ପ୍ରବଳ ଗ୍ରୀଷ୍ମ, ଏଯାଏ ଜଳଛତ୍ର ଖୋଲିଲାନି

ଜଗତ୍‌ସିଂହପୁର ଅଫିସ, ୧୧ା୩: ଏବେଠୁ ଅସହ୍ୟ ଗ୍ରୀଷ୍ମ। ଏ ପରିସ୍ଥିତିରେ ସାଧାରଣ ଲୋକଙ୍କଠାରୁ ବୁଲା ପ୍ରାଣୀଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ଅସ୍ତବ୍ୟସ୍ତ ହେବାକୁ ଲାଗିଲେଣି। ବିଶେଷକରି ଜଗତ୍‌ସିଂହପୁର ସହରରେ ଏକାଧିକ ଜଳାଶୟ ଶୁଖିବା ସାଙ୍ଗକୁ ସହରରେ ପାନୀୟ ଜଳ ସୁବିଧା କରାଯାଇ ନ ଥିବାରୁ ବୁଲା ପ୍ରାଣୀଙ୍କ ପାଇଁ ଅଡୁଆ ବଢିଛି। ଆଗକୁ ତାତି ଆହୁରି ଜଟିଳ ହେବାର ସମ୍ଭାବନା ଥିବାରୁ ସମ୍ଭାବ୍ୟ ପରିସ୍ଥିତିକୁ ନେଇ ସାଧାରଣରେ ଚିନ୍ତା ବଢିବାରେ ଲାଗିଲାଣି।
ପ୍ରତିବର୍ଷ ତାପମାତ୍ରା ନିୟନ୍ତ୍ରଣ ପାଇଁ ବ୍ୟାପକ ବୃକ୍ଷରୋପଣ, ଜଳାଶୟ ପୁନରୁଦ୍ଧାର ଆଦି କରାଯାଉ ବୋଲି ଦାବି ହୋଇ ଆସୁଛି। ସରକାରୀସ୍ତରରେ ମଧ୍ୟ ଔପଚାରିକତା ପୂରଣ ପାଇଁ ଗ୍ରୀଷ୍ମ ପ୍ରବାହର ମୁକାବିଲା ସଂକ୍ରାନ୍ତୀୟ ପ୍ରସ୍ତୁତି ବୈଠକ ହେଉଛି। ଏଥିରେ ସମ୍ଭାବ୍ୟ ପରିସ୍ଥିତିକୁ ଏଡ଼ାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ଚିରାଚରିତ ଢ଼ଙ୍ଗରେ ଘୋଷଣା କରାଯାଉଛି। ବାସ୍ତବ କ୍ଷେତ୍ରରେ କିନ୍ତୁ ଆବଶ୍ୟକତା ପୂରଣ ହେଉନି। ବନ ବିଭାଗ, ଶିଳ୍ପ ସଂସ୍ଥା ଆଦି ବୃକ୍ଷ ରୋପଣ ଆଳରେ କାଗଜକଲମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ଦର୍ଶାଉଛନ୍ତି। ଜଳାଶୟଗୁଡ଼ିକର ପୁନରୁଦ୍ଧାର କରାଯିବ ବୋଲି କୁହାଯାଉଛି। କିନ୍ତୁ ଆଶାଜନକ କାର୍ଯ୍ୟ କରାଯାଉ ନ ଥିବାରୁ ଅସନ୍ତୋଷ ବଢୁଛି। ସୂଚନା ଅନୁଯାୟୀ, ଜଗତ୍‌ସିଂହପୁର ସହରର ଏକାଧିକ ଜଳାଶୟ ପୋତି ହୋଇଗଲାଣି। ସେଥିମଧ୍ୟରୁ ଦେଉଳୀ ଗ୍ରାମେଶ୍ୱର ବାରିକ ସାହି ଓ ୱାର୍ଡ ୨ ଅନ୍ତର୍ଗତ ବଡ଼ବାଗ ସର୍ବାଙ୍ଗସୁନ୍ଦରୀଙ୍କ ମନ୍ଦିର ଏବଂ ମୁଚୁକୁନ୍ଦ ସୋମନାଥ ମନ୍ଦିର ନିକଟରେ ଥିବା ପୋଖରୀ ପୋତି ହୋଇଗଲାଣି। ୧୮ ନଂ. ୱାର୍ଡ ବେହେରା ସାହି ପାଖ ପୋଖରୀ ଜନସାଧାରଣଙ୍କ ବହୁ କାମରେ ଲାଗେ। ଚାରିପଟେ ମଶାଣି ଅଛି। କୌଣସି ଲୋକଙ୍କ ମୃତ୍ୟୁ ହୋଇଗଲେ ଶୁଦ୍ଧକ୍ରିୟା ଆଦି ସେଠାରେ ହୁଏ। ଏଥିରୁ ପାଣି ଶୁଖିବା ଦ୍ୱାରା ଲୋକେ, ଗୃହପାଳିତ ପ୍ରାଣୀ ହଇରାଣ ହେଉଛନ୍ତି। ଏହିପରି ଏକାଧିକ ଜଳାଶୟ ପୁନରୁଦ୍ଧାରର ଆବଶ୍ୟକତା ଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ହୋଇପାରିନାହିଁ। ଅନ୍ୟପକ୍ଷେ ଠିକ ଖରାଦିନେ ସରକାରୀ ଭାବେ ଜଳାଶୟ ପୁନରୁଦ୍ଧାର ପାଇଁ ପଦକ୍ଷେପ ନିଆଯିବ ବୋଲି ଘୋଷଣା କରାଯାଇ ଜନ ଅସନ୍ତୋଷକୁ ଚାପି ଦେବା ପାଇଁ ଉଦ୍ୟମ ହେଉଛି। ଖରାଦିନ ପରେ ଯଥା ପୂର୍ବ ତଥା ପର ବୋଲି ଅଭିଯୋଗ ହେଉଛି। ଏ ସମ୍ପର୍କରେ ସ୍ଥାନୀୟ କେତେଜଣ ବୁଦ୍ଧିଜୀବୀ ପ୍ରତିକ୍ରିୟାରେ କହିଛନ୍ତି, ସରକାରୀ ବାଦ୍‌ ଆଉ କେତେଗୋଟି ବେସରକାରୀ ଜଳାଶୟ ସହର ତାପମାତ୍ରା ନିୟନ୍ତ୍ରଣ ସାଙ୍ଗକୁ ବୁଲା ପ୍ରାଣୀଙ୍କ କାମରେ ଲାଗୁଥିଲା। ସେଗୁଡ଼ିକ ବିକ୍ରି ସାଙ୍ଗକୁ ବିଲ୍ଡିଂ ତିଆରି ଚାଲିଛି। ମୋଟା ମୋଟି ଭାବେ ସହରର ଜଳାଶୟଗୁଡ଼ିକ ଲୋକଙ୍କ ଆବଶ୍ୟକତା ପୂରଣ କରିପାରୁନାହିଁ। ସେହିପରି ପ୍ରତ୍ୟହ ଜିଲାର ବିଭିନ୍ନ ପ୍ରାନ୍ତରୁ ସହସ୍ରାଧିକ ଲୋକ ବିଭିନ୍ନ କାମରେ ଜଗତ୍‌ସିଂହପୁର ଆସୁଛନ୍ତି। ଏ ପର୍ଯ୍ୟନ୍ତ ଜଳ ଛତ୍ର କରାଯାଇ ନ ଥିବାରୁ ସେମାନେ ଅସୁବିଧାରେ ପଡ଼ୁଛନ୍ତି। ବୁଲା ପ୍ରାଣୀଙ୍କ ପାଇଁ ସହରର ବିଭିନ୍ନ ସ୍ଥାନରେ କୁଣ୍ଡରେ ପିଇବା ପାଣି ଗଚ୍ଛିତ ରଖାଯିବା କଥା। ତାହା ମଧ୍ୟ କରାଯାଇନାହିଁ। ଆଗକୁ ଏଭଳି ଲାଗି ରହିଲେ ଅଂଶୁଘାତ ସାଙ୍ଗକୁ ବୁଲା ପ୍ରାଣୀଙ୍କ ଜୀବନ ପ୍ରତି ବିପଦର ଆଶଙ୍କା ରହିଛି। ଏ ସମ୍ପର୍କରେ ଜଗତ୍‌ସିଂହପୁର ପୌରାଧ୍ୟକ୍ଷା ଅର୍ଚ୍ଚନା ସିଂହଙ୍କୁ ପଚାରିବାରେ ବିଗତ ବର୍ଷଗୁଡ଼ିକ ପରି ଚଳିତବର୍ଷ ସହରର ୧୫ଟି ସ୍ଥାନରେ ଜଳଛତ୍ର ଖୋଲିବ। ସ୍ବୟଂ ସହାୟକ ଗୋଷ୍ଠୀମାନେ ଏହି ଜଳଛତ୍ର ଚଳାଇବେ। ନିକଟରେ ଅନୁଷ୍ଠିତ ବୈଠକରେ ଏହା ଚୂଡାନ୍ତ ହୋଇଛି। ଖୁବ୍‌ଶୀଘ୍ର ଜଳଛତ୍ର ଖୋଲାଯିବ। ବୁଲା ପ୍ରାଣୀଙ୍କ ପାଇଁ ସହରର ବିଭିନ୍ନ ସ୍ଥାନରେ କୁଣ୍ଡରେ ପାଣି ଗଚ୍ଛିତ ରଖିବା କାମ ଜିଲା ପ୍ରାଣୀ ଚିକିତ୍ସା ବିଭାଗର। ତେଣୁ ସେମାନେ ତୁରନ୍ତ ଏସବୁ ସୁବିଧା କରିବାକୁ କୁହାଯାଇଛି। ଜଳାଶୟ ପୁନରୁଦ୍ଧାର ନେଇ ଡ୍ରୋନ ସର୍ଭେ କରାଯିବ ବୋଲି ସରକାରୀ ଭାବେ ପଦକ୍ଷେପ ନିଆଯାଉଛି। କଟକର ଏକ ଏଜେନ୍ସି ଟେଣ୍ଡର ପାଇଛି। କେଉଁ ଜଳାଶୟର କି ଅବସ୍ଥା ଅଛି ଓ କ’ଣ କରିବା ଦରକାର ସେ ସଂକ୍ରାନ୍ତ ରିପୋର୍ଟ ପାଇଲା ପରେ ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦିଆଯିବ। ତାହା ପରେ ଅନୁଦାନ ଆସିଲେ ଜଳାଶୟ ପୁନରୁଦ୍ଧାର କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ବରିଷ୍ଠ ନାଗରିକଙ୍କ ଯତ୍ନ ନେବା ଜରୁରୀ: ଆଶାବାଡ଼ି ପ୍ରଦାନ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହଠାରେ ଗୁରୁବାର ବ୍ଲକସ୍ତରୀୟ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଆଲିଶା…

ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭଖୁଣ୍ଟି ସ୍ଥାପନ: ଖେଳିଗଲା ଉତ୍ସାହ

ଦାରିଙ୍ଗବାଡ଼ି,୨।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ଅନ୍ତର୍ଗତ ତୁଡ଼ିକିବାଡ଼ି ଗ୍ରାମରେ ଚତୁର୍ଥ ବର୍ଷ ଗଜଲକ୍ଷ୍ମୀ ପୂଜା ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ଏହି ଅବସରରେ…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?