳାଶୟର କି ଅବସ୍ଥା ଅଛି ଓ କ’ଣ କରିବା ଦରକାର ସେ ସଂକ୍ରାନ୍ତ ରିପୋର୍ଟ ପାଇଲା ପରେ ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦିଆଯିବ। ତାହା ପରେ ଅନୁଦାନ ଆସିଲେ ଜଳାଶୟ ପୁନରୁଦ୍ଧାର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲେଟ୍‌ ଡିକିରୁ ମିଳିଲା ୧.୯୫ ଲକ୍ଷ

ବିନିକା,୨୮।୪(ରାମଗୋପାଳ ବାଘ): ନିର୍ବାଚନରେ ବେଆଇନ ଟଙ୍କା କାରବାର ରୋକିବାକୁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଯାନବାହନ ଯାଞ୍ଚକୁ କଡାକଡି କରାଯାଇଛି। ଏହି କ୍ରମରେ...

ପ୍ରଚାର ଜୋରଦାର: ଘରଘର ବୁଲି ଆଶୀର୍ବାଦ ଭିକ୍ଷା କରୁଛନ୍ତି ପ୍ରାର୍ଥୀ

ଖଡ଼ିଆଳ,୨୮।୪(ସୁଜିତ କୁମାର ପ୍ରଧାନ)-ସାଧାରଣ ନିର୍ବାଚନ ଯେତେ ପାଖେଇ ଆସୁଛି ନିର୍ବାଚନୀ ଉଷ୍ମତା ସେତେ ବୃଦ୍ଧିପାଉଛି। ନୂଆପଡ଼ା ଜିଲାର ଖଡ଼ିଆଳ ନିର୍ବାଚନ ମଣ୍ଡଳୀରେ ତିନି ପ୍ରମୁଖ ରାଜନୈତିକ...

ବୀରମିତ୍ରପୁର ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ଜେଏମ୍‌ଏମ୍‌

କୁଆଁରମୁଣ୍ଡା,୨୮।୪(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ନିର୍ବାଚନ ମଣ୍ଡଳୀ ବିଧାନସଭା ପାଇଁ ଇଣ୍ଡିଆମେଣ୍ଟ ପକ୍ଷରୁ ଜେଏମ୍‌ଏମ୍‌ ରବିବାର ପ୍ରାର୍ଥୀ ଘୋଷଣା କରିଛି। ପୂର୍ବତନ ବିଧାୟକ...

୩୦ରେ ନାମାଙ୍କନପତ୍ର ଦାଖଲ କରିବେ ମୁଖ୍ୟମନ୍ତ୍ରୀ: ପ୍ରସ୍ତୁତି ବୈଠକରେ ହୋହଲ୍ଲା

ହିଞ୍ଜିଳିକାଟୁ ୨୮।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ୩୦ ଏପ୍ରିଲରେ ହିଞ୍ଜିଳି ବିଧାନସଭା ପାଇଁ ନାମାଙ୍କନପତ୍ର ଦାଖଲ କରିବେ। ଏହି...

ବଢୁଛି ତାତି: ଅଙ୍ଗନଓ୍ବାଡି କେନ୍ଦ୍ର ବନ୍ଦ କର

ସମ୍ବଲପୁର,୨୭ା୪(ବି.ଶଙ୍କର): ସଂପ୍ରତି ରାଜ୍ୟରେ ତାପମାତ୍ରା ବୃଦ୍ଧି ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ତାପମାତ୍ରା ବୃଦ୍ଧି ଯୋଗୁ ରାଜ୍ୟ ସରକାର ସମସ୍ତ ବିଦ୍ୟାଳୟ ଓ...

ଦୀପ ନିଆଁରେ ପୋଡ଼ିଯାଇଥିବା ମହିଳାଙ୍କ ଚାଳିଗଲା ଜୀବନ

ଚିକିଟ,୨୮ା୪(ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା କ.ନୂଆଗାଁ ଥାନା ଚିକିଟିପେଣ୍ଠସ୍ଥିତ ପଣ୍ଡିତରା ସାହିରେ ଗତ ୧୬ ତାରିଖ ଚୈତ୍ର ମଙ୍ଗଳବାର ମନ୍ଦିର ଦୀପରେ ପୋଡ଼ିଯାଇଥିବା ଜଣେ...

ଆମ୍ବ ଗୋଟାଇବା ପାଇଁ ଯାଇଥିଲେ: ହେଲା ବଜ୍ରପାତ

ଧରାକୋଟ,୨୮ା୪(ବିଷ୍ଣୁ କେଶରୀ ଆଚାର୍ଯ୍ୟ): ଗଞ୍ଜାମ ଜିଲା ଧରାକୋଟ ବ୍ଲକ ବାହାରପୁର ପଞ୍ଚାୟତ କାଠଗଡା ଗ୍ରାମର ଜଣେ ବୃଦ୍ଧା ବଜ୍ରପାତରେ ଆହତ ହୋଇଛନ୍ତି। ସେ ହେଲେ ଘନ...

ମୋଦି ପ୍ରଧାନମନ୍ତ୍ରୀ ହେବାପରେ ଭାରତ ବଦଳି ଯାଇଛି : ନଡ୍ଡା

ବ୍ରହ୍ମପୁର,୨୮।୪: ବ୍ରହ୍ମପୁରରେ ରବିବାର ଭାଜପାର ବିଶାଳ ଜନ ସମାବେଶ ଅନୁଷ୍ଠିତ ହୋଇଯାଇଛି। ଆମ୍ବପୁଆ ବିଜୟ ସଂକଳ୍ପ ସମାବେଶରେ ଭାଜପାରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଉପସ୍ଥିତ ରହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri